ପୁଷ୍ଟିସାର

ଉଇକିପିଡ଼ିଆ ରୁ

ଏହି ବିଷୟଟି ପୁଷ୍ଟିସାର (ପୋଷକ) ସମ୍ବନ୍ଧରେ ଲେଖା ହୋଇଛି । ମଲିକ୍ୟୁଲ ସମ୍ପର୍କରେ ଦେଖିବାକୁ ଇଚ୍ଛା କଲେ en: Proteins ଦେଖନ୍ତୁ ।

Amino acids are the building blocks of protein.
Amino acids are necessary nutrients. Present in every cell, they are also precursors to nucleic acids, co-enzymes, hormones, immune response, repair and other molecules essential for life.

ପୁଷ୍ଟିସାର (ବିଭିନ୍ନ ପ୍ରକାରର) ମାନବ ନିମନ୍ତେ ଅତ୍ୟାବଶ୍ୟକ ପୋଷକ ରୁପେ ପରିଚିତ । ସେ ସମସ୍ତଙ୍କୁ ବ୍ୟବହାର କରି ଶରୀର ଗଠନ କରାଯାଇଛି । ଶ୍ଵେତସାର ଭଳି ଏହା ୪ କି.କ୍ୟାଲ/ଗ୍ରାମ ଶକ୍ତି ମଧ୍ୟ ପ୍ରଦାନ କରେ, କିନ୍ତୁ ସ୍ନେହସାର ୯ କି.କ୍ୟାଲ/ଗ୍ରାମ ଶକ୍ତି ଦିଏ ।
ପୁଷ୍ଟିସାର ବା ପ୍ରୋଟିନ ଅନେକ ଗୁଡ଼ିଏ ପଲିମର ଚେନ‌ଦ୍ୱାରା ଗଠିତ ଯାହା ପେପ୍ଟାଇଡ ବଣ୍ଡ ଦ୍ୱାରା ସଂଯୁକ୍ତ ହୋଇଥାଏ । ମାନବ ହଜମ କ୍ରିୟା ସମୟରେ ଏହି ପୁଷ୍ଟିସାର, ହାଇଡ୍ରୋକ୍ଲୋରିକ ଏସିଡପ୍ରୋଟିଏଜ୍ ଏନ୍‌ଜାଇମ୍ ଦ୍ଵାରା ବିଭାଜିତ ହୋଇ ଛୋଟ ଛୋଟ ପଲିପେପ୍ଟାଇଡ ଚେନରେ ପରିଣତ ହୁଏ । ଏହା ଶରୀରରେ ଅତ୍ୟାବଶ୍ୟକ ଆମିନୋଏସିଡରେ ପରିଣତ ହୁଏ ଯାହା ଶରୀର ତିଆରି କରି ପାରେ ନାହିଁ [୧]
ଆମିନୋଏସିଡ ଗୁଡ଼ିକ ୩ ଭାଗରେ ବିଭକ୍ତ କରାଯାଏ: ଅତ୍ୟାବଶ୍ୟକ ଆମିନୋଏସିଡ, ଅଣଅତ୍ୟାବଶ୍ୟକ ଆମିନୋଏସିଡ ଓ କଣ୍ଡିସନାଲ ଆମିନୋଏସିଡ । ଅତ୍ୟାବଶ୍ୟକ ଆମିନୋଏସିଡ ଖାଦ୍ୟରେ ବାହାରୁ ନ ଆସିଲେ ଶରୀର ତିଆରି କରି ପାରେ ନାହିଁ । ଅଣଅତ୍ୟାବଶ୍ୟକ ଆମିନୋଏସିଡ ଶରୀରରେ ଆମିନୋଏସିଡରୁ ତିଆରି ହୁଏ ବା ପ୍ରୋଟିନ ବିଭାଜନରୁ ତିଆରି ହୁଏ । ରୋଗ ବା ଚାପ ସମୟ ବ୍ୟତୀତ ଅନ୍ୟ ସମୟରେ କଣ୍ଡିସନାଲ ଅମିନୋଏସିଡ ଆବଶ୍ୟକ ହୁଏ ନାହିଁ ।
ଅତ୍ୟାବଶ୍ୟକ ଆମିନୋଏସିଡ ‌- ଲିଉସିନ, ଆଇସୋଲିଉସିନ, ଭାଲିନ, ଲାଇସିନ, ଥ୍ରିଓନିନ (Threonine),ଟ୍ରିପ୍ଟୋଫେନ୍, ମେଥିଓନିନ୍, ଫିନାଇଲଆଲାନିନ୍ହିସ୍ଟିଡିନ୍ । ଅଣଅତ୍ୟାବଶ୍ୟକ ଆମିନୋଏସିଡ - ଆଲାନିନ୍, ଆସ୍ପାରାଜିନ୍, ଆସ୍ପାର୍ଟିକ୍ ଏସିଡ୍ଗ୍ଲୁଟାମିକ୍ ଏସିଡ୍ । କଣ୍ଡିସନାଲ ଅମିନୋଏସିଡ - ଆର୍ଜିନିନ୍, ସିସ୍ଟିନ୍, ଗ୍ଲୁଟାମିନ୍, ଗ୍ଲାଇସିନ୍, ପ୍ରୋଲିନ୍, ସେରିନ୍ଟାଇରୋସିନ୍[୨]
ଆମିନୋଏସିଡ୍ ପ୍ରଣୀଜ ଖାଦ୍ୟ ଯଥା ମାଂସ, ଦୁଧ, ମାଛ ଓ ଅଣ୍ଡାରୁ ମିଳେ । ଉଦ୍ଭିଦରୁ ଯଥା ଶସ୍ୟ, ଡାଲି ଜାତୀୟ ଖାଦ୍ୟ, ସୋୟା, ଛୁଇଁ ଜାତିୟ ଖାଦ୍ୟ, ଫଳ, ମଞ୍ଜି ଓ ନଟ୍‌ରୁ ମିଳେ। ନିରାମିଷାଶୀ ଲୋକ ବିଭିନ୍ନ ପ୍ରକାର ଉଦ୍ଭିଦଜ ଖାଦ୍ୟରୁ ଯଥେଷ୍ଟ ଅତ୍ୟାବଶ୍ୟକ ଆମିନୋଏସିଡ ପାଇ ପାରିବେ[୨]

ଶରୀରରେ ପୁଷ୍ଟିସାରର କାର୍ଯ୍ୟ[ସମ୍ପାଦନା]

ଶରୀରର ବୃଦ୍ଧି ଓ ରକ୍ଷଣାବେକ୍ଷଣ ନିମନ୍ତେ ପୁଷ୍ଟିସାର ଏକ ପୋଷକ ରୁପେ କାର୍ଯ୍ୟ କରେ[୩] । ଜଳ ଛାଡ଼ିଦେଲେ ଶରୀରର ଗଠନରେ ସର୍ବାଧିକ ମଲିକ୍ୟୁଲ ଅଂଶ (Molecule) ପୁଷ୍ଟିସାରର ଥାଏ । ଏହା ମାଂସପେଶୀରେ ବହୁଳ ପରିମାଣରେ ଥାଏ, ପ୍ରତ୍ୟେକ ଜୀବକୋଷରେ ଥାଏ ଓ ପ୍ରତ୍ୟେକ କୋଷର ଏହା ପ୍ରମୂଖ ଅଂଶ ଭାବେ ଭାଗ ନିଏ[୩]। ଶରୀରର ପ୍ରତ୍ୟେକ ଅଂଶ ସହ ବାଳଚର୍ମର ଏକ ଅଂଶ ରୁପେ ଥାଏ । ପ୍ରତ୍ୟେକ ଆସ୍ତରଣରେ ଏହା ଗ୍ଲାକୋପ୍ରୋଟିନ ରୁପରେ ଥାଏ । ପ୍ରୋଟିନ ବା ପୁଷ୍ଟିସାର ରାସାୟନିକ ପ୍ରକ୍ରିୟାରେ ଭାଙ୍ଗିଗଲେ ଆମିନୋଏସିଡରେ ପରିଣତ ହୋଇ ବିଭିନ୍ନ ରୁପରେ କାମ କରେ ଯଥା: ନ୍ୟୁକ୍ଲିକଏସିଡ୍, ହରମୋନର କୋଏନ୍‌ଜାଇମ ଇତ୍ୟାଦି ଯାହା ଶରୀର ନିମନ୍ତେ ଅତ୍ୟାବଶ୍ୟକ ଅଧିକନ୍ତୁ ଏହା ରକ୍ତ କୋଷ ତିଆରିରେ ଲାଗେ[୩]

ବ୍ୟାୟାମ ସମୟରେ ପୁଷ୍ଟିସାରର କାର୍ଯ୍ୟ[ସମ୍ପାଦନା]

ପୁଷ୍ଟିସାର ଖେଳାଳୀମାନଙ୍କର କ୍ରୀଡ଼ା ସାମର୍ଥ୍ୟ ବଢ଼ାଏ[୪] । ପୁଷ୍ଟିସାର ଗଠନର ଏକକ ହେଉଛି ଆମିନୋଏସିଡ । ଏହା ମାଂସପେଶୀ ତିଆରିରେ ଲାଗେ ଓ ଏହାର କ୍ଷୟ ପୂରଣ କରେ[୪] । ଏହା ଦାହିକା ଶକ୍ତି ପ୍ରଦାନ ମଧ୍ୟ କରେ କିନ୍ତୁ ଶ୍ବେତସାର ଓ ଚର୍ବି ଅଭାବ ସମୟରେ[୪]

କେଉଁଠୁ ମିଳେ[ସମ୍ପାଦନା]

ବିଭିନ୍ନ ଖାଦ୍ୟରେ ଭିନ୍ନ ଭିନ୍ନ ପ୍ରକାରର ପ୍ରୋଟିନ ଥାଏ । ସ୍ଥାନ ବିଶେଷରେ ଏହାର ଉପଲବ୍ଧି, ମୂଲ୍ୟ, ଆମିନୋଏସିଡର ପ୍ରକାର ଓ ସ୍ବାଦ ଅନୁସାରେ ଏହାକୁ ଲୋକ ବ୍ୟବହାର କରନ୍ତି । କେତେକ ଖାଦ୍ୟରେ ଅଧିକ ଆମିନୋଏସିଡ ଥାଏ, କିନ୍ତୁ ଏହାକୁ ହଜମ କରିବା ସହଜ ନୁହେଁ ଓ କେତେକ ପୋଷକ ନିରୋଧୀ ଗୁଣ ମଧ୍ୟ ଥିବା ଯୋଗୁ ବ୍ୟବହାର ଉପଯୋଗୀ ହୁଏ ନାହିଁ । ସୁତରାଂ ପ୍ରୋଟିନ ବାଛିବା ବେଳେ ଏହାର ଦାହିକା ଶକ୍ତି, କୋଲେସ୍ଟେରଲ ତଥା ଭିଟାମିନ ପରିମାଣ, ଅତ୍ୟାବଶ୍ୟକିୟ ଆମୋନୋଏସିଡ ପରିମାଣ ଇତ୍ୟାଦି ବିଚାରକୁ ନିଆଯାଏ[୫] । ପୃଥିବୀରେ ଜଣପିଛା ୬୦% ପ୍ରୋଟିନ ଉଦ୍ଭିଦରୁ ମିଳେ। ଉତ୍ତର ଆମେରିକାରେ ୭୦% ପ୍ରୋଟିନ ପଶୁଜାତ ଖାଦ୍ୟରୁ ମିଳେ ।
ପଶୁଜାତ ଖାଦ୍ୟ: ମାଂସ, ଅଣ୍ଡା ଓ ମାଛକୁ ସମ୍ପୁର୍ଣ୍ଣ ପ୍ରୋଟିନ କୁହାଯାଏ । ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ ମଧ୍ୟ ଉତ୍ତମ ପ୍ରୋଟିନ ରୁପେ ଗଣାଯାଏ[୬]

ଆଧାର[ସମ୍ପାଦନା]

  1. Genton, Laurence; Melzer, Katarina; Pichard, Claude (2010). "Energy and macronutrient requirements for physical fitness in exercising subjects". Clinical Nutrition 29 (4): 413–423. doi:10.1016/j.clnu.2010.02.002. PMID 20189694. 
  2. ୨.୦ ୨.୧ "Protein in diet". United States National Library of Medicine, National Institutes of Health. 2009. http://www.nlm.nih.gov/medlineplus/ency/article/002467.htm. 
  3. ୩.୦ ୩.୧ ୩.୨ Hermann, Janice R. "Protein and the Body". Oklahoma Cooperative Extension Service, Division of Agricultural Sciences and Natural Resources • Oklahoma State University: T–3163–1 – T–3163–4. 
  4. ୪.୦ ୪.୧ ୪.୨ Nutrition Working Group of the International Olympic Committee (2003). "Nutrition for Athletes". IOC Consensus Conference on Nutrition for Sport. Lausanne. 
  5. Vernon Young, Peter Pellett (1994). "Plant proteins in relation to human protein and amino acid nutrition". American Journal of Clinical Nutrition 59: 1203S-l2S. 
  6. Steinke, Waggle et al. (1992). New protein foods in human health: nutrition, prevention and therapy. CRC Press. pp. 91–100. ISBN 978-0-8493-6904-9.