ମାଇକେଲ ଫାରାଡ଼େ

ଉଇକିପିଡ଼ିଆ ରୁ
ମାଇକେଲ୍ ଫାରାଡ଼େ

ମାଇକେଲ୍ ଫାରାଡ଼େ
ଜନ୍ମ ୨୨ ସେପ୍ଟେମ୍ବର ୧୭୯୧(1791-09-22)
ଇଂଲଣ୍ଡ
ମୃତ୍ୟୁ ୨୫ ଅଗଷ୍ଟ ୧୮୬୭(1867-08-25) (ବୟସ ୭୫)
ଇଂଲଣ୍ଡ
ବାସସ୍ଥାନ ଇଂଲଣ୍ଡ
ଜାତୀୟତା ଇଂରେଜ
କ୍ଷେତ୍ର ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ
ସଂସ୍ଥାନ ରୟାଲ୍ ଇନ୍‌ଷ୍ଟିଚୁଟ୍
ଜଣାଶୁଣା ଫାରାଡ଼େଙ୍କ ପ୍ରେରଣ ନୀୟମ
ବିଦ୍ୟୁତ୍ ରସାୟନ
ଫାରାଡ଼େ ପ୍ରଭାବ
ଫାରାଡ଼େ ଯନ୍ତା
ଫାରାଡ଼େ ସ୍ଥିରାଙ୍କ
ଫାରାଡ଼େ କପ୍
ଫାରାଡ଼େଙ୍କ ବିଦ୍ୟୁତ୍ ବିଘଟନ ନୀୟମ
ଫାରାଡ଼େ ବିରୋଧାଭାସ
ଫାରାଡ଼େ ଘୂର୍ଣନକାରୀ
ଫାରାଡ଼େ-ଦକ୍ଷତା ପ୍ରଭାବ
ଫାରାଡ଼େ ତରଙ୍ଗ
ଫାରାଡ଼େ ଚକ୍ର
ବଳରେଖା
ପ୍ରଭାବିତ କରିଥିଲେ ହମ୍ଫ୍ରୀ ଡେଭୀ
ଵିଲିୟମ୍ ଥୋମାସ୍ ବ୍ରାଣ୍ଡେ
ଉଲ୍ଲେଖନୀୟ ପୁରସ୍କାର ରୟାଲ୍ ପଦକ (୧୮୩୫ ଏବଂ ୧୮୪୬)
କୋପ୍ଲେ ପଦକ (୧୮୩୨ ଏବଂ ୧୮୩୮)
ରମ୍ଫୋର୍ଡ୍ ପଦକ (୧୮୪୬)
ଦସ୍ତଖତ

ମାଇକେଲ ଫାରାଡ଼େ, ଇଂରେଜ ପଦାର୍ଥ ବିଜ୍ଞାନୀ ଏବଂ ରସାୟନବିଦ ଥିଲେ । ସେ ବିଦ୍ୟୁତ୍-ସ୍ରୋତ ର ଚୁମ୍ବକୀୟ ପ୍ରଭାବ ଆବିଷ୍କାର କରିଥିଲେ । ସେ ବିଦ୍ୟୁତ୍-ଚୁମ୍ବକୀୟ ପ୍ରେରଣ ର ଗବେଷଣା କରି ତାକୁ ନିୟମଭୁକ୍ତ କରିଥିଲେ । ଏହା ଦ୍ବାରା ଡାଇନାମୋ ଏବଂ ବିଦ୍ୟୁତ୍ ମୋଟର ର ନିର୍ମାଣ ହୋଇଥିଲା । ପରେ 'ଗସ' (Gauss) ଙ୍କର ବିଦ୍ୟୁତ୍ଚୁମ୍ବକତ୍ବ ର ଚାରି ସମୀକରଣ ରେ ଫାରାଡ଼େଙ୍କର ଏହି ନିୟମ ମଧ୍ୟ ମିଶିଲା । ଫାରାଡ଼େ ବିଦ୍ୟୁତ୍ ରସାୟନ ଉପରେ ମଧ୍ୟ ଅନେକ ଗବେଷଣା କରିଥିଲେ ଏବଂ ଦୁଇଟି ନିୟମ ମଧ୍ୟ ଦେଇଥିଲେ ।

[ଏହାକୁ ବଦଳାନ୍ତୁ] ଜୀବନୀ

ଏହି ମହାନ ବୈଜ୍ଞାନିକଙ୍କର ଜନ୍ମ ୨୨ ସେପ୍ଟେମ୍ବର, ୧୭୯୧ ରେ ହୋଇଥିଲା । ତାଙ୍କ ପିତା ବହୁତ ଗରିବ ଥିଲେ ଓ କମାର କାମ କରୁଥିଲେ । ସେ ପେଷାଗତ ଜୀବନ ଲଣ୍ଡନରେ ବହିବନ୍ଧାଳୀ ଚାକିରୀରୁ ଆରମ୍ଭ କରିଥିଲେ । ସମୟ ମିଳିଲେ ସେ ରସାୟନ ଏବଂ ବିଦ୍ୟୁତ୍ ଆଧାରିତ ପୁସ୍ତକ ପଢୁଥିଲେ । ସନ୍ ୧୮୧୩ ରେ ପ୍ରସିଦ୍ଧ ରସାୟନବିଦ, ସାର୍ ହଂଫ୍ରୀ ଡେଭୀଙ୍କର ଉଦବୋଧନ ଶୁଣିବାର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହେଲା । ଏହି ଉଦବୋଧନ ଉପରେ ଟୀକା ଲେଖି ଫାରାଡ଼େ ଡେଭୀଙ୍କ ପାଖକୁ ପଠାଇଲେ । ସାର୍ ହଂଫ୍ରୀ ଡେଭୀ ଏହି ଟୀକା ଦ୍ବାରା ଅତ୍ୟନ୍ତ ପ୍ରଭାବିତ ହେଲେ ଓ ନିଜ ଗବେଷଣାଗାରରେ ତାଙ୍କୁ ସହଯୋଗୀ ରଖିଲେ । ଫାରାଡ଼େ ମନଧ୍ୟାନ ଦେଇ କାମ କଲେ ଓ ୧୮୩୩ ଖ୍ରୀଷ୍ଟାବ୍ଦରେ ରୟାଲ୍ ଇନ୍‌ଷ୍ଟିଚ୍ୟୁଟ୍ ରେ ରସାୟନ ଅଧ୍ୟାପକ ହେଲେ ।

ନିଜ ଜୀବନକାଳରେ ଫାରାଡ଼େ ଅନେକ ସନ୍ଧାନ କରିଛନ୍ତି । ୧୮୩୧ ରେ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ଉପରେ ଗୁରୁତ୍ବପୂର୍ଣ ସନ୍ଧାନ କଲେ । ଚୁମ୍ବକୀୟ କ୍ଷେତ୍ରରେ ଏକ ଆର୍ମେଚର ଘୁରେଇ ସେ ବିଦ୍ୟୁତ୍ ବାହକ ବଳ ଉତ୍ପନ୍ନ କଲେ । ଏହି ସିଦ୍ଧାନ୍ତ ଉପରେ ଭବିଷ୍ୟତର ଜେନେରେଟର୍ (generator) ତିଆରି ହେଲା ଏବଂ ଆଧୁନିକ ବିଦ୍ୟୁତ୍ ଇଞ୍ଜିନିୟରିଂର ମୂଳଦୁଆ ପଡ଼ିଲା । ସେ ବିଦ୍ୟୁତ୍ଦ୍ରାବକ (Electrolyte) ଉପରେ ନିୟମ ସ୍ଥାପନ କଲେ ଯାହାକୁ ଫାରାଡ଼େଙ୍କ ନିୟମ କୁହାଯାଏ । ବିଦ୍ୟୁତ୍ଦ୍ରାବକରେ ଯେଉଁ ବୈଜ୍ଞାନିକ ଶବ୍ଦର ପ୍ରୟୋଗ କରାଯାଏ, ସେଗୁଡ଼ିକର ନାମକରଣ ମଧ୍ୟ ଫାରାଡ଼େ କରିଥିଲେ । ସେ କ୍ଲୋରିନ୍ ଗ୍ୟାସ୍‌ର ଦ୍ରବଣ କରିବାରେ ମଧ୍ୟ ସଫଳ ହେଲେ । ସେ ଅନେକ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ସବୁଠୁ ଉପଯୋଗୀ "ବିଦ୍ୟୁତ୍ର ପ୍ରାୟୋଗିକ ଗବେଷଣା" (Experimental Researches in Electricity) ଅଟେ ।

ଫାରାଡ଼େ ଜୀବନ ସାରା ଅନେକ ଉଦ୍ଭାବନ କରିଛନ୍ତି । ସେ ଏତେ ନମ୍ର ଥିଲେ ଯେ କୌଣସି ଉପାଧି ବା ପଦ ଗ୍ରହଣ କରୁ ନଥିଲେ ୤ ରୟାଲ୍ ସୋସାଇଟିର ଅଧ୍ୟକ୍ଷ ପଦ ମଧ୍ୟ ଅଗ୍ରାହ୍ୟ କରିଦେଲେ ୤ ତାଙ୍କ ପରି ମନ ଓ ପ୍ରାଣରେ କାର୍ଯ୍ୟ କରି, ମହାନ ବୈଜ୍ଞାନିକ ହେବାର ଭଲ ଉଦାହରଣ ବୈଜ୍ଞାନିକ ଇତିହାସରେ ଖୁବ କମ୍ ମିଳେ ୤ ଡେଭୀ ସବୁବେଳେ ଫାରାଡ଼େଙ୍କୁ ନିଜର ସବୁଠୁ ବଡ଼ ଆବିଷ୍କାର ଭାବୁଥିଲେ ୤

ଏହି ମହାନ ବୈଜ୍ଞାନିକଙ୍କ ମୃତ୍ୟୁ ୧୮୬୭ମସିହା ଅଗଷ୍ଟ ୨୫ତାରିଖରେ ହୋଇଥିଲା ୤

[ଏହାକୁ ବଦଳାନ୍ତୁ] ଆହୁରି ଦେଖନ୍ତୁ

  • ଫାରାଡ଼େଙ୍କ ବିଦ୍ୟୁତ୍ ବିଘଟନର ନିୟମ
  • ଫାରାଡ଼େଙ୍କ ବିଦ୍ୟୁତ୍ଚୁମ୍ବକୀୟ ପ୍ରେରଣର ନିୟମ

[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ୍

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା