ବ୍ୟବହାରକାରୀଙ୍କ ଆଲୋଚନା:Mahaprajna

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ସ୍ଵାଗତ କରୁଛୁ!

ଆଦରର Mahaprajna,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଅବଦାନ ଜାରି ରଖିବେ । ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ଯଦି ଆପଣ କିଛି ଜାଣିବାକୁ ଚାହୁଁଥାନ୍ତି ତେବେ ଆମ ଚାଟ ସଭାକୁ ଯାଇ ପ୍ରଶ୍ନଟିଏ ପଚାରନ୍ତୁ ।

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! --Srikant Kedia ୧୭:୩୫, ୧୧ ମଇ ୨୦୧୩ (UTC)

ଓଡ଼ିଆ ଉଇକିପିଡ଼ିଆକୁ ବାହୁଡ଼ିବା ନିମନ୍ତେ ଅନୁରୋଧ[ସମ୍ପାଦନା]

ଆଦରର ମହାପ୍ରଜ୍ଞା ଅପା,

ଓଡ଼ିଆ ଉଇକିପିଡ଼ିଆରେ ନକ୍ସଲବାଦ ପ୍ରସଙ୍ଗରେ ଅବଦାନ ପାଇଁ ଅଶେଷ ସାଧୁବାଦ । ଆପଣଙ୍କର ଓଡ଼ିଆ ଉଇକିପିଡ଼ିଆକୁ ଅବଦାନ ଆମ ଭାଷାର ଏହି ବିଶାଳତମ ଜ୍ଞାନକୋଷଟି ଗଢ଼ିବାରେ, ରାମସେତୁ ଗଢ଼ାରେ ଗୁଣ୍ଡୁଚିମୂଷାର ମହତ ଅବଦାନ ଭଳି ମହତ । ଜଗତସାରାର ଆପଣଙ୍କ ଭଳି ଅନେକ ମହତାକାଙ୍‌କ୍ଷୀ ମଣିଷଙ୍କ ଅଳ୍ପ-ଅଧିକ ଅବଦାନ ପାଇଁ ଆଜି ଜଗତର ଏହା ବିଶାଳତମ ବହୁଭାଷୀ ଜ୍ଞାନକୋଷ ସମୃଦ୍ଧ ହୋଇଛି । ଓଡ଼ିଆ ଉଇକିପିଡ଼ିଆରେ ମାତ୍ର ୨ ବର୍ଷର ବ୍ୟବଧାନ ଭିତରେ ୫୫୦ରୁ ୪୧୦୦ରୁ ଅଧିକ (ପାଖାପାଖି ୩୫୦୦ଟି ପ୍ରସଙ୍ଗ) ଯେଉଁ ସ୍ବେଚ୍ଛାସେବୀ ଉଇକିଆଳିମାନଙ୍କ ଭୂମିକା ରହିଛି ସେମାନଙ୍କ ଭିତରେ ଆପଣ ଜଣେ । ମହାପ୍ରଜ୍ଞା ଅପା, କାର୍ଯ୍ୟ ବହୁଳ ଜୀବନରୁ ଟିକେ ବେଳ ବାହାର କରି ଆମ ଓଡ଼ିଆ ଉଇକିପିଡ଼ିଆକୁ ବାହୁଡ଼ି ଆସନ୍ତୁ । ଆପଣଙ୍କ ସହ ମିଶି ଅନେକ କାମ କରିବାର ଅଛି । ଆଉ କିଛି ଅଭିମାନ ବି ଅଛି ଏତେ ଦିନର ଅନୁପସ୍ଥିତି ପାଇଁ, ଏ ମାସରେ ୧୦ ଟି ସମ୍ପାଦନା ପାଇଁ ଅନୁରୋଧ କରିପାରିବି କି ମହାପ୍ରଜ୍ଞା ଅପାଙ୍କୁ?

--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୯:୫୫, ୧୬ ଜୁଲାଇ ୨୦୧୩ (UTC)