ମାଇକେଲ ଫାରାଡ଼େ
| ମାଇକେଲ୍ ଫାରାଡ଼େ | |
|---|---|
![]() ମାଇକେଲ୍ ଫାରାଡ଼େ
|
|
| ଜନ୍ମ | ୨୨ ସେପ୍ଟେମ୍ବର ୧୭୯୧ ଇଂଲଣ୍ଡ |
| ମୃତ୍ୟୁ | ୨୫ ଅଗଷ୍ଟ, ୧୮୬୭ (୭୫ ବର୍ଷ) ଇଂଲଣ୍ଡ |
| ବାସସ୍ଥାନ | ଇଂଲଣ୍ଡ |
| ଜାତୀୟତା | ଇଂରେଜ |
| କ୍ଷେତ୍ର | ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ |
| ସଂସ୍ଥାନ | ରୟାଲ୍ ଇନ୍ଷ୍ଟିଚୁଟ୍ |
| ଜଣାଶୁଣା | ଫାରାଡ଼େଙ୍କ ପ୍ରେରଣ ନୀୟମ ବିଦ୍ୟୁତ୍ ରସାୟନ ଫାରାଡ଼େ ପ୍ରଭାବ ଫାରାଡ଼େ ଯନ୍ତା ଫାରାଡ଼େ ସ୍ଥିରାଙ୍କ ଫାରାଡ଼େ କପ୍ ଫାରାଡ଼େଙ୍କ ବିଦ୍ୟୁତ୍ ବିଘଟନ ନୀୟମ ଫାରାଡ଼େ ବିରୋଧାଭାସ ଫାରାଡ଼େ ଘୂର୍ଣନକାରୀ ଫାରାଡ଼େ-ଦକ୍ଷତା ପ୍ରଭାବ ଫାରାଡ଼େ ତରଙ୍ଗ ଫାରାଡ଼େ ଚକ୍ର ବଳରେଖା |
| ପ୍ରଭାବିତ କରିଥିଲେ | ହମ୍ଫ୍ରୀ ଡେଭୀ ଵିଲିୟମ୍ ଥୋମାସ୍ ବ୍ରାଣ୍ଡେ |
| ଉଲ୍ଲେଖନୀୟ ପୁରସ୍କାର | ରୟାଲ୍ ପଦକ (୧୮୩୫ ଏବଂ ୧୮୪୬) କୋପ୍ଲେ ପଦକ (୧୮୩୨ ଏବଂ ୧୮୩୮) ରମ୍ଫୋର୍ଡ୍ ପଦକ (୧୮୪୬) |
| ଦସ୍ତଖତ |
|
ମାଇକେଲ ଫାରାଡ଼େ, ଇଂରେଜ ପଦାର୍ଥ ବିଜ୍ଞାନୀ ଏବଂ ରସାୟନବିଦ ଥିଲେ । ସେ ବିଦ୍ୟୁତ୍-ସ୍ରୋତ ର ଚୁମ୍ବକୀୟ ପ୍ରଭାବ ଆବିଷ୍କାର କରିଥିଲେ । ସେ ବିଦ୍ୟୁତ୍-ଚୁମ୍ବକୀୟ ପ୍ରେରଣ ର ଗବେଷଣା କରି ତାକୁ ନିୟମଭୁକ୍ତ କରିଥିଲେ । ଏହା ଦ୍ବାରା ଡାଇନାମୋ ଏବଂ ବିଦ୍ୟୁତ୍ ମୋଟର ର ନିର୍ମାଣ ହୋଇଥିଲା । ପରେ 'ଗସ' (Gauss) ଙ୍କର ବିଦ୍ୟୁତ-ଚୁମ୍ବକତ୍ଵର ଚାରି ସମୀକରଣ ରେ ଫାରାଡ଼େଙ୍କର ଏହି ନିୟମ ମଧ୍ୟ ମିଶିଲା । ଫାରାଡ଼େ ବିଦ୍ୟୁତ୍ ରସାୟନ ଉପରେ ମଧ୍ୟ ଅନେକ ଗବେଷଣା କରିଥିଲେ ଏବଂ ଦୁଇଟି ନିୟମ ମଧ୍ୟ ଦେଇଥିଲେ ।
ବିଷୟସୂଚୀ |
ଜୀବନୀ [ସମ୍ପାଦନା]
ଏହି ମହାନ ବୈଜ୍ଞାନିକଙ୍କର ଜନ୍ମ ୨୨ ସେପ୍ଟେମ୍ବର, ୧୭୯୧ ରେ ହୋଇଥିଲା । ତାଙ୍କ ପିତା ବହୁତ ଗରିବ ଥିଲେ ଓ କମାର କାମ କରୁଥିଲେ । ସେ ପେଷାଗତ ଜୀବନ ଲଣ୍ଡନରେ ବହିବନ୍ଧାଳୀ ଚାକିରୀରୁ ଆରମ୍ଭ କରିଥିଲେ । ସମୟ ମିଳିଲେ ସେ ରସାୟନ ଏବଂ ବିଦ୍ୟୁତ୍ ଆଧାରିତ ପୁସ୍ତକ ପଢୁଥିଲେ । ସନ୍ ୧୮୧୩ ରେ ପ୍ରସିଦ୍ଧ ରସାୟନବିଦ, ସାର୍ ହାମ୍ପ୍ରୀ ଡେଭୀଙ୍କର ଉଦବୋଧନ ଶୁଣିବାର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହେଲା । ଏହି ଉଦବୋଧନ ଉପରେ ଟୀକା ଲେଖି ଫାରାଡ଼େ ଡେଭୀଙ୍କ ପାଖକୁ ପଠାଇଲେ । ସାର୍ ହାମ୍ପ୍ରୀ ଡେଭୀ ଏହି ଟୀକା ଦ୍ବାରା ଅତ୍ୟନ୍ତ ପ୍ରଭାବିତ ହେଲେ ଓ ନିଜ ଗବେଷଣାଗାରରେ ତାଙ୍କୁ ସହଯୋଗୀ ରଖିଲେ । ଫାରାଡ଼େ ମନଧ୍ୟାନ ଦେଇ କାମ କଲେ ଓ ୧୮୩୩ ଖ୍ରୀଷ୍ଟାବ୍ଦରେ ରୟାଲ୍ ଇନ୍ଷ୍ଟିଚ୍ୟୁଟ୍ ରେ ରସାୟନ ଅଧ୍ୟାପକ ହେଲେ ।
ନିଜ ଜୀବନକାଳରେ ଫାରାଡ଼େ ଅନେକ ସନ୍ଧାନ କରିଛନ୍ତି । ୧୮୩୧ ରେ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ଉପରେ ଗୁରୁତ୍ବପୂର୍ଣ ସନ୍ଧାନ କଲେ । ଚୁମ୍ବକୀୟ କ୍ଷେତ୍ରରେ ଏକ ଆର୍ମେଚର ଘୁରେଇ ସେ ବିଦ୍ୟୁତ୍ ବାହକ ବଳ ଉତ୍ପନ୍ନ କଲେ । ଏହି ସିଦ୍ଧାନ୍ତ ଉପରେ ଭବିଷ୍ୟତର ଜେନେରେଟର୍ (generator) ତିଆରି ହେଲା ଏବଂ ଆଧୁନିକ ବିଦ୍ୟୁତ୍ ଇଞ୍ଜିନିୟରିଂର ମୂଳଦୁଆ ପଡ଼ିଲା । ସେ ବିଦ୍ୟୁତ୍ଦ୍ରାବକ (Electrolyte) ଉପରେ ନିୟମ ସ୍ଥାପନ କଲେ ଯାହାକୁ ଫାରାଡ଼େଙ୍କ ନିୟମ କୁହାଯାଏ । ବିଦ୍ୟୁତ୍ଦ୍ରାବକରେ ଯେଉଁ ବୈଜ୍ଞାନିକ ଶବ୍ଦର ପ୍ରୟୋଗ କରାଯାଏ, ସେଗୁଡ଼ିକର ନାମକରଣ ମଧ୍ୟ ଫାରାଡ଼େ କରିଥିଲେ । ସେ କ୍ଲୋରିନ୍ ଗ୍ୟାସ୍ର ଦ୍ରବଣ କରିବାରେ ମଧ୍ୟ ସଫଳ ହେଲେ । ସେ ଅନେକ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ସବୁଠୁ ଉପଯୋଗୀ "ବିଦ୍ୟୁତ୍ର ପ୍ରାୟୋଗିକ ଗବେଷଣା" (Experimental Researches in Electricity) ଅଟେ ।
ଫାରାଡ଼େ ଜୀବନ ସାରା ଅନେକ ଉଦ୍ଭାବନ କରିଛନ୍ତି । ସେ ଏତେ ନମ୍ର ଥିଲେ ଯେ କୌଣସି ଉପାଧି ବା ପଦ ଗ୍ରହଣ କରୁ ନଥିଲେ । ରୟାଲ୍ ସୋସାଇଟିର ଅଧ୍ୟକ୍ଷ ପଦ ମଧ୍ୟ ଅଗ୍ରାହ୍ୟ କରିଦେଲେ । ତାଙ୍କ ପରି ମନ ଓ ପ୍ରାଣରେ କାର୍ଯ୍ୟ କରି, ମହାନ ବୈଜ୍ଞାନିକ ହେବାର ଭଲ ଉଦାହରଣ ବୈଜ୍ଞାନିକ ଇତିହାସରେ ଖୁବ କମ୍ ମିଳେ । ଡେଭୀ ସବୁବେଳେ ଫାରାଡ଼େଙ୍କୁ ନିଜର ସବୁଠୁ ବଡ଼ ଆବିଷ୍କାର ଭାବୁଥିଲେ ।
ଏହି ମହାନ ବୈଜ୍ଞାନିକଙ୍କ ମୃତ୍ୟୁ ୧୮୬୭ମସିହା ଅଗଷ୍ଟ ୨୫ତାରିଖରେ ହୋଇଥିଲା ।
ଆହୁରି ଦେଖନ୍ତୁ [ସମ୍ପାଦନା]
- ଫାରାଡ଼େଙ୍କ ବିଦ୍ୟୁତ୍ ବିଘଟନର ନିୟମ
- ଫାରାଡ଼େଙ୍କ ବିଦ୍ୟୁତ୍-ଚୁମ୍ବକୀୟ ପ୍ରେରଣର ନିୟମ
ବାହାର ଲିଙ୍କ୍ [ସମ୍ପାଦନା]
| Wikisource has original works written by or about: ମାଇକେଲ ଫାରାଡ଼େ |
| ଉଇକିପିଡ଼ିଆ କମନସରେ: Michael Faraday ଉପରେ ମାଧ୍ୟମ ରହିଅଛି |
| ଉଇକି କଥାରେ ମାଇକେଲ ଫାରାଡ଼େ ସମ୍ବନ୍ଧୀୟ ଅନେକ ଲୋକବାଣୀ ରହିଛି |
ଜୀବନୀ [ସମ୍ପାଦନା]
- ମାଇକେଲ ଫାରାଡ଼େଙ୍କ କାହାଣୀ
- Biography at The Royal Institution of Great Britain
- Faraday as a Discoverer by John Tyndall, Project Gutenberg (downloads)
- The Christian Character of Michael Faraday
- Michael Faraday on the British twenty-pound banknote
- The Life and Discoveries of Michael Faraday by J. A. Crowther, London: Society for Promoting Christian Knowledge, 1920
ଅନ୍ୟାନ୍ୟ [ସମ୍ପାଦନା]
- Michael Faraday's announcement of ether as an anaesthetic in 1818
- Interactive Java Tutorial on Faraday's 1821 Motor National High Magnetic Field Laboratory
- Interactive Java Tutorial on Faraday's Ice Pail Experiment National High Magnetic Field Laboratory
- "Faraday" at LoveToKnow 1911 Britannica Online Encyclopedia
- ଓପନ ଡାଇରେକ୍ଟୋରି ପ୍ରୋଜେକ୍ଟରେ ଥିବା ମାଇକେଲ ଫାରାଡ଼େ
- Video Podcast with Sir John Cadogan talking about Benzene since Faraday
- The letters of Faraday and Schoenbein 1836–1862. With notes, comments and references to contemporary letters (1899) full download PDF
- A Short History of Trinity Buoy Wharf at the Trinity Buoy Wharf website
- Faraday School, located on Trinity Buoy Wharf at the New Model School Company Limited's website
- Michael Faraday: The Invention of the Electric Motor and Electric Generator
