ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected article/2

ଉଇକିପିଡ଼ିଆ‌ରୁ
ଛୋଟିଆ ଟ୍ରାନ୍ସଫର୍ମର ଟିଏ
ଟ୍ରାନ୍ସଫର୍ମର ହେଉଛି ଏକ ଯନ୍ତ୍ର , ଯାହାକି ଚୁମ୍ବକୀୟ କ୍ଷେତ୍ରର ସାହାୟତାରେ ଗୋଟିଏ ଭୋଲଟେଜ୍ ଲେବଲ୍ (Voltage level) ରେ ଥିବା ବୈଦୁତିକ ଶକ୍ତି (AC)କୁ ଅନ୍ୟ ଏକ ଭୋଲଟେଜ୍ ଲେବଲ୍ ରେ ଥିବା ବୈଦୁତିକ ଶକ୍ତି (AC)କୁ ପରିବର୍ତ୍ତନ କରିଥାଏ । ଏହାର ଦୁଇ କିମ୍ବା ତତୋଽଧିକ କଏଲ୍(Coil) ଥାଏ ଯାହାକି ଏକ ସାଧାରଣ ଫେରୋ-ମ୍ୟାଗ୍ନେଟିକ୍ କୋର୍ (Ferromagnetic Core) ଚାରିପଟେ ଗୁଡା ହୋଇ ରହିଥାଏ । ଏହି କଏଲ୍ ଗୁଡିକ (ସାଧାରଣତଃ) ସିଧାସଳଖ ଯୋଡା ଯାଇ ନଥାଏ । କଏଲ ଗୁଡିକ ଭିତରେ ଏକ ମାତ୍ର ଯୋଡେଇ ହେଲା କୋର୍ ଭିତରେ ଥିବା ସାଧାରଣ ଚୁମ୍ବକୀୟ ଫ୍ଲକ୍ସ୍ (common magnetic flux) ।

ଟ୍ରାନ୍ସଫର୍ମର ର ଗୋଟିଏ ୱାଇଣ୍ଡିଂ ବୈଦୁତିକ ଶକ୍ତି ଉତ୍ସ (ac power source) ସହ ଯୋଡା ଯାଇଥାଏ ଏବଂ ଦ୍ଵିତୀୟଟି (ବେଳେବେଳେ ତୃତୀୟଟି) ଲୋଡ୍(Load)କୁ ବୈଦୁତିକ ଶକ୍ତି ଯୋଗାଇଦିଏ । ଟ୍ରାନ୍ସଫର୍ମର ର ଯେଉଁ ୱାଇଣ୍ଡିଂ ଟି ଶକ୍ତି ଉତ୍ସ ସହ ଯୋଡା ଯାଇଥାଏ ତାକୁ ପ୍ରାଥମିକ ୱାଇଣ୍ଡିଂ ଓ ଯେଉଁ ୱାଇଣ୍ଡିଂ ଟି ଲୋଡ ସହ ଯୋଡା ଯାଇଥାଏ ତାକୁ ଦ୍ଵିତୀୟକ ୱାଇଣ୍ଡିଂ କୁହାଯାଏ । ଯଦି ଟ୍ରାନ୍ସଫର୍ମରରେ ତୃତୀୟ ୱାଇଣ୍ଡିଂ ଥାଏ ତେବେ ତାକୁ ତୃତୀୟକ ୱାଇଣ୍ଡିଂ (Tertiary Winding) କୁହାଯାଏ ।

ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...