ଯୋଗୀ ଆଦିତ୍ୟନାଥ

ଉଇକିପିଡ଼ିଆ‌ରୁ
ଯୋଗୀ ଆଦିତ୍ୟନାଥ
ଉତ୍ତର ପ୍ରଦେଶର ୨୧ଶ ମୁଖ୍ୟମନ୍ତ୍ରୀ
Assumed office
୧୯ ମାର୍ଚ୍ଚ ୨୦୦୧୭
ରାଜ୍ୟପାଳରାମ ନାଏକ
Deputyକେଶବ ପ୍ରସାଦ ମୌର୍ଯ୍ୟ
ଦିନେଶ ଶର୍ମା
ପୂର୍ବ ଅଧିକାରୀଅଖିଳେଶ ଯାଦବ
ଗୋରଖପୁରରୁ ଲୋକ ସଭାରେ ସାଂସଦ
Assumed office
୧୯୯୮
ପୂର୍ବ ଅଧିକାରୀମହନ୍ତ ଅବୈଦ୍ୟନାଥ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1972-06-05) ୫ ଜୁନ ୧୯୭୨ (ବୟସ ୫୧)
ପଞ୍ଚୁର, ପୌରି ଗଡ଼ବାଲ, ଉତ୍ତରାଖଣ୍ଡ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ୱେବସାଇଟyogiadityanath.in
26 May, 2014 ସୁଦ୍ଧା
ଆଧାର: [୧]

ମହନ୍ତ ଯୋଗୀ ଆଦିତ୍ୟନାଥ (ବାଲ୍ୟନାମ: ଅଜୟ ସିଂହ ବିଷ୍ଟ ଜନ୍ମ: ୫ ଜୁନ ୧୯୭୨) ଜଣେ ଭାରତୀୟ ବାବା ଓ ହିନ୍ଦୁ ରାଷ୍ଟ୍ରବାଦୀ ରାଜନେତା । ମାର୍ଚ୍ଚ ୨୦୧୭ରେ ଉତ୍ତର ପ୍ରଦେଶର ଏକବିଂଶତମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।[୧] ଉତ୍ତର ପ୍ରଦେଶର ଗୋରଖପୁର ନିର୍ବାଚନ ମଣ୍ଡଳୀରୁ ଲଗାତାର ୫ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୮ ମସିହାରୁ ଭାରତୀୟ ଜନତା ପାର୍ଟି ତରଫରୁ ଲୋକ ସଭାକୁ ସାଂସଦ ନିର୍ବାଚିତ ହୋଇଆସୁଛନ୍ତି । ଆଦିତ୍ୟନାଥ ଗୋରଖପୁରଠାରେ ଥିବା ଏକ ହିନ୍ଦୁ ଧାର୍ମିକ ସ୍ଥଳ ଗୋରଖନାଥ ମଠର ମହନ୍ତ । ସେ ସେଠାରେ ତାଙ୍କ ଧାର୍ମିକ ପିତା ମହନ୍ତ ଅବୈଦ୍ୟନାଥଙ୍କ ଅନ୍ତେ ସେପ୍ଟେମ୍ବର ୨୦୧୪ରୁ ସେ ମହନ୍ତ ଅବସ୍ଥାପିତ ହୋଇଛନ୍ତି । ସେ ସାମ୍ପ୍ରଦାୟିକ ହିଂସାରେ ନିୟୋଜିତ ଯୁବ ଦଳ ହିନ୍ଦୁ ଯୁବ ବାହିନୀର ପ୍ରତିଷ୍ଠାତା ।[୨][୩] ସେ ଜଣେ ଦକ୍ଷିଣପନ୍ଥୀ ହିନ୍ଦୁତ୍ୱ ଅଗ୍ନୀବର୍ଷୀ-କର୍ମୀ ।[୪][୫][୬][୭]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ସେ ଉତ୍ତରାଖଣ୍ଡର ପୌଡ଼ି ଗଡ଼ବାଲ ଅନ୍ତର୍ଗତ ପଞ୍ଚୁର ଗାଁର ଏକ ଗଡ଼ବାଲି ରାଜପୁତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।[୮][୯] ସେ ଉତ୍ତରାଖଣ୍ଡର ଏଚ ଏନ ବି ଗଡ଼ବାଲ ବିଶ୍ୱବିଦ୍ୟାଳୟ, ଶ୍ରୀନଗର (ଗଡ଼ବାଲ)ରୁ ଗଣିତରେ ସ୍ନାତକ ଉତୀର୍ଣ୍ଣ ହୋଇଥିଲେ ।[୧୦]

ରାଜନୈତିକ ଜୀବନ[ସମ୍ପାଦନା]

ଦ୍ୱାଦଶ ଲୋକ ସଭାରେ ୨୬ ବର୍ଷୀୟ ଆଦିତ୍ୟ ସର୍ବ କନିଷ୍ଠ ସାଂସଦ ଥିଲେ । ସେ ଗୋରଖପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୯୯୮, ୧୯୯୯, ୨୦୦୪, ୨୦୦୯ ଏବଂ ୨୦୧୪ ମସିହାର ନିର୍ବାଚନରେ ବିଜୟୀ ହୋଇ ଲୋକ ସଭା ସାଂସଦ ହୋଇଥିଲେ ।[୧୧][୧୧][୧୨]

ମତ[ସମ୍ପାଦନା]

୩ ଜାନୁଆରୀ ୨୦୧୬ରେ ଅଭିଯୁକ୍ତ ପାକିସ୍ତାନୀ ଆତଙ୍କବାଦୀଙ୍କଦ୍ୱାରା ହୋଇଥିବା ପଠାନକୋଟର ଭାରତୀୟ ବାୟୁସେନା ଉପରେ ହୋଇଥିବା ଆକ୍ରମଣ ପରେ, ଆଦିତ୍ୟନାଥ ପାକିସ୍ତାନକୁ ଶଇତାନ ସହ ତୁଳନା କରିଥିଲେ ।[୧୩]

ଆଦିତ୍ୟନାଥ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୭ଟି ମୁସଲିମ-ଅଧିକ ଦେଶର ନାଗରିକମାନଙ୍କୁ ଆମେରିକାରେ ପଶିବାକୁ ବାରଣ ସିଦ୍ଧାନ୍ତକୁ ପ୍ରଶଂସା କରିଥିଲେ ଓ ଆତଙ୍କବାଦକୁ ରୋକିବା ପାଇଁ ଭାରତକୁ ମଧ୍ୟ ସମାନ ଧରଣର ନୀତି ଆପଣାଇବା ପାଇଁ ଆହ୍ୱାନ ଦେଇଥିଲେ ।[୧୪]

ଗୋରଖନାଥ ମନ୍ଦିର ମହନ୍ତ[ସମ୍ପାଦନା]

୧୨ ସେପ୍ଟେମ୍ବର ୨୦୧୪ରୁ ମହନ୍ତ ଅବୈଦନାଥଙ୍କ ମୃତ୍ୟୁ ପରେ ଗୁରୁ ଗୋରଖନାଥ ମନ୍ଦିରରେ ମହନ୍ତ ହୋଇଥିଲେ । ୧୪ ସେପ୍ଟେମ୍ବର ୨୦୧୪ରେ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରର ପିଠାଧିଶ୍ୱର ହେବା ପରେ ରୀତି ଅନୁସାରେ ନାଥ ଉପାଧିରେ ଭୂଷିତ ହୋଇଥିଲେ ।[ଆଧାର ଲୋଡ଼ା]

ଆଧାର[ସମ୍ପାଦନା]

  1. "Yogi Adityanath is new Uttar Pradesh CM, will have two deputies". The Indian Express. Retrieved 2017-03-18.
  2. Jha, Prashant (2014-01-01). Battles of the New Republic: A Contemporary History of Nepal (in ଇଂରାଜୀ). Oxford University Press. p. 110. ISBN 9781849044592.
  3. Violette Graff and Juliette Galonnier (2013-08-20). "Hindu-Muslim Communal Riots in India II (1986-2011)". Online Encyclopedia of Mass Violence; Sciences Po. pp. 30, 31. Retrieved 2017-04-20.
  4. Ellen Barry (18 March 2017), "Firebrand Hindu Cleric Yogi Adityanath Picked as Uttar Pradesh Minister", The New York Times
  5. "Yogi Adityanath, Hindutva Firebrand, Is The New CM Of UP". Huffington Post India. Retrieved 2017-07-06.
  6. "India's prime minister just selected an anti-Muslim firebrand to lead its largest state". Vox. Retrieved 2017-04-12.
  7. "Wag the dog: On Yogi Adityanath as UP CM". The Hindu (in ଇଂରାଜୀ). Retrieved 2017-07-06.
  8. "Saffron power in Gorakhpur". Thehindu.com. Retrieved 2017-03-18.
  9. "Smart father's 'simple' son battles a Yogi". Telegraphindia.com. Retrieved 2017-03-18.
  10. "Yogi Adityanath". NewsPatrolling. Retrieved 2017-03-18.
  11. ୧୧.୦ ୧୧.୧ "How a Pauri youth turned into Yogi". The Times of India. 4 September 2014. Retrieved 5 September 2014.
  12. "Detailed Profile: Shri Yogi Adityanath". india.gov.in. Retrieved 5 September 2014.
  13. "This BJP MP thinks Pakistan is worse than Satan". Tribune.com. 3 January 2016. Retrieved 18 March 2017.
  14. "BJP's Yogi Adityanath Praises Trump Ban, Compares Western UP To Kashmir". NDTV. 31 January 2017.

ଅଧିକ ତଥ୍ୟ[ସମ୍ପାଦନା]