ରୀମା ଲାଗୁ

ଉଇକିପିଡ଼ିଆ‌ରୁ
ରୀମା ଲାଗୁ
ଜନ୍ମ
ଗୁରିନ୍ଦର ଭଦଭଦେ

(1958-06-21)୨୧ ଜୁନ ୧୯୫୮
ମୃତ୍ୟୁ୧୮ ମଇ ୨୦୧୭(2017-05-18) (ବୟସ ୫୮)
ମୁମ୍ବାଇ, ଭାରତ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ
ସକ୍ରିୟ ବର୍ଷ୧୯୫୮–୨୦୧୭

ରୀମା ଲାଗୁ (୨୧ ଜୁନ ୧୯୫୮[୧]- ୧୮ ମଇ ୨୦୧୭[୨]) ଜଣେ ଭାରତୀୟ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ଥିଲେ । ସେ ମୁଖ୍ୟତଃ ହିନ୍ଦୀ ଏବଂ ମରାଠୀ କଥାଚିତ୍ରମାନଙ୍କରେ ମାଆ ଭୂମିକାରେ ଅନେକ ଅଭିନୟ କରିଥିଲେ । ଦୀର୍ଘ ଚାରି ଦିଶନ୍ଧି ଧରି ସେ ପ୍ରାୟତଃ ମରାଠୀ ମଞ୍ଚ ଅଭିନୟରେ ସକ୍ରିୟ ଥିଲେ । ମରାଠୀ ଧାରାବାହିକ ତୁଜା ମଜା ଜାମେନରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ମୈନେ ପ୍ୟାର କିୟ, ଆଶିକ୍, ସାଜନ୍, ହମ୍ ଆପ୍‌କେ ହୈ କୌନ୍, ବାସ୍ତବ, କୁଛ୍ କୁଛ୍ ହୋତା ହୈ, ହମ୍ ଆପ୍‌କେ ହୈ କୌନ୍ ଭଳି ଅନେକ ସଫଳ ହିନ୍ଦୀ କଥାଚିତ୍ରରେ ସେ ମାଆ ଭୂମିକାରେ ଅଭିନୟ କରିଥିଲେ । ଦୂରଦର୍ଶନରେ ମଧ୍ୟ ସେ ଅନେକ ଅଭିନୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରୀମା ଲାଗୁ ୧୯୫୮ ମସିହାରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନେ ତାଙ୍କ ନାଁ ଥିଲା ଗୁନିନ୍ଦର ଭଦଭଦେ ।[୩] ତାଙ୍କ ମାଆ ମନ୍ଦାକିନୀ ଭଦଭଦେ ଜନେ ମରାଠୀ ମଞ୍ଚ ଅଭିନେତ୍ରୀ । ତାଙ୍କ ମାଆଙ୍କର ଶ୍ରେଷ୍ଠ ଅଭିନୀତ ନାଟକ ଲେକର୍ ଉଡାନ୍ଦ ଜାହାଲୀ ।[୪] ରୀମା ପୁଣେର ଏକ ବିଦ୍ୟାଳୟରେ ପଢ଼ୁଥିବାବେଳେ ନାଟକ ପ୍ରତି ଆକର୍ଷିତ ହୋଇଥିଲେ । ପରେ ସେ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ମରାଠୀ ମଞ୍ଚ ନାଟକରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

୧୯୭୦ ଦଶକର ଶେଷ ଏବଂ ୮୦ଦଶକର ପ୍ରାରମ୍ଭରେ ସେ ହିନ୍ଦୀ ଏବଂ ମରାଠୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଜଣେ ମରାଠୀ ଅଭିନେତା ବିବେକ ଲାଗୁଙ୍କୁ ବିବାହ କରିବା ପରେ ତାଙ୍କ ନାମ ରୀମା ଲାଗୁକୁ ପରିବର୍ତ୍ତୀତ ହୋଇଥିଲା । ମାତ୍ର ବିବାହର କିଛି ବର୍ଷ ପରେ ଉଭୟ ଦମ୍ପତି ଅଲଗା ହୋଇଯାଇଥିଲେ । ତାଙ୍କର ଗୋଟିଏ ଝିଅ ଅଛି ମୃନ୍ମୟୀ, ଯିଏକି ମଞ୍ଚ ଏବଂ ଚଳଚ୍ଚିତ୍ରରେ ଅଭିନୟ କରିବା ସ‌ହ ଟିଏଟରର ନିର୍ଦ୍ଦେଶିକା ଭାବରେ କାମ କରୁଛନ୍ତି ।[୫][୬]

ରୀମା ଅନେକ ସଫଳ ହନ୍ଦୀ କଥାଚିତ୍ରରେ ସ‌ହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଛନ୍ତି । ଦୂରଦର୍ଶନ ଧାରାବାହିକରୁ ଆରମ୍ଭ କରି ସେ ୧୯୮୮ରେ ଅମିର ଖାଁଙ୍କ ପ୍ରଥମ ଚଳଚ୍ଚିତ୍ର କୋୟାମତ୍ ସେ କୋୟାମତ୍ ତକ୍‌ରେ ଜୁହି ଚାୱଲାଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ । ପରେ ପରେ ସେ ୧୯୮୯ରେ ମୈନେ ପ୍ୟାର କିୟା, ୧୯୯୧ରେ ସାଜନ୍ ଆଦି ଚଳଚ୍ଚିତ୍ରରେ ସଲମାନ ଖାଁଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ । ୧୯୯୩ରେ ଗୁମଃରାରେ ଶ୍ରୀଦେବୀଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ । ୧୯୯୪ରେ ଜୟ ଜିଷନ ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ମାଆ ଭାବରେ ଅଭିନୟ କରିଥିଲେ ।

ସଫଳତମ ହିନ୍ଦୀ କଥାଚିତ୍ର ହମ୍ ଆପ୍‌କେ ହୈ କୌନ୍, ୟେଃ ଦିଲାଗି, ଦିଲ୍‌ୱାଲେ, ଯୁଡ଼ୁୱା, ପଥର୍ କେ ଫୁଲ୍, କୁଛ୍ କୁଛ୍ ହୋତା ହୈ, କଲ୍ ହୋ ନା ହୋ, ହମ୍ ସାଥ୍ ସାଥ୍ ହୈ ଆଦିରେ ସେ ମାଆ ଭୂମିକାରେ ଅଭିନୟ କରିଥିଲେ । ପ୍ରାରମ୍ଭରୁ ସେ ଜଣେ ନର୍ତ୍ତକୀ ଭାବରେ ମଧ୍ୟ କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୦ରେ ସେ ଆକ୍ରୋଷ ଚଳଚ୍ଚିତ୍ରରେ ଜଣେ ନର୍ତ୍ତକୀ ଭାବରେ ଅଭିନୟ କରିଥିଲେ । ପରେ ପରେ ମଧ୍ୟବୟସରେ ସେ ମାଆ ଭାବରେ ଅଭିନୟ ଆରମ୍ଭ କରିଥିଲେ । ୧୯୯୦ରେ ସେ ସୁପ୍ରିୟା ପିଲ୍ଗାଓନ‌କର୍‌ଙ୍କ ସ‌ହ ତୁ ତୁ ମେଁ ମେଁ ଧାରାବାହିକ, ଶ୍ରୀମାନ ଶ୍ରୀମତୀ ଆଦିରେ ଅଭିନୟ କରିଥିଲେ । ୧୯୯୯ରେ ବାସ୍ତବ ଚଳଚ୍ଚିତ୍ରରେ ସେ ଅଭିନେତା ସଞ୍ଜୟ ଦତ୍ତଙ୍କର ମାଆ ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ନିଜ ହାତରେ ତାଙ୍କର ପୁଅକୁ ହତ୍ୟା କରିଥିଲେ । ୧୯୯୭ରେ ସେ ପଙ୍କଜ କପୁର ଏବଂ ରଘୁବୀର ଯାଦବଙ୍କ ସ‌ହ ରୁଇ କା ଭୋଜ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏକ ମରାଠୀ କାର୍ଯ୍ୟକ୍ରମ ମାଞ୍ଚା ମୁଜୁରରେ ରୀମା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମରାଠୀ ଲୋକମାଙ୍କୁ ସମ୍ମାନ ଦିଆଯାଇଥାଏ ।[୭] ଏହି କାର୍ଯ୍ୟକ୍ରମଟି ଆମେରିକାର ରେଡ଼ିଓ ଏବଂ ଟିଭି କାର୍ଯ୍ୟକ୍ରମ ଦିସ୍ ଇଜ୍ ଇୟୋର ଲାଇଫ୍ ଭଳି ହୋଇଥିଲା ।

ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅନେକ ଅଭିନୟ କରିଥିଲେ । ୨୦୧୬ ମସିହାରେ ଆରମ୍ଭ ହୋଇଥିବା ଧାରାବାହିକ ନାମକରଣରେ ସେ ଅଭିନୟ କରୁଥିଲେ ।

ମୃତ୍ୟୁ[ସମ୍ପାଦନା]

୧୭ ମଇ ୨୦୧୭ ସନ୍ଧ୍ୟାରେ ରୀମାଙ୍କ ଛାତିରେ ହଠାତ୍ ଯନ୍ତ୍ରଣା ଅନୁଭବ ହେବା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପାତାଳରେ ଭର୍ତ୍ତୀ କରାଯାଇଥିଲା । ୧୮ ମଇ ୨୦୧୭ ରାତି ୩ଟା ୧୫ ମିନିଟ୍ ସମୟରେ ସେ ୫୯ବର୍ଷ ବୟସରେ ହୃଦଘାତ କାରଣରୁ ମୃତ୍ୟୁବରଣ କରିଥିଲେ ।[୩][୮][୯]

ପୁରସ୍କାର ଏବଂ ସମ୍ମାନ[ସମ୍ପାଦନା]

  • ୧୯୯୦: ଫିଲ୍ମ‌ଫେୟାର ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ (ମୈନେ ପ୍ୟାର କିୟା)
  • ୧୯୯୧: ଫିଲ୍ମ‌ଫେୟାର ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ (ଆଶିକ୍)
  • ୧୯୯୫: ଫିଲ୍ମ‌ଫେୟାର ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ (ହମ୍ ଆପ୍‌କେ ହୈ କୌନ୍)
  • ୨୦୦୦: ଫିଲ୍ମ‌ଫେୟାର ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ (ବାସ୍ତବ)

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୧୯୮୦: କଳିଯୁଗ
  • ୧୯୮୦: ଆକ୍ରୋଷ
  • ୧୯୮୫: ନଷୂର୍
  • ୧୯୮୮: ହମାରା ଖଣ୍ଡନ
  • ୧୯୮୮: କୋୟାମତ୍‌ ସେ କୋୟାମତ୍ ତକ୍
  • ୧୯୮୮: ରିହାଇ
  • ୧୯୮୯: ମୈନେ ପ୍ୟାର କିୟା
  • ୧୯୯୦: ପୋଲିସ୍ ପବ୍ଲିକ୍
  • ୧୯୯୦: ଆଶିକ୍
  • ୧୯୯୦: ପ୍ରତିବନ୍ଧ
  • ୧୯୯୧: ପ୍ୟାର ଭରା ଦିଲ୍
  • ୧୯୯୧: ପଥର୍ କେ ଫୁଲ୍
  • ୧୯୯୧: ଫାଷ୍ଟ ଲଭ୍ ଲେଟର୍
  • ୧୯୯୧: ହେନା
  • ୧୯୯୧: ସାଜନ୍
  • ୧୯୯୨: ସପ୍ନେ ସାଜନ୍ କେ
  • ୧୯୯୨: ପ୍ରେମ୍ ଦିୱାନେ
  • ୧୯୯୨: ଜିୱାଲାଗା
  • ୧୯୯୨: ଜୀନା ମର୍‌ନା ତେରେ ସଙ୍ଗ୍
  • ୧୯୯୨: ସୋଲା ଔର୍ ସାବନମ୍
  • ୧୯୯୨: କ୍ୱାଇଦ୍ ମୈ ହେ ବୁଲ୍‌ବୁଲ୍
  • ୧୯୯୨: ଦୋ ହସ୍ନୋଁ କା ଯୋଡ଼ା
  • ୧୯୯୨: ନିଶ୍ଚୟ
  • ୧୯୯୨: ଶୁଭମଙ୍ଗଳ ସାବଧାନ
  • ୧୯୯୩: ଶ୍ରୀମାନ ଆଶିକ୍
  • ୧୯୯୩: ସଂଗ୍ରାମ
  • ୧୯୯୩: ମହାକାଳ
  • ୧୯୯୩: ଆଜ୍ କେ ଔରତ୍
  • ୧୯୯୩: ଗୁମଃରା
  • ୧୯୯୩: ଦିଲ୍ ହୈ ବେତାବ୍
  • ୧୯୯୩: ପ୍ୟାର କା ତାରନା
  • ୧୯୯୪: ଦିଲ୍‌ୱାଲେ
  • ୧୯୯୪: ପଥ୍ରୀଲା ରାସ୍ତା
  • ୧୯୯୪: ହମ୍ ଆପ୍‌କେ ହୈ କୌନ୍
  • ୧୯୯୫: ରଙ୍ଗିଲା
  • ୧୯୯୬: ଅପ୍‌ନେ ଦମ୍ ପର୍
  • ୧୯୯୬: ବିଜେତା
  • ୧୯୯୬: ପାପା କୈହେତେ ହେଁ
  • ୧୯୯୬: ପ୍ରେମ ଗ୍ରନ୍ଥ
  • ୧୯୯୬: ମାହିର୍
  • ୧୯୯୬: ଦିଲ୍ ତେରା ଦିୱାନା
  • ୧୯୯୭: ଉଫ୍!!! ୟେ ହୈ ମୋହବତେ
  • ୧୯୯୭: ରୁଇ କା ବୋଝ୍
  • ୧୯୯୭: ଜୁଡ଼ୁୱା
  • ୧୯୯୭: ୟେସ୍ ବସ୍
  • ୧୯୯୭: ବେତାବୀ
  • ୧୯୯୭: ଦିୱାନା ମସ୍ତାନା
  • ୧୯୯୮: ତିର୍ଚି ଟୋପିବାଲେ
  • ୧୯୯୮: ପ୍ୟାର୍ ତୋ ହୋନା ହି ଥା
  • ୧୯୯୮: ମେରେ ଦୋ ଅନ୍ମୋଲ ରତନ୍
  • ୧୯୯୮: ଦିୱାନା ହୁଁ ପାଗଲ୍ ନେହିଁ
  • ୧୯୯୮: ଆଣ୍ଟି ନଂ ୧
  • ୧୯୯୮: କୁଛ୍ କୁଛ୍ ହୋତା ହୈ
  • ୧୯୯୮: ଝୁଟ୍ ବୋଲେ କୱା କାଟେ
  • ୧୯୯୯: ହମ୍ ସାଥ୍ ସାଥ୍ ହୈ
  • ୧୯୯୯: ବିନ୍ଦାସ୍ତ
  • ୧୯୯୯: ଅର୍ଜୋ
  • ୧୯୯୯: ବାସ୍ତବ
  • ୧୯୯୯: ଦିଲାଗୀ
  • ୨୦୦୦: କ୍ୟା କେହେନା
  • ୨୦୦୦: ନିଦାନ୍
  • ୨୦୦୦: ଦିୱାନେ
  • ୨୦୦୦: ଜିସ୍ ଦେଶ୍ ମେଁ ଗଙ୍ଗା ରେହେତା ହେଁ
  • ୨୦୦୦: କ‌ହିଁ ପ୍ୟାର ନା ହୋ ଯାଏ
  • ୨୦୦୧: ହମ୍ ଦିୱାନେ ପ୍ୟାର୍ କେ
  • ୨୦୦୧: ସେନ୍‌ସର୍
  • ୨୦୦୧: ଇଣ୍ଡିଆନ୍
  • ୨୦୦୧: ତେରା ମେରା ସାଥ୍ ରେହେନା
  • ୨୦୦୨: ହତିଆର୍
  • ୨୦୦୩: କବ୍‌ତ୍ୟା ମହାକାଲ୍
  • ୨୦୦୩: ପ୍ରାଣ୍ ଯାଏ ପର ଶାନ୍ ନ ଯାଏ
  • ୨୦୦୩: ମେଁ ପ୍ରେମ୍‌କି ଦିୱାନୀ ହୁଁ
  • ୨୦୦୩: ଚୁପ୍‌କେ ସେ
  • ୨୦୦୩: କଲ୍‌ ହୋ ନା ହୋ
  • ୨୦୦୪: ହତ୍ୟା
  • ୨୦୦୫: କୋଇ ମେରେ ଦିଲ୍‌ ମେଁ ହୈ
  • ୨୦୦୫: ହମ୍ ତୁମ୍ ଔର୍ ମମ୍
  • ୨୦୦୫: ଶାଦି କର୍‌କେ ଫସ୍ ଗେୟା ୟାର୍
  • ୨୦୦୫: ସ୍ୟାଣ୍ଡଉଇଚ୍
  • ୨୦୦୫: ଡିଭର୍ସ
  • ୨୦୦୬: ଆଇ ଶପଥ୍
  • ୨୦୦୮: ସୁପରଷ୍ଟାର
  • ୨୦୦୮: ମେହବୁବା
  • ୨୦୦୮: କିଡ୍‌ନାପ୍
  • ୨୦୦୯: ଆମ୍‌ରସ୍
  • ୨୦୧୦: ମିତ୍ତଲ୍ ଭର୍ସେସ୍ ମିତ୍ତଲ୍
  • ୨୦୧୧: ମୁମ୍ବାଇ କଟିଙ୍ଗ୍
  • ୨୦୧୩: ୪୯୮ଏ- ଦ ୱେଡିଙ୍ଗ୍ ଗିଫ୍ଟ
  • ୨୦୧୫: ମେଁ ହୁଁ ରଜନୀକାନ୍ତ
  • ୨୦୧୫: କତ୍ୟାର୍ କଲ୍‌ଜାଟ୍ ଘୁଷାଲି

ଦୂରଦର୍ଶନ[ସମ୍ପାଦନା]

  • ୧୯୮୫: ଖଣ୍ଡନ
  • ୧୯୯୪: ଶ୍ରୀମାନ ଶ୍ରୀମତୀ
  • ୧୯୯୪-୨୦୦୦: ତୁ ତୁ ମେଁ ମେଁ
  • ୧୯୯୭: ଦୋ ଔର୍ ଦୋ ପଞ୍ଚ୍
  • ୨୦୦୨-୨୦୦୩: ଧଡ଼କନ୍
  • ୨୦୦୬: କଡ଼୍‌ବି, ଖଟି, ମିଠି
  • ୨୦୦୯: ଦୋ ହନ୍ସୋକା ଯୋଡ଼ା
  • ୨୦୧୩: ତୁଜା ମଜା ଜମେନା
  • ୨୦୧୬-୧୭: ନାମକରଣ

ଆଧାର[ସମ୍ପାଦନା]

  1. Chaturvedi, Vinita. "Birthday celebrations make Reema Lagoo awkward". The Times of India. Retrieved 18 May 2017.
  2. http://www.loksatta.com/mumbai-news/veteran-actress-reema-lagoo-passes-away-1474985/
  3. ୩.୦ ୩.୧ "Reema Lagoo dead after cardiac arrest". The Indian Express. 18 May 2017. Retrieved 18 May 2017.
  4. "ज्येष्ठ अभिनेत्री मंदाकिनी भडभडे यांचे निधन". eSakal.com. 3 May 2011. Archived from the original on 20 December 2011. Retrieved 18 May 2017. ज्येष्ठ अभिनेत्री रिमा लागू यांच्या त्या मातोश्री होत.
  5. "Hello Direction!". Archived from the original on 16 August 2016. Retrieved 18 May 2017.
  6. "Reema Lagoo's Daughter, Mrunmayee Turns Theatre Director". Retrieved 18 May 2017.
  7. Nana to open personal life in Marathi
  8. "'बॉलीवुड की मां' रीमा लागू नहीं रहीं, ओशिवारा में दी जाएगी अंतिम विदाई". News 18 Hindi. 18 May 2017. Retrieved 18 May 2017.
  9. "Veteran actress Reema Lagoo passes away". Odisha Sun Times. 18 May 2017. Retrieved 18 May 2017. {{cite news}}: |first= missing |last= (help)

ଅଧିକ ତ‌ଥ୍ୟ[ସମ୍ପାଦନା]