ମେଘା ବର୍ମନ

ଉଇକିପିଡ଼ିଆ‌ରୁ


ମେଘା ବର୍ମନ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ହିନ୍ଦୀ, ତେଲୁଗୁ, ତାମିଲ ଏବଂ ବଙ୍ଗଳା ଅଦି ଭାଷାର କଥାଚିତ୍ର ଜଗତରେ ସକ୍ରିୟ ଅଛନ୍ତି । ୨୦୦୩ ମସିହାରେ ସେ ହିନ୍ଦୀ କଥାଚିତ୍ର ପାପ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।

୨୦୧୧ ମସିହାରେ ସେ ସୋହନ ରାୟଙ୍କଦ୍ୱାରା ନିର୍ମିତ କଥାଚିତ୍ର ଡ୍ୟାମ୍‌ରେ ରଜିଆ ଭୂମିକାର ଅଭିନୟ କରିଥିଲେ ।[୧] ଏହି କଥାଚିତ୍ରଟି ତାମିଲନାଡ଼ୁ ଏବଂ କେରଳ ମଧ୍ୟରେ ଉପୁଜିଥିବା ମୁଲ୍ଲାପେୟାର ଡ୍ୟାମ ବିବାଦ ଉପରେ ଆଧାରିତ ହୋଇଥାଇପାରେ ବୋଲି ଅନୁମାନ କରାଯାଇଥିଲା ।[୨] ଡିଏମକେ ପାର୍ଟି ମୁଖ୍ୟ ଏମ. କରୁଣାନିଧି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ଲୋକଙ୍କ ସୁରକ୍ଷା ପାଇଁ ଏହି କଥାଚିତ୍ରଟି ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନୁରୋଧ କରିଥିଲେ ।[୩] ଫଳରେ ନଭେମ୍ବର ୨୫ରେ ଏହାର ନିର୍ଦ୍ଧାରିତ ରିଲିଜ୍ ହେବାର ଗୋଟିଏ ଦିନ ପୂର୍ବରୁ ଏହି କଥାଚିତ୍ର ତାମିଲନାଡ଼ୁ ଏବଂ କେରଳ ମଧ୍ୟରେ ସମ୍ପର୍କକୁ ବ୍ୟାହତ କରିବ ବୋଲି ତାମିଲନାଡ଼ୁ ରାଜ୍ୟ ସରକାର ଏହାର ମୁକ୍ତିଲାଭ ଉପରେ ରୋକ ଲଗାଇଥିଲେ ।[୪]

ସେ ଓରୁ ମୋଦଲ ଓରୁ କାଦଲ କଥାଚିତ୍ରର ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।[୫] ୨୦୧୪ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ବାଲାଡ୍ ଅଫ୍ ରୁଷ୍ତମ୍ ଏକାଡେମୀ ପୁରସ୍କାରରେ ପ୍ରଦର୍ଶିତ ହୋଇଥିଲା ।[୬] ୨୦୨୦ ମସିହାରେ ସେ ହିନ୍ଦୀ କଥାଚିତ୍ର ପଙ୍ଗାରେ ନିଶା ଦାସଙ୍କ ଭୂମିକାରେ ଅଭିନୟ କରିଥିଲେ ।

ଚଳଚ୍ଚିତ୍ର ଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଭାଷା ଟିପ୍ପଣୀ |
୨୦୦୩ ପାପ୍ ଡିସିପିଙ୍କ ଝିଅ ହିନ୍ଦୀ
୨୦୦୮ ଅଙ୍କିତ, ପଲ୍ଲବୀ ଆଣ୍ଡ ଫ୍ରେଣ୍ଡସ୍ ପଲ୍ଲବୀ ତେଲୁଗୁ
୨୦୧୧ ଡ୍ୟାମ୍ ୯୯୯ ରଜିଆ ଇଂରାଜୀ
୨୦୧୨ ବଲ୍ଲାଡ୍ ଅଫ୍ ରୁଷ୍ତମ
୨୦୧୩ ଦ ସୁଇଟ୍ ଲାଇଫ୍ ଅଫ୍ କରନ୍ ଆଣ୍ଡ୍ କବିର ନିଆ ହିନ୍ଦୀ ଦୂରଦର୍ଶନ ଧାରାବାହିକ
ଲଟ୍ଟୁ ବଙ୍ଗଳା [୭]
୨୦୧୪ ଓରୁ ମୋଦଲ ଓରୁ କଦଲ ଅନୁଷ୍କା ତାମିଲ
୨୦୨୦ ପଙ୍ଗା ନିଶା ଦାସ ହିନ୍ଦୀ

ଆଧାର[ସମ୍ପାଦନା]

  1. "Megha Burman speaks about Sohan Roy's DAM 999 (2010) Movie". Washington Bangla Radio. WBRi. Archived from the original on 16 September 2016. Retrieved 5 September 2016.
  2. Sangeetha, P. "Megha Burman: My film means no harm". Times of India. Retrieved 5 September 2016.
  3. "Tamil Nadu government bans Dam 999 film". Hindustan Times. Retrieved 5 September 2016.
  4. "TN govt. bans DAM 999". The Hindu. Chennai, India. 2011-11-24. Retrieved 2011-11-24.
  5. Ashok Kumar, S R. "Audio Beat: Oru Mothal Oru Kadhal - A leaf out of life". The Hindu. Retrieved 5 September 2016.
  6. Scott, Mike. "Oscars 2014: From 'About Time' to 'Zaytoun,' 289 features qualify for Academy Awards". NOLA. The Times-Picayune. Retrieved 5 September 2016.
  7. "Lattoo (2013) - Review, Star Cast, News, Photos". Cinestaan. Archived from the original on 2019-03-28. Retrieved 2019-03-28.

ବାହାର ଲିଙ୍କ୍[ସମ୍ପାଦନା]