ଟ୍ରାନ୍ସଫର୍ମର

ଉଇକିପିଡ଼ିଆ‌ରୁ
ଛୋଟିଆ ଟ୍ରାନ୍ସଫର୍ମର ଟିଏ

ଟ୍ରାନ୍ସଫର୍ମର ହେଉଛି ଏକ ଯନ୍ତ୍ର, ଯାହାକି ଚୁମ୍ବକୀୟ କ୍ଷେତ୍ରର ସାହାୟତାରେ ଗୋଟିଏ ଭୋଲଟେଜ୍ ଲେବଲ୍ (Voltage level)ରେ ଥିବା ବୈଦୁତିକ ଶକ୍ତି (AC)କୁ ଅନ୍ୟ ଏକ ଭୋଲଟେଜ୍ ଲେବଲ୍ରେ ଥିବା ବୈଦୁତିକ ଶକ୍ତି (AC)କୁ ପରିବର୍ତ୍ତନ କରିଥାଏ । [୧] ଏହାର ଦୁଇ କିମ୍ବା ତତୋଽଧିକ କଏଲ୍(Coil) ଥାଏ ଯାହାକି ଏକ ସାଧାରଣ ଫେରୋ-ମ୍ୟାଗ୍ନେଟିକ୍ କୋର୍ (Ferromagnetic Core) ଚାରିପଟେ ଗୁଡା ହୋଇ ରହିଥାଏ । ଏହି କଏଲ୍ଗୁଡ଼ିକ (ସାଧାରଣତଃ) ସିଧାସଳଖ ଯୋଡ଼ା ଯାଇ ନଥାଏ । କଏଲଗୁଡ଼ିକ ଭିତରେ ଏକ ମାତ୍ର ଯୋଡେଇ ହେଲା କୋର୍ ଭିତରେ ଥିବା ସାଧାରଣ ଚୁମ୍ବକୀୟ ଫ୍ଲକ୍ସ୍ (common magnetic flux) । ଟ୍ରାନ୍ସଫର୍ମରର ଗୋଟିଏ ୱାଇଣ୍ଡିଂ ବୈଦୁତିକ ଶକ୍ତି ଉତ୍ସ (ac power source) ସହ ଯୋଡ଼ା ଯାଇଥାଏ ଏବଂ ଦ୍ୱିତୀୟଟି (ବେଳେବେଳେ ତୃତୀୟଟି) ଲୋଡ୍(Load)କୁ ବୈଦୁତିକ ଶକ୍ତି ଯୋଗାଇଦିଏ । ଟ୍ରାନ୍ସଫର୍ମରର ଯେଉଁ ୱାଇଣ୍ଡିଂଟି ଶକ୍ତି ଉତ୍ସ ସହ ଯୋଡ଼ା ଯାଇଥାଏ ତାକୁ ପ୍ରାଥମିକ ୱାଇଣ୍ଡିଂ ଓ ଯେଉଁ ୱାଇଣ୍ଡିଂଟି ଲୋଡ ସହ ଯୋଡ଼ା ଯାଇଥାଏ ତାକୁ ଦ୍ୱିତୀୟକ ୱାଇଣ୍ଡିଂ କୁହାଯାଏ । ଯଦି ଟ୍ରାନ୍ସଫର୍ମରରେ ତୃତୀୟ ୱାଇଣ୍ଡିଂ ଥାଏ ତେବେ ତାକୁ ତୃତୀୟକ ୱାଇଣ୍ଡିଂ (Tertiary Winding) କୁହାଯାଏ ।

ଇତିହାସ ଓ ଟ୍ରାନ୍ସଫର୍ମରର ଆବଶ୍ୟକତା[ସମ୍ପାଦନା]

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମେ ଆରମ୍ଭ ହୋଇଥିବା ବୈଦୁତିକ ଶକ୍ତି ବଣ୍ଟନ ବ୍ୟବସ୍ଥା ୧୨୦-V ବିଶିଷ୍ଟ DC ସିଷ୍ଟମ ଥିଲା, ଯାହାକୁ ଥୋମାସ ଏଡିସନ (Thomas A. Edison) ବିଦ୍ୟୁତ ବତୀ [୨] (Incandesent Light Bulb) ଗୁଡିକୁ ଶକ୍ତି ଯୋଗାଇବା ପାଇଁ ବାହାର କରିଥିଲେ । ଏଡିସନଙ୍କ ପ୍ରଥମ କେନ୍ଦ୍ରୀୟ ଶକ୍ତି କେନ୍ଦ୍ର (Power Station) ସେପ୍ଟେମ୍ବର , ୧୮୮୨ରେ ନିଉୟର୍କ ସହରରେ କାର୍ଯ୍ୟକ୍ଷମ ହୋଇଥିଲା ।[୧] ଦୁର୍ଭାଗ୍ୟ ବଶତଃ ତାଙ୍କ ପାୱାର ସିଷ୍ଟମ ଏତେ କମ୍ ଭୋଲ୍ଟେଜ୍ରେ ବିଦ୍ୟୁତ୍ ଉତ୍ପାଦନ କରୁଥିଲାଯେ , ଏକ ନିର୍ଦ୍ଧିଷ୍ଟ ପରିମାଣର ଶକ୍ତି ପ୍ରେରଣ ନିମନ୍ତେ ବହୁତ ଅଧିକ କରେଣ୍ଟର ଆବଶ୍ୟକ ହେଉଥିଲା । ଏହି ଅଧିକ କରେଣ୍ଟ ଯୋଗୁଁ ବିଦ୍ୟୁତ ପରିବହନ ଲାଇନରେ (Transmission lines) ବହୁତ ଭୋଲ୍ଟେଜ୍ ଡ୍ରପ୍ ହେଉଥିଲା ଓ ଶକ୍ତିର ଅପଚୟ ମଧ୍ୟ । ଏହାଦ୍ୱାରା ଉତ୍ପାଦନ କେନ୍ଦ୍ରର ସେବା ପରିସର ମଧ୍ୟ ସଙ୍କୁଚିତ ହେଉଥିଲା । ଏହି ସମସ୍ୟା ଯୋଗୁଁ ୧୮୮୦ରେ ପ୍ରତ୍ୟେକ ସହରରେ କେନ୍ଦ୍ରୀୟ ଶକ୍ତି କେନ୍ଦ୍ରର ବ୍ଲକ୍ ସ୍ଥାପନ କରିବାକୁ ପଡୁଥିଲା । ପ୍ରକୃତ କଥା ହେଲା ଏତେ କମ୍ ଭୋଲ୍ଟେଜର DC ପାୱାର ସିଷ୍ଟମଦ୍ୱାରା ଅଧିକ ଦୂର ପର୍ଯ୍ୟନ୍ତ ବିଦ୍ୟୁତ ଶକ୍ତି ପ୍ରେରଣ ସମ୍ଭବ ନଥିଲା ।

ଟ୍ରାନ୍ସଫର୍ମରର ଉଦ୍ଭାବନ ଓ ତା' ସହିତ AC ଶକ୍ତି ଉତ୍ସର ଉନ୍ନତି କରଣ , ସେବାର ସୀମିତ ପରିସର ଓ ସୀମିତ ପରିମାଣ ସମ୍ପର୍କିତ ସମସ୍ୟାକୁ ସବୁଦିନ ପାଇଁ ଦୂର କରିଦେଲା । ଟ୍ରାନ୍ସଫର୍ମର ପ୍ରକୃତରେ ମୁଖ୍ୟ ପାୱାର ସପ୍ଲାଏକୁ ପ୍ରଭାବିତ ନକରି , ଗୋଟିଏ ଭୋଲ୍ଟେଜ ଲେବଲରୁ ଅନ୍ୟ ଏକ ଭୋଲ୍ଟେଜ ଲେବଲକୁ ପରିବର୍ତ୍ତନ କରିଥାଏ । ଯଦି ଗୋଟିଏ ଟ୍ରାନ୍ସଫର୍ମର ଭୋଲ୍ଟେଜ ଲେବଲକୁ ବଢ଼େଇବ (Steps up) , ତେବେ ତାକୁ ବହିର୍ଗତ ପାୱାର (Output power)କୁ ସମାନ ରଖିବା ପାଇଁ କରେଣ୍ଟକୁ କମେଇବାକୁ ପଡ଼ିବ । [୩] ଅତଏବ୍, ବୈଦୁତିକ ଶକ୍ତିକୁ (AC) ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ତିଆରି କରାଯାଇ ପାରିବ ଓ ଦୂର ସ୍ଥାନ ପର୍ଯ୍ୟନ୍ତ ପ୍ରେରଣ (Transmission) ନିମନ୍ତେ ଏହାର ଭୋଲ୍ଟେଜକୁ ବଢ଼ାଇ (Stepped up) ଦିଆଯିବ ଏବଂ ପରିଶେଷରେ ବ୍ୟବହାର ନିମନ୍ତେ ଭୋଲ୍ଟେଜକୁ କମେଇ ଦିଆଯିବ (Stepped down) । ବିଦ୍ୟୁତ ପରିବାହୀ ତାରରେ ହେଉଥିବା ପ୍ରେରଣ ଜନିତ କ୍ଷତି (Transmission loss), ପ୍ରବାହିତ କରେଣ୍ଟର ବର୍ଗ ସହ ସମାନୁପାତୀ ହୋଇଥିବାରୁ , ପ୍ରେରଣ ଭୋଲ୍ଟେଜକୁ (Transmission Voltage) ବଢ଼େଇ ଦେବାଦ୍ୱାରା କରେଣ୍ଟ କମିଯାଏ ଓ ତଦ୍ଦ୍ୱାରା ପ୍ରେରଣ ଜନିତ କ୍ଷତିର ପରିମାଣ କମିଯାଏ । ଟ୍ରାନ୍ସଫର୍ମର ବିନା ଏହାସବୁ ସମ୍ଭବପର ହୋଇପାରି ନଥାନ୍ତା ।

ପ୍ରକାର ଭେଦ ଓ ଗଠନ ଶୈଳୀ[ସମ୍ପାଦନା]

ସାଧାରଣତଃ ପାୱାର ଟ୍ରାନ୍ସଫର୍ମର ଯେଉଁ କୋର୍ ଉପରେ ତିଆରି କରାଯାଏ ତାହା ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ଗଠନ ଶୈଳୀ ହେଲା , ଏକ ସାଧାରଣ ଲମିନେଟେଡ୍ ଆୟତକାର ଇସ୍ପାତ (ଷ୍ଟିଲ୍) ଖଣ୍ଡର ଦୁଇପଟେ ଟନ୍ସଫର୍ମରର ୱାଇଣ୍ଡିଂକୁ ଗୁଡେଇ ଦେବା । ଏହି ପ୍ରକାରର ଗଠନକୁ କୋର୍-ପ୍ରକାର (Core Form) କୁହାଯାଏ । ଅନ୍ୟ ଶୈଳୀଟି ହେଲା , ତିନୋଟି ଗୋଡ ଥିବା ଲାମିନେଟେଡ କୋର୍ (Three-legged-Core)ର ମଝି ଗୋଡରେ ୱାଇଣ୍ଡିଂକୁ ଗୁଡେଇ ଦେବା । ଏହି ପ୍ରକାରର ଗଠନକୁ ସେଲ୍-ପ୍ରକାର (Shell-form) କୁହାଯାଏ । ଉଭୟ କ୍ଷେତ୍ରରେ ଇ‌ଡ୍‌ଡି କରେଣ୍ଟକୁ (eddy current) କମାଇବା ପାଇଁ , କୋ‌ର୍‌କୁ ପତଳା ଲାମିନେସନଦ୍ୱାରା ପରସ୍ପରଠାରୁ ବୈଦୁତିକ ସଂଯୋଗ ବିଚ୍ଛିନ୍ନ (Electrically Isolated) କରାଯାଇଥାଏ ।

କୋର ଓ ସେଲ ଟ୍ରାନ୍ସଫର୍ମରର ଗଠନ


ପ୍ରକୃତରେ ଏକ ଭୌତିକ ଟ୍ରାନ୍ସଫର୍ମରରେ (physical transformer) ପ୍ରାଥମିକ ଓ ଦ୍ୱିତୀୟକ ୱାଇଣ୍ଡିଂକୁ ଗୋଟିଏ ଉପରେ ଅନ୍ୟଟିକୁ ଗୁଡେଇ ଦିଆଯାଇଥାଏ । ଏହି ସମୟରେ କମ-ଭୋଲ୍ଟେଜ ବିଶିଷ୍ଟ ୱାଇଣ୍ଡିଂକୁ ଭିତର ପଟେ ରଖାଯାଇଥାଏ । କାରଣ ଏହାଦ୍ୱାରା ଉଚ୍ଚ-ଭୋଲ୍ଟେଜ ବିଶିଷ୍ଟ ୱାଇଣ୍ଡିଂକୁ କୋରଠାରୁ ଇଂସୁଲେଟ (insulate) କରିବା ସମସ୍ୟାଟି ସରଳୀକୃତ ହେଇଥାଏ ; ଫଳରେ ଲିକେଜ ଫ୍ଲକ୍ସ (leakage flux)ର ପରିମାଣ ଅପେକ୍ଷାକୃତ କମିଯାଏ । ଯଦି ଦୁଇଟି ୱାଇଣ୍ଡିଂ କୋର ଉପରେ କିଛି ବ୍ୟବଧାନରେ ରହିଥାନ୍ତେ , ତେବେ ଏହି ଲିକେଜ ଫ୍ଲାକ୍ସର ପରିମାଣ ଅଧିକ ହୋଇଥାନ୍ତା ।[୪]
ପାୱାର ଟ୍ରାନ୍ସଫର୍ମରକୁ , ପାୱାର ସିଷ୍ଟମରେ ଏହାର ବ୍ୟବହାର ଅନୁସରେ ଅଲଗା ଅଲଗା ନାମକରଣ କରାଯାଏ । ଯେଉଁ ଟ୍ରାନ୍ସଫର୍ମର ଜେନେରେଟ‌ର୍‌ର ଆଉଟ ପୁଟ ସହ ସଂଯୋଗ ହୋଇଥାଏ ଓ ଭୋଲ୍ଟେଜକୁ ବଢ଼େଇବାରେ ସାହାଯ୍ୟକରେ ତାହାକୁ ୟୁନିଟ ଟ୍ରାନ୍ସଫର୍ମର କୁହାଯାଏ ।

ଆଦର୍ଶ ଟ୍ରାନ୍ସଫର୍ମର[ସମ୍ପାଦନା]

ପରିପଥର(Circuit) ବିଶ୍ଲେଷଣ[ସମ୍ପାଦନା]

ଶକ୍ତିର(Power) ବିଶ୍ଲେଷଣ[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ELECTRICAL MECHINERY FUNDAMENTALS , Fourth Edition , Stephen J. Chapman , TMH
  2. ଥୋମାସ ଏଡିସନଙ୍କ ଉଦ୍ଭାବନ ସମୂହ
  3. Electrical Mechinary , S.Chapman , 4th edition, p-66
  4. Chapman , p-67

ଅଧିକ ତଥ୍ୟ[ସମ୍ପାଦନା]