ବୈଦୁତିକ ଜନିତ୍ର
ବୈଦୁତିକ ଜନିତ୍ର ବା ଜେନେରେଟର ଏକ ଯନ୍ତ୍ର ଯାହା ଯାନ୍ତ୍ରିକ ଶକ୍ତି କୁ ବୈଦୁତିକ ଶକ୍ତିରେ ପରିବର୍ତ୍ତନ କରିଥାଏ । ଏହାଦ୍ଵାରା ବିଦ୍ୟୁତ ଚାର୍ଜ, ବୈଦୁତିକ ପରିପଥରେ ପ୍ରବାହିତ ହୋଇଥାଏ । ମୁଖ୍ୟତଃ ବାଷ୍ପ ଦ୍ଵାରା ଚାଳିତ ଟରବାଇନ, ଉଚ୍ଚ ପତନରୁ ପଡୁଥିବା ଜଳ ଦ୍ଵାରା ଚଳିତ ଟରବାଇନ ଓ ଏମିତି ଆହୁରି ଅନେକ, ଏହି ଯାନ୍ତ୍ରିକ ଶକ୍ତିର ଉତ୍ସ ଅଟନ୍ତି ।
ବୈଦୁତିକ ମୋଟର, ବୈଦୁତିକ ଶକ୍ତି କୁ ଯାନ୍ତ୍ରିକ ଶକ୍ତିରେ ଓଲଟା ରୂପାନ୍ତରଣ କରିଥାଏ । ଏହି ମୋଟର ଓ ଜନିତ୍ର ଭିତରେ ଗଠନ ଦୃଷ୍ଟିରୁ ଅନେକ ସାମଞ୍ଜସ୍ୟ ରହିଥାଏ ।
ବିଷୟସୂଚୀ |
ଇତିହାସ [ସମ୍ପାଦନା]
ବୈଦୁତିକତା ଓ ଚୁମ୍ବକୀୟତା ଭିତରେ ସମ୍ପର୍କ ଆବିଷ୍କାର ହେବାର ବହୁ ପୂର୍ବରୁ ସ୍ଥିର-ବିଦ୍ୟୁତ ଜନିତ୍ରର (ସ୍ଥିର-ବିଦ୍ୟୁତ ଜନିତ୍ର ବା ଇଲେକ୍ଟ୍ରୋଷ୍ଟାଟିକ ଜେନେରେଟର ଏକ ଯନ୍ତ୍ର ଯାହାକି ସ୍ଥିର ବିଦ୍ୟୁତ ସୃଷ୍ଟି କରିଥାଏ । [୧]) ବ୍ୟବହାର କରାଯାଉଥିଲା ।
ଟାକୋ-ଜନିତ୍ର/ଟାକୋ-ଜେନେରେଟର [ସମ୍ପାଦନା]
ସାଧାରଣତଃ ଟାକୋଜେନେରେଟର ବ୍ୟବହାର ଟାକୋମିଟର କୁ ଶକ୍ତି ଯୋଗେଇବା ପାଇଁ କରାଯାଇଥାଏ, ଯାହା ଦ୍ଵାରା ବୈଦୁତିକ ମୋଟର ଓ ଇଞ୍ଜିନ ଗୁଡିକର ବେଗ ମପା ଯାଇଥାଏ । ଏହି ଜେନେରେଟର ଆନୁମାନିକ ଭାବେ ଶାଫ୍ଟ ବେଗ ସହ ସମାନୁପାତିକ ବିଦ୍ୟୁତ ବିଭବାନ୍ତର ସୃଷ୍ଟି କଋଥାଏ ।
ଆଧାର [ସମ୍ପାଦନା]
ବାହାର କଡ଼ି [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Electrical generators ଉପରେ ମାଧ୍ୟମ ରହିଅଛି |