ମନିକା ବାତ୍ରା
ମନିକା ବାତ୍ରା | |
---|---|
ଜନ୍ମ | ଦିଲ୍ଲୀ, ଭାରତ | ୧୫ ଜୁନ ୧୯୯୫
ଜାତୀୟତା | Indian |
ଉଚ୍ଚତା | 1.8 m (5 ft 11 in) (2018) |
ମନିକା ବାତ୍ରା (ଜନ୍ମ : ୧୫ ଜୁନ ୧୯୯୫ ) ଜଣେ ଭାରତୀୟ ମହିଳା ଟେବୁଲ ଟେନିସ ଖେଳାଳି । ୨୦୧୮ ଅପ୍ରେଲ ମାସରେ ସେ ଭାରତର ଏକ ନମ୍ବର ଓ ବିଶ୍ୱର ୫୮ ର୍ୟାଙ୍କ ବିଶିଷ୍ଟ ମହିଳା ଟେବୁଲ ଟେନିସ ଖେଳାଳି ଥିଲେ ।[୨]
ପ୍ରାରମ୍ଭିକ ଜୀବନୀ
[ସମ୍ପାଦନା]ମନିକା ନୂଆ ଦିଲ୍ଲୀର ନାରାୟଣା ବିହାର [୩]ଅଞ୍ଚଳରେ ପରିବାରର ସର୍ବ କନିଷ୍ଠ କନ୍ୟା ହିସାବରେ ୧୫ ଜୁନ ୧୯୯୫ରେ ଜନ୍ମ ଗ୍ରହଣ କରିଥିଲେ । ସେ ମାତ୍ର ୪ ବର୍ଷ ବୟସରୁ ଟେବୁଲ ଟେନିସ ଖେଳିବା ଆରମ୍ଭ କରିଥିଲେ ।[୪] ତାଙ୍କର ବଡ଼ ଭଉଣୀ ଆଞ୍ଚଳ ଓ ଭାଇ ସାହିଲ ଉଭୟ ଟେବୁଲ ଟେନିସ ଖେଳୁଥିଲେ [୫]। ଭଉଣୀ ଆଞ୍ଚଳଙ୍କ ପ୍ରେରଣାରେ ସେ ଟେନିସ ପ୍ରତି ଆଗ୍ରହ ପ୍ରଦର୍ଶନ କରିଥିଲେ ।[୬] ସେ ପ୍ରଥମେ ରାଜ୍ୟସ୍ତରୀୟ ୮ ବର୍ଷରୁ କମ ବର୍ଗରେ ବିଜୟୀ ହେବା ପରେ ସେ ସନ୍ଦିପ ଗୁପ୍ତାଙ୍କ ଅଧୀନରେ ପ୍ରଶିକ୍ଷିତ ହୋଇଥିଲେ । ଗୁପ୍ତାଙ୍କର ପରାମର୍ଶକ୍ରମେ ସେ ନିଜ ସ୍କୁଲ ବଦଳେଇ ଦିଲ୍ଲୀର ହଂଶରାଜ ମଡେଲ ସ୍କୁଲରେ ପଢ଼ିଥିଲେ, ଯେଉଁଠାରେ ଗୁପ୍ତାଙ୍କର ଟେବୁଲ ଟେନିସ ଏକାଡେମୀ ରହିଥିଲା । .
ମନିକା ନିଜ ସୁନ୍ଦର ଚେହେରା ପାଇଁ ଅନେକ ମଡେଲିଙ୍ଗ[୭] ପ୍ରସ୍ତାବ ପାଇଥିଲେ ମଧ୍ୟ ଟେବୁଲ ଟେନିସ ଖେଳିବାର ଅଭିଳାଷ ଯୋଗୁ ସେ ତାହା ପ୍ରତ୍ୟାଖ୍ୟାନ କରିଥିଲେ । ୧୬ ବର୍ଷ ବୟସ ହେଇଥିବା ସମୟରେ ସେ ସ୍ୱିଡେନର ପିଟର କାର୍ଲେସନ[୮] ଏକାଡେମିରେ ପ୍ରଶିକ୍ଷଣ ପାଇବାର ସୁଯୋଗ ପାଇଥିଲେ ମଧ୍ୟ ତାହା ପ୍ରତ୍ୟାଖ୍ୟାନ କରି ଦେଶ ଭିତରେ କୋଚିଙ୍ଗ ନେଇଥିଲେ । ପରେ ସେ ଜେସସ ଓ ମେରି କଲେଜରେ ସ୍ଥାନ ପାଇଥିଲେ ମଧ୍ୟ ଟେବୁଲ ଟେନିସ ପାଇଁ ଅଧିକ ସମୟ ଦେବାପାଇଁ ପାଠପଢ଼ା ଛାଡି ଦେଇଥିଲେ । [୯]
ଖେଳ ଜୀବନୀ
[ସମ୍ପାଦନା]୨୦୧୧ ମସିହାରେ ସେ ୨୧ ବର୍ଷରୁ କମ ବର୍ଗରେ ଚିଲି ଓପନ ଟୁର୍ଣ୍ଣାମେଣ୍ଟ ଖେଳି ରୌପ୍ୟ ପଦକ ଜିତି ଥିଲେ । ୨୦୧୪ ରାଷ୍ଟ୍ରମଣ୍ଡଳ ଖେଳରେ ଭାଗ ନେଇ ସେଥିରେ କ୍ୱାର୍ଟରଫାଇନାଲରେ ପହଞ୍ଚିଥିଲେ । ୨୦୧୫ ରାଷ୍ଟ୍ରମଣ୍ଡଳ ଖେଳରେ ସେ ଭାରତ ପାଇଁ ୩ଟି ପଦକ ଜିତିଥିଲେ । ସେଥିରେ ସେ ଦଳଗତ ବିଭାଗରେ ରୌପ୍ୟ ଏବଂ ଏକକ ଓ ଯୁଗଳ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିଲେ । [୧୦]
୨୦୧୬ ଦକ୍ଷିଣ ଏସିୟା କ୍ରୀଡ଼ା ପ୍ରତିଯୋଗୀତାରେ[୧୧]ରେ ୩ଟି ସ୍ୱର୍ଣ୍ଣ ପଦକ ପାଇଥିଲେ । ସେ ଏଥିରେ ମହିଳା ଡବଲସ , ମିକ୍ସଡ ଡବଲ ଓ ଦଳଗତ ପ୍ରତିଯୋଗୀତାରେ ଭାଗନେଇଥିଲେ । ଏହି ପ୍ରତିଯୋଗୀତାରେ ସେ ଏକକ ବିଭାଗରେ ମଧ୍ୟ ରୌପ୍ୟ ପାଇଥିଲେ ।[୧୨] ସେ ୨୦୧୫ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ , ତେବେ ସେଥିରେ ସେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ ।[୧୩]
ମନିକା ପ୍ରଥମ ଭାରତୀୟ ମହିଳା ଭାବରେ ୨୦୧୮ ରାଷ୍ଟ୍ରମଣ୍ଡଳ ପ୍ରତିଯୋଗିତାର ମହିଳା ସିଙ୍ଗଲସ ପ୍ରତିଯୋଗିତାରେ ସିଙ୍ଗାପୁରର ୟୁ ମେଙ୍ଗ୍ୟୁଙ୍କୁ ହରେଇ ସ୍ୱର୍ଣ୍ଣ୍ଣ ପଦକ ହାସଲ କରିଥିଲେ । ମୌମା ଦାସଙ୍କ ସହ ମିଶି ସେ ଏହି ପ୍ରତିଯୋଗିତାର ମହିଳା ଡବଲସରେ ରୌପ୍ୟ ପଦକ ଓ ସାଥିୟାନଙ୍କ ସହ ମିଶି ମିକ୍ସଡ ଡବଲସ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।[୧୪] ଦଳଗତ ପ୍ରତିଯୋଗିତାରେ ମନିକାଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ସେମାନେ ୪ଥର ସ୍ୱର୍ଣ୍ଣପଦକ ବିଜେତା ସିଙ୍ଗାପୁର ଦଳକୁ ହରେଇଥିଲେ ।[୧୫] ଏହି କୃତିତ୍ୱ ଯୋଗୁ ମନିକା ଏଯାବତ ରାଷ୍ଟ୍ରମଣ୍ଡଳ ଖେଳର ସବୁଠାରୁ ସଫଳ ଭାରତୀୟ ପ୍ରତିଯୋଗୀ ହୋଇପାରିଥିଲେ ।
ଆଧାର
[ସମ୍ପାଦନା]- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;cwg
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "BATRA Manika (IND) - WR List 6/2016". ITTF. Archived from the original on 17 August 2016. Retrieved 7 August 2016.
- ↑ Judge, Shahid (3 July 2016). "India's table tennis hope for Rio 2016 Olympics – Manika Batra". The Indian Express. Retrieved 6 July 2016.
{{cite news}}
: More than one of|first1=
and|first=
specified (help); More than one of|last1=
and|last=
specified (help) - ↑ "Manika Batra: the new hope of the nation". The Hindu. 21 August 2011. Retrieved 28 June 2016.
- ↑ Sen, Debayan (27 July 2016). "Manika Batra looks to Rio and beyond". ESPN.in. Retrieved 2 August 2016.
{{cite news}}
: More than one of|first1=
and|first=
specified (help); More than one of|last1=
and|last=
specified (help) - ↑ Ghoshal, Shuvro (11 February 2016). "Interview with Manika Batra: "I don't want to go to Rio Olympics and return without a medal"". Yahoo!. Retrieved 4 July 2016.
{{cite news}}
: More than one of|first1=
and|first=
specified (help); More than one of|last1=
and|last=
specified (help) - ↑ https://timesofindia.indiatimes.com/sports/off-the-field/delhi-tt-champ-manika-batra-keeps-her-cwg-medal-promise/articleshow/63681589.cms
- ↑ Judge, Shahid (18 December 2015). "Improved fitness key to Manika Batra's consistency". The Indian Express. Retrieved 28 June 2016.
{{cite news}}
: More than one of|first1=
and|first=
specified (help); More than one of|last1=
and|last=
specified (help) - ↑ Patra, Pratyush (6 May 2016). "Delhi love & Rio talk before Olympics". The Times of India. Retrieved 6 July 2016.
{{cite news}}
: More than one of|first1=
and|first=
specified (help); More than one of|last1=
and|last=
specified (help) - ↑ Keerthivasan, K. (21 December 2015). "Singapore sweeps singles titles". The Hindu. Retrieved 6 July 2016.
{{cite news}}
: More than one of|first1=
and|first=
specified (help); More than one of|last1=
and|last=
specified (help) - ↑ "Rio Zone – Manika Batra: Nation's new hope". Pune Mirror. 1 June 2016. Retrieved 28 June 2016.
- ↑ "South Asian Games: India clean sweeps 12 medals in Table Tennis". Ten Sports. 10 February 2016. Retrieved 6 July 2016.
- ↑ "Rio Olympics 2016: Mouma Das, Manika Batra lose as Indian women's challenge in table tennis ends". First Post. 6 August 2016. Retrieved 8 August 2016.
- ↑ http://www.espn.in/commonwealth-games/story/_/id/23175253/manika-batra-sharath-kamal-win-bronze-joshna-chinappa-dipika-pallikal-win-silver
- ↑ "CWG 2018: India women win gold in table tennis team event". Commonwealth Games News. Times of India. 8 April 2018.