ପ୍ରାଥମିକ ସ୍କ୍ଲେରୋଜିଙ୍ଗ କୋଲାଞ୍ଜାଇଟିସ

ଉଇକିପିଡ଼ିଆ‌ରୁ
Primary sclerosing cholangitis
Stenosing cholangitis, fibrosing cholangitis, chronic obliterative cholangitis
Cholangiogram of primary sclerosing cholangitis.
ବିଭାଗGastroenterology
ଲକ୍ଷଣYellow discoloration, itching, right upper abdominal pain[୧]
ଆକ୍ରାନ୍ତ ସମୟ30 to 50 years old[୨]
ଅବଧିLong-term[୨]
କାରଣUnknown[୧]
ବିପଦ କାରକInflammatory bowel disease, family history[୨]
ରୋଗ ନିର୍ଣ୍ଣୟ ପଦ୍ଧତିElevated alkaline phosphatase, MRCP, ERCP, liver biopsy[୧]
ସଠିକ ରୋଗ ନିର୍ଣ୍ଣୟAutoimmune hepatitis, pancreatitis, primary biliary cirrhosis, common bile duct stones[୧]
ଚିକିତ୍ସାImmunosuppressants, cholestyramine, liver transplant[୧]
PrognosisLife expectancy 10 years without transplant[୧]
ପୁନଃପୌନିକ11 per 100,000 people[୨]

ପ୍ରାଥମିକ ସ୍କ୍ଲେରୋଜିଙ୍ଗ କୋଲାଞ୍ଜାଇଟିସ ବା ପିଏସସି (ଇଂରାଜୀ ଭାଷାରେ Primary sclerosing cholangitis ବା PSC) ଏକ ଦୀର୍ଘମିଆଦି ରୋଗ ଯେଉଁଥିରେ ଯକୃତ ଭିତରେ ଓ ବାହାରେ ଥିବା ପିତ୍ତନଳୀରେ ପ୍ରଦାହ ହୋଇ କ୍ଷତ ଦାଗ ରହିଯାଏ ଯାହା ସମୟକ୍ରମେ ନଳୀକୁ ସରୁ କରି ଅବରୋଧ କରିଦିଏ । [୨] ଅନେକ ରୋଗୀଙ୍କର ପ୍ରାରମ୍ଭରେ କୌଣସି ଲକ୍ଷଣ ନଥାଏ କିନ୍ତୁ ସମୟକ୍ରମେ ଯକୃତ ରୋଗ ହୋଇ ଚର୍ମ ଓ ଆଖି ହଳଦିଆ ଦେଖାଯାଏ, ଗଲୁ ହୁଏ ଓ ଉଦରର ଡାହାଣ ଉପର ପାଖ ପେଟରେ ଉଦର ଯନ୍ତ୍ରଣା ହୋଇପାରେ | [୧] ରୋଗ ଜଟିଳ ହେଲେ ଯକୃତ ଫେଲ୍ ହୁଏ, ପିତ୍ତକୋଷ ଓ ପିତ୍ତନଳୀରେ ପ୍ରଦାହ ଓ କର୍କଟ ରୋଗ ହୁଏ ଏବଂ ଚର୍ବି ଦ୍ରବିଭୂତ ଜୀବସାରର ଅଭାବ ହୋଇପାରେ। [୨] [୧]

ଏହାର କାରଣ ଜଣା ପଡିନାହିଁ। [୧] ପ୍ରାୟ ୭୦% ରୋଗୀଙ୍କର ଇନଫ୍ଲାମେଟରି ବାୱେଲ ଫିଜିଜ ବା ପ୍ରଦାହିତ ଖାଦ୍ୟନଳୀ ରୋଗ ଥାଏ, ଅଧିକାଂଶ ସମୟରେ ଅଲସରେଟିଭ କୋଲାଇଟିସ୍ (ୟୁସି/ UC) ଏବଂ ପ୍ରାୟ ୭.୫% ଲୋକଙ୍କର ୟୁସି ସ‌ହିତ ପିଏସସି ଥାଏ। [୨] [୧] ଅନ୍ୟାନ୍ୟ ସଙ୍କଟ କାରକ ମଧ୍ୟରେ ରୋଗର ପାରିବାରିକ ଇତିହାସ ଥାଏ ଓ ସେମାନେ ଅଣଧୂମ‌ପାନ‌କାରୀ ଥାଆନ୍ତି । [୧] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଏହା ଏକ ଅଟୋଇମ୍ମ୍ୟୁନ ରୋଗ ବୋଲି ବିଶ୍ୱାସ କରାଯାଏ। [୨] ଅନ୍ୟାନ୍ୟ ସମ୍ଭାବ୍ୟ କାରଣ ବାଦ ଦେବା ପରେ ଅଧିକ ସ୍ଥାୟୀ ଆଲକାଲାଇନ ଫସଫେତ ଓ ଏମଆରସିପି ପରୀକ୍ଷା ଆଧାରରେ ରୋଗ ନିର୍ଣ୍ଣୟ କରାଯାଇପାରେ। [୧]

ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ । [୧] ରୋଗକୁ ମନ୍ଥର କରିବାକୁ ଇମ୍ମ୍ୟୁନୋସପ୍ରେସାଣ୍ଟ ବ୍ୟବହାର କରାଯାଏ । [୧] ଗଲୁ ଉପଶମ ପାଇଁ କୋଲେସ୍ଟିରାମିନ ବା ନାଲଟ୍ରେକ୍ସୋନ ବ୍ୟବ‌ହାର କରାଯାଏ । [୧] ପ୍ରାୟ ୪୦% ଲୋକଙ୍କର ସମୟକ୍ରମେ ଯକୃତ ପ୍ରତିରୋପଣ ଆବଶ୍ୟକ ହୁଏ ଏବଂ ପ୍ରତିରୋପଣ ସତ୍ତ୍ୱେ ୨୫% କ୍ଷେତ୍ରରେ ଏହି ରୋଗର ପୁନରାବୃତ୍ତି ହୁଏ। [୩] ଯକୃତ ପ୍ରତିରୋପଣ ବିନା ସାଧାରଣ ଆୟୁଷ ପ୍ରାୟ ୧୦ ବର୍ଷ ଅଟେ | [୧]

ଏହା ଏକ ବିରଳ ରୋଗ ଯାହା ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୧୧ଜଣକୁ ପ୍ରଭାବିତ କରିଥାଏ | [୨] ସାଧାରଣତଃ ୩୦ କିମ୍ବା ୪୦ ଦଶକ ବୟସରେ ଏହି ରୋଗ ହୋଇଥାଏ | [୨] ଏସିଆ ଉଦ୍‌ଭବ ଲୋକଙ୍କ ଅପେକ୍ଷା ଉତ୍ତର ୟୁରୋପର ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | ପୁରୁଷମାନେ ମହିଳାଙ୍କ ତୁଳନାରେ ଦୁଇଗୁଣ ପ୍ରଭାବିତ ହୁଅନ୍ତି | [୨] [୧] ଏହି ରୋଗ ପ୍ରଥମେ 1800 ଶତକ ମଧ୍ୟ ଭାଗରେ ବର୍ଣ୍ଣନା କରାଯାଇଥିଲା କିନ୍ତୁ ୧୯୭୦ ଦଶକ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ବର୍ଣ୍ଣିତ ହୋଇନଥିଲା। [୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Rawla, P; Samant, H (January 2020). "Primary Sclerosing Cholangitis". PMID 30725866. {{cite journal}}: Cite journal requires |journal= (help)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Definition & Facts for Primary Sclerosing Cholangitis | NIDDK". National Institute of Diabetes and Digestive and Kidney Diseases. Retrieved 11 February 2021.
  3. Lazaridis, KN; LaRusso, NF (September 2016). "Primary Sclerosing Cholangitis". New England Journal of Medicine (Review). 375 (12): 1161–70. doi:10.1056/NEJMra1506330. PMC 5553912. PMID 27653566.
  4. Williamson, KD; Chapman, RW (June 2015). "Primary sclerosing cholangitis: a clinical update". British Medical Bulletin. 114 (1): 53–64. doi:10.1093/bmb/ldv019. PMID 25981516.