ପେଗଭିସୋମାଣ୍ଟ

ଉଇକିପିଡ଼ିଆ‌ରୁ
ପେଗଭିସୋମାଣ୍ଟ
Clinical data
Trade namesSomavert
AHFS/Drugs.commonograph
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
Subcutaneous[୧]
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
Chemical and physical data
FormulaC990H1532N262O300S7
Molar mass22 129 (unpegylated)
  (verify)

ପେଗଭିସୋମାଣ୍ଟ (ଇଂରାଜୀ ଭାଷାରେ Pegvisomant), ସୋମାଭର୍ଟ ଏହାର ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଆକ୍ରୋମେଗାଲି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା ଏବଂ ସୋମାଟୋଷ୍ଟାଟିନ ଚିକିତ୍ସାରେ ଉପଶମ ନ ହେଲେ ଏହି ଔଷଧ ବ୍ୟବ୍ୟବହୃତ ହୁଏ ।[୨] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୧]

ଅଧିକାଂଶ ପାର୍ଶ୍ୱ ପ୍ରତିକ୍ରିୟା ସାମାନ୍ୟରୁ ମଧ୍ୟମ ଧରଣର ଅଟେ ।[୨] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ତରଳ ଝାଡ଼ା ଏବଂ ଗଣ୍ଠି ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ନିମ୍ନ ରକ୍ତ ଶର୍କରା ହୋଇପାରେ ।[୧] ଗର୍ଭାବସ୍ଥାରେ ଏହି ଔଷଧ ଦେଲେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଏକ ଅଭିବୃଦ୍ଧି ହରମୋନ ରିସେପ୍ଟର ଅବରୋଧକାରୀ [୪]

୨୦୦୨ ମସିହାରେ ୟୁରୋପରେ ଏବଂ ୨୦୦୩ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପେଗଭିସୋମାଣ୍ଟ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଦୈନିକ ୧୦ ମିଗ୍ରା ଦେଲେ ଏକ ମାସରେ ପ୍ରାୟ ୧୫୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୫୦୦ ଡଲାର ଅଟେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Pegvisomant Monograph for Professionals". Drugs.com (in ଇଂରାଜୀ). Archived from the original on 27 June 2021. Retrieved 27 October 2021.
  2. ୨.୦ ୨.୧ ୨.୨ ୨.୩ "Somavert". Archived from the original on 27 February 2021. Retrieved 27 October 2021.
  3. "Pegvisomant (Somavert) Use During Pregnancy". Drugs.com (in ଇଂରାଜୀ). Archived from the original on 30 November 2020. Retrieved 27 October 2021.
  4. ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 788. ISBN 978-0857114105.
  5. "Somavert Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 April 2021. Retrieved 27 October 2021.