ପ୍ରାକ୍‌ଋତୁସ୍ରାବ ଅସୁଖ ବେମାରୀ

ଉଇକିପିଡ଼ିଆ‌ରୁ
Premenstrual dysphoric disorder
Late luteal phase dysphoric disorder
ଫାଇଲ:Premenstrualdd hero.png
Artistic depiction of PMDD
ବିଭାଗPsychiatry
ଲକ୍ଷଣSadness, irritability, trouble focusing, low energy, abdominal cramps, breast tenderness[୧]
ଆକ୍ରାନ୍ତ ସମୟReproductive age[୨]
କାରଣUnknown[୧]
ବିପଦ କାରକTrauma, anxiety disorders, smoking, obesity, family history[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୩]
ସଠିକ ରୋଗ ନିର୍ଣ୍ଣୟPremenstrual syndrome, dysmenorrhea, depression, anxiety disorder, low thyroid[୪][୨]
ଔଷଧHormone therapy, SSRIs, danazol[୨]
ଚିକିତ୍ସାLifestyle change, counselling, medication[୨]
ପୁନଃପୌନିକ~4% of menstruating women[୪]

ପ୍ରାକ୍‌ଋତୁସ୍ରାବ ଅସୁଖ ବେମାରୀ ବା ପ୍ରିମେନସ୍ଟ୍ରୁଆଲ ଡିସଫୋରିକ୍ ଡିସଅର୍ଡର୍ (PMDD) ହେଉଛି ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ (PMS)ର ଏକ ଭୟଙ୍କର ରୂପ ଯାହା ନିୟମିତ କାର୍ଯ୍ୟ କରିବାରେ ବାଧା ସୃଷ୍ଟି କରିଥାଏ | [୪] [୧] ଲକ୍ଷଣମାନଙ୍କ ମଧ୍ୟରେ ଦୁଃଖୀ ଭାବନା, ବିରକ୍ତି, ଧ୍ୟାନ ଦେବାରେ ଅସୁବିଧା, କମ୍ ଶକ୍ତି, ପେଟ କଷ୍ଟ ଏବଂ ସ୍ତନ ଯନ୍ତ୍ରଣା ଇତ୍ୟାଦି ହୋଇପାରେ | [୧] ଋତୁସ୍ରାବ ଆରମ୍ଭ ହେବାର ଏକ କିମ୍ବା ଦୁଇ ସପ୍ତାହ ପୂର୍ବରୁ ଏହା ଆରମ୍ଭ ହୁଏ ଓ ଅବଧି ଆରମ୍ଭ ହେବାର ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଲକ୍ଷଣଗୁଡ଼ିକର ଉପଶମ ହୋଇଯାଏ | [୧]ରୋଗ ଜଟିଳ ହେଲେ ଆତ୍ମହତ୍ୟା ପ୍ରବଣ ହୋଇପାରେ । [୧]

ଏହାର କାରଣ ଜଣାପଡ଼ିନାହିଁ। [୧]ଅତୀତର କୋଣସି ଆଘାତ, ଚିନ୍ତା ଜନିତ ରୋଗ, ଧୂମପାନ, ମୋଟାପଣ ଏବଂ ପାରିବାରିକ ଇତିହାସ ଥିଲେ ବିପଦ ସଙ୍କଟ ରହିପାରେ । [୨] ଅନ୍ତର୍ନିହିତ କାର୍ଯ୍ୟବିଧିରେ ହରମୋନା ପରିବର୍ତ୍ତନ କିମ୍ବା ମସ୍ତିଷ୍କ ରାସାୟନିକ ସେରୋଟୋନିନ (serotonin) ଅନ୍ତର୍ଭୁକ୍ତ ହୋଇପାରେ। [୧] ୨୦୧୩ ମସିହାର ଏହା ଡିଏସଏମ-୫ରେ ଏହାର ଡିପରେସିଭ ଡିଜଅର୍ଡ଼ର ନାମରେ ତାଲିକାଭୁକ୍ତ ଥିଲା । [୪] ୧୧ଟି ମୁଖ୍ୟ ଲକ୍ଷଣ ମଧ୍ୟରୁ ଅତିକମରେ ୫ଟି ଲକ୍ଷଣ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ଓ ଅତିକମରେ ସେଥିରେ ଗୋଟିଏ ମନୋଦଶା (mood) ପରିବର୍ତ୍ତନ ରହିବା ଆବଶ୍ୟକ ଥାଏ । [୩]

ଚିକିତ୍ସା ଜୀବନଶୈଳୀରେ ପରିବର୍ତ୍ତନ ଯେପରିକି ବ୍ୟାୟାମ, ଖାଦ୍ୟପେୟ ପରିବର୍ତ୍ତନ, ଔଷଧ ଏବଂ ମାନସିକ ଚାପମୁକ୍ତ ହେବାକୁ ପଡ଼େ | [୨] ଔଷଧ ମଧ୍ୟରେ ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ବା ଏସଏସଆରଆଇ (SSRIs) କିମ୍ବା ଜନ୍ମ ନିୟନ୍ତ୍ରଣ ବଟିକା କିମ୍ବା ଜିଏନଆରଏଚ (GnRH analogues) ବ୍ୟବହାର କରାଯାଇପାରେ | [୫] ଏସଏସଆରଆଇ ଏହ ସାଧାରଣ ଚିକିତ୍ସା, କାରଣ ଏହା ଅଳ୍ପ ପାର୍ଶ୍ୱ ପ୍ରତିକ୍ରିୟା ସହିତ ଭଲ କାମ କରେ | [୬] ଶାରୀରିକ କଷ୍ଟ ପାଇଁ ଏନଏସଅଇଡି ବ୍ୟବ‌ହାର କରାଯାଇପାରେ | [୧] ଯଦି ଅନ୍ୟାନ୍ୟ ପଦକ୍ଷେପ ପ୍ରଭାବଶାଳୀ ନୁହେଁ ତେବେ ଅସ୍ତ୍ରୋପଚାର କରି ଡିମ୍ବକୋଷ ବାହାର କରିଦିଆଯାଏ | [୭]

ଏହି ରୋଗ ଏକ ବର୍ଷରେ ଋତୁସ୍ରାବୀ ମହିଳାଙ୍କୁ ମଧ୍ୟରୁ ପ୍ରାୟ ୨ - ୬% ପ୍ରଭାବିତ କରେ | [୪] ଯେ କୌଣସି ଋତୁସ୍ରାବ କରୁଥିବା ମହିଳାଙ୍କର ଏହା ହୋଇପାରେ। [୩] ଋତୁସ୍ରାବ କରୁଥିବା ମହିଳାମାନଙ୍କ ମଧ୍ୟରୁ ୯୦% ମହିଳଙ୍କର କିଛି ଲକ୍ଷଣ ଥାଏ, କିନ୍ତୁ ରୋଗ ନିର୍ଣ୍ଣୟ ପାଇଁ ଆବଶ୍ୟକ ସଂଖ୍ୟାଠାରୁ କମ୍ ଥାଏ କିମ୍ବା କାର୍ଯ୍ୟ‌ ଅକ୍ଷମ ଦୁର୍ବଳତା ନଥାଏ। [୩] ଅତିକମରେ ଖ୍ରୀ.ପୂ. ୪୦୦ ଶତାବ୍ଦୀରେ ଏହି ରୋଗ ଲକ୍ଷଣ ଗୁଡ଼ିକ ହିପୋକ୍ରେଟସ ଲିପିବଦ୍ଧ କରିଥିଲେ । [୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Premenstrual dysphoric disorder (PMDD)". womenshealth.gov (in ଇଂରାଜୀ). 12 July 2017. Retrieved 4 March 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Mishra, S; Elliott, H; Marwaha, R (January 2021). "Premenstrual Dysphoric Disorder". PMID 30335340. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ Reid, Robert; Soares, Claudio (November 2017). "Premenstrual Dysphoric Disorder: Contemporary Diagnosis and Management". Journal of Obstetrics and Gynaecology Canada. 40 (2): 215–223. doi:10.1016/j.jogc.2017.05.018. PMID 29132964.
  4. ୪.୦ ୪.୧ ୪.୨ ୪.୩ ୪.୪ Diagnostic and Statistical Manual of Mental Disorders (5th ed.). Arlington, VA: American Psychiatric Association. 2013. pp. 155, 171–175.
  5. Rapkin AJ, Lewis EI (November 2013). "Treatment of premenstrual dysphoric disorder". Women's Health. 9 (6): 537–56. doi:10.2217/whe.13.62. PMID 24161307.
  6. Rapkin AJ, Lewis EI (November 2013). "Treatment of premenstrual dysphoric disorder". Women's Health. 9 (6): 537–56. doi:10.2217/whe.13.62. PMID 24161307. S2CID 45517684.
  7. Reid RL (June 2012). "When should surgical treatment be considered for premenstrual dysphoric disorder?". Menopause International. 18 (2): 77–81. doi:10.1258/mi.2012.012009. PMID 22611227.
  8. O'Brien, P. M. Shaughn; Rapkin, Andrea; Schmidt, Peter J. (2007). The Premenstrual Syndromes: PMS and PMDD (in ଇଂରାଜୀ). CRC Press. p. 1. ISBN 978-1-4356-2816-8.