ବେକର ମାଂସପେଶୀ ଡିଷ୍ଟ୍ରୋଫି

ଉଇକିପିଡ଼ିଆ‌ରୁ
Becker's muscular dystrophy
Benign pseudohypertrophic muscular dystrophy[୧]
X-linked recessive is the manner in which this condition is inherited
ବିଭାଗPediatrics, medical genetics
ଲକ୍ଷଣMuscle weakness, muscle wasting[୨]
ଆକ୍ରାନ୍ତ ସମୟ5 to 15[୩]
କାରଣGenetic mutation[୪]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on symptoms, confirmed by lab tests, muscle biopsy, or genetic testing[୩]
ସଠିକ ରୋଗ ନିର୍ଣ୍ଣୟDuchenne muscular dystrophy, polymyositis, spinal muscular atrophy, limb-girdle muscular dystrophy[୪]
ଚିକିତ୍ସାPhysical therapy[୩]
PrognosisLife expectancy 40s[୩]
ପୁନଃପୌନିକ3 per 100,000 US males[୪]

ବେକର ମାଂସପେଶୀ ଡିଷ୍ଟ୍ରୋଫି ହେଉଛି ଏକ ଜେନେଟିକ ରୋଗ ଯେଉଁଥିରେ ମାଂସପେଶୀ ଧୀରେ ଧୀରେ ଦୁର୍ବଳ ହୁଏ ଓ କ୍ଷୟ ହୋଇଯାଏ | [୫] ଏହା ସାଧାରଣତଃ ଗୋଡ଼ ଏବଂ ପେଲଭିସରେ ଆରମ୍ଭ ହେବା ଫଳସ୍ୱରୂପ ଚାଲିବା ଅସୁବିଧା ହୁଏ ପଡ଼ିଯାଆନ୍ତି | [୬] ୫ରୁ ୧୫ ବର୍ଷ ବୟସ ମଧ୍ୟରେ ଏହି ଅବସ୍ଥା ସାଧାରଣତଃ ଆଖିଦୃଶିଆ ହୋଇଯାଏ। [୩] ରୋଗ ଜଟିଳ ହେଲେ କାର୍ଡ଼ିଓମାୟୋପାଥି ହୋଇପାରେ ଯାହା ମୃତ୍ୟୁର ଏକ ସାଧାରଣ କାରଣ ଅଟେ। [୨] [୭]

ପ୍ରୋଟିନ୍ ଡିଷ୍ଟ୍ରୋଫିନ ଏନକୋଡ୍ କରୁଥିବା ଜିନର ପରିବର୍ତ୍ତନ ଯୋଗୁ ଏହି ରୋଗ ହୁଏ | [୭] ଏହା ଏକ୍ସ- ସଂଯୁକ୍ତ ରିସିସିଭ ଉତ୍ତରାଧିକାରୀ ସୂତ୍ରରେ ଗତି କରେ | [୪] ଏହା ଏକ ପ୍ରକାର ଡିଷ୍ଟ୍ରୋଫିନୋପାଥି ରୋଗ |[୫] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ଏବଂ ଲ୍ୟାବ ପରୀକ୍ଷା, ପେଶୀ ବାୟୋପ୍ସି କିମ୍ବା ଜେନେଟିକ ପରୀକ୍ଷା କରି ନିଶ୍ଚିତ କରାଯାଇପାରେ। [୬] ଡୁଚେନ୍ ମାଂସପେଶୀ ଡିଷ୍ଟ୍ରୋଫି ଅପେକ୍ଷା ଏହା କମ୍ ଗୁରୁତର ଅଟେ ଯାହା ଡିଷ୍ଟ୍ରୋଫିନ୍ ଜିନର ପରିବର୍ତ୍ତନ ହୋଇ ମଧ୍ୟ ଆସିଥାଏ | [୪]

ଏହି ରୋଗ ଆରୋଗ୍ୟ ହୁଏନାହିଁ, ଯଦିଓ ଶାରୀରିକ ଚିକିତ୍ସା ପଦ୍ଧତିରେ ଲକ୍ଷଣର କିଛି ଉନ୍ନତି ଆଣିପାରେ | [୬] କେତେକ କ୍ଷେତ୍ରରେ ସ୍ଟିରଏଡ ବ୍ୟବ‌ହାର କରାଯାଇପାରେ | [୭] ଯୁକ୍ତରାଷ୍ଟ୍ରରେ ୧୦୦,୦୦୦ ପୁରୁଷଙ୍କ ମଧ୍ୟରୁ ପ୍ରାୟ ୩ ଜଣକୁ ବେକର୍ ମାଂସପେଶୀ ଡିଷ୍ଟ୍ରୋଫି ପ୍ରଭାବିତ କରିଥାଏ | [୪] ଅନ୍ୟ ଦେଶମାନଙ୍କରେ ଏହି ହାର ୧୦୦,୦୦୦ ପୁରୁଷଙ୍କ ମଧ୍ୟରୁ ୦.୧ରୁ ୭ ମଧ୍ୟରେ ପ୍ରଭାବିତ ହୋଇଥାଏ। [୪] ଆୟୁଷ ୪୦ ଦଶକ ପର୍ଯ୍ୟନ୍ତ ରହିପାରେ | [୫]

ଆଧାର[ସମ୍ପାଦନା]

  1. "Becker muscular dystrophy: MedlinePlus Medical Encyclopedia". medlineplus.gov (in ଇଂରାଜୀ). Archived from the original on 15 March 2017. Retrieved 30 July 2019.
  2. ୨.୦ ୨.୧ "Duchenne and Becker muscular dystrophy". NIH.gov. NIH. Archived from the original on 24 March 2017. Retrieved 17 April 2016.
  3. ୩.୦ ୩.୧ ୩.୨ ୩.୩ ୩.୪ "Becker muscular dystrophy | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Archived from the original on 28 November 2020. Retrieved 20 January 2021.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ Thada, PK; Bhandari, J; Umapathi, KK (January 2020). "Becker Muscular Dystrophy". PMID 32310552. {{cite journal}}: Cite journal requires |journal= (help)
  5. ୫.୦ ୫.୧ ୫.୨ "Duchenne and Becker muscular dystrophy". NIH.gov. NIH. Archived from the original on 24 March 2017. Retrieved 17 April 2016.
  6. ୬.୦ ୬.୧ ୬.୨ "Becker muscular dystrophy | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Archived from the original on 28 November 2020. Retrieved 20 January 2021.
  7. ୭.୦ ୭.୧ ୭.୨ Thada, PK; Bhandari, J; Umapathi, KK (January 2020). "Becker Muscular Dystrophy". PMID 32310552. {{cite journal}}: Cite journal requires |journal= (help)