ମାଷ୍ଟର ମିତ୍ରସେନ ଥାପା ମଗର

ଉଇକିପିଡ଼ିଆ‌ରୁ
ମାଷ୍ଟର

ମିତ୍ରସେନ
मित्रसेन
Master Mitrasen on a 2001 stamp of India ଭାରତରେ ତିଆରି ମାଷ୍ଟର ମିତ୍ରସେନଙ୍କର ୨୦୦୧ରେ ପ୍ରସ୍ତୁତ ଏକ ସ୍ଟାମ୍ପ
ଜନ୍ମ
Mitrasen Thapa Magar

29 December 1895
ମୃତ୍ୟୁ7 April 1946 (aged 50)

ମାଷ୍ଟର ମିତ୍ରସେନ (ଜନ୍ମ ୨୯ ଡିସେମ୍ବର ୧୮୯୫ – ୭ ଏପ୍ରିଲ ୧୯୪୬) ଜଣେ ନେପାଳୀ ଲୋକ ଗାୟକ, ଗୀତ ଲେଖକ, ନାଟ୍ୟକାର ଓ ସାମାଜିକ କର୍ମୀ ଥିଲେ ।[୧][୨][୩][୪] ସେ ଆର୍ମି ପରିତ୍ୟାଗ କରି ନେପାଳୀ ସଙ୍ଗୀତ ଓ ସାମାଜିକ ଉନ୍ନତି କଳ୍ପେ କାମ କରିବାକୁ ଲାଗିଲେ ।[୫] ନେପାଳ ସମାଜର ବିଭିନ୍ନ ବିଭାଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା ।

ପ୍ରାକ୍ ଜୀବନ[ସମ୍ପାଦନା]

ଜନ୍ମ ସ୍ଥାନ[ସମ୍ପାଦନା]

ମିତ୍ରସେନ ଭାରତର ଧର୍ମଶାଳାର ଭଗସୁ କାଣ୍ଟନମେଣ୍ଟରେ ୨୯ ଡିସେମ୍ବର ୧୮୯୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ମନବିରସେନ ଥାପା ମଗର ଥିଲା ଓ ମାତାଙ୍କ ନାମ ରାଧା ଥାପା ମଗର ଥିଲା । ତାଙ୍କର ଅଜାଙ୍କ ନା ସୁରେନ୍ଦ୍ରସେନ ଥାପା ଥିଲା ଓ ତାଙ୍କର ଦିଗବିଜୟ ସେନ ଥାପା ନାମକ ଏକ ମାତ୍ର ପୁଅ ଥିଲେ । ତାଙ୍କର ପୁର୍ବ ପୁରୁଷଙ୍କ ଘର ନେପାଳର ପର୍ବତ ଜିଲ୍ଲାରେ ଥିବା ରଖୁ ପୁଲ ଗ୍ରାମରେ ଥିଲା ।[୬]

Master Mitrasen on a 1999 poststamp of Nepal.

ଶିକ୍ଷା[ସମ୍ପାଦନା]

ଭଗସୁ କାଣ୍ଟନମେଣ୍ଟରେ କୌଣସି ବିଦ୍ୟାଳୟ ନ ଥିବାରୁ ସେ ପ୍ରଥମେ ତାଙ୍କର ପିତାଙ୍କଠାରୁ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ଆଠ ବର୍ଷ ବୟସରେ ସେ ତାଙ୍କ ଘରଠାରୁ ୫ ମାଇଲ ଦୂରରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଗ୍ରେଡ ଛାତ୍ର ଭାବରେ ନାମ ଲେଖାଇଥିଲେ । ତାଙ୍କ ପିତାଙ୍କଠାରୁ ସେ ଭାନୁଭକ୍ତଦ୍ୱାରା ଅନୁବାଦିତ ରାମାୟଣ ଶିକ୍ଷା କରିଥିଲେ । [୭]

ମିଲିଟାରୀ ସେବା[ସମ୍ପାଦନା]

ମାତ୍ର ୧୬ ବର୍ଷ ବୟସ ହୋଇଥିଲା ବେଳେ ସେ ୧/୧ ଗୁର୍ଖା ରାଇଫଲରେ ଯୋଗଦାନ କରିଥିଲେ । ସେହି ୟୁନିଟରେ ତାଙ୍କ ପୂର୍ବ ପୁରୁଷମାନେ ମଧ୍ୟ ସେବା କରିଥିଲେ । ବିଶ୍ୱ ଯୁଦ୍ଧ ୧ ସମୟରେ ସେ ୧୯୧୪ ମସିହାରେ ତାଙ୍କର ୟୁନିଟକୁ ନେଇ ଫ୍ରାନସରେ ଯୁଦ୍ଧ କରିଥିଲେ । ସେ ମିଲିଟାରୀ ସେବ ୧୯୨୦ ମସିହାର ପରିତ୍ୟାଗ କରିଥିଲେ । ସାମାଜିକ କର୍ମୀ ଭାବରେ କାମ କରିବାକୁ ତାଙ୍କର ସ୍ପୃହା ଥିବାରୁ ସେ ତାଙ୍କର ଅବଶିଷ୍ଟ ଜୀବନ ନେପାଳର ସାମାଜିକ ଓ ସଙ୍ଗୀତର ଉନ୍ନତି ନିମନ୍ତେ ଉତ୍ସର୍ଗ କରିଥିଲେ ।[୮]

ସଙ୍ଗୀତ ଅବଦାନ[ସମ୍ପାଦନା]

ଭାରତ ଓ ନେପାଳରେ ବାସ କରୁଥିବା ନେପାଳୀ ଲୋକମାନଙ୍କ ପାଖକୁ ତାଙ୍କର ହାରମୋନିଅମ ବାଦ୍ୟ ଧରି ପରିଭ୍ରମଣରେ ଯାଇଥିଲେ । ନେପାଳୀ ଲୋକମାନଙ୍କ ମଧ୍ୟରେ ତାଙ୍କର ଲୋକ ସଙ୍ଗୀତ ଅତି ଲୋକପ୍ରିୟ ହୋଇଥିଲା । ତାଙ୍କର କେତେକ ଲୋକପ୍ରିୟ ଗୀତର ନାମ "ଲହୁରେ କୋ ରେଲିମାଇ ଫଶିନାଇ ରାମରୋ", "ଧନ କୋ ବାଲା ଝୁଲ୍ୟୋ ହଜୁର ଦାଶଇନ ରମାଇଲୋ" ଓ "ମଲାଇ ଖୁତ୍ରୁକାଇ ପର୍ୟୋ ଜେଥନ ତିମରୋ ବ‌ହିନି" ଇତ୍ୟାଦି । ସେ ନେପାଳୀ ସଙ୍ଗୀତରେ ୯୭ଟି ଗୀତ ଗାଇ ୨୪ଟି ଡିସ୍କ ରେକର୍ଡ଼ ପ୍ରସ୍ତୁତ କରିଥିଲେ ।[୯] ସେ କେବଳ ଗାୟକ ନଥିଲେ, ତାହା ସ‌ହିତ ନାଟକ, କାହାଣୀ, ଉପନ୍ୟାସ, ରଚନା ଓ ଗୀତ ରଚନା ମଧ୍ୟ କରିଥିଲେ । ତାଙ୍କର ନେପାଳୀ ସମାଜକୁ ସାମାଜିକ ଓ ସଙ୍ଗୀତର ଅନବଦ୍ୟ ଅବଦାନ ନିମନ୍ତେ ତାଙ୍କ ଛବି ଥିବା ଡାକ ଟିକେଟ ଉଭୟ ଭାରତ ଓ ନେପାଳରେ ଛପା ହୋଇଥିଲା । [୧୦] ନେପାଳୀ ସଙ୍ଗୀର ଓ ସମାଜକୁ ଆଗକୁ ନେବାପାଇଁ ଓ ତାଙ୍କୁ ସ୍ମରଣ ରଖିବା ପାଇଁ ଏକ ମିତ୍ରସେନ ଏକାଡେମୀ ଖୋଲିଥିଲେ । ତାଙ୍କର ଅବଦାନ ହିଁ ତାଙ୍କୁ "ମାଷ୍ଟର" କରିଦେଲା ଓ ସେ ଅମର ହୋଇଗଲେ ।

Master Mitrasen Thapa's song.

ଆଧାର[ସମ୍ପାଦନା]

  1. "Master Mitrasen Thapa Magar". www.saavn.com. Retrieved 30 July 2017.
  2. "Khutrukai Paryo Jethan (Adhunik) by Master Mitrasen Thapa Magar on Apple Music". iTunes. Retrieved 30 July 2017.
  3. Manch, Nepal Magar Sangh Gulmi-kathmandu Samparka (28 March 2013). "नेपाल मगर सघं-गुल्मी काठमान्डौ सम्पर्क समिती : Brief History of Magars in Nepal (with 1st Boxer of Nepal Dal Bdr Rana from Arkhale, Gulmi)". नेपाल मगर सघं-गुल्मी काठमान्डौ सम्पर्क समिती. Retrieved 30 July 2017.
  4. Administrator. "'मलाई खुत्रुक्कै पार्‍यो जेठान तिम्रो बैनीले'- नेपाली लोकगीत संगितका अमर स्रस्टा मास्टर मित्रसेनको ११८ औं जन्मोत्सब | literature". www.usnepalonline.com (in ବ୍ରିଟିଶ୍‌ ଇଂରାଜୀ). Archived from the original on 19 November 2018. Retrieved 30 July 2017.
  5. "TRIBUTE: Master Mitrasen Thapa (1895 -1946)". वीर गोरखा. Retrieved 30 July 2017.
  6. Harsha Bahadur Budha Magar, p.7.
  7. Harsha Bahadur Budha Magar, p. 11.
  8. Harsha Bahadur Budha Magar, pp. 13–14.
  9. Harsha Bahadur Budha Magar, p. 42.
  10. Himal Khabarpatrika. Kathmandu, Nepal. 1–16 September 2010. p.62.