ନକ୍ସଲବାଦ

ଉଇକିପିଡ଼ିଆ ରୁ
Areas with naxalite activity (2007)

ନକ୍ସସଲ୍ ବା ନକ୍ସଲବାଦ ସ୍ଵଭବତଃ ସାମ୍ୟବାଦି ବା କମ୍ୟୁନିସ୍ଟ ସମୁହକୁ ବୁଝାଏଏ।ବିଭିନ୍ନ ସମ୍ୟବାଦି ଦଳ ବିଭିନ୍ନ ସଙ୍ଗଠନର ଅବରନରେ ଭାରତର ବିବିଧ କୋଣରେ ଥାନ୍ତି। ଭାରତର ପୁର୍ବରେ ଥିବା ରାଜ୍ୟମାନ ଯଥା - ଝାଡ଼ଖଣ୍ଡ ପଶ୍ଚିମ ବଙ୍ଗ, ଓଡ଼ିଶା ରେ ଏମାନଙ୍କୁ ମାଓବାଦୀବୋଲି ସମ୍ବୋଧନ କରାଯାଏ । "ଉନଲଫୁଲ୍ ଆକ୍ଟିଭିଟି (ପ୍ରିଭେନସନ୍) ଆକ୍ଟ" ୧୯୬୭ ଅନ୍ତର୍ଗତ ବିଧାନ ଅନୁସାରେ ଭାରତ ସରକାର ନକ୍ସଲବାଦୀ ଆତଙ୍କବାଦୀ ଘୋଷଣା କରିଛି ।

ନକ୍ସଲବାଦର ଇତିହାସ[ସମ୍ପାଦନା]

ନକ୍ସଲ୍ ଶବ୍ଦର ଉତ୍ପତି ପଶ୍ଚିମ ବଙ୍ଗର ଗୋଟେ ଗ୍ରାମ ନକ୍ସଲ୍ ବାଡିରୁ , ଯେଉଁଠାରେ ଏହି ଅନ୍ଦୋଳନ ଆରମ୍ଭ ହୋଇଥିଲା। ନକ୍ସଲବାଦୀଙ୍କୁ ଚରମ ବାମପନ୍ଥି ବୋଲି ବିଚାର କରାଯାଏ। ଏମାନଙ୍କ ବିଚାରଧାରା ଚୀନ ଦେଶର ମାଓ ଯେତୁଙ୍ଗଙ୍କ ରାଜନୈତିକ କଳ୍ପନା ଓ ବିଚାର ସହ ମିଳିତ। ମାଓ ଯେତୁଙ୍ଗଙ୍କ ଚିନ୍ତାଧାରାରୁ ପ୍ରେରିତ ହୋଇ କୃଷକ ଓ ଶ୍ରମିକ ଏକତ୍ର କରାଇ ସରକାର ଓ ଉଚ୍ଚ ବର୍ଗର ଲୋକମାନଙ୍କ ବିରୁଦ୍ଧରେ ସଙ୍ଘର୍ଷ କରିବା ହେଉଛି ନକ୍ସଲବାଦର ପରମ ଉଦ୍ଦେଶ୍ୟ।୧୯୬୭ ରେ ସି ପି ଆଈ (ଏମ୍) ର ଚାରୁ ମାଜୁମ୍ଦର ଓ କାନୁ ସନ୍ୟାଲ୍ ଙ୍କ ନିର୍ଦ୍ଦେଶନାରେ ନକ୍ସଲ୍ ବାଡିରେ କୃଷକ ବିଦ୍ରୋହ ହେଇଥିଲେ। ସମୟକ୍ରମେ ଏହି ଅନ୍ଦୋଳନ ଦକ୍ଷିଣ ଓ ପୁର୍ବ ଗ୍ରାମ୍ୟାଞ୍ଚଳରେ ଖେଳି ଗଲା। ଗତ ଦଶ ବର୍ଷ ଧରି ଏହି ବିଦ୍ରୋହ ସ୍ଥାନଚ୍ୟୁତ, ନିଷ୍ପେଶିତ ଅଦିବାସୀମାନଙ୍କ ମଧ୍ୟରେ ବିସ୍ତାର ପାଇଛି। ମୁଖ୍ୟତଃ ଏହା ମହାନିଗମମାନଙ୍କ ନିର୍ମମ, ଅମାନୁଷିକ ଶୋଷଣ ବିରୁଦ୍ଧରେ ଏକ ପ୍ରତିକ୍ରିୟାର ପ୍ରକାଶ। ଚାରୁ ମାଜୁମ୍ଦର ଙ୍କ ଲେଖା, "ହିସ୍ଟୋରିକ୍ ଏଇଟ୍ ଡୋକ୍ୟୁମେନ୍ଟ୍" ଦ୍ଵାରା ପ୍ରଭାବିତ ହୋଇ ବହୁ ସହରୀ ଉଚ୍ଚ କୂଳୀନ ଭଦ୍ରଲୋକ ଏହି ଅନ୍ଦୋଳନକୁ ସମର୍ଥନ ଦେଇଥିଲେ। ୨୦୦୬ ରେ ଭାରତର ଗୋଇନ୍ଦା ସଂସ୍ଥା " ରିସର୍ଚ୍ ଆଣ୍ଡ୍ ଆନାଲିସିସ୍ ଉଇଙ୍ଗ୍" ର ଅନୁମାନ ଅନୁଯାଇ ପ୍ରାୟ ୨୦୦୦୦ ଶସସ୍ତ୍ର ନକ୍ସଲ ସକ୍ରିୟ ଥିଲେ। ଫେବୃଆରୀ ୨୦୦୯ରେ, ଭାରତୀୟ କେନ୍ଦ୍ର ସରକାର ଦେଶବ୍ୟାପୀ ଗୋଟେ ସ୍ଵତନ୍ତ୍ର ଯୋଜନା ଘୋଷଣା କରିଛନ୍ତି ଯଥା : "ଇନ୍ଟୀଗ୍ରେଟେଡ୍ ଆକ୍ଶ୍ନ୍ନ୍ନ୍ନ୍ ପ୍ଲାନ୍" ବା " ସଂଗଠିତ କାର୍ଯ୍ୟ ପରିଯୋଜନା ", ଯାହା ଫଳରେ ନକ୍ସଲ ମାନଙ୍କ ପ୍ରଭାବକୁ କାବୁ କରିବା ପାଇଁ ଏହି ଅଞ୍ଚଳରେ ସରକାରର ବିକାଶ ଜନ୍ନିତ ସମବିତ୍ତ ପ୍ରକ୍ରିୟା ଜାରି ରହିବ।ତେଣୁ ଏହି ଯୋଜନା ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା ସାଧାରଣ ଜନସମୁହର ଆର୍ଥିକ ବିକାଶ ସମ୍ବନ୍ଧିୟ ପରିଯୋଜନା।

ନକ୍ସଲବାଦର ମୁଖ୍ୟ କାରଣ[ସମ୍ପାଦନା]

ନକ୍ସଲବାଦର ଗୋଟେ କାରଣ ହେଉଛି ଭାରତୀୟ ସମ୍ବିଧାନ ର ପଞ୍ଚମ ଏବଂ ନବମ ଅନୁସୁଚୀର ପାଳନରେ ବିଫଳତା। ଏହି ଅନୁସୁଚୀ ମାନ ପ୍ରାକୃତିକ ସମ୍ପଦ ଉପରେ ଆଦିବାସୀମାନଙ୍କ ଅଧିକାରକୁ ସୀମିତ କରିଦେଇଛି। ଏହା ଫଳରେ ଜମି ଗୁଡା ଜମିଦାର ମାନଙ୍କ ପାଖରେ ଠୁଳ ହେଲା ଓ କେବଳ ବଳକା ଜମି ଜମିହୀନ କୃଷକ ଓ ଶ୍ରମିକ ଙ୍କ ମଧ୍ୟରେ ବଣ୍ଟା ହେଲା। ବର୍ଣ୍ଣ ଭେଦଭାବ ମଧ୍ୟ ଏହି ଆନ୍ଦୋଳନକୁ ଅହୁରୀ ଉତେଜିତ୍ତ କରିଛି। ଅନ୍ୟାୟ, ନିମ୍ନ ଶିକ୍ଷା ବ୍ୟବସ୍ଥା, ରାଜନୈତିକ ଅଧିକାର ରୁ ବଂଚିତ, ସମାଜିକ ଓ ସଂକୃତିକ ତିରସ୍କାର, ନିଜୀ ଜମିରୁ ବଳପୁର୍ବକ ବେଦଖଲ ହେବା ନକ୍ସଲବାଦ କୁ ଜାତ କରିଛି। ଏଥି ପାଇଁ ନକ୍ସଲବାଦୀ ମାନେ ରାଜ୍ୟ ବିଭାଜନକୁ ସମର୍ଥନ କରନ୍ତି ।

ଆଧାର[ସମ୍ପାଦନା]

ଆହୁରି ପଢ଼ନ୍ତୁ[ସମ୍ପାଦନା]

  • Naxalite Politics in India, by J. C. Johari, Institute of Constitutional and Parliamentary Studies, New Delhi, . Published by Research Publications, 1972.
  • The Naxalite Movement, by Biplab Dasgupta. Published by , 1974.
  • The Naxalite Movement: A Maoist Experiment, by Sankar Ghosh. Published by Firma K.L. Mukhopadhyay, 1975. ISBN 0-88386-568-8.
  • The Naxalite Movement in India: Origin and Failure of the Maoist Revolutionary Strategy in West Bengal, 1967-1971, by Sohail Jawaid. Published by Associated Pub. House, 1979.
  • In the Wake of Naxalbari: A History of the Naxalite Movement in India, by Sumanta Banerjee. Published by Subarnarekha, 1980.
  • India's Simmering Revolution: The Naxalite Uprising, by Sumanta Banerjee. Published by Zed Books, 1984. ISBN 0-86232-037-2.
  • Edward Duyker Tribal Guerrillas: The Santals of West Bengal and the Naxalite Movement, Oxford University Press, New Delhi, 1987, p. 201, SBN 19 561938 2.
  • The Naxalite Movement in India, by Prakash Singh. Published by Rupa, 1995. ISBN 81-7167-294-9.
  • Sailen Debnath, West Bengal in Doldrums, ISBN 978-81-86860-34-2
  • Sailen Debnath, The Dooars in Historical Transition, ISBN 978-81-86860-44-1
  • Sailen Debnath ed. Social and Political Tensions in North Bengal Since 1947, ISBN 81-86860-23-1
  • V. R. Raghavan ed. The Naxal Threat : Causes, State Responses and Consequences, Publisher Vij Books India Pvt Ltd, ISBN 9789380177779

ବାହାର ତଥ୍ୟ[ସମ୍ପାଦନା]