ପିତ୍ତାସ୍ମରୀ ଇଲିଅସ

ଉଇକିପିଡ଼ିଆ‌ରୁ
Gallstone ileus
Video explanation
ବିଭାଗGastroenterology
ଲକ୍ଷଣAbdominal pain, vomiting, constipation, yellowish skin[୧]
ଆକ୍ରାନ୍ତ ସମୟAge > 60[୧]
କାରଣObstruction of the bowels by a gallstone[୧]
ବିପଦ କାରକGallstone > 2 cm, recurrent cholecystitis[୧]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[୧]
ସଠିକ ରୋଗ ନିର୍ଣ୍ଣୟPancreatitis, bile duct stone, peptic ulcer disease, bile duct cancer[୧]
ଚିକିତ୍ସାSurgery[୧]
ପୁନଃପୌନିକ0.4% of people with gallstones[୧]

ପିତ୍ତାସ୍ମରୀ ଇଲିଅସ (Gallstone ileus) ହେଉଛି ଆନ୍ତ୍ରିକ ଅବରୋଧର ଏକ ରୂପ, ଯାହା ପାକଅନ୍ତନଳୀରେ ଥିବା ଏକ ପିତାସ୍ମରୀଦ୍ୱାରା ହୋଇଥାଏ ।[୧] ଏହାର ଲକ୍ଷଣ ମଧ୍ୟରେ ପେଟ ଯନ୍ତ୍ରଣା ହୋଇପାରେ ଯାହା ହୁଏ ଏବଂ ଯାଏ, ବାନ୍ତି ହୁଏ ଏବଂ କୋଷ୍ଠକାଠିନ୍ୟ ହୁଏ[୧] ସାଧାରଣତଃ କମ ହଳଦିଆ ଚର୍ମ ହୋଇପାରେ ।[୧] ରୋଗ ଜଟିଳ ହେଲେ ସେପ୍ସିସ ଏବଂ ଅଗ୍ନାଶୟ ପ୍ରଦାହ ହୋଇପାରେ ।[୧]

ବିପଦ କାରଣଗୁଡ଼ିକ ମଧ୍ୟରେ ୨ ସେମିରୁ ଅଧିକ ଆକାରର ପିତାସ୍ମରୀ ଏବଂ ପିତ୍ତକୋଷ ପ୍ରଦାହ ବାରମ୍ବାର ହେଲେ ଏହା ଘଟିପାରେ ।[୧] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ପ୍ରଦାହ ଯୋଗୁ ପିତ୍ତକୋଷ ଓ ପାକଅନ୍ତନଳୀ ମଧ୍ୟରେ ଏକ ସଂଯୋଗ ସୃଷ୍ଟି ହୁଏ ଓ ତାହା ମଧ୍ୟ ଦେଇ ପିତ୍ତାସ୍ମରୀ ଚାଲିଯାଏ ।[୧] ଏହି ପିତ୍ତାସ୍ମରୀ ସାଧାରଣତଃ ଇଲିଅମର ନିମ୍ନ ଭାଗରେ ଅଟକିଯାଏ ।[୧] ଡାକ୍ତରୀ ଇମେଜିଙ୍ଗଦ୍ୱାରା ରୋଗ ନିର୍ଣ୍ଣୟ ହୋଇପାରେ ।[୧]

ଚିକିତ୍ସା ଅସ୍ତ୍ରୋପଚାରଦ୍ୱାରା ହୋଇଥାଏ ।[୧] ଅସ୍ତ୍ରୋପଚାରଦ୍ୱାରା ପିତ୍ତାସ୍ମରୀ ବାହାର କରି, ପିତ୍ତକୋଷ ଏବଂ ପେଟର ପାକସ୍ଥଳୀ ମଧ୍ୟରେ ଥିବା ଛିଦ୍ର ବନ୍ଦ କରିଦିଆଯାଏ ଏବଂ ପିତ୍ତକୋଷ ବାହାର କରିଦିଆଯାଏ ।[୧] କେବଳ ପ୍ରଥମ ଭାଗ ଅସ୍ତ୍ରୋପଚାର କରାଯାଏ ଓ ଲକ୍ଷଣ ଚାଲୁ ରହିଲେ ଦ୍ୱିତୀୟ ଅସ୍ତ୍ରୋପଚାର କରାଯାଏ ।[୧] ମୃତ୍ୟୁ ଆଶଙ୍କା ପ୍ରାୟ ୨୦% ଅଟେ ।[୧]

ପିତ୍ତାସ୍ମରୀ ଇଲିଅସ ରୋଗୀଙ୍କ ମଧ୍ୟରୁ ପ୍ରାୟ ପ୍ରତି ୧,୦୦୦ ଲୋକଙ୍କ ମଧ୍ୟରୁ ୪ ଜଣକର ପିତ୍ତାସ୍ମରୀ ଥାଏ ।[୧] ମହିଳାମାନେ ପୁରୁଷଙ୍କ ଅପେକ୍ଷା ତିନି ଗୁଣ ଅଧିକ ପ୍ରଭାବିତ ହୁଅନ୍ତି ।[୧] ଏହା ୬୦ ବର୍ଷରୁ ଅଧିକ ବୟସ୍କମାନଙ୍କଠାରେ ଅଧିକ ଦେଖାଯାଏ ।[୧] ୧୬୫୪ ମସିହାରେ ଥୋମାସ୍ ବାର୍ଥୋଲିନ ଏହି ରୋଗ ଅବସ୍ଥା ପ୍ରଥମେ ବର୍ଣ୍ଣନା କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ ୧.୨୩ Turner, AR; Sharma, B; Mukherjee, S (January 2020). "Gallstone Ileus". PMID 28613584. {{cite journal}}: Cite journal requires |journal= (help)