ରଣବୀର ସିଂ
ରଣବୀର ସିଂ | |
---|---|
ଜନ୍ମ | ରଣବୀର ସିଂ ଭବନାନୀ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ (କଳା) |
ଶିକ୍ଷାନୁଷ୍ଠାନ | ଇଣ୍ଡିଆନା ୟୁନିଭରସିଟି (୨୦୦୭) |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୨୦୧୧ - ଏବେଯାଏଁ |
ପ୍ରସିଦ୍ଧି | ଅଭିନେତା |
ପିତାମାତା | ଜଗଜିତ ସିଂ ଅଞ୍ଜୁ |
ପୁରସ୍କାର | ଫିଲ୍ମ ଫେୟାର ଆୱାର୍ଡ -୨୦୧୧,୨୦୧୪ |
ରଣବୀର ସିଂ ଜଣେ ଭାରତୀୟ ତଥା ହିନ୍ଦୀ ଚଳଚ୍ଚିତ୍ର ଅଭିନେତା । [୧]
ବାଲ୍ୟ ଜୀବନ ଓ ଶିକ୍ଷା
[ସମ୍ପାଦନା]୬ ଜୁଲାଇ ୧୯୮୫ରେ ମୁମ୍ବାଇର ଏକ ସିନ୍ଧି ପରିବାରରେ ରଣବୀର ସିଂଙ୍କ ଜନ୍ମ । ପିତା ହେଉଛନ୍ତି ଜଗଜିତ୍ ସିଂ ଏବଂ ମା ଅଞ୍ଜୁ । ରଣବୀରଙ୍କ ଜେଜେବାପା ସୁନ୍ଦର ସିଂ ଭବନାନୀ ଓ ଜେଜେମା ଚାନ୍ଦ ବୁର୍କେ ଭାରତ ବିଭାଜନ ବେଳେ କରାଚୀରୁ(ବର୍ତ୍ତମାନର ପାକିସ୍ଥାନ) ଆସି ମୁମ୍ବାଇରେ ବସବାସ କଲେ । ରଣବୀରଙ୍କର ବଡ଼ ଭଉଣୀ ରିତିକା ଭବନାନୀ ସିଂ ହେଉଛନ୍ତି ଅଭିନେତ୍ରୀ ସୋନମ୍ କାପୁରଙ୍କ ମାଉସୀ ଝିଅ ଭଉଣୀ । ରଣବୀରଙ୍କ ମତରେ ତାଙ୍କ ନାଆରେ ଆଉ ସାଜ୍ଞା ଭବନାନୀ ବ୍ୟବହାର ନ କରି କେବଳ ରଣବୀର ସିଂ ନାମରେ ପରିଚିତ ହେବାକୁ ସେ ପସନ୍ଦ କରନ୍ତି ।
ପିଲାଟି ଦିନରୁ ତାଙ୍କର ଅଭିନୟ ତଥା ନାଚ ପ୍ରତି ଆକର୍ଷଣ ରହିଥିଲା । ମୁମ୍ବାଇର H.R. College of Commerce and Economicsରେ ଯୋଗ ଦେବାପରେ ସେ ଅନୁଭବ କଲେ କି ଅଭିନେତା ହେବା ଏତେ ସହଜ ନୁହେଁ । ଅଭିନେତା ହେବା ନିଶାରୁ ସେ ଦୁରେଇଯାଇ ଉଚ୍ଚତର ଶିକ୍ଷା ପାଇଁ ସେ ଯୁକ୍ତରାଷ୍ଟ୍ର ଆମେରିକା ଯାଇ ଇଣ୍ଡିଆନା ୟୁନିଭରସିଟିରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କଲେ । ତେବେ ୟୁନିଭର୍ସିଟିରେ ସେ ଅଭିନୟ ଶିକ୍ଷାରେ ରୁଚି ରଖିବା ସହ ଥିଏଟର ପାଠ୍ୟକ୍ରମକୁ ଗୌଣ ବିଷୟ ରୂପେ ବାଛିଥିଲେ । ୨୦୦୭ରେ ମୁମ୍ବାଇ ଫେରି କିଛି ଦିନ ବିଜ୍ଞାପନ ଦୁନିଆରେ କପି ଲେଖକ ଭାବେ ଏବଂ କିଛି ଦିନ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କଲେ । ତେବେ ଅଭିନୟ ପ୍ରତି ତାଙ୍କର ନିଶା ତାଙ୍କୁ ଅଭିନୟ ଜଗତକୁ ଟାଣିବାରେ ଲାଗିଲା । ସେ ଗୋଟାଏ ପରେ ଗୋଟାଏ ଅଡିସନ ଦେଲେ ସିନା ପ୍ରାରମ୍ଭିକ ଅବସ୍ଥାରେ କୌଣସିଠାରେ ସଫଳ ହେଲେ ନାହିଁ ।
ଅଭିନୟ ଜୀବନ
[ସମ୍ପାଦନା]ଜାନୁଆରୀ ୨୦୧୦ରେ ୟଶରାଜ ଫିଲ୍ମସର ପାତ୍ର ମନୋନୟନ ବିଭାଗର ମୁଖ୍ୟ ଶାନୁ ଶର୍ମାଙ୍କଠାରୁ ରଣବୀରଙ୍କୁ ହିନ୍ଦୀ ଚଳଚ୍ଚିତ୍ର Band Baaja Baaraatର ଏକ ପ୍ରମୁଖ ଭୂମିକା ପାଇଁ ଏକ ଅଡିସନ ଦେବାକୁ ଡାକରା ଆସିଲା ।[୨] କମ୍ପାନୀର ଉପାଧ୍ୟକ୍ଷ ଆଦିତ୍ୟ ଚୋପ୍ରା ଅଡିସନର ଟେପ ଦେଖି ରଣବୀରଙ୍କ ଅଭିନୟରେ ପ୍ରଭାବିତ ହେଲେ ଏବଂ ତାଙ୍କୁ ମୁଖ୍ୟ ପାତ୍ର(ନାୟକ) ବିଟ୍ଟୁ ଶର୍ମା ପାଇଁ ମନସ୍ଥ କଲେ । ତେବେ ଅଧ୍ୟକ୍ଷ ମନୀଶ ଶର୍ମା ରଣବୀରଙ୍କ ଅଭିନୟ ପସନ୍ଦ କରିବା ଆଗରୁ ଆଉ କିଛିଥର ଅଡିସନ ନେଇଥିଲେ । ତେବେ ରଣବୀରଙ୍କ ଅଭିନୟ ଦକ୍ଷତାରେ ପ୍ରୀତ ହୋଇ ଚଳଚ୍ଚିତ୍ରର ବିଟ୍ଟୁ ଶର୍ମା ଭୂମିକା ପାଇଁ ତାଙ୍କୁ ମନୋନୀତ କରିନିଆଗଲା । ତାଙ୍କ ବିପକ୍ଷରେ ଅଭିନେତ୍ରୀ ଅନୁଷ୍କା ଶର୍ମା ନାୟୀକା ଭୂମିକାରେ ମନୋନୀତ ହୋଇଥିଲେ ।
ରଣବୀର ଏହି ଭୂମିକା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ଏହି ଉପଲକ୍ଷ୍ୟେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପିଲାଙ୍କ ସହ ମିଶି ଚଲଚ୍ଚିତ୍ରର ବିଟ୍ଟୁ ଭୂମିକାର ହାବ ଭାବ ଶିଖିବାକୁ ଲାଗିଲେ । [୩]ଚଳଚ୍ଚିତ୍ରଟି ବ୍ୟାବସାୟିକ ସଫଳତା ହାସଲ କଲା ଏବଂ ରଣବୀର ତାଙ୍କ୍ ଅଭିନୟ ଦକ୍ଷତା ପାଇଁ ଦର୍ଶକଙ୍କ ପ୍ରିୟପାତ୍ର ହେଲେ । ୫୬ତମ Filmfare Awards ସମାରୋହରେ ରଣବୀର ନୂତନ କଳାକାର ଶ୍ରେଣୀରେ Best Male Debut ଅଭିନେତା ଭାବେ ପୁରସ୍କୃତ ହେଲେ ।
ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ ଦକ୍ଷତା ପ୍ରମାଣିତ କରିଥିବା ଏହି ଅଭିନେତା ଏହା ପରେ ପରେ Ladies vs Ricky Bahl ନାମକ ର୍omantic comedy ଚଲଚ୍ଚିତ୍ରରେ ଅଭ୍ନୟର ସୁଯୋଗ ପାଇଲେ । ଚଳଚ୍ଚିତ୍ରରେ ଅନ୍ୟ ସହ କଲାକାରମାନେ ହେଲେ ଅନୁଷ୍କା ଶର୍ମା, ପରିଣୀତି ଚୋପ୍ରା, ଦୀପନୀତା ଶର୍ମା ଏବଂ ଅଦିତି ଶର୍ମା । ଚଳଚ୍ଚିତ୍ରଟି ବ୍ୟାବସାୟିକ ସଫଲତା ଲାଭ କରିଥିଲା ।
ଚଳଚ୍ଚିତ୍ର
[ସମ୍ପାଦନା]ବର୍ଷ | ନାମ | ଭୂମିକା | ଟୀକା |
---|---|---|---|
୨୦୧୦ | ବେଣ୍ଡ ବାଜା ବାରାତ | ବିଟ୍ଟୁ ଶର୍ମା | |
୨୦୧୧ | Ladies vs Ricky behl | Ricky Behl | |
୨୦୧୩ | ଲୁଟେରା | ବରୁଣ ଶ୍ରୀବାସ୍ତବ | |
୨୦୧୩ | ଗୋଲୀଓ କି ରାସ ଲୀଳା ରାମ ଲୀଳା | ରାମ ରାଜାରୀ | |
୨୦୧୪ | ଗୁଣ୍ଡେ | ବିକ୍ରମ ବୋଷ | |
୨୦୧୪ | କିଲ୍ ଦିକ୍ | ଦେବ | |
୨୦୧୪ | ଫାଇଣ୍ଡିଙ୍ଗ ଫେନ୍ନି | ଗାବ | |
୨୦୧୫ | ହେ ବ୍ରୋ | ସେ ନିଜେ | |
୨୦୧୫ | ଦିଲ୍ ଢଡକନେ ଦୋ | କବିର ମେହେରା | |
୨୦୧୫ | ବାଜୀରାଓ ମସ୍ତାନୀ | ପେଶୱା ବାଜୀରାଓ | |
୨୦୧୬ | ବେଫିକ୍ରେ | ଧରମ ଗୁଲାଟୀ | |
୨୦୧୮ | ପଦ୍ମାବତ | ଆଲ୍ଲାଉଦ୍ଦିନ ଖିଲିଜି |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ୨୦୧୧ - ଫିଲ୍ମ ଫେୟାର ସ୍ପେସିଆଲ ଆୱାର୍ଡ
- ୨୦୧୪ - ଫିଲ୍ମ ଫେୟାର ସ୍ପେସିଆଲ ଆୱାର୍ଡ
- ୨୦୧୫- ଷ୍ଟାର ଡଷ୍ଟ ଆୱାର୍ଡ
ଇତ୍ୟାଦି
ଆଧାର
[ସମ୍ପାଦନା]- ↑ "Bollywood's highest paid actor". Archived from the original on 2 December 2017. Retrieved 15 May 2018.
- ↑ "A Star is born". Archived from the original on 13 July 2020. Retrieved 15 May 2018.
- ↑ "Interview". Archived from the original on 12 December 2010. Retrieved 15 May 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରଣବୀର ସିଂ