ରକୁଲ ପ୍ରୀତ ସିଂହ
ରକୁଲ ପ୍ରୀତ ସିଂହ | |
---|---|
ଜନ୍ମ | [୧][୨] | ୧୦ ଅକ୍ଟୋବର ୧୯୯୦
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ |
ସକ୍ରିୟ ବର୍ଷ | ୨୦୦୯–ଏବେଯାଏଁ |
ଉଚ୍ଚତା | ୧.୭୪ m (୫ ft 8 1⁄2 in)[୩] |
ରକୁଲ ପ୍ରୀତ ସିଂହ (ଜନ୍ମ: ୧୦ ଅକ୍ଟୋବର ୧୯୯୦) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ରକୁଲ ପ୍ରାୟତଃ ତେଲୁଗୁ କଥାଚିତ୍ରରେ ଅଧିକାଂଶ ଚଳଚ୍ଚିତ୍ରରେ କାମ କରନ୍ତି । [୫] ଏହି ସହିତ ସେ କିଛି ତାମିଲ, ହିନ୍ଦୀ ଏବଂ କନ୍ନଡ଼ କଥାଚିତ୍ରରେ ଅଭିନୟ କରିଛନ୍ତି ।
ରକୁଲ କଲେଜରେ ପଢ଼ୁଥିବା ସମୟରେ ମଡେଲିଂ ଆରମ୍ଭ କରିଥିଲେ ଏବଂ ସେହି ସମୟରେ ସେ ୨୦୦୯ ମସିହାରେ ଏକ କନ୍ନଡ଼ ଚଳଚ୍ଚିତ୍ର ଗିଲ୍ଲିରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ୨୦୧୧ ମସିହାରେ ସେ ମିସ୍ ଇଣ୍ଡିଆ ଫେମିନାରେ ଅଂଶଗ୍ରହଣ କରିଥିଲେ ଏବଂ ୫ମ ସ୍ଥାନରେ ରହିଥିଲେ । [୬] ସେହି ବର୍ଷ ସେ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ଏବଂ ପରବର୍ଷ ସେ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୪ରେ ସେ ହିନ୍ଦୀ କଥାଚିତ୍ର ଜଗତରେ ୟାରିୟାନ୍ ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ରକୁଲ ପ୍ରୀତ ୧୯୯୦ ମସିହା ଅକ୍ଟୋବର ୧୦ରେ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀରେ ଜନ୍ମଗ୍ରହଣ ଜଣେ ପଞ୍ଜାବୀ ଝିଅ ।[୭] ରକୁଲ ତାଙ୍କର ବିଦ୍ୟାଳୟ ଶିକ୍ଷା ଆର୍ମି ପବ୍ଲିକ ସ୍କୁଲ, ଧୌଳ କୁଆନରୁ ଶେଷ କରିବା ପରେ ଜୀଉସ୍ ଏଣ୍ଡ ମେରି କଲେଜ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଗଣିତଶାସ୍ତ୍ର ବିଭାଗରେ ଅଧ୍ୟୟନ କରିଥିଲେ ।[୮][୯] ସେ ଜଣେ ସକ୍ରିୟ ଗଲ୍ଫ ଖେଳାଳୀ ଏବଂ ଜାତୀୟ ସ୍ତରର ଖେଳାଳୀ ।[୧୦]
କଥାଚିତ୍ର ଜୀବନ
[ସମ୍ପାଦନା]ରକୁଲ ସର୍ବଦା ଜଣେ ଅଭିନେତ୍ରୀ ହେବାକୁ ଇଚ୍ଛା ରଖିଥିବା ରକୁଲ, ୧୮ ବର୍ଷ ବୟସରେ କଲେଜ ପଢ଼ୁଥିବା ବେଳେ ମଡେଲିଂ ଆରମ୍ଭ କରିଥିଲେ ।[୧୧] ୨୦୦୯ରେ ରକୁଲ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ରକୁଲ ୨୦୧୧ରେ ଫେମିନା ମିସ୍ ଇଣ୍ଡିଆରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେ ୫ମ ସ୍ଥାନରେ ରହିଥିଲେ ।
ସେହି ବର୍ଷ ୨୦୧୧ରେ ରକୁଲ କେରତମ୍ ଚଳଚ୍ଚିତ୍ର ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ[୧୨] ଏବଂ ପର ବର୍ଷ ଅର୍ଥାତ ୨୦୧୨ରେ ରକୁଲ ଥଡ୍ଡାଇୟାରା ଥାକ୍କା କଥାଚିତ୍ର ଜରିଆରେ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୩]
ଏହାପରେ ପରେ ସେ ଭଙ୍କଟାଦ୍ରୀ ଏକ୍ସପ୍ରେସ୍ ଭଳି ସଫଳ ତେଲୁଗୁ କଥାଚିତ୍ରରେ ଅଭିନୟ କରିଥିଲେ[୧୪][୧୫] ଏବଂ ୬୧ତମ ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ ହୋଇଥିଲେ ।[୧୬] ପରେ ପରେ ୨୦୧୪ରେ ସେ ୟାରିୟାନ୍ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୭] ଏହା ପରେ କିକ୍-୨[୧୮], ନାନାକୋ ପ୍ରେମାତୋ[୧୯], ଲୋକ୍ୟମ୍, ବୃସ୍ଲି[୨୦] ଭଳି ଅନେକ ସଫଳ କଥାଚିତ୍ରରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଶୀର୍ଷକ | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୨୦୦୯ | ଗିଲ୍ଲି | ଅନୀତା | କନ୍ନଡ଼ | କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୧୧ | କେରତମ୍ | ସଙ୍ଗୀତା | ତେଲୁଗୁ | ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୧୨ | ଥଡ୍ଡାଇୟାରା ଥାକ୍କା | ଗାୟତ୍ରୀ ରାମକ୍ରିଷ୍ଣନ୍ | ତାମିଲ | ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୧୩ | ପୁଥଗମ୍ | ଦିବ୍ୟା | ତାମିଲ | |
ଭେଙ୍କଟାଦ୍ରୀ ଏକ୍ସପ୍ରେସ୍ | ପ୍ରାର୍ଥନା | ତେଲୁଗୁ | ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର ପୁରସ୍କାର, ତେଲୁଗୁ ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ମନୋନୀତ | |
୨୦୧୪ | ୟାରିୟାନ୍ | ସଲୋନୀ | ହିନ୍ଦୀ | ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
ୟେନ୍ନାମୋ ୟେଧୋ | ନିତ୍ୟା | ତାମିଲ | ||
ରଫ୍ | ନନ୍ଦୁ | ତେଲୁଗୁ | ||
ଲୋକ୍ୟମ୍ | ଚନ୍ଦ୍ରକଳା | ତେଲୁଗୁ | ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର ପୁରସ୍କାର, ତେଲୁଗୁ ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ମନୋନୀତ | |
କରେଣ୍ଟ ଥୀଗା | କବିତା | ତେଲୁଗୁ | ||
୨୦୧୫ | ପାଣ୍ଡଗା ଚେସ୍କୋ | ଦିବ୍ୟା | ତେଲୁଗୁ | |
କିକ୍-୨ | ଚିତ୍ରା | ତେଲୁଗୁ | ||
ବୁସ୍ଲି | ରିୟା | ତେଲୁଗୁ | ||
୨୦୧୬ | ନାନାକୋ ପ୍ରେମାତୋ | ଦିବ୍ୟଙ୍କା | ତେଲୁଗୁ | |
ସରିନୋଡ଼ୁ | ମହାଲକ୍ଷ୍ମୀ | ତେଲୁଗୁ | ||
ଧ୍ରୁବ | ଇସିକା | ତେଲୁଗୁ | ||
୨୦୧୭ | ୱିନର୍ | ସୀତାରା | ତେଲୁଗୁ | |
ସ୍ପାଇଡର୍ | TBA | Telugu Tamil |
Filming[୨୧] | |
ଥ୍ରୀରାନ୍ ଅତିକରମ୍ ଓଣ୍ଡ୍ରୁ | TBA | ତାମିଲ | Filming |
ଆଧାର
[ସମ୍ପାଦନା]- ↑ "Rakul Preet turns 24". Rediff. 10 October 2014. Retrieved 10 June 2017.
- ↑ "Rakul Preet turns 25, T-Town celebs party in Hyderabad". The Times of India. TNN. 12 October 2015. Retrieved 10 June 2017.
- ↑ "Rakul Preet Singh – Femina Miss India 2011 Contestants". Indiatimes.com. Archived from the original on 1 December 2013.
- ↑ "Rakul spends Rs 3 crore to buy a house". Thehansindia.com (5 March 2016). Retrieved on 10 June 2017.
- ↑ Dundoo, Sangeetha Devi (25 January 2016). "Rakul Preet Singh interview: In the big league and loving it". The Hindu. Retrieved 10 June 2017.
- ↑ Nimisha Tiwari & Deepali Dhingra. "Miss India 2011: The big night". Times of India. Retrieved 10 June 2017.
- ↑ Nijher, Jaspreet (7 February 2013). "The kudis of Punjab flock South". The Times of India. Retrieved 10 June 2017.
- ↑ The kudis of Punjab flock South – The Times of India. Timesofindia.indiatimes.com (7 February 2013). Retrieved on 10 June 2017.
- ↑ "India voted for me: Rakul Preet Singh". The Times of India. 18 April 2011. Archived from the original on 6 January 2014. Retrieved 10 June 2017.
- ↑ Logesh Balachandran (5 November 2013). "Rakul Preet Singh's success story". Deccan Chronicle. Archived from the original on 27 December 2013. Retrieved 10 June 2017.
- ↑ Sangeetha Devi Dundoo (23 September 2014). "Swamped with work". The Hindu.
- ↑ "Keratam Movie Review". Supergoodmovies.com. 29 August 2011. Retrieved 10 June 2017.
- ↑ "Rakul's tryst with K'wood". The Times of India. 24 June 2011. Archived from the original on 2 February 2014. Retrieved 10 June 2017.
- ↑ ‘Venkatadri Express’ continues good run. 123telugu.com. Retrieved on 10 June 2017.
- ↑ 'Venkatadri Express' hit, Chota K. Naidu calls it team effort – IBNLive Archived 2013-12-18 at the Wayback Machine.. Ibnlive.in.com (2 December 2013). Retrieved on 10 June 2017.
- ↑ 61st Filmfare Awards (South) Nominations: 'Attarintiki Daredi' Leads; Complete List of Nominees. Ibtimes.co.in (2 July 2014). Retrieved on 10 June 2017.
- ↑ "South Indian cinema is the place to be: Rakul Preet". The Times of India. 18 June 2013. Archived from the original on 23 June 2013. Retrieved 10 June 2017.
- ↑ "Surender Reddy confirms the heroine in Kick 2". IndiaGlitz (11 September 2014). Retrieved 10 June 2017.
- ↑ "NTR to romance Rakul Preet". The Times of India (5 January 2015). Retrieved 10 June 2017.
- ↑ "Rakul with Ram Charan". The Times of India (18 February 205). Retrieved 10 June 2017.
- ↑ "Romantic scenes of Mahesh-Rakul being shot". Deccanchronicle.com (23 August 2016). Retrieved on 10 June 2017.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରକୁଲ ପ୍ରୀତ ସିଂହ