ବ୍ରହ୍ମପୁର ବିମାନ ବନ୍ଦର

Coordinates: 19°17′51″N 084°52′37″E / 19.29750°N 84.87694°E / 19.29750; 84.87694
ଉଇକିପିଡ଼ିଆ‌ରୁ
Berhampur Airport
ବ୍ରହ୍ମପୁର ବିମାନ ବନ୍ଦର
IATA: BMPICAO: VEBM
ସାରକଥା
ବିମାନ ବନ୍ଦର ପ୍ରକାର Public
ପରିଚାଳକ Public Works Department
ଅବସ୍ଥାନ Berhampur, Odisha (India)
ଦିଗବାରେଣି 19°17′51″N 084°52′37″E / 19.29750°N 84.87694°E / 19.29750; 84.87694
ରନବେ
ଦିଗ ଲମ୍ବ ଭୂମି
ft m
18/36 2,461 750

ବ୍ରହ୍ମପୁର ବିମାନ ବନ୍ଦର‌(ଅନ୍ୟନାମ : ରଙ୍ଗେଇଲୁଣ୍ଡା ବିମାନ ଅବତରଣ ସ୍ଥଳ) ,ଭାରତୀୟ ରାଜ୍ୟ ଓଡ଼ିଶାର ଦକ୍ଷିଣରେ ଥିବା ବ୍ରହ୍ମପୁର ସହରଠାରୁ ୯ କିଲୋମିଟର ଦୁରବର୍ତୀ ରଙ୍ଗେଇଲୁଣ୍ଡାଠାରେ ଅବସ୍ଥିତ । ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶମାନଙ୍କଦ୍ୱାରା ନିର୍ମିତ ହେଇଥିଲା । ଏହା ନିକଟରେ ଅଧୁନା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କେମ୍ପସ ରହିଛି ।  

୪୦ ଏକର ପରିମିତ ସ୍ଥାନରେ ଥିବା ଏହି ବିମାନ ବନ୍ଦର ବର୍ତ୍ତମାନ ରାଜ୍ୟ ସରକାରଙ୍କ ପବ୍ଲିକ ୱର୍କ ବିଭାଗ ଅଧୀନରେ ଅଛି । ଏହାର ରନୱେର ଦୈର୍ଘ୍ୟ ୭୫୦ ମିଟର ଓ ଏହା ଓଡ଼ିଶା ସରକାରଙ୍କଦ୍ୱାରା[୧] ସାମୟିକ ଭାବେ ବ୍ୟବହାର ଓ ମରାମତିକରଣ ହେଇଥାଏ । ଏହା ନିକଟରେ ଏକ ହେଲିପ୍ୟାଡ଼ ମଧ୍ୟ ରହିଛି । 

ଏହି ରନ ୱେ ସମୟ ସମୟରେ ଓଡ଼ିଶା ସରକାର , କେନ୍ଦ୍ର ପ୍ରତିରକ୍ଷା ବିଭାଗ , ବେସରକାରୀ ପ୍ରତିଷ୍ଠାନମାନଙ୍କଦ୍ୱାରା ବ୍ୟବହୃତ ହେଇଥାଏ, ଏଠାରେ ରାଜ୍ୟ ସରକାର ରାଜ୍ୟର ଦ୍ୱିତୀୟ ବିମାନ ଚାଳନା ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ଖୋଲିବାର ବ୍ୟବସ୍ଥା କରୁଛନ୍ତି ।[୨] 

ଆଧାର [ସମ୍ପାଦନା]

  1. Patnaik, Sunil (2012). "The Telegraph - Calcutta (Kolkata) | Odisha | Rangeilunda flying club takes off". telegraphindia.com. Calcutta, India. Retrieved 27 April 2012. the present runway is 750-meter {{cite news}}: More than one of |accessdate= and |access-date= specified (help)
  2. Patnaik, Sunil (2012). "The Telegraph - Calcutta (Kolkata) | Orissa | First flight takes off from Gopalpur". telegraphindia.com. Calcutta, India. Retrieved 27 April 2012. Rangeilunda as the second flying club in Orissa {{cite news}}: More than one of |accessdate= and |access-date= specified (help)

ବାହାର ଲିଙ୍କ [ସମ୍ପାଦନା]