ଫାରିଞ୍ଜାଇଟିସ

ଉଇକିପିଡ଼ିଆ ରୁ
Streptococcal pharyngitis
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
A set of large tonsils in the back of the throat covered in white exudate
A culture positive case of streptococcal pharyngitis with typical tonsillar exudate in a 16 year old.
ଆଇସିଡ଼ି-୧୦ J02.0
ଆଇସିଡ଼ି- 034.0
ରୋଗ ଡାଟାବେସ 12507
ମେଡ଼ିସିନ-ପ୍ଲସ 000639
ଇ-ମେଡ଼ିସିନ med/1811

ସାଧାରଣ ଚଳଣିରେ ଆମେ ଯାହାକୁ ତଣ୍ଟି ଧରା କହୁ ତାହା ଡାକ୍ତରି ଭାଷାରେ ଫାରିଞ୍ଜାଇଟିସ ନାମରେ ବିଦିତ । ଏହାକୁ ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ବା ସ୍ଟ୍ରେପ୍ଟୋକୋକାଲ୍ ଟନ୍ସିଲାଇଟିସ୍ ବା ସ୍ଟ୍ରେପ୍ଟୋକୋକାଲ୍ ସୋର୍ ଥ୍ରୋଟ୍ ବା କେବଳ ସୋର୍ ଥ୍ରୋଟ ନାମରେ ମଧ୍ୟ କୁହାଯାଏ । ଗୃପ ଏ ସ୍ଟ୍ରେପ୍ଟୋକୋକାଲ (group A streptococcus) ଜୀବାଣୁ ଦ୍ଵାରା ଏହି ରୋଗ ହୁଏ । ତଣ୍ଟି, ଟନସିଲ୍ ତଥା ଲାରିଙ୍କ୍ସ ଏହି ଜୀବାଣୁ ଦ୍ଵାରା ସଂକ୍ରମିତ ହୁରନ୍ତି । ତଣ୍ଟି ଦରଜ, ଜର ଓ ବଢନ୍ତି ଲସିକା ଗ୍ରନ୍ଥି ଏହି ରୋଗର ଲକ୍ଷଣ । ପିଲାମାନଙ୍କ ମଧ୍ୟରେ ହେଉଥିବା ତଣ୍ଟି ଦରଜ ମଧ୍ୟରୁ ୩୭ % ଏହି ରୋଗ ଦ୍ଵାରା ହୁଏ । ବଡ ମଣିଷଙ୍କ ମଧ୍ୟରୁ ୫ - ୧୫ % ଏହି ରୋଗ ଦ୍ଵାରା ହୁଏ ।
ଫାରିଞ୍ଜାଇଟିସ ଗୋଟିଏ ଛୁଆଁ ରୋଗ, ରୋଗୀ ସହ ମିଳା ମିଶା କଲେ ଏହା ହୁଏ । ଥ୍ରୋଟ କଲ୍‌ଚର ଦ୍ଵାରା ନିଧାର୍ଯ୍ୟ ଭାବେ ଏହି ରୋଗ୍ ନିର୍ଣ୍ଣୟ କରାଯାଏ କିନ୍ତୁ ଏହା ସର୍ବଦା ଦରକାର ହୁଏ ନାହିଁ । ଲକ୍ଷଣ ଦ୍ଵାରା ଏହା ନିର୍ଣ୍ଣୟ କରି ହୁଏ ଓ ଆଣ୍ଟିବାୟୋଟିକ ଦ୍ଵାରା ଚିକିତ୍ସା ଓ ପ୍ରତିଷେଧ କରାଯାଏ ।

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ଫାରିଞ୍ଜାଇଟିସ ରୋଗର ଲକ୍ଷଣ: ତଣ୍ଟି ଦରଜ, ୩୮C (1000F)ରୁ ଅଧିକ ଜର, ଟନସିଲରେ ପୁଜ ଓ ବଡ ଲସିକା ଗ୍ରନ୍ଥି[୧]
ଅନ୍ୟ ଲକ୍ଷଣ ମଧ୍ୟରେ ମୁଣ୍ଡ ବଥା, ବାନ୍ତି ଲାଗିବା, ବାନ୍ତି କରିବା, ପେଟ ଯନ୍ତ୍ରଣା[୨], ମାଂସପେଶୀରେ ଯନ୍ତ୍ରଣା ଓ ତାଳୁରେ ରକ୍ତିମ ଦାଗ ଦୁର୍ଲଭ କିନ୍ତୁ ରୋଗ ନିର୍ଣ୍ଣୟକାରୀ । ଇନ୍‌କ୍ୟୁବେସନ ସମୟ- ୧ ରୁ ୩ ଦିନ ।
ନାଲି ଆଖି, କର୍କଶ ସ୍ଵର, ନାକରୁ ପାଣି ବହୁଥିଲେ, ପାଟିରେ ଘାଆ ଥିଲେ ଓ ଜର ନ ଥିଲେ ଫାରିଞ୍ଜାଇଟିସ ରୋଗ ନିର୍ଣ୍ଣୟ କରା ଯାଏ ନାହିଁ

କାରଣ[ସମ୍ପାଦନା]

ଗ୍ରୁପ ଏ ବିଟା-ହେମୋଲାଇଟିକ ସ୍ଟ୍ରେପ୍ଟୋକୋକସ (group A beta-hemolytic streptococcus ବା ଅଳ୍ପରେ GAS) ଦ୍ଵାରା ଫାରିଞ୍ଜାଇଟିସ ରୋଗ ହୁଏ[୩] । ଏହା ବ୍ୟତିତ ନନ୍-ଗ୍ରୁପ ଏ ବିଟା-ହେମୋଲାଇଟିକ ସ୍ଟ୍ରେପ୍ଟୋକୋକସ ଓ ଫ୍ୟୁସୋବ୍ୟକ୍ଟେରିଅମ ଦ୍ଵାରା ମଧ୍ୟ ଏହି ରୋଗ ହୁଏ । ଏହି ଜୀବାଣୁ ନିବିଡ ସଂସ୍ପର୍ଶରେ ବାସ କରୁଥିବା ଲୋକଙ୍କ ମଧ୍ୟରେ ଜଣକ ଠାରୁ ଆଉ ଜଣକ ପାଖକୁ ଡିଏଁ ଯେପରିକି ସ୍କୁଲ ପିଲା ଓ ମିଲିଟାରୀ ବସତି[୪][୫] । ଦେଖା ଯାଇଛି, ଶୁଖିଲା ଜୀବାଣୁ ରୋଗ କରାଇ ପାରେ ନାହିଁ । ଓଦା ପଦାର୍ଥରେ ଯେପରିକି ଟୁଥ୍ ବ୍ରସରେ ଜୀବାଣୁ ୧୫ ଦିନ ପର୍ଯ୍ୟନ୍ତ ରହି ପାରନ୍ତି । କ୍ଵଚିତ ଏହି ଜୀବାଣୁ ଖାଦ୍ୟ ମାଧ୍ୟମରେ ସଂକ୍ରମିତ ହୋଇ ମହାମାରୀ ଆକାର ଧାରଣ କରେ । କୌଣସି ଲକ୍ଷଣ ନ ଥିଲେ ମଧ୍ୟ୧୨ % ପିଲାମାନଙ୍କ ତଣ୍ଟିରେ ଜୀବାଣୁ (GAS) ରହନ୍ତି[୬] । ଚିକିତ୍ସା ପରେ ମଧ୍ୟ ୧୫ % ପିଲା ବାହକ ରହନ୍ତି[୭]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଲାବୋରେଟରି ପରୀକ୍ଷା[ସମ୍ପାଦନା]

ଥ୍ରୋଟ କଲ୍‌ଚର୍ ଏକ ସ୍ଵର୍ଣ୍ଣିମ ପରୀକ୍ଷା[୮] ଯାହାର ସମ୍ବେଦନଶୀଳତା ୯୦ - ୯୫ % । ରାପିଡ ସ୍ଟ୍ରେପ ଟେଷ୍ଟ ବା ଆର୍.ଏ.ଡି.ଟି.(rapid antigen detection testing or RADT) ଟେଷ୍ଟ ଦ୍ଵାରା ଶୀଘ୍ର ଜଣା ପଡେ, ଏହାର ସମ୍ବେଦନଶୀଳତା କମ୍ କିନ୍ତୁ ଏହା ଥ୍ରୋଟ କଲ୍‌ଚର୍ ଭଳି କାମ କରେ ।
ରୋଗୀ ପରୀକ୍ଷା ଦ୍ଵାରା ନିର୍ଣ୍ଣୟ ସନ୍ଦେହାତ୍ମକ ଥିଲେ ଆର୍.ଏ.ଡି.ଟି. ଦ୍ଵାରା ରୋଗ ନିର୍ଣ୍ଣୟ ନିଃସନ୍ଦେହ ହୁଏ । ବଡ ମଣିଷମାନଙ୍କର ଆର୍.ଏ.ଡି.ଟି. ବିଯୁକ୍ତାତ୍ମକ ଥିଲେ ଫାରିଞ୍ଜାଇଟିସ୍ ନୁହେଁ ବୋଲି ଧରାଯାଏ, କିନ୍ତୁ ପିଲାମାନଙ୍କ କ୍ଷେତ୍ରରେ ଥ୍ରୋଟ କଲ୍‌ଚର୍ ଆବଶ୍ୟକ ହୁଏ । ଲକ୍ଷଣ ନ ଥିବା ଲୋକଙ୍କର ଏହି ପରୀକ୍ଷା ଅନାବଶ୍ୟକ କାରଣ ଅନେକ କ୍ୟାରିଅର ଥାଆନ୍ତି ଯେଉଁମାନେ ଯୁକ୍ତାତ୍ମକ ଫଳ ଦେଖାନ୍ତି ।

ପ୍ରତିଷେଧ[ସମ୍ପାଦନା]

ଏହି ରୋଗର ପ୍ରତିଷେଧ ନାହିଁ । ତିନି ବର୍ଷରୁ ଅଧିକ ସମୟ ଧରି ବାରମ୍ବାର ରୋଗ ହେଉଥିଲେ ଟନସିଲେକ୍ଟୋମି କରାଯାଏ କିନ୍ତୁ ଏହାର ଉପକାର ବହୁତ କମ । ଅନେକ ରୋଗୀଙ୍କର ଜୀବାଣୁ ସହ ଭୁତାଣୁ ଥିବା ଦେଖାଯାଏ । ଲକ୍ଷଣହୀନ ରୋଗୀଙ୍କର ଚିକିତ୍ସା ଅନାବଶ୍ୟକ । କ୍ୟାରିଅରମାନଙ୍କର ଚିକିତ୍ସା ଆବଶ୍ୟକ ନାହିଁ ।

ଚିକିତ୍ସା[ସମ୍ପାଦନା]

ଚିକିତ୍ସା ନ କଲେ ମଧ୍ୟ ଫାରିଞ୍ଜାଇଟିସ ରୋଗ କିଛି ଦିନ ମଧ୍ୟରେ କମିଯାଏ । ଚିକିତ୍ସା ନ କଲେ ରିଉମାଟିକ୍ ଫିଭର ଓ ରେଟ୍ରୋଫାରିଞ୍ଜିଆଲ୍ ଆବସେସ୍ ହେବା ସମ୍ଭାବନା ଥାଏ, ଏଣୁ ରୋଗ ଆରମ୍ଭ ହେବାର ୯ ଦିନ ମଧ୍ୟରେ ଆଣ୍ଟିବାୟୋଟିକ୍ ଦେବା ଆବଶ୍ୟକ ।

ଯନ୍ତ୍ରଣା ଉପଶମକାରୀ[ସମ୍ପାଦନା]

ପାରାସେଟାମଲ ଓ ଏନ୍.ଏସ୍.ଏ.ଆଇ.ଡି. ଭଳି ଔଷଧ ଯନ୍ତ୍ରଣା ନିବାରଣ ନିମନ୍ତେ ଦିଆଯାଏ ।

ଆଣ୍ଟିବାୟୋଟିକ[ସମ୍ପାଦନା]

ଆମେରିକାରେ ପେନିସିଲିନ୍ ଭି ଦିଆଯାଏ[୧] , ଏହା ଶସ୍ତା ବିପଦମୁକ୍ତ ଓ ଉତ୍ତମ କାମ କରେ । ୟୁରୋପରେ ଆମୋକ୍ସିସିଲିନ ଦିଆଯାଏ[୯] । ଭାରତରେ ବେଞ୍ଜାଥିନ୍ ପେନିସିଲିନ୍ ଇଞ୍ଜେକସନ୍ ପ୍ରାଥମିକ ଭାବେ ଦିଆଯାଏ । ରିଉମାଟିକ ଓ ରେଟ୍ରୋଫାରିଞ୍ଜିଆଲ ଆବସେସ୍ ରୋଗମାନଙ୍କୁ ରୋକିବାକୁ ଏହି ଔଷଧ ଦିଆଯାଏ । [୧୦] ପେନିସିଲିନ ଆଲର୍ଜି ଥିଲେ ଏରିଥ୍ରୋମାଇସିନ୍, କ୍ଲିଣ୍ଡାମାଇସିନ ଦିଆଯାଏ । ଆଣ୍ଟିବାୟୋଟିକ ଖାଇବା ଦ୍ଵାରା ୩-୫ ଦିନ ହେଉଥିବା ଏହି ରୋଗ ଗୋଟିଏ ଦିନ କମିଯାଏ ଓ ରୋଗ ଡେଇଁବା ବନ୍ଦ ହୋଇଯାଏ । ଏହି ରୋଗର ଅନ୍ୟ ଏକ ଜଟୀଳତା ହେଉଛି ଆକ୍ୟୁଟ ଗ୍ଲୋମେରୁଲାର ନେଫ୍ରାଇଟିସ, କିନ୍ତୁ ଆଣ୍ଟିବାୟୋଟିକ ଦ୍ଵାରା ଏହା ରୋକି ହୁଏ ନାହିଁ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Choby BA (March 2009). "Diagnosis and treatment of streptococcal pharyngitis". Am Fam Physician 79 (5): 383–90. PMID 19275067. http://www.aafp.org/afp/2009/0301/p383.html. 
  2. Brook I, Dohar JE (December 2006). "Management of group A beta-hemolytic streptococcal pharyngotonsillitis in children". J Fam Pract 55 (12): S1–11; quiz S12. PMID 17137534. 
  3. Baltimore RS (February 2010). "Re-evaluation of antibiotic treatment of streptococcal pharyngitis". Curr. Opin. Pediatr. 22 (1): 77–82. doi:10.1097/MOP.0b013e32833502e7. PMID 19996970. 
  4. Hayes CS, Williamson H (April 2001). "Management of Group A beta-hemolytic streptococcal pharyngitis". Am Fam Physician 63 (8): 1557–64. PMID 11327431. http://www.aafp.org/afp/20010415/1557.html. 
  5. Lindbaek M, Høiby EA, Lermark G, Steinsholt IM, Hjortdahl P (2004). "Predictors for spread of clinical group A streptococcal tonsillitis within the household". Scand J Prim Health Care 22 (4): 239–43. doi:10.1080/02813430410006729. PMID 15765640. 
  6. Shaikh N, Leonard E, Martin JM (September 2010). "Prevalence of streptococcal pharyngitis and streptococcal carriage in children: a meta-analysis". Pediatrics 126 (3): e557–64. doi:10.1542/peds.2009-2648. PMID 20696723. 
  7. Rakel, edited by Robert E. Rakel, David P.. Textbook of family medicine (8th ed. ed.). Philadelphia, PA.: Elsevier Saunders. ପୃଷ୍ଠା. 331. ISBN 9781437711608. http://books.google.ca/books?id=t0Mh0yOH5EsC&pg=PA331. 
  8. Smith, Ellen Reid; Kahan, Scott; Miller, Redonda G. (2008). In A Page Signs & Symptoms. In a Page Series. Hagerstown, Maryland: Lippincott Williams & Wilkins. ପୃଷ୍ଠା. 312. ISBN 0-7817-7043-2. 
  9. Bonsignori F, Chiappini E, De Martino M (2010). "The infections of the upper respiratory tract in children". Int J Immunopathol Pharmacol 23 (1 Suppl): 16–9. PMID 20152073. 
  10. Snow V, Mottur-Pilson C, Cooper RJ, Hoffman JR (March 2001). "Principles of appropriate antibiotic use for acute pharyngitis in adults". Ann Intern Med 134 (6): 506–8. PMID 11255529. http://www.annals.org/cgi/reprint/134/6/506.pdf.