ବାଇଡ଼ଙ୍କ

ଉଇକିପିଡ଼ିଆ ରୁ
ବାଇଡ଼ଙ୍କ
ବାଇଡ଼ଙ୍କ ଫୁଲ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
Kingdom: Plantae
(unranked): Angiosperms
(unranked): Eudicots
(unranked): Rosids
Order: Fabales
Family: Fabaceae
Subfamily: Faboideae
Tribe: Phaseoleae
Genus: Mucuna
Species: M. pruriens
ବାଇନୋମିଆଲ ନାଆଁ
Mucuna pruriens
(L.) DC.

ଏହା ଏକ ଲତାଜାତୀୟ ଉଦ୍ଭିଦ। ଦେଖିବାକୁ ଶିମ୍ବଲତା ପରି କିନ୍ତୁ ଏହା ଖୁବ୍ ବଡ଼ ଲତା । ବଡ଼ ବଡ଼ ଗଛରେ ଲଟିଥାଏ । ଫଳ ଓ ପତ୍ର ମଧ୍ୟ ଶିମ୍ବ ପରି ହୋଇଥାଏ। ଫଳ ଉପରେ ସଁବାଳୁଆପରି ଆଁଶୁ ଲାଗିଥାଏ । ପବନରେ ଏହି ଆଁଶୁ ଉଡ଼ି ଦେହରେ ଲାଗିଲେ ଗଲୁକରେ ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ବାଇଡ଼ଙ୍କ
ସଂସ୍କୃତ ଆତ୍ମଗୁପ୍ତା, କପିକଚ୍ଛ, ଦୁଷ୍ପଶା, ମକଟୀ, ବାନରୀ, କଣ୍ଡୁରା, ଅବ୍ୟଙ୍ଗ, ଶୁକଶିମ୍ବୀ, ବୃଷ୍ୟା, ପ୍ରାଦୃଶାୟଣୀ
ହିନ୍ଦୀ କିଂବାଞ୍ଚ, କୌଞ୍ଚ
ତେଲୁଗୁ ପିଲିଆଡପୁ
ବଙ୍ଗଳା ଆଲକୁଶୀ

[ଏହାକୁ ବଦଳାନ୍ତୁ] ଶାସ୍ତ୍ରୋକ୍ତ ଗୁଣ

ଅଳ୍ପ ତିକ୍ତରସ, ଗୁରୁପାକ, ସୁସ୍ୱାଦୁ, ବାଜୀକାରକ, ରତିଶକ୍ତି ବର୍ଧକ, ଶୁକ୍ର, ବଳ, ବର୍ଣ୍ଣ, ରକ୍ତ ମାଂସାଦି ବର୍ଧକ, ଇନ୍ଦ୍ରିୟ ନିସ୍ତେଜତା, ଦୁର୍ବଳତା, ରକ୍ତହୀନତା, ବାତ, ପିତ୍ତ, କଫ, କ୍ଷତ, କ୍ଷୟ, ସ୍ତନରୋଗ, ଶୀତପିତ୍ତ, ବାଗୀ, ବାର୍ଧକ୍ୟ ଓ କେଶ ପାଚିବା ଆଦିର ନିବାରକ।

[ଏହାକୁ ବଦଳାନ୍ତୁ] ବ୍ୟବହାର

Mucuna pruriens seed pod

ଏହାର ମଞ୍ଜି ଓ ମୂଳ ଔଷଧୀରୂପେ ବ୍ୟବହୃତ ହୁଏ। ବାଜୀକରଣ, ବୀର୍ଯ୍ୟବୃଦ୍ଧି, ରତିଶକ୍ତିବୃଦ୍ଧି ପାଇଁ ଏହାର ମଞ୍ଜି (ଶିମ୍ବମଞ୍ଜିପରି କିନ୍ତୁ ଆକାରରେ ବଡ଼) କାମରେ ଲାଗେ। ସ୍ତ୍ରୀରୋଗ ଯଥା ପ୍ରଦର ଏବଂ ଝାଡା, କଣ୍ଡୁ, ମୂତ୍ରରୁଦ୍ଧ ଆଦିର ଚିକିତ୍ସାରେ ଏହାର ପ୍ରୟୋଗ ହୋଇଥାଏ। ଏହା କାମୋତ୍ତେଜକ। ବାଜୀକରଣ ପାଇଁ ଏହାର ମଞ୍ଜିର ଚୂର୍ଣ୍ଣକୁ ଅଶ୍ୱଗନ୍ଧାଚୂର୍ଣ୍ଣ ସହିତ ପ୍ରୟୋଗ କରାଯାଏ।

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଆଧାର

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ ।
ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା