ବିଜନବାଳା ପାଟଯୋଶୀ

ଉଇକିପିଡ଼ିଆ‌ରୁ

ବିଜନବାଳା ପାଟଯୋଶୀ (ଜନ୍ମନାମ ବିଜନବାଳା କାଣ୍ଡି, ସମ୍ବଲପୁରୀ: ବିଜନ ବାଲା କାଣ୍ଡି) ଜଣେ ଭାରତୀୟ ସରକାରୀ ଅଧିକାରୀ ଓ ଜଣେ ଓଡ଼ିଆ-ଭାଷୀ ଲେଖକ ଓ ସେ ମୁଖ୍ୟତଃ ଗଳ୍ପରଚନା ପାଇଁ ଜଣାଶୁଣା । ୨୦୦୦ ମସିହାରେ ଡାହାଣୀ ପୁସ୍ତକ ପାଇଁ ସେ ଭୁବନେଶ୍ୱର ପୁସ୍ତକମେଳା ତରଫରୁ ରବି ପଟ୍ଟନାୟକ ସ୍ମୃତି ପୁରସ୍କାର ପାଇଥିଲେ । ତାଙ୍କର ଅନ୍ୟାନ୍ୟ ଇଲ୍ଲେଖନୀୟ କୃତି ଭିତରେ ଛୋଟ ବଡ଼ ରେଖା (୨୦୧୩), ପୁରୁଷ ଓ ଅନ୍ୟାନ୍ୟ ଗଳ୍ପ ଅନ୍ୟତମ । ଓଡ଼ିଆ ଲେଖକ ଶୁଭ୍ରାଂଶୁ ଭୂଷଣ ପାଟଯୋଷୀ ତାଙ୍କର ବୈବାହିକ ସାଥୀ ।

ସଂକ୍ଷିପ୍ତ ଜୀବନୀ[ସମ୍ପାଦନା]

ସେ ବୁର୍ଲାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ମ୍ୟାଟ୍ରିକ ପାସକରିଥିଲେ । ଯୁକ୍ତ ଦୁଇ ପରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଗଙ୍ଗାଧର ମେହେର ମହାବିଦ୍ୟାଳୟ (ସ୍ବୟଂଶାସିତ)[୧], ସମ୍ବଲପୁରରୁ ସ୍ନାତକ ଏବଂ ଡ. ପର୍ଶୁରାମ ମିଶ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡି ଇନ୍ ଏଜୁକେସନ୍, ସମ୍ବଲପୁରରୁ ବିଏଡ୍ ଶିକ୍ଷା ସମାପ୍ତ କରିଥିଲେ । ସେ ୧୯୯୯ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଅଧ୍ୟୟନ କରିଥିଲେ । ୧୯୯୩ ମସିହା ଅଗଷ୍ଟ ମାସରେ ସେ ଓଡ଼ିଆ ଲେଖକ ଶୁଭ୍ରାଂଶୁ ଭୂଷଣ ପାଟ୍ଟଯୋଶୀଙ୍କୁ ଅନନ୍ୟା ପତ୍ରିକାର ପ୍ରକାଶନ ପରିପ୍ରେକ୍ଷୀରେ ଭେଟିଥିଲେ । ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପଢ଼ିବା ସମୟରେ ଦୁହେଁ ପରସ୍ପରକୁ ଭଲପାଇ ପରେ ୨୦୧୧ ଫେବୃଆରୀ ୧୧ରେ ବିବାହ କରିଥିଲେ । ଶୁଭ୍ରାଂଶୁ ତାଙ୍କଠାରୁ ବୟସରେ ପାଞ୍ଚ ବର୍ଷ ବଡ଼ ।[୨] ବିଜନବାଳା ବର୍ତ୍ତମାନ ଓଡ଼ିଶା ସଚିବାଳୟର ଲୋକସେବା ଭବନରେ ଜଣେ ଡେସ୍କ ଅଫିସର ଭାବେ କାର୍ଯ୍ୟରତ ।[୩]

ସାହିତ୍ୟ ରଚନା[ସମ୍ପାଦନା]

ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମୟରେ ତାଙ୍କର ଗଳ୍ପ ପତ୍ରପତ୍ରିକାରେ ପ୍ରକାଶ ପାଉଥିଲା ।[୧] ୧୯୯୩-୯୪ ମସିହାରୁ ଆକାଶବାଣୀ ସମ୍ବଲପୁରର ଯୁବବାଣୀ କାର୍ଯ୍ୟକ୍ରମରେ ତାଙ୍କର ଗପ ପ୍ରସାରିତ ମଧ୍ୟ ହେଉଥିଲା ।[୨]

ରଚନାବଳୀ[ସମ୍ପାଦନା]

  • ଛୋଟ ବଡ଼ ରେଖା (୨୦୧୩)
  • ପୁରୁଷ ଓ ଅନ୍ୟାନ୍ୟ ଗଳ୍ପ

ଆଧାର[ସମ୍ପାଦନା]

  1. ୧.୦ ୧.୧ ପଣ୍ଡା, ବିଦ୍ୟାଧର (16 December 2019). "ବହୁରୂପୀ ବେତାର" (PDF). ଏକମାତ୍ର. Retrieved 2024-04-04.
  2. ୨.୦ ୨.୧ ରଥ, ମାନମୟୀ; Pattnaik, Sagarika (2022-02-13). "ପ୍ରେମର ସୂକ୍ଷ୍ମ କଳା: ଶୁଭ୍ରାଂଶୁ ଓ ବିଜନବାଳା - Dharitri". ଧରିତ୍ରୀ. Retrieved 2024-04-05.
  3. "Notification" (PDF). Home Department, Government of Odisha. Archived (PDF) from the original on 2024-04-05.