ମସଲା ଦୋସା
ମୂଳ ସ୍ଥାନ | ଉଡୁପି, କର୍ଣ୍ଣାଟକ |
---|---|
ଅଞ୍ଚଳ ବା ରାଜ୍ୟ | ଭାରତ |
ମୁଖ୍ୟ ଉପାଦାନ | ଚାଉଳ ବଟା, ଆଳୁ |
ପ୍ରକାର ଭେଦ | ମୈସୁର ମସଲା ଦୋସା, ପିଆଜ ମସଲା ଦୋସା, ପେପର ମସଲା ଦୋସା |
|
ମସଲା ଦୋସା, ଦୋସାର ଏକ ପ୍ରକାର ଅଟେ , ଯାହାର ଉତ୍ପତ୍ତି ମାଙ୍ଗାଲୋରରୁ ଓ ଏହା ସମଗ୍ର ଭାରତରେ ଲୋକପ୍ରିୟ ହୋଇପାରିଛି ।[୧] ଏହା ଚାଉଳ, ଡ଼ାଲି, ଆଳୁ, ମେଥି ଏବଂ ଭୃସଙ୍ଗ ପତ୍ରରୁ ପ୍ରସ୍ତୁତ ହୋଇଥାଏ , ଏବଂ ଚଟଣି ଓ ସମ୍ବର ସହିତ ପରସା ଯାଇଥାଏ । ଯଦ୍ୟପି ଏହା କେବଳ ଦକ୍ଷିଣ-ଭାରତରେ ଲୋକପ୍ରିୟ ଥିଲା , [୨] କିନ୍ତୁ ଏବେ ଦେଶର ଅନ୍ୟ ସମସ୍ତ ଅଞ୍ଚଳରେ ମିଳୁଛି ,[୩]ଏବଂ ବିଦେଶରେ ମଧ୍ୟ କେତେକ ସ୍ଥାନରେ ମିଳିଥାଏ ।[୪][୫] ଦକ୍ଷିଣ-ଭାରତରେ, ମସଲା ଦୋସାର ପ୍ରସ୍ତୁତି ପ୍ରତ୍ୟେକ ସହରରେ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ।[୬]
ପ୍ରସ୍ତୁତି
[ସମ୍ପାଦନା]ମସଲା ଦୋସା ଏକ ରୋଲ ସଦୃଶ ଦେଖାଯାଇଥାଏ । ଚାଉଳ ଏବଂ ଡ଼ାଲିକୁ ରାତିସାରା ବତୁରା ଯାଇ ପରେ ଗ୍ରାଇଣ୍ଡିଂ କରାଯାଇଥାଏ । ବଟା ଯାଇଥିବା ଚାଉଳରେ କିଛି ଲୁଣ ଏବଂ ପାଣି ମିଶାଇ ଏକ ଆଣ ପ୍ରସ୍ତୁତ କରାଯାଏ । ପରେ ଏହାକୁ ଚକୁଳି ପିଠା ସଦୃଶ୍ୟ ଖୁବ ପତଳା ଏବଂ ବଡ଼ ଆକାରରେ ତାୱାରେ ପ୍ରସ୍ତୁତ ହୁଏ । ସେହି ପ୍ରସ୍ତୁତ ପିଠା ମଝିରେ ଭର୍ତ୍ତି କରିବା ପାଇଁ ସିଝା ଆଳୁର ଏକ ଷ୍ଟଫିଙ୍ଗ ତିଆରି କରାଯାଏ । ପରେ ସେଥିରେ ନଡିଆ କୋରା, ଗାଜର, ବିଟ, କାକୁଡି, ପିଆଜ ଏବଂ ବାଦାମ ପକେଇ ଗର୍ନିସିଂ କରାଯାଇଥାଏ ।[୭]
ମୈସୁର ମସଲା ଦୋସାରେ ଲାଲ ଲଙ୍କା, ପିଆଜ ଏବଂ ରସୁଣରୁ ଲାଲ ଚଟଣି ତିଆରି କରାଯାଏ, ଯାହାକୁ ଦୋସା ମଝିରେ ଆଳୁର ଷ୍ଟଫିଙ୍ଗ ଦେବା ଆଗରୁ ପ୍ରଥମେ ଲଗାଯାଇଥାଏ ।
ସାମଗ୍ରୀ
[ସମ୍ପାଦନା]ବିଶିଷ୍ଟ ରୂପେ ଚାଉଳ, ଡ଼ାଲି, ଆଳୁ, ପିଆଜ, ହଳଦୀ, ଲୁଣ, ଲଙ୍କା, ବନସ୍ପତି ତେଲ ଇତ୍ୟାଦି ସାମିଲ ଥାଏ ।[୮]
-
ପେପର ମସଲା ଦୋସା
-
ମୈସୁର ମସଲା ଦୋସା
-
ମାଡ୍ରାସ ସ୍ପେସିଆଲ ମସଲା ଦୋସା
-
ମସଲା ଦୋସା
ବିଭିନ୍ନ ପ୍ରକାରର ଦୋସା
[ସମ୍ପାଦନା]-
ଉରଡ ସାଧା ଦୋସା
-
ଅଟାରେ ତିଆରି ଦୋସା
-
ସାଧା ଦୋସା
-
ରେଷ୍ଟୁରାଣ୍ଟରେ ପରଷା ଯାଇଥିବା ଏକ ପେପର ଦୋସା
-
ଘିଅମରା ଦୋସା
-
ବଟର ଦୋସା, କର୍ଣ୍ଣାଟକରେ ବେନ୍ନେ ଦୋସା ମଧ୍ୟ କୁହାଯାଏ
-
ଅଦା ଚଟଣି ସହିତ ମୁଗ ଡାଲି ଦୋସା
-
ମାଙ୍ଗଲୋରର ନୀର ଦୋସା
-
ବାଜରା ଦୋସା
-
ସୁଜିରୁ ତିଆରି ରାୱା ଦୋସା
-
ଅଟା ଦୋସା
-
ରାଗି (ମାଣ୍ଡିଆ) ଦୋସା
-
ପିଆଜ, ଲଙ୍କା ଏବଂ ବିଲାତି ମିଶା ଉତ୍ତପମ
-
ମେଥି ଦୋସା
-
ମସଲା ଦୋସା
ଆଧାର
[ସମ୍ପାଦନା]- ↑ "India, Crisped on a Griddle: Classic Masala dosa". Food.ndtv.com. NDTV food.
- ↑ Praveen, M. P.; Krishnakumar, G. (13 June 2014). "Masala dosa slips out of reach". Chennai, India: The Hindu.
- ↑ "What A Masala dosa Costs Around The World". Huffingtonpost.in. Huffingtonpost India.
- ↑ Romig, Rollo (7 May 2014). "Masala dosa to Die For". Nytimes.com/. The New York Times.
- ↑ "Dosa's complex spices hit the spot". Sfchronicle.com/. San Francisco chronicle.
- ↑ Ramnath, N.S. "American Dosa". Forbes.com/. Forbes.
- ↑ Vohra, Asha Rani (1993). Modern Cookery Book. Pustak Mahal. ISBN 978-81-223-0470-1.
- ↑ "Masala dosa". Food.ndtv.com/. NDTV food.
- ↑ "Dosa: A Staple Food of South India". Tastyfix.com. Archived from the original on 2020-11-28. Retrieved 2017-09-11.