ଭୂଇଁନିମ

ଉଇକିପିଡ଼ିଆ ରୁ
ଭୂଇଁନିମ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
Kingdom: Plantae
(unranked): Angiosperms
(unranked): Eudicots
(unranked): Asterids
Order: Lamiales
Family: Acanthaceae
Genus: Andrographis
Species: A. paniculata
ବାଇନୋମିଆଲ ନାଆଁ
Andrographis paniculata
(Burm.f.) Wall. ex Nees[୧]

ଏହା ଏକ ଗୁଳ୍ମଜାତୀୟ ଉଦ୍ଭିଦ। ଉଚ୍ଚତାରେ ଦୁଇଫୁଟରୁ ଅଧିକ ହୁଏନାହିଁ। ପତ୍ରଗୁଡ଼ିକ ନିମ୍ବପତ୍ରପରି ଦିଶେ ଓ କୋମଳ ହୋଇଥାଏ। ଏହାର ଦୁଇଟି ପ୍ରଜାତି ରହିଛି, ଗୋଟିଏ ଜାତିର ଗଛରେ ଗୋଲଫଳ ଧରେ ଅନ୍ୟଟିରେ ଲମ୍ବା। ଲମ୍ବଫଳ ବିଶିଷ୍ଟ ଗଛ ଅଧିକ ତିକ୍ତ। ଏହାକୁ ଚିରେଇତା ବୋଲି କେହି କେହି କହିଥାନ୍ତି, କିନ୍ତୁ ଚିରେଇତା ଗଛ ସ୍ୱତନ୍ତ୍ର। ତାହା ଆହୁରି ପିତା। ତେବେ ଚିରେଇତାର ସବୁଗୁଣ ଭୂଇଁନିମରେ ଥାଏ। କେହିକେହି ଏହାକୁ ଭୂଇଁନିମା ମଧ୍ୟ କହିଥାନ୍ତି।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଭୂଇଁନିମ, ଭୂଇଁନିମା, ଭୂଇଁଲିମ୍ବ
ସଂସ୍କୃତ କିରାତତିକ୍ତ, କୈରାତ, କଟୁତିକ୍ତ, ଭୂଇଁନିମ୍ବ, ଅନାର୍ଯ୍ୟତିକ୍ତ, ଜାଣ୍ଡତିକ୍ତ, କଣ୍ଡୁଦମନୀ, ରାମସେନକ, କିରାତ
ହିନ୍ଦୀ ଚିରାତା
ତେଲୁଗୁ ନେଲାନେମ୍ବ
ବଙ୍ଗଳା ଚିରାତା, ଭୂନିମ୍

[ଏହାକୁ ବଦଳାନ୍ତୁ] ଶାସ୍ତ୍ରୋକ୍ତ ଗୁଣ

ତିକ୍ତରସ, ଶୀତଳ, ରୁକ୍ଷ, ସାରକ, ଲଘୁପାକ, ବର୍ଣ୍ଣକାରକ, ଜ୍ୱର, କାସ, କଫ, ବାୟୁ, ଶୂଳ, ଶୋଥ, କଣ୍ଡୁ, ବ୍ରଣ, କୃମି, ଦାହ, ରକ୍ତବିକୃତି, ତୃଷ୍ଣା, କ୍ଷତ, କୁଷ୍ଠ ଓ ମଳବଦ୍ଧତା ନିବାରକ

[ଏହାକୁ ବଦଳାନ୍ତୁ] ବ୍ୟବହାର

ଏହାର ସର୍ବାଙ୍ଗ, ବିଶେଷକରି ଏହାର ପତ୍ରକୁ ଔଷଧିରୂପେ ବ୍ୟବହାର କରାଯାଏ। ଏହାର ପତ୍ରକୁ ହଳଦୀସହିତ ବାଟି ଦେହରେ ଲଗାଇଲେ କୁଣ୍ଡିଆ ଭଲହୁଏ। ଉଷୁମପାଣି ସହିତ ଏହାର ଚୂର୍ଣ୍ଣ ନେଲେ ଜ୍ୱର ଭଲହୁଏ। କୃମି, ଶୂଳ ଓ ମଳରୋଧରେ ମଧ୍ୟ ଏହାର ପ୍ରୟୋଗ ହୋଇଥାଏ। ଏହାକୁ ସିଝାଇ ସେହି ଜଳରେ ସ୍ନାନ କଲେ ଯାବତୀୟ ଚର୍ମରୋକ ଦୂରହୁଏ। ଏହା ଯକୃତକୁ ହିତକର ବୋଲି କୁହାଯାଏ।

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଆଧାର

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା