ମଲ୍ଟିପ୍ଲ ସ୍କ୍ଲେରୋସିସ

ଉଇକିପିଡ଼ିଆ‌ରୁ
ମଲ୍ଟିପ୍ଲ ସ୍କ୍ଲେରୋସିସ
Demyelination by MS. The CD68 colored tissue shows several macrophages in the area of the lesion. Original scale 1:100
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିneurology[*]
ଆଇସିଡ଼ି-୧୦G35.
ଆଇସିଡ଼ି-୯-ସିଏମ୍340
ଓଏମ୍‌ଆଇଏମ୍126200
ରୋଗ ଡାଟାବେସ8412
ମେଡ଼ିସିନ-ପ୍ଲସ000737
ଇ-ମେଡ଼ିସିନneuro/228 oph/179 emerg/321 pmr/82 radio/461
Patient UKମଲ୍ଟିପ୍ଲ ସ୍କ୍ଲେରୋସିସ
MeSHD009103
GeneReviews
ମଲ୍ଟିପ୍ଲ ସ୍କ୍ଲେରୋସିସ ଭିଡିଓ

ମଲ୍ଟିପ୍ଲସ୍କ୍ଲେରୋସିସ ବା ଏମଏସ (ରୋଗର ଅନ୍ୟ ନାମ ଡିସ୍ସେମିନେଟେଡ ସ୍କ୍ଲେରୋସିସଏନକେଫାଲାଇଟିସ ଡିସ୍ସେମିନାଟା) ରୋଗରେ ମସ୍ତିସ୍କମେରୁଦଣ୍ଡରେ ଥିବା ସ୍ନାୟୁ କୋଷର ଇନ୍‌ସୁଲେଟିଙ୍ଗ ଆବରଣ ନଷ୍ଟ ହୋଇଯାଏ ।[୧] ଏହି ଫଳରେ ଆବରଣ ନଷ୍ଟ ହୁଏ ଓ ସ୍ନାୟୁ ମଣ୍ଡଳ ସମ୍ପର୍କ ସ୍ଥାପନ ନ ହୋଇ ପାରି ଅନେକ ପ୍ରକାର ଚିହ୍ନ ଓ ଲକ୍ଷଣ ପ୍ରକାଶ ପାଏ ।[୨] ଏହାଯୋଗୁ ଶାରୀରିକ, ମାନସିକ ଓ ସ୍ନାୟୁ ଜନିତ ଚିହ୍ନ ଓ ଲକ୍ଷଣମାନ ଦେଖାଯାଏ ।[୨][୩][୪] ଦ୍ୱିତ ଦୃଷ୍ଟି, ଗୋଟିଏ ଆଖରେ ଅନ୍ଧତ୍ୱ ବା କଣାଦୋଷ, ଦୂର୍ବଳ ମାଂସପେଶୀ ସ୍ପର୍ଷ ସମସ୍ୟା ଓ ସମନ୍ୱୟ ଅଭାବ ଭଳି ଲକ୍ଷଣମାନ ଦେଖାଯାଏ ।[୧]ଏହି ରୋଗ ବିଭିନ୍ନ ପ୍ରକାର ଦେଖାଯାଏ, ନୂଆ ଲକ୍ଷଣ ଏକାନ୍ତ ଭାବରେ ଆସେ ବା ସମୟକ୍ରମେ ବୃଦ୍ଧି ହୁଏ ।[୫]

ଏହାର ସଠିକ କାରଣ ଅଜଣା ହୋଇ ରହିଛି, ଇମ୍ମ୍ୟନି ନଷ୍ଟ ବା ମାୟେଲିନ ଥିବା ସ୍ନାୟୁ କୋଷ ପ୍ରସ୍ତୁତ କରିବାର ଅକ୍ଷମତା ହୋଇପାରେ ।[୬] ଭୁତାଣୁ ସଂକ୍ରମଣ ଯୋଗୁ ଟ୍ରିଗର ହୋଇ ଜେନେଟିକ, ପରିବେଶ କାରକ ଯୋଗୁ ହୋଇ ପାରେ ।[୩][୭] ଚିହ୍ନ ଓ ଲକ୍ଷଣ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ସାହାଯ୍ୟକାରୀ ପରୀକ୍ଷାଦ୍ୱାରା ସିଦ୍ଧନ୍ତରେ ଉପନୀତ ହୁଅନ୍ତି ।[୮]

ଏହି ରୋଗ ଆରୋଗ୍ୟ ହେବା ଜଣା ଯାଇନାହିଁ ।[୧] ରୋଗ ଆକ୍ରମଣ ପରେ କାର୍ଯ୍ୟକଳାପରେ ଉନ୍ନତି ଆଣିବାକୁ ଓ ନୂଆ ଆକ୍ରମଣ ରୋକିବାକୁ ଚେଷ୍ଟା କରାଯାଏ ।[୩] ଏହି ରୋଗରେ ବ୍ୟବ‌ହାର କରାଯାଉଥିବା ଔଷଧ ସାମାନ୍ୟ କାର୍ଯ୍ୟକାରୀ ହୁଏ ଓ ସ‌ହନ ମଧ୍ୟ ଅଳ୍ପ ହୁଏ । ଶାରୀରିକ ଥେରାପିଦ୍ୱାରା ଶରୀରର କାର୍ଯ୍ୟରେ କିଛି ଉନ୍ନତି ହେବାରେ ସାହାଯ୍ୟ ହୁଏ ।[୧] କୌଣସି ଉପକାରର ପ୍ରମାଣ ନ ଥିଲେ ମଧ୍ୟ ଅନେକ ଲୋକ ଅଲ୍‌ଟରନେଟ ମେଡିସିନର ସାହାଯ୍ୟ ନିଅନ୍ତି ।[୯] ଦୀର୍ଘକାଳୀନ ଫଳାଫଳ ଆଗରୁ କ‌ହିହୁଏନି, କିନ୍ତୁ ଅଳ୍ପ ବୟସରୁ ରୋଗ ଆରମ୍ଭ ହେଇଥିବା ମହିଳାମାନଙ୍କର ବା ଆରମ୍ଭରୁ ଅଳ୍ପ କେତେକ ଆକ୍ରମଣ ହୋଇଥିଲେ ବା ପୁନଃପୁନଃ ହେଉଥିଲେ ଭଲ ଫଳ ମିଳେ ।[୧୦] ରୋଗ ନ ଥିବା ଲୋକମାନଙ୍କ ଅପେକ୍ଷା ଏହି ରୋଗୀମାନଙ୍କ ଆୟୁଷ ହାରାହାରି ୫ରୁ ୧୦ ବର୍ଷ କମ୍ ହୁଏ । [୨]

କେନ୍ଦ୍ରୀଯ ସ୍ନାୟୁ ମଣ୍ଡଳରେ ହେଉଥିବା ଅଟୋଇମ୍ମ୍ୟୁ ରୋଗମାନଙ୍କ ମଧ୍ୟରେ ଏହି ଏମଏସ ରୋଗ ଅତି ସାଧାରଣ ।[୧୧] ବିଭିନ୍ନ ସ୍ଥାନ ଅନୁସାରେ ଏହି ରୋଗହାର ଅଲଗା ହୁଏ, ସନ ୨୦୧୩ରେ ପୃଥିବୀରେ ୨.୩ ନିୟୁତ ଲୋକଙ୍କୁ ଏହି ରୋଗ ହୋଇଥିଲା ।[୧୨][୧୩] ସନ ୧୯୯୦ରେ ଏହି ରୋଗ ଯୋଗୁ ମୃତ୍ୟୁ ସଂଖ୍ୟା ୧୨,୦୦୦ ହୋଇଥିବା ବେଳେ ସନ ୨୦୧୩ରେ ମୃତ୍ୟୁ ସଂଖ୍ୟ ବଢ଼ିଯାଇ ୨୦,୦୦୦ ହୋଇଥିଲା । [୧୪] କୋଡ଼ିଏରୁ ପଚାଶ ବର୍ଷ ବୟସ ମଧ୍ୟରେ ଏହି ରୋଗ ଆରମ୍ଭ ହୁଏ ଓ ମହିଳାମାନେ ପୁରୁଷଙ୍କ ଅପେକ୍ଷା ୨ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧୫] ସନ ୧୮୬୮ ମସିହାରେ ଜିନ୍ ମାର୍ଟିନ୍ ସାର୍କୋ (Jean-Martin Charcot) ପ୍ରଥମେ ଏହି ରୋଗ ବିଷୟରେ ଲେଖିଥିଲେ ।[୧୬] ମସ୍ତିଷ୍କ ଓ ମେରୁଦଣ୍ଡର ଶ୍ୱେତ ମ୍ୟାଟରରେ ଅନେକ ସ୍କାର ହେଉଥିବା ଲକ୍ଷ କରି ଏହାର ନାମ ମଲ୍ଟିପ୍ଲ ସ୍କ୍ଲେରୋସିସ ନାମ ଦିଆଯାଇଛି ।[୧୬] ଅନେକ ନୂଆ ନିର୍ଣ୍ଣୟ ଓ ଚିକିତ୍ସା ପଦ୍ଧତିର ଅନୁସନ୍ଧାନ ଚାଲିଛି ।[୧୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "NINDS Multiple Sclerosis Information Page". National Institute of Neurological Disorders and Stroke. November 19, 2015. Archived from the original on 13 February 2016. Retrieved 6 March 2016.
  2. ୨.୦ ୨.୧ ୨.୨ Compston A, Coles A (2008). "Multiple sclerosis". Lancet. 372 (9648): 1502–17. doi:10.1016/S0140-6736(08)61620-7. PMID 18970977. {{cite journal}}: Unknown parameter |month= ignored (help)
  3. ୩.୦ ୩.୧ ୩.୨ Compston A, Coles A (April 2002). "Multiple sclerosis". Lancet. 359 (9313): 1221–31. doi:10.1016/S0140-6736(02)08220-X. PMID 11955556.
  4. Murray ED, Buttner EA, Price BH (2012). "Depression and Psychosis in Neurological Practice". In Daroff R, Fenichel G, Jankovic J, Mazziotta J (ed.). Bradley's neurology in clinical practice (6th ed.). Philadelphia, PA: Elsevier/Saunders. ISBN 1-4377-0434-4.{{cite book}}: CS1 maint: multiple names: authors list (link)
  5. Lublin FD, Reingold SC (April 1996). "Defining the clinical course of multiple sclerosis: results of an international survey". Neurology. 46 (4): 907–11. doi:10.1212/WNL.46.4.907. PMID 8780061.
  6. Nakahara J, Maeda M, Aiso S, Suzuki N (February 2012). "Current concepts in multiple sclerosis: autoimmunity versus oligodendrogliopathy". Clinical reviews in allergy & immunology. 42 (1): 26–34. doi:10.1007/s12016-011-8287-6. PMID 22189514.{{cite journal}}: CS1 maint: multiple names: authors list (link)
  7. Ascherio A, Munger KL (April 2007). "Environmental risk factors for multiple sclerosis. Part I: the role of infection". Annals of Neurology. 61 (4): 288–99. doi:10.1002/ana.21117. PMID 17444504.
  8. Tsang BK, Macdonell R (December 2011). "Multiple sclerosis- diagnosis, management and prognosis". Australian family physician. 40 (12): 948–55. PMID 22146321.
  9. Huntley A (January 2006). "A review of the evidence for efficacy of complementary and alternative medicines in MS". Int MS J. 13 (1): 5–12, 4. PMID 16420779.
  10. Weinshenker BG (1994). "Natural history of multiple sclerosis". Annals of Neurology. 36 (Suppl): S6–11. doi:10.1002/ana.410360704. PMID 8017890.
  11. Berer K, Krishnamoorthy G (April 2014). "Microbial view of central nervous system autoimmunity". FEBS Letters. S0014-5793 (14): 00293–2. doi:10.1016/j.febslet.2014.04.007. PMID 24746689.
  12. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. PMID 26063472. {{cite journal}}: |first1= has generic name (help)CS1 maint: numeric names: authors list (link)
  13. World Health Organization (2008). Atlas: Multiple Sclerosis Resources in the World 2008 (PDF). Geneva: World Health Organization. pp. 15–16. ISBN 92-4-156375-3.
  14. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385: 117–171 (table 2). doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  15. Milo R, Kahana E (March 2010). "Multiple sclerosis: geoepidemiology, genetics and the environment". Autoimmun Rev. 9 (5): A387–94. doi:10.1016/j.autrev.2009.11.010. PMID 19932200.
  16. ୧୬.୦ ୧୬.୧ Clanet M (June 2008). "Jean-Martin Charcot. 1825 to 1893" (PDF). Int MS J. 15 (2): 59–61. PMID 18782501.
    * Charcot, J. (1868). "Histologie de la sclerose en plaques". Gazette des hopitaux, Paris. 41: 554–5.
  17. Cohen JA (July 2009). "Emerging therapies for relapsing multiple sclerosis". Arch. Neurol. 66 (7): 821–8. doi:10.1001/archneurol.2009.104. PMID 19597083.