ବ୍ରତୋପନୟନ

ଉଇକିପିଡ଼ିଆ ରୁ
ଉପନୟନ ସଂସ୍କାର ହେଉଥିବା ଏକ ବ୍ରାହ୍ମଣ ବାଳକ

ବ୍ରାହ୍ମଣମାନେ ବ୍ରତୋପନୟନ କାର୍ଯ୍ୟ ସମ୍ପନ୍ନ କଲାବେଳେ ସାଧାରଣତଃ ଛଅଖିଅ ସୂତ୍ରଧାରଣ କରିଥାନ୍ତି । ଏହା ସାଧାରଣ ଲୌକିକ ଉପଚାର ଥିବାବେଳେ ପ୍ରକୃତ ନିୟମାନୁସାରେ ନବସୂତ୍ରଧାରଣ କରିବା ବିଧି ଅଟେ । ପିତାଥିବା ପୁତ୍ରମାନେ ଛଅଖିଅ ଧାରଣ କରନ୍ତି ଓ ପିତୃଶୂନ୍ୟ ବ୍ରାହ୍ମଣପୁତ୍ର ବା ବ୍ରହ୍ମଚାରୀ ନଅଖିଅ ଧାରଣ କରିଥାନ୍ତି । ତେଣୁ ୯ଟି ସୂତ୍ରରେ କ୍ରମାନୁଯାୟୀ ପ୍ରଥମ ସୂତ୍ରରେ ଓଁକାରାୟନମଃ-ଦ୍ୱିତୀୟତନ୍ତୁ ବା ସୂତ୍ରରେ ଓଁ ଅଗ୍ନେୟେ, ତୃତୀୟରେ ଓଁ ସର୍ପାୟ, ଚତୁର୍ଥରେ ଓଁ ସୋମାୟ, ପଞ୍ଚମରେ ଓଁ ପିତୃଭ୍ୟୋ, ଷଷ୍ଠରେ ଓଁ ପ୍ରଜାପତୟେ- ଏହି ଛଅଖିଅ ପରେ ସପ୍ତମରେ ଅନିଳାୟ, ଅଷ୍ଟମରେ ଯମାୟ, ନବମରେ ଓଁ ବିଶ୍ୱଭ୍ୟୋ ଦେବେଭ୍ୟୋ ଓ ପରିଶେଷରେ ନମଃ ଲାଗି ଉଚ୍ଚାରଣ କରାଯାଏ । ଏହା ବ୍ୟତୀତ ଅନ୍ୟ ଶାସ୍ତ୍ର ବିହାରୀ କର୍ମକାଣ୍ଡ ଅନୁଯାୟୀ ସେହିଭଳି ପ୍ରଥମ ସୂତ୍ର-ଓଁକାର, ଦ୍ୱିତୀୟ-ଅଗ୍ନି, ତୃତୀୟ-ତକ୍ଷକ, ଚତୁର୍ଥ-ସୋମ, ପଞ୍ଚମ-ପିତୃଦେବତା, ଷଷ୍ଠ-ପ୍ରଜାପତି, ସପ୍ତମ-ବାସୁଦେବ, ଅଷ୍ଟମ-ରବି ଓ ନବମରେ ସମସ୍ତ ଦେବତା । ଏହିପରି ନବସୂତ୍ରରେ ନବଦେବତା ପ୍ରତିଷ୍ଠିତ ଥାନ୍ତି । ଉକ୍ତ ଯଜ୍ଞସୂତ୍ରକୁ ବ୍ରହ୍ମା ଜାତ କଲାବେଳେ ବିଷ୍ଣୁ ତିନିଗୁଣ, ଶିବ ଗ୍ରନ୍ଥି କରିଥାନ୍ତି । କିନ୍ତୁ ଗାୟତ୍ରୀ ଦେବୀ ଅଭିମନ୍ତ୍ରିତ କରିଛନ୍ତି । ଏ ରୂପ ଯଜ୍ଞସୂତ୍ରର ଲକ୍ଷଣକୁ ଯେ ଜାଣେ ତାହାର ପଇତା ଧାରଣ କରିବା ଯଥାର୍ଥ । ଆହୁରି ମଧ୍ୟ ପଇତା ବାମ ସ୍କନ୍ଧରେ ଧାରଣକୁ ‘ଯଜ୍ଞୋପବୀତିତା’ ଦକ୍ଷିଣସ୍କନ୍ଧରେ ଧାରଣକୁ ‘ପ୍ରାଚୀନ ବୀତିତା’, କଣ୍ଠରେ ମାଳା ପରି ଧାରଣ କଲେ ତାକୁ ‘ନୀବିତିତା’ କହିଥାନ୍ତି । ଏହିପରି ପଇତା ଧାରଣ କରାଯିବାର ମାର୍ଗ ଅଟେ ।[୧]

ଆଧାର[ସମ୍ପାଦନା]

  1. ପଣ୍ଡିତ ଭାସ୍କର ଚନ୍ଦ୍ର ଶତପଥୀ, ରବିବାର ସମାଜ, ପୃଷ୍ଠା-୨, ୪-୧୦ ମେ ୨୦୧୪