ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/4

ଉଇକିପିଡ଼ିଆ‌ରୁ
ଇଣ୍ଟରନେଟ‎
ଇଣ୍ଟରନେଟ (Internet) ହେଉଛି ଏକ ଆନ୍ତର୍ଜାତିକ ମେଳଣ ଯେଉଁଠି ନିଜନିଜ ଭିତରେ ଅନେକ କମ୍ପ୍ୟୁଟର ଯୋଡି ହୋଇ ରହିଥାନ୍ତି, ଯାହାକି କମ୍ପ୍ୟୁଟର ବ୍ୟବହାର କରୁଥିବା ଓ ଅଲଗା ଅଲଗା ଜାଗାରେ ଥିବା ଲୋକମାନଙ୍କୁ ଜ୍ଞାନ, ଭାବ ଆଦିର ଦେବା ନେବା କରିବାରେ ସାହାଯ୍ୟ କରେ ।

ପ୍ରଥମେ ଇଣ୍ଟରନେଟର ବ୍ୟବହାର ଏକ ବୈଜ୍ଞାନିକ କର୍ମଶାଳାରେ ପରସ୍ପର ସହ ସଂପର୍କ ରଖିବା ପାଇଁ କରାଯାଇଥିଲା । ହେଲେ ପରେ ପରେ ଏହାକୁ ବିଶ୍ଵବ୍ୟାପୀ ଇଣ୍ଟରନେଟରେ ପରିଣତ କରି ଦିଆଗଲା ।

ବର୍ତ୍ତମାନ ଇଣ୍ଟରନେଟ ମାଧ୍ୟମରେ ଇମେଲ ପାଇବା/ପଠାଇବା, ଚାଟିଙ୍ଗ କରିବା, ଆଦି କାମ ସହଜରେ ହୋଇ ପାରୁଥିବା ବେଳେ ସୂଚନା ଆଦାନ ପ୍ରଦାନ ମଧ୍ୟ ହୋଇ ପାରୁଛି । ଇଣ୍ଟରନେଟ ପରିବର୍ତ୍ତନଶୀଳ, ତେଣୁ ଦିନକୁ ଦିନ ଏଥିରେ ନୁଆ ନୁଆ ଜ୍ଞାନ କୌଶଳର ବ୍ୟବହାର ହେଉଛି । ଏବେ ଆମେ ନିଜ ଘରେ ବସି ଇଣ୍ଟରନେଟ ମାଧ୍ୟମରେ ବିଶ୍ଵରେ ଘଟୁଥିବା ଅଗଣିତ ଘଟଣା ବିଷୟରେ ଜାଣିପାରୁଛେ ଏବଂ ଦେଖିପାରୁଛେ ।

ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...