Topic on ଉଇକିପିଡ଼ିଆ:ଆଲୋଚନା ସଭା

Ssgapu22 (ଆଲୋଚନାଅବଦାନ)

ଦୁଇବର୍ଷ ହେଲାଣି ମୁଁ କଣ୍ଟେଣ୍ଟ ଟ୍ରାନ୍ସ‌ଲେସନ୍ ବ୍ୟବହାର କରିଆସୁଛି । ଗତ ବର୍ଷ ହାଇଦ୍ରାବାଦରେ ଆୟୋଜିତ ଉଇକି କନ୍‌ଫରେନ୍ସବେଳେ @Jnanaranjan sahu ଭାଇଙ୍କ ସହିତ ଆଲୋଚନା ବେଳେ ଏହାକୁ ସରଳୀକରଣ କରିବାର କିଛି ଉପାୟ କହୁଥିଲେ । କଣ୍ଟେଣ୍ଟ ଟ୍ରାନ୍ସଲେସନ ଯଦିଓ ଅନେକ ଲୋକଙ୍କ ଦ୍ୱାରା ତିଆରି ହୋଇଛି, କିନ୍ତୁ ବଡ଼ ପ୍ରସଙ୍ଗ ହେଲେ, ଏହା ଭଲରେ କାମ କରୁନି । ଅନୁବାଦ ମଧ୍ୟ ଅନେକ ସମୟରେ କଟିଯାଉଛି ଆଉ କେବଳ ଗୁଗୁଲ୍ ଟ୍ରାନ୍ସଲେସନ୍ ହିଁ ବ୍ୟବହାର ହୋଇପାରୁଛି । ନୂଆ ବ୍ୟବହାରକାରୀଙ୍କୁ ଅନୁବାଦ ପାଇଁ ଶିଖାଇବା ଟିକେ ସହଜ ହେବ ଆଉ ଜ୍ଞାନ ଭାଇଙ୍କ ମତ ଅନୁସାରେ, ଏହାର ଏକ ସରଳୀକରଣ ଟୂଲ୍ ଆମେ ନିଜେ ପ୍ରସ୍ତୁତ କରିପାରିଲେ ନୂଆ ବ୍ୟବହାରକାରୀଙ୍କୁ ଆକୃଷ୍ଟ କରିବାକୁ ସହଜ ହେବ । ତେଣୁ ଜ୍ଞାନ ଭାଇଙ୍କୁ ଅନୁରୋଧ ଯଦି ସମ୍ଭବ ହେବ, ତେବେ ଏହା ଉପରେ କାମ ଆଗକୁ ବଢ଼େଇବାକୁ ଏବଂ ଅନ୍ୟମାନଙ୍କୁ ଅନୁରୋଧ ଏହା ଉପରେ ମତ ରଖିବାକୁ ।


cc @Psubhashish @Hellohappy @Soumendrak

Psubhashish (ଆଲୋଚନାଅବଦାନ)

ଟୁଲ ତିଆରି ପାଇଁ ସାଧାରଣତଃ ଅଧିକ ସମୟ ଲାଗେ ତେଣୁ ଗ୍ରାଣ୍ଟଟେ ଆଣି କଲେ ଏ କାମଟି ଭଲରେ ହେବ । ମୁଁ ତମ ସହ ଏକମତ ଏ ଅସୁବିଧା ବାବଦରେ । ମୁଁ ନିଜେ ବିଙ୍ଗ ଟ୍ରାନ୍ସଲେଟର ବ୍ୟବହାର କରେ ହେଲେ ମାନୁଆଲି ସବୁ କରିବାକୁ ପଡ଼େ । ମୁଁ ଉଇକିକୋଡ଼ ସହ ପରିଚିତ ବୋଲି ସେତେ ବେଶୀ ଅସୁବିଧା ହୁଏନି । ହେଲେ ନୂଆଙ୍କ ପାଇଁ ସେ ବାଟ ଜମା ସୁବିଧା ନୁହେଁ । ଟୁଲ ହେଲେ ଉଇକି ଲିଙ୍କ ଆଦି ସହଜରେ ହେଇପାରିବ ତେଣୁ ସମସ୍ତଙ୍କୁ ନିହାତି ସୁବିଧା ହେବ ।

Soumendrak (ଆଲୋଚନାଅବଦାନ)

@Ssgapu22 ବିଷୟଟିକୁ ଆଲୋଚନା ସଭାରେ ଲେଖିଥିବାରୁ ଧନ୍ୟବାଦ ।

ଉଇକିମିଡ଼ିଆ ଅନୁବାଦ ଦଳଙ୍କୁ ବାରମ୍ବାର ମୁହାଁମୁହିଁ ଏବଂ ଫାବ୍ରିକେଟରରେ ଅନୁରୋଧ କରି ମଧ୍ୟ କିଛି ବିଶେଷ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

ଜ୍ଞାନ ଭାଇ ଏବଂ ମୁଁ Microsoft Azure ଅନୁବାଦ API ଉପଯୋଗ କରି ଆମ ଉଇକିପିଡ଼ିଆରେ ଏକ ଅନୁବାଦ ଉପକରଣ କରିବୁ ବୋଲି ମଝିରେ ଆଲୋଚନା କରିଥିଲୁ । ଶୁଭ ଭାଇଙ୍କ କହିବା ମୁତାବକ, @Jnanaranjan sahu ଭାଇ ଗ୍ରାଣ୍ଟଟିଏ ଆବେଦନ ହେଉ :) ।

"ଅନୁବାଦ ପାଇଁ ନୂଆ ଟୂଲ୍ ବାବଦରେ"ଙ୍କୁ ଉତ୍ତର