ବଚେନ୍ଦ୍ରୀ ପାଲ

ଉଇକିପିଡ଼ିଆ‌ରୁ
ବଚେନ୍ଦ୍ରୀ ପାଲ
ବଚେନ୍ଦ୍ରୀ ପାଲ
Born (1954-05-24) ୨୪ ମଇ ୧୯୫୪ (ବୟସ ୬୯)
Nationalityଭାରତୀୟ
Occupationଇସ୍ପାତ କମ୍ପାନୀ 'ଟାଟା ଷ୍ଟିଲ'ରେ କାର୍ଯ୍ୟରତ ଯେଉଁଠି ସେ କିଛି ବଛା ବଛା ଲୋକଙ୍କୁ ଦୁଃସାହସିକ ଯାତ୍ରାର ପ୍ରଶିକ୍ଷଣ ଦିଅନ୍ତି।

ବଚେନ୍ଦ୍ରୀ ପାଲ (ଜନ୍ମ: ୨୪ ମେ ୧୯୫୪) ଏଭେରେଷ୍ଟ ଶୃଙ୍ଗରେ ପାଦ ଥାପିଥିବା ପ୍ରଥମ ଭାରତୀୟ ମହିଳା ।[୪] ସେ ଏହି ସଫଳତା ପ୍ରାପ୍ତ କରିବାରେ ବିଶ୍ୱର ପଞ୍ଚମ ମହିଳା । ବର୍ତ୍ତମାନ ସେ ଟାଟା ଷ୍ଟିଲ ଇସ୍ପାତ କମ୍ପାନୀରେ କାର୍ଯ୍ୟରତ ଯେଉଁଠି ସେ କିଛି ବଛା ବଛା ଲୋକଙ୍କୁ ଦୁଃସାହସିକ ଯାତ୍ରାର ପ୍ରଶିକ୍ଷଣ ଦିଅନ୍ତି ।[୫] ୨୦୧୯ ମସିହାରେ ତାଙ୍କୁ ପଦ୍ମଭୂଷଣରେ ସମ୍ମାନୀତ କରାଯାଇଥିଲା ।[୬]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ବଚେନ୍ଦ୍ରୀ ପାଲଙ୍କ ଜନ୍ମ ବର୍ତ୍ତମାନର ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ଜିଲ୍ଲାର ନକୁରୀ ଗାଁରେ ୧୯୫୪ ମସିହାରେ ହେଇଥିଲା । କ୍ଷେତିହାର ପରିବାରରେ ଜନ୍ମିତ ବାଚେନ୍ଦ୍ରୀ ବି.ଏଡ ଯାଏଁ ପାଠ ପଢ଼ିଛନ୍ତି । ମେଧାବୀ ଓ ପ୍ରତିଭାଶାଳୀ ହେଇଥିବା ସତ୍ତ୍ୱେ ତାଙ୍କୁ ଚାକିରୀ ମିଳିନଥିଲା । ଯାହା ବି ମିଳିଥିଲା ତାହା ଅସ୍ଥାୟୀ, ଜୁନିଅର ସ୍ତରର କିମ୍ବା କମ ଦରମାର ଥିଲା । ଏଥିରେ ନିରାଶ ହେଇ ବଚେନ୍ଦ୍ରୀ ଚାକିରୀ କରିବା ବଦଳରେ ନେହେରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନିଅରିଙ୍ଗରେ ପଢ଼ିବାପାଇଁ ଆବେଦନ କଲେ । ଏଠାରୁ ବଚେନ୍ଦ୍ରୀଙ୍କୁ ଜୀବନର ନୂଆ ବାଟ ମିଳିଗଲା । ୧୯୮୨ରେ ଅଗ୍ରୀମ ଅଭ୍ୟାସ ଶିବିରରେ ସେ ଗଙ୍ଗୋତ୍ରୀ (୬୬୭୨ ମିଟର) ଓ ଋଦୁଗେଇରା (୫୮୧୯ ମିଟର)ର ଆରୋହଣ କରିଥିଲେ । ଏହି ଶିବିରରେ ବ୍ରିଗେଡିଅର ଜ୍ଞାନ ସିଂହ ବଚେନ୍ଦ୍ରୀଙ୍କୁ ପ୍ରଶିକ୍ଷକଭାବେ ନିଯୁକ୍ତି ଦେଇଥିଲେ । ସେ ପର୍ବତାରୋହୀର ପେସା ଗ୍ରହଣ କରିବାରୁ ତାଙ୍କୁ ପରିବାର ଓ ସମ୍ପର୍କୀୟମାନଙ୍କ ବିରୋଧର ସମ୍ମୁଖୀନ ହବାକୁ ମଧ୍ୟ ପଡ଼ିଥିଲା ।[୭][୮]

ଜୀବିକା[ସମ୍ପାଦନା]

ବଚେନ୍ଦ୍ରୀଙ୍କ ପାଇଁ ପର୍ବତାରୋହଣର ପ୍ରଥମ ସୁଯୋଗ ତାଙ୍କୁ ୧୨ବର୍ଷ ବୟସ ହେଇଥିବା ବେଳେ ଆସିଥିଲା, ଯେତେବେଳେ ସେ ସ୍କୁଲର ସହପାଠୀମାନଙ୍କସହ ୪୦୦ମିଟର ଉଚ୍ଚର ଏକ ପାହାଡ଼ ଚଢ଼ିଥିଲେ । ୧୯୮୪ରେ ଭାରତର ଚତୁର୍ଥ ଏଭେରେଷ୍ଟ ଅଭିଯାନ ଆରମ୍ଭ ହେଲା । ଏହି ଅଭିଯାନ ପାଇଁ ଯେଉଁ ଦଳ ଗଠନ କରାଗଲା ସେଥିରେ ବଚେନ୍ଦ୍ରୀଙ୍କ ସମେତ ୭ ମହିଳା ଓ ୧୧ ପୁରୁଷଙ୍କୁ ନିଆଗଲା । ଏହି ଦଳଦ୍ୱାରା ୨୩ ମଇ ୧୯୮୪ରେ ଅପରାହ୍ନ ଗୋଟେ ସାତ ମିନିଟରେ ୨୯,୦୨୮ଫୁଟ (୮୮୪୮ ମିଟର) ଉଚ୍ଚତାରେ ସାଗରମଥା (ଏଭେରେଷ୍ଟ)ରେ ଭାରତର ଜାତୀୟ ପତାକା ଉଡ଼ାଯାଇଥିଲା । ଏହା ସହ ଏଭେରେଷ୍ଟରେ ସଫଳତାର ସହ ପାଦ ରଖିବାରେ ସେ ବିଶ୍ୱର ପଞ୍ଚମ ମହିଳା ହେଲେ। ଭାରତୀୟ ଅଭିଯାନ ଦଳର ସଦସ୍ୟ ରୂପେ ଏହି ଏହି ଯାତ୍ରା ସାରିବାର କିଛି ସମଯପରେ ସେ ମହିଳାମାନଙ୍କ ଏକ ଦଳ ଗଠନ କରି ଏହାର ସଫଳ ନେତୃତ୍ୱ ନେଇ ପୁଣି ଏଭେରେଷ୍ଟ ଚଢ଼ିଥିଲେ। ସେ ୧୯୯୪ରେ ହରିଦ୍ୱାରରୁ କଲିକତା ପର୍ଯ୍ୟନ୍ତ ଗଙ୍ଗାନଦୀରେ ୨୫୦୦ ଦୀର୍ଘ ଜଳପଥ ଯାତ୍ରାର ନେତୃତ୍ୱ ନେଇଥିଲେ । ହିମାଳୟର ଗଳିରେ ଭୁଟାନ, ନେପାଳ, ଲେହସିଆଚେନ ଦେଇଯାଇଥିବା କାରାକୋରମ ପର୍ବତମାଳାର ୪୦୦୦ କି.ମି. ଲମ୍ବା ଗିରିପଥର ଯାତ୍ରା ସେ ପୂରଣ କରିଥିଲେ, ଯାହାକୁ ଏହି ଦୁର୍ଗମ ଅଞ୍ଚଳରେ ପ୍ରଥମ ମହିଳା ଅଭିଯାନ ବୋଲି କୁହାଯାଏ। [୯][୧୦][୧୧]

ସମ୍ମାନ/ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Bachendri Pal Biography - Bachendri Pal Profile, Childhood, Life, Timeline". Retrieved 19 Feb 2014.
  2. "Tata Steel Newsroom - Press Releases". Retrieved 19 Feb 2014.
  3. "Bachendri Pal (Indian mountaineer) -- Encyclopedia Britannica". Retrieved 19 Feb 2014.
  4. "Bachendri Pal (Indian mountaineer) – Encyclopedia Britannica". Retrieved 11 January 2014.
  5. "ବାଚେନ୍ଦ୍ରୀ ପାଲଙ୍କ ସମ୍ପର୍କରେ ଜାଣିବା କଥା". दैनिक जागरण. लखनऊ. 3 मई 2012. Retrieved 19 फ़रवरी 2014. {{cite news}}: Check date values in: |accessdate= and |date= (help)
  6. http://www.dharitri.com/main/news/95946
  7. Book: “Everest - My Journey to the Top”, an autobiography published By National Book Trust, Delhi
  8. *Indra Gupta (2004). India's 50 Most Illustrious Women. ISBN 978-81-88086-19-1.
  9. "mystory". web.archive.org. Archived from the original on 2013-10-03. Retrieved 2014-02-19.
  10. "EverestHistory.com: Bachendri Pal". Retrieved 19 Feb 2014.
  11. "Everest conquerors to the rescue! – Other Sports - More – NDTVSports.com". Archived from the original on 19 October 2013. Retrieved 19 Feb 2014.
  12. "ଭାରତୀୟ ପର୍ବତାରୋହଣ ପ୍ରତିଷ୍ଠାନ - ଉଇକିପିଡ଼ିଆ,ଏକ ଖୋଲା ଜ୍ଞାନକୋଷ". Retrieved 19 Feb 2014.
  13. "ପଦ୍ମଶ୍ରୀ ପୁରସ୍କାର (୧୯୮୦-୮୯) - Wikipedia, the free encyclopedia". Retrieved 19 Feb 2014.
  14. "Bachendri Pal gets MP 'Rashtriya Samman' - News Oneindia". Retrieved 19 Feb 2014.
  15. "Bachendri Pal gets 'Rashtriya Samman' from MP Governor". Archived from the original on 11 January 2014. Retrieved 19 Feb 2014.

ବାହାର ଲିଙ୍କ[ସମ୍ପାଦନା]