ଉଦ୍‌ବେଗ ଅବ୍ୟବସ୍ଥା

ଉଇକିପିଡ଼ିଆ‌ରୁ
ଉତ୍କଣ୍ଠା ବେମାରୀ
ନର‌ୱେ ଦେଶୀୟ (Norwegian) ଚିତ୍ରକର ଏଡ‌ଭାର୍ଡ ମଞ୍ଚଙ୍କ (Edvard Munch) ଚିତ୍ର ଦି ସ୍କ୍ରିମ (The Scream)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିpsychiatry[*], clinical psychology[*]
ଆଇସିଡ଼ି-୧୦F40.-F42.
ଆଇସିଡ଼ି-୯-ସିଏମ୍300
ରୋଗ ଡାଟାବେସ787
ଇ-ମେଡ଼ିସିନmed/152
MeSHD001008

ଉତ୍କଣ୍ଠା ବେମାରୀ ବା ଉଦ୍‌ବେଗ ଅବ୍ୟବସ୍ଥା ଏକ ପ୍ରକାର ମାନସିକ ବେମାରୀମାନଙ୍କର (mental disorder) ଗୋଷ୍ଠୀକୁ ବୁଝାଏ ଯେଉଁଥିରେ ଭ‌ୟ (fear) ଓ ଉତ୍କଣ୍ଠା (anxiety) ଦେଖାଯାଏ ।[୧] ଉତ୍କଣ୍ଠାରେ ବର୍ତ୍ତମାନ ଘଟଣାବଳୀ ପ୍ରତିକ୍ରିୟାରେ ସମ୍ଭାବ୍ୟ ଭବିଷ୍ୟତ ଘଟଣାବଳୀ ନିମନ୍ତେ ଚିନ୍ତା ପ୍ରକଟ ହୁଏ । ଏହି ଅନୁଭବ ଯୋଗୁ ଶାରୀରିକ ଲକ୍ଷଣ ଦେଖାଯାଏ ଯେପରିକି ଦୃତ ହୃତ୍‌ପିଣ୍ଡ ଗତି ଓ ଅସ୍ଥିରତା ଦେଖାଯାଏ । ଅନେକ ପ୍ରକାର ଉତ୍କଣ୍ଠା ବେମାରୀ ଅଛି ଯଥା:- ସାମୁହିକ ଉତ୍କଣ୍ଠା ବେମାରୀ (generalized anxiety disorder), ନିର୍ଦ୍ଦିଷ୍ଟ ଫୋବିଆ (specific phobia), ସାମାଜିକ ଉତ୍କଣ୍ଠା ବେମାରୀ (social anxiety disorder), ବିଚ୍ଛେଦ ଉତ୍କଣ୍ଠା ବେମାରୀ (en:separation anxiety disorder), ଆଗୋରାଫୋବିଆ (agoraphobia), ଓ ଆତଙ୍କ ବେମାରୀ (panic disorder) । ଲକ୍ଷଣ ଅନୁସାରେ ବେମାରୀରେ ଫରକ ହୁଏ । ଲୋକମାନଙ୍କର ଏକାଧିକ ଉତ୍କଣ୍ଠା ବେମାରୀ ମଧ୍ୟ ହୋଇପାରେ ।[୧]

ବଂଶାନୁକ୍ରମିକ ଜେନେଟିକ (genetic) ଓ ପରିବେଶ କାରଣମାନଙ୍କ ଯୋଗୁ ଏହି ରୋଗ ହୁଏ ।[୨] ମାନସିକ ରୋଗ, ଶିଶୁ ଅତ୍ୟାଚାର (child abuse) ଓ ଦାରିଦ୍ର୍ୟର ପାରିବାରିକ ଇତିହାସ ଥିଲେ ଏହି ରୋଗ ସଙ୍କଟ ରହେ । ଏହି ରୋଗ ସ‌ହିତ ଅନ୍ୟାନ୍ୟ ମାନସିକ ରୋଗ ରହିପାରେ ଯେପରିକି (ପ୍ରମୁଖ ଅବସାଦ ବେମାରୀ), ବ୍ୟକ୍ତିତ୍ୱ ଅବ୍ୟବସ୍ଥା (personality disorder) ଓ ସବସ୍ଟାନ୍ସ ୟୁଜ ଡିଜଅର୍ଡ଼ର (substance use disorder) ।[୩] ଅତି କମ୍‌ରେ ୬ ମାସ ଧରି ଲକ୍ଷଣ ରହିଥିଲେ ଓ କର୍ମ କୁଶଳତା କମ୍ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧][୩] ଅନ୍ୟାନ୍ୟ ମାନସିକ ଓ ଡାକ୍ତରୀ ସମସ୍ୟା ଯଥା: ହାଇପରଥାଇରଏଡିଜମ, ହୃତ୍‌ପିଣ୍ଡ ରୋଗ, କେଫିନ (caffeine), ଆଲକୋହୋଲ (alcohol) ବା କାନାବିସ (cannabis) ବ୍ୟବ‌ହାର ଓ କେତେକ ଔଷଧର ବ୍ୟବ‌ହାର ବନ୍ଦ କଲେ ଏହି ଉଦ୍‌ବେଗ ଅବ୍ୟବସ୍ଥାର ଲକ୍ଷଣ ସଦୃଶ ଲକ୍ଷଣ ଦେଖାଯାଏ ।[୩]

ଚିକିତ୍ସା ନ ପାଇଲେ ରୋଗ ରହିଯାଏ ।[୧][୨] ଜୀବନ‌ଚର୍ଯ୍ୟାରେ ପରିବର୍ତ୍ତନ, କାଉନସେଲିଙ୍ଗ (counselling|) ଓ ଔଷଧ ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ । ଏଥିରେ କଗନିଟିଭ ବିହେଭିଅରାଲ ଥେରାପି (cognitive behavioural therapy) ଦିଆଯାଏ ।[୩] ଆଣ୍ଟିଡିପ୍ରେସାଣ୍ଟ ବା ବିଟାବ୍ଲକର ଭଳି ଔଷଧ ଦେଲେ ଲକ୍ଷଣରେ ଉନ୍ନତି ହୁଏ ।[୨] ପରୁଷଙ୍କ ଅପେକ୍ଷା ମହିଳାଙ୍କର ଉତ୍କଣ୍ଠା ବେମାରୀ ୨ଗୁଣ ଅଧିକ ହୁଏ ଓ ପ୍ରାୟ ୨୫ ବର୍ଷ ବୟସ ପୂର୍ବରୁ ଆରମ୍ଭ ହୁଏ ।[୧][୩] ଯେ କୌଣସି ବର୍ଷରେ ଏହି ରୋଗଦ୍ୱାରା ୧୨% ଲୋକ ଆକ୍ରାନ୍ତ ହୁଅନ୍ତି । ସବୁଠାରୁ ସାଧାରଣ ଫୋବିଆ ପ୍ରାୟ ୧୨% ଓ ସାମାଜିକ ଉତ୍କଣ୍ଠା ବେମାରୀ ପ୍ରାୟ ୧୦% ଲୋକଙ୍କୁ ଯେ କୌଣସି ସମୟରେ ଆକ୍ରମଣ କରିପାରେ । ଏହି ରୋଗଦ୍ୱୟ ୧୫ରୁ ୩୫ ବର୍ଷ ବୟସ ମଧ୍ୟରେ ଆକ୍ରମଣ କରେ ଓ ୫୫ ବର୍ଷ ପରେ ଅସାଧାରଣ ହୋଇଯାଏ । ଏହି ରୋଗ ହାର ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପରେ ଅଧିକ ଦେଖାଯାଏ ।[୩] ଅଧୁନା ୧୮% ଆମେରିକା ବାସିନ୍ଦା ଓ ୧୪% ୟୁରୋପ ବାସିନ୍ଦା କୌଣସି ନା କୌଣସି ପ୍ରକାରେ ଏହି ରୋଗର ଶିକାର ହେଉଛନ୍ତି ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Diagnostic and Statistical Manual of Mental DisordersAmerican Psychiatric Associati (5th ed.). Arlington: American Psychiatric Publishing. 2013. pp. 189–195. ISBN 978-0890425558.
  2. ୨.୦ ୨.୧ ୨.୨ "Anxiety Disorders". NIMH. March 2016. Retrieved 14 August 2016.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Craske, MG; Stein, MB (24 June 2016). "Anxiety". Lancet (London, England). PMID 27349358.
  4. Kessler RC, Chiu WT, Demler O, Merikangas KR, Walters EE (2005). "Prevalence, severity, and comorbidity of 12-month DSM-IV disorders in the National Comorbidity Survey Replication". Arch. Gen. Psychiatry. 62 (6): 617–627. doi:10.1001/archpsyc.62.6.617. PMC 2847357. PMID 15939839. {{cite journal}}: Unknown parameter |month= ignored (help)CS1 maint: multiple names: authors list (link)