ପରଳ
| ପରଳ | |
|---|---|
| ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ମାନବ ଚକ୍ଷୁ ପରଳର ସ୍ଲିଟ ଲ୍ୟାମ୍ପ ଦ୍ଵାରା ବିଚ୍ଛୁରିତ ଅଭିବର୍ଦ୍ଧିତ ଦୃଶ୍ୟ |
|
| ICD-10 | H25.-H26., H28., Q12.0 |
| ICD-9 | 366 |
| ରୋଗ ଡାଟାବେସ | 2179 |
| MedlinePlus | 001001 |
| eMedicine | article/1210914 |
ଚକ୍ଷୁରେ ଥିବା ସ୍ଵଚ୍ଛ ଜୈବ-ଜବକାଚ ତାହାର ଘୋଡଣି ପରଦା ମଧ୍ୟରେ ଥାଇ ଅସ୍ଵଚ୍ଛ ଦେଖାଗଲେ ପରଳ ବା ମୋତିଆବିନ୍ଦୁ(cataract) ନାମ ଦିଆଯାଏ । ଏହା ସାମାନ୍ୟ ବା ସମ୍ପୁର୍ଣ୍ଣ ଅସ୍ଵଚ୍ଛ ହୋଇ ଚକ୍ଷୁ ଭିତରକୁ ପ୍ରବେଶ କରୁଥିବା ଆଲୋକ ରେଖାର ଗତିରୋଧ କରେ । ବୟସ ଜନିତ ପରଳ ହେଲେ ପ୍ରାରମ୍ଭ ସମୟରେ ଜବକାଚ ଶକ୍ତି ବଢିଯିବା ଭଳି ଲାଗେ ସମୀପଦୃଷ୍ଟି ସମ୍ପର୍ଣ୍ଣ ହୁଏ । ଧୀରେ ଧୀରେ ଏହା ଇଷତ୍ ହଳଦିଆ ଦେଖାଯାଇ ନୀଳ ରଙ୍ଗ କମ୍ ଦେଖାଯାଏ ଓ କ୍ରମେ କ୍ରମେ ଦୃଷ୍ଟି ଶକ୍ତି ହ୍ରାସ ହୁଏ । ଏହା ଦୁଇଟିଯାକ ଆଖିରେ ହୋଇପାରେ କିନ୍ତୁ ଗୋଟିଏ ଆଖିରୁ ଆରମ୍ଭ ହୁଏ[୧] । ଦୃଷ୍ଟି ଶକ୍ତି କମି କମି ଅନ୍ଧତ୍ତ୍ଵ ଆସିଯାଏ ।
ବୟଷ୍କ ଲୋକଙ୍କର ଜବକାଚ ପ୍ରାରମ୍ଭିକ ଅସ୍ଵଚ୍ଛତା ପରେ ଫୁଲିଯାଏ ଓ ତା ପରେ ସଙ୍କୁଚିତ ହୋଇ ସମ୍ପୁର୍ଣ୍ଣ ଅସ୍ଵଚ୍ଛ ହୋଇଯାଏ[୨] । ସମୟ କ୍ରମେ ଜବକାଚର ବାହ୍ୟ ଅଂଶ ତରଳ ହୋଇ ଦୁଗ୍ଧ-ଧବଳ ଦେଖାଯାଏ । ଏହାକୁ ମୋର୍ଗାନିଆନ୍ ପରଳ କୁହାଯାଏ । ଏହି ତରଳ ପଦାର୍ଥ ଘୋଡଣି ପର୍ଦ୍ଦା ଫଟେଇ ବାହାରକୁ ଆସିଲେ ସାଂଘାତିକ ପ୍ରଦାହ ସୃଷ୍ଟି ହୁଏ । ଚିକିତ୍ସା ଅଭାବ ହେଲେ ଫାକୋମର୍ଫିକ୍ ଗ୍ଲକୋମା ସୃଷ୍ଟି ହୁଏ । ଜବକାଚକୁ ବାନ୍ଧି ରଖିଥିବା ସରୁ ସୂତା ଭଳି ରଜ୍ଜୁ ସମୂହ ଦୁର୍ବଳ ହୋଇଗଲେ ଏହି ଜବକାଚ ସ୍ଥାନଚ୍ୟୁତ ହୋଇ ତା ସ୍ଥାନରୁ ଆଗକୁ ବା ପଛକୁ ଚାଲିଯାଏ । ପୃଷ୍ଠ ସ୍ଥାନଚ୍ୟୁତ ହେଲେ ପୁରା କାଳରେ ଭଗବାନଙ୍କ ଆଶୀର୍ବାଦ ବୋଲି ଧରାଯାଉଥିଲା କାରଣ କିଛି ଦୃଷ୍ଟି ଶକ୍ତି ଏହା ଫଳରେ ଫେରିଆସେ ।
ଶିଶୁମାନଙ୍କର ଜନ୍ମ ପୂର୍ବରୁ ବା ପରେ ପରଳ ହୋଇପାରେ । ଏହାର ଚିକିତ୍ସା ଅନ୍ୟ ପ୍ରକାରର ହୁଏ[୩] ।
ବିଷୟସୂଚୀ |
କାରଣ[ସମ୍ପାଦନା]
ପରଳ ହେବାର ଅନେକ ପ୍ରବର୍ତ୍ତକ ମଧ୍ୟରେ ଅତି ବାଇଗଣି ରଶ୍ମି, ଆୟନ ସୃଷ୍ଟିକାରୀ ବିକିରଣ, ମଧୁମେହ,ଉଚ୍ଚ ରକ୍ତଚାପ, ବୟସାଧିକ୍ୟ ଏବଂ ଆଘାତ ଅନ୍ୟତମ । ଆଖିର ଜୈବ-ଯବକାଚ ଏଥିରେ ଥିବା ନ୍ୟୁକ୍ଲିକ ଅମ୍ଳ ଓ ପ୍ରୋଟିନର ଗଠନର ପରିବର୍ତ୍ତନ ହୋଇଯିବାରୁ ଅସ୍ଵଚ୍ଛ ହୋଇଯାଏ । ପରିବର୍ତ୍ତିତ ଗୁଣସୂତ୍ର ଯୋଗୁ ଆଜନ୍ମ ପରଳ ଥାଏ । ପାରିବାରିକ ପରଳ ଇତିହାସ ଥିଲେ ଏହି ରୋଗ ହେବାର ସମ୍ଭାବନା ରହେ । ଚକ୍ଷୁରେ ଆଘାତ ବା ଆଲର୍ଜି ଥିଲେ ପିଲାମାନଙ୍କର ପରଳ ତ୍ଵରାନ୍ଵିତ ହୋଇଯାଏ[୪] । ଆୟୋଡିନ ଅଭାବ ହେଲେ ମଧ୍ୟ ପରଳ ହୁଏ[୫] ।
ଔଷଧ ଜନିତ[ସମ୍ପାଦନା]
କର୍ଟିକୋସ୍ଟିରଏଡ[୬] ଓ ମନ ବିକାର ଦୂରୀକରଣ ଭଳି ଔଷଧ ସମୁହ ପରଳ ପ୍ରବର୍ତ୍ତନ କରାଏ ।
ବିକୀରଣ ଜନିତ[ସମ୍ପାଦନା]
ବାୟୁ ମଣ୍ଡଳରେ ଓଜୋନ ସ୍ତର କମିଯିବା ହେତୁ ଅତିବାଇଗଣୀ ରଶ୍ମୀ ଅଧିକା ହୋଇ ପରଳ କରାଇବାର ସମ୍ଭାବନା ଅଛି[୭] । ଆଇସ୍ଲ୍ୟାଣ୍ଡେୟାର ପାଇଲଟ୍ମାନଙ୍କ ଉପରେ ପରୀକ୍ଷା କରି ଦେଖା ଗଲା ଯେ କମର୍ସିଆଲ ପାଇଲଟମାନେ ଅନ୍ୟ ଲୋକମାନଙ୍କ ଅପେକ୍ଷା ୩ଗୁଣ ଅଧିକ ପରଳ ଭୋଗିବାର ସମ୍ଭାବନା ଅଛି । ଅତି ଉଚ୍ଚରେ ବାହାର ସ୍ପେସ୍ରୁ ଆସୁଥିବା ବିକୀରଣ ଯୋଗୁ କ୍ଷତି ହେଉଛି କିନ୍ତୁ ଆମ ବାୟୁ ମଣ୍ଡଳରେ ଦୁର୍ବଳ ହୋଇଯାଉଛି[୮] । ୩୯ ଜଣରୁ ୩୬ ଜଣ ଆସ୍ଟ୍ରୋନଟ ବହୁତ ଶୀଘ୍ର ପରଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହା କସ୍ମିକ ରଶ୍ମୀ ଯୋଗୁ ଘଟୁଛି[୯][୧୦] । ଇନ୍ଫ୍ରାରେଡ୍ ଓ ମାଇକ୍ରୋଵେଭ ସହ କାମ କରୁଥିବା ଲୋକମାନେ ଶୀଘ୍ର ପରଳ ଆକ୍ରାନ୍ତ ହେଉଛନ୍ତି ।
ସଂଯୁକ୍ତ ରୋଗ ସମଷ୍ଟି[ସମ୍ପାଦନା]
- ଗୁଣସୂତ୍ର ଅବ୍ୟବସ୍ଥା
- ୧କ୍ୟୁ୨୧.୧ ଡିଲିସନ୍ ସିଣ୍ଡ୍ରୋମ୍
- କ୍ରି-ଡୁ-ଚାଟ୍ ସିଣ୍ଡ୍ରୋମ
- ପାଟାଉ ସିଣ୍ଡୋମ୍
- ସ୍ମିଡ୍-ଫ୍ରକାରୋ ସିଣ୍ଡୋମ୍
- ଟ୍ରିସୋମି ୧୮(ଏଡ୍ଵାର୍ଡ୍ ସିଣ୍ଡ୍ରୋମ୍)
- ଟର୍ନର ସିଣ୍ଡ୍ରୋମ୍
- ୧କ୍ୟୁ୨୧.୧ ଡିଲିସନ୍ ସିଣ୍ଡ୍ରୋମ୍
- ଏକକ ଜିନ୍ ଅବ୍ୟବସ୍ଥା
- ଆଲ୍ପୋର୍ଟ୍ ସିଣ୍ଡ୍ରୋମ୍
- କନ୍ରାଡି ସିଣ୍ଡ୍ରୋମ୍
- ମାୟୋଟନିକ୍ ଡିସ୍ଟ୍ରଫି
- ଅଟୋସୋମାଲ୍ ଡୋମିନାଣ୍ଟ କେରାଟୋକୋନସ୍
- ଆଲ୍ପୋର୍ଟ୍ ସିଣ୍ଡ୍ରୋମ୍
- ଶ୍ଳେଷ୍ମ ଝିଲ୍ଲି ଓ ଚର୍ମ ରୋଗ
- ଆଟୋପିକ୍ ଡର୍ମାଟାଇଟିସ୍
- ବାସାଲ୍ ସେଲ୍ ନେଭସ୍ ସିଣ୍ଡ୍ରୋମ୍
- ଇକ୍ଥିଓସିସ୍
- ପେମ୍ଫିଗସ୍
- ଆଟୋପିକ୍ ଡର୍ମାଟାଇଟିସ୍
- ଚୟାପଚୟ Metabolic Diseasesଓ ପୋଷକ ରୋଗ
- ଆମିନୋଏସିଡୁରିଆ
- ମଧୁମେହ
- ଫାବ୍ରି ରୋଗ
- ଗାଲାକ୍ଟୋସେମିଆ
- ହୋମୋସିସ୍ଟିନୁରିଆ
- ହାଇପର୍ପାରାଥାଇରଏଡିଜ୍ମ
- ହାଇପର୍ଭିଟାମିନୋସିସ୍
- ହାଇପରଥାଇରଏଡିଜ୍ମ
- ମ୍ୟୁକୋପଲିସାକାରାଇଡୋସିସ୍
- ଉଇଲ୍ସନ୍ ରୋଗ
- ଆମିନୋଏସିଡୁରିଆ
- ସଂକ୍ରାମକ ରୋଗ
- ଜନ୍ମଗତ
- ଜନ୍ମଗତ ହର୍ପେକ୍ସ ସିମ୍ପ୍ଲେକ୍ସ
- ଆଜନ୍ମ ସିଫିଲିସ୍
- ସାଇଟୋମେଗାଲିକ୍ ଇନକ୍ଲୁଜନ ରୋଗ
- ଜନ୍ମଗତ ହର୍ପେକ୍ସ ସିମ୍ପ୍ଲେକ୍ସ
- ଅନ୍ୟାନ୍ୟ
- ସିସ୍ଟିନୁରିଆ
- କୁଷ୍ଠ
- ଓକୋସର୍ସିଆସିସ୍
- ଟକ୍ସୋପ୍ଲାଜ୍ମୋସିସ୍
- ସିସ୍ଟିନୁରିଆ
- ଜନ୍ମଗତ
- ଶରୀରରେ ବିଷାକ୍ତ ପଦାର୍ଥ
- କର୍ଟିକୋସ୍ଟିରଏଡ୍
- ହାଲୋପେରିଡଲ୍
- ମାୟୋଟିକ୍ସ
- ଟ୍ରିପାରାନଲ୍
- କର୍ଟିକୋସ୍ଟିରଏଡ୍
ବର୍ଗୀକରଣ[ସମ୍ପାଦନା]
ପରଳ ରୋଗ ସମ୍ପୁର୍ଣ୍ଣ ବା ଅସମ୍ପୁର୍ଣ୍ଣ ହୋଇପାରେ,ସ୍ଥିର ବା ବୃଦ୍ଧି ସମ୍ପର୍ଣ୍ଣ ହୋଇପାରେ କିମ୍ବା ଟାଣ ବା ନରମ ହୋଇପାରେ । ଅନ୍ୟ ବର୍ଗ ମଧ୍ୟରେ ବାହ୍ୟ ବା ନ୍ୟଷ୍ଟି, ପକ୍ଵ ବା ଅତିପକ୍ଵ ହୁଏ । ବୟସାଧିକ୍ୟ ହେଲେ ସମ୍ମୁଖ ଭାଗ, କର୍ଟିଲୋସ୍ଟିରଏଡ୍ ଦ୍ଵାରା ହେଲେ ପୃଷ୍ଠ ଭାଗ କ୍ଷତିଗ୍ରସ୍ତ ହୁଏ ।
ନିମ୍ନରେ ବର୍ଗୀକରଣ ପ୍ରଦତ୍ତ ହେଲା କିନ୍ତୁ ଏହି ବ୍ୟତୀତ ଅନ୍ୟ କିଛି ଅସାଧାରଣ ରହିଥାଇ ପାରେ ।
- କାରଣାତ୍ମକ
- ବୟସ ଅନୁସାରେ
- ବାହ୍ୟ ବୟସାଧିକ୍ୟ ପରଳ
- ଅପରିପକ୍ଵ ବାର୍ଦ୍ଧକ୍ୟ ଜନିତ: ଅସମ୍ପୁର୍ଣ୍ଣ ଅସ୍ଵଚ୍ଛ
- ପକ୍ଵ ବାର୍ଦ୍ଧକ୍ୟ ଜନିତ ପରଳ: ସମ୍ପୁର୍ଣ୍ଣ ଅସ୍ଵଚ୍ଛ
- ଅତି ପକ୍ଵ ବାର୍ଦ୍ଧକ୍ୟ ପରଳ:ତରଳିକୃତ ବାହ୍ୟ ଅଂଶ
- ଅପରିପକ୍ଵ ବାର୍ଦ୍ଧକ୍ୟ ଜନିତ: ଅସମ୍ପୁର୍ଣ୍ଣ ଅସ୍ଵଚ୍ଛ
- ବାର୍ଦ୍ଧକ୍ୟ ନ୍ୟଷ୍ଟି ପରଳ
- ପରଳ ବୃନେସେନ୍ସ
- ପରଳ ନାଇଗ୍ରା
- ପରଳ ରୁବ୍ରା
- ପରଳ ବୃନେସେନ୍ସ
- ବାହ୍ୟ ବୟସାଧିକ୍ୟ ପରଳ
- ଜନ୍ମଗତ ପରଳ
- ସୁକ୍ରାଲ ପରଳ
- ଲାମେଲାର ପରଳ
- ଜୋନ୍ୟୁଲାର ପରଳ
- ସମ୍ପୁର୍ଣ୍ଣ ପରଳ
- ସୁକ୍ରାଲ ପରଳ
- ସେକେଣ୍ଡାରି ପରଳ
- ଔଷଧିକୃତ ପରଳ ଯଥା କର୍ଟିକୋସ୍ଟିରଏଡ
- ଔଷଧିକୃତ ପରଳ ଯଥା କର୍ଟିକୋସ୍ଟିରଏଡ
- ଆଘାତ ଜନିତ ପରଳ
- ଧାରହୀନ ଆଘାତ
- ଭେଦକାରୀ ଆଘାତ
- ଧାରହୀନ ଆଘାତ
- ବୟସ ଅନୁସାରେ
- ଅସ୍ଵଚ୍ଛତାର ବର୍ଗୀକରଣ:ଜବକାଚର ବିଭିନ୍ନ ସ୍ଥାନ ବିଶେଷ
- ସାମନା କର୍ଟିକାଲ ପରଳ
- ସାମନା ପୋଲାର ପରଳ
- ସାମନା ସବକାପ୍ସ୍ୟୁଲ ପରଳ
- ନ୍ୟଷ୍ଟି ପରଳ, ଏହା ପରଳର ଦୃଢତା ଓ ଅପରେଶନ କରିବା ବେଳେ ସହଜ ବା କଷ୍ଟସାଧ୍ୟ ସୂଚନା ଦିଏ ।
- ପାଉଁସିଆ
- ହଳଦିଆ
- ଆମ୍ବର(Amber)
- ମାଟିଆ/କଳା
- ପାଉଁସିଆ
- ପୃଷ୍ଠ କର୍ଟିକାଲ ପରଳ
- ପୃଷ୍ଠ ପୋଲାର ପରଳ
- ପୃଷ୍ଠ ସବ୍କାପ୍ସୁଲାର ପରଳ
- ପି.ସି.ଓ. ପରଳ ରୋଗ ଅପରେଶନ ପରେ କ୍ୟାପ୍ସ୍ୟୁଲ ଅସ୍ୱଚ୍ଛତା
- ସାମନା କର୍ଟିକାଲ ପରଳ
ଲକ୍ଷଣ ଓ ଚିହ୍ନ[ସମ୍ପାଦନା]
ପରଳ ରୋଗ ବୃଦ୍ଧି ସଙ୍ଗେ ସଙ୍ଗେ ଦୃଷ୍ଟି ଶକ୍ତି ହ୍ରାସ ପାଏ । ଭିଜୁଆଲ୍ ଆକୁଇଟି କମିଯାଏ । କଣ୍ଟ୍ରାସ୍ଟ ସେନ୍ସିଟିଭିଟି କମିଯାଏ । ରଙ୍ଗ, ଛାୟା ଓ କଣ୍ଟୋର (contour)ଦେଖିବା ଶକ୍ତି କମିଯାଏ ।
ରାତିରେ ରାସ୍ତା ଆଲୋକ ଚାରିପଟେ ଜ୍ୟୋତି ଦେଖାଗଲେ ବା ମଧୁମେହ ଥିଲେ ଚିକିତ୍ସକ ଉପଦେଶ ଦରକାର ।
ପରଳର ଲକ୍ଷଣ ଅନ୍ୟ ଏକ ରୋଗ ଅକୁଲାର ସିଟ୍ରୋସିସ୍ ସହ ପ୍ରାୟ ସମାନ ।
ରୋଗ ନିରୋଧ[ସମ୍ପାଦନା]
ପରଳ ପ୍ରତିରୋଧ ନିମନ୍ତେ କୌଣସି ନିର୍ଦିଷ୍ଟ ଉପାୟ ନ ଥିଲେ ମଧ୍ୟ ଅତିବାଇଗଣି ରଶ୍ମି ନିରୋଧି ଚଷମା ବ୍ୟବହାର କଲେ ପରଳ ପ୍ରକ୍ରିୟା ଧୀର ହୋଇଯାଏ[୧୧][୧୨] [୧୩] । ପ୍ରତି ଦିନ ଭିଟାମିନ୍ ଏ, ସି ଏବଂ ଇ ଭଳି ଆଣ୍ଟିଅକ୍ସିଡାଣ୍ଟ ବ୍ୟବହାର କଲେ ଉପକାର ମିଳେ[୧୪] ।
ଚିକିତ୍ସା[ସମ୍ପାଦନା]
ମସିହା ୧୯୬୦ରେ ଭ୍ୟାଟୋସ୍ଲାଭ ଫ୍ୟୋଡୋରୋଭ ସର୍ବ ପ୍ରଥମେ ଜବକାଚ ପରିବର୍ତ୍ତନ ଅପରେଶନ କରି ପରଳ ଦୂରିଭୁତ କରିବା ପରେ ଆଧୁନିକ ଚିକିତ୍ସା ଚାଲିଲା ।
ଶଲ୍ୟ ଚିକିତ୍ସା ବିହୀନ[ସମ୍ପାଦନା]
ଏନ୍-ଆସେଟିଲ୍କାର୍ନିସିନ ଟୋପା ଆଖିରେ ପକେଇଲେ କିଛି ଦୃଷ୍ଟି ଶକ୍ତି ଫେରିଆସେ[୧୫] ।
ଶଲ୍ୟ ଚିକିତ୍ସା[ସମ୍ପାଦନା]
ଆଗେ ପରଳ ପରିପକ୍ଵ ହେବା ପରେ ଅପରେଶନ କରାଯାଉଥିଲା[୧୬] । ଆଜିକାଲି ଯେ କୌଣସି ଅବସ୍ଥାରେ ଅପରେଶନ୍ କରା ଯାଉଛି । ସବୁ ଅପରେଶନ ଭଳି ଏହି ଅପରେଶନରେ ବିପଦ ଥିବାରୁ କିଛି ଦୃଷ୍ଟି ଶକ୍ତି ହ୍ରାସ ହେବା ପରେ ଅପରେଶନ କରାଯାଉଛି[୧୬] .[୧୭] । ପ୍ରତି ହଜାରରେ ଜଣେ ଲୋକର ଅପରେଶନ ପରେ ଏଣ୍ଡୋଫ୍ଥାଲ୍ମାଇଟିସ ହୁଏ[୧୮] ।
ରୋଗ ଅନୁଶୀଳନ[ସମ୍ପାଦନା]
ସଂସାରରେ ଯେତେ ଅନ୍ଧ ଅଛନ୍ତି ସେମାନଙ୍କ ମଧ୍ୟରୁ ୪୮%,(ପ୍ରାୟ ୧୮ନିୟୁତ)ଲୋକ ପରଳ ଯୋଗୁ ଅନ୍ଧ ହୋଇଛନ୍ତି ।[୧୯] ୨୦୦୪ ମସିହା ହିସାବ ଅନୁସାରେ ୫୩.୮ନିୟୁତ ଲୋକଙ୍କର ମଧ୍ୟମ ଓ ସାଂଘାତିକ ଧରଣର ପରଳ ହୋଇଥିଲା, ଯେଉଁଥିରୁ ୫୨.୨ନିୟୁତ ଲୋକ ଗରିବ ବା ମଧ୍ୟବିତ୍ତ ପରିବାରର ଥିଲେ ।[୨୦]
ଅନେକ ଦେଶମାନଙ୍କରେ ଅପରେଶନ ସୁବିଧା ନ ଥିବା ଯୋଗୁ ପରଳ ଯୋଗୁ ଅଧିକାଂଶ ଅନ୍ଧ ହେଉଛନ୍ତି ।ବିକଶିତ ଓ ବିକାଶଶୀଳ ଦେଶମାନଙ୍କରେ ପରଳ ଯୋଗୁ କମ ଦୃଷ୍ଟି ସମ୍ପର୍ଣ୍ଣ ଲୋକ ମଧ୍ୟ ସୃଷ୍ଟି ହୁଅନ୍ତି । ଅପରେଶନ ସୁବିଧା ଥିଲେ ମଧ୍ୟ ଅଧିକ ଖର୍ଚ, ଜ୍ଞାନର ଅଭାବ, ଲମ୍ବା ଧାଡିରେ ରହିବା ଓ ଗମନାଗମନ ଅସୁବିଧା ଯୋଗୁ ଅନେକ ଲୋକ ସ୍ଵଳ୍ପ ଦୃଷ୍ଟି ସମ୍ପର୍ଣ୍ଣ ହୋଇ ରହନ୍ତି ।
ଆମେରିକାରେ ୫୨ରୁ୬୪ବର୍ଷ ବୟସ ମଧ୍ୟରେ ୪୨% ଲୋକଙ୍କର ଜବକାଚ ପରିବର୍ତ୍ତନ ଦେଖାଯାଏ ।[୨୧] ୬୫ରୁ୭୪ ବର୍ଷ ବୟସ ମଧ୍ୟରେ ୬୦% ଲୋକ[୨୨] ଓ ୭୫ରୁ୮୫ ବର୍ଷ ବୟସ ମଧ୍ୟରେ ୯୧% ଲୋକଙ୍କର କମ୍ ଦୃଷ୍ଟି ଥାଏ ।[୨୧]
ଇତିହାସ[ସମ୍ପାଦନା]
ପୁରାତନ ରୋମରେ ଏନ୍ସାକ୍ଲୋପିଡିଆ ଲେଖକ ଅଲସ କର୍ନେଲିଅସ୍ ସେଲ୍ସସ୍( Aulus Cornelius Celsus), ଡେ ମେଡିସିନ(De Medicinae) ପୁସ୍ତକରେ ସର୍ବ ପ୍ରଥମେ ପରଳ ଓ ତାହାର ଅପରେଶନ ବିଷୟରେ ଲେଖିଥିବାର ପ୍ରମାଣ ମିଳୁଛି ।[୨୩] ରୋମାନମାନେ ସ୍ଵାସ୍ଥ୍ୟ ବିଷୟରେ ବହୁତ ଚିନ୍ତାଶୀଳ ଥିଲେ, ବିଶେଷତଃ ଚକ୍ଷୁ ବିଷୟରେ ।[୨୪]
ଭାରତରେ ସର୍ବ ପ୍ରଥମେ ସଂସ୍କୃତ ଭାଷାରେ ଶୁଶୃତ ପରଳ ଅପରେଶନ ବିଷୟରେ ଲେଖିଥିଲେ[୨୫] ।ଏହି ବିଷୟର ମୂଳ ଲେଖାର ସମ୍ପୂର୍ଣ୍ଣ ଆଲେଖ୍ୟ the Wikipedia entry on Cataract Surgery ପଠନ କରନ୍ତୁ ।
ମୁସଲ୍ମାନ୍ ଚକ୍ଷୁ ଚିକିତ୍ସକ ଅମର ଇବ୍ନ ଅଲି ତାଙ୍କ ପୁସ୍ତକରେ (Choice of Eye Diseases)ସିରିଞ୍ଜ ଓ ପରଳ ବାହାର କରିବା ବିଷୟରେ ଲେଖିଛନ୍ତି ।
ଶବ୍ଦ ବ୍ୟୁତ୍ପତ୍ତି[ସମ୍ପାଦନା]
ପରଳ ଶବ୍ଦର ଅର୍ଥ ଲାଟିନ ଭାଷାରେ 'ଝରଣା' ଓ ଗ୍ରୀକ୍ ଭାଷାରେ 'ନିମ୍ନଗାମୀ' ।
ଗବେଷଣା[ସମ୍ପାଦନା]
ଲୁଟିନ ଓ ଜେକ୍ସାନ୍ଥିନ୍(lutein and zeaxanthin) ବିଷୟରେ ମିଶ୍ରିତ ଓ ସ୍ଵଳ୍ପ ଗବେଷଣା ଚାଲିଛି ।
ଆଧାର[ସମ୍ପାଦନା]
- ↑ "Common Causes of Vision Loss in Elderly Patients - July 1999 - American Academy of Family Physicians". Aafp.org. 1999-07-01. http://www.aafp.org/afp/990700ap/99.html. Retrieved 2011-11-22.
- ↑ eMedicine - Cataract, Senile : Article by Vicente Victor D Ocampo. From eMedicine The Continually Updated Clinical Reference
- ↑ [୧] Congenital cataracts - RNIB.
- ↑ Chen CC, Huang JL, Yang KD, Chen HJ (March 2000). "Atopic cataracts in a child with atopic dermatitis: a case report and review of the literature". Asian Pac. J. Allergy Immunol. 18 (1): 69–71. PMID 12546060.
- ↑ Buchberger W, Winkler R, Moser M, Rieger G (1991). "Influence of iodide on cataractogenesis in Emory mice". Ophthalmic Res 23 (6): 303–8. doi:10.1159/000267127. PMID 1803312.
- ↑ Spencer R., Andelman S. (1965). "Steroid Cataracts. Posterior Subcapsular Cataract Formation In Rheumatoid Arthritis Patients On Long Term Steroid Therapy". Arch Ophthalmol 74: 38–41. PMID 14303339.
- ↑ doi:10.1136/bmj.331.7528.1292-d
This citation will be automatically completed in the next few minutes. You can jump the queue or expand by hand - ↑ Rafnsson, V; Olafsdottir E, Hrafnkelsson J, Sasaki H, Arnarsson A, Jonasson F (2005). "Cosmic radiation increases the risk of nuclear cataract in airline pilots: a population-based case-control study". Arch Ophthalmol 123 (8): 1102–1105. doi:10.1001/archopht.123.8.1102. PMID 16087845.
- ↑ See Ms. Irene Schneider on the November 20, 2005 episode of The Space Show.
- ↑ Barry, Patrick L.. "Blinding Flashes". Science.nasa.gov. http://science.nasa.gov/headlines/y2004/22oct_cataracts.htm. Retrieved November 25, 2008.
- ↑ Neale, RE; JL Purdie, LW Hirst, and AC Green (2003-11). "Sun exposure as a risk factor for nuclear cataract". Epidemiology 14 (6): 707–712. doi:10.1097/01.ede.0000086881.84657.98. PMID 14569187.
- ↑ Javitt, JC; Wang, F; West, SK (1996). "Blindness Due to Cataract: Epidemiology and Prevention". Annual review of public health 17: 159–77. doi:10.1146/annurev.pu.17.050196.001111. PMID 8724222. http://www.nei.nih.gov/nehep/pdf/NEHEP_5_year_agenda_2006.pdf. Cited in Five-Year Agenda for the National Eye Health Education Program (NEHEP), p. B-2; National Eye Institute, U.S. National Institutes of Health
- ↑ Javitt, JC; Wang, F; West, SK (1996). "Blindness Due to Cataract: Epidemiology and Prevention". Annual review of public health 17: 159–77. doi:10.1146/annurev.pu.17.050196.001111. PMID 8724222. http://www.nei.nih.gov/nehep/pdf/NEHEP_5_year_agenda_2006.pdf. Cited in Five-Year Agenda for the National Eye Health Education Program (NEHEP), p. B-2; National Eye Institute, U.S. National Institutes of Health
- ↑ Age-Related Eye Disease Study Research Group (October 2001). "A randomized, placebo-controlled, clinical trial of high-dose supplementation with vitamins C and E and beta carotene for age-related cataract and vision loss: AREDS report no. 9.". Archives of ophthalmology 119 (10): 1439–52. doi:10.1001/archopht.119.10.1439. PMC 1472812. PMID 11594943. http://archopht.ama-assn.org/cgi/content/full/119/10/1439.
- ↑ Babizhayev MA, Deyev AI, Yermakova VN, et al. (June 2001). "N-Acetylcarnosine, a natural histidine-containing dipeptide, as a potent ophthalmic drug in treatment of human cataracts.". Peptides 22 (6): 979–94. doi:10.1016/S0196-9781(01)00407-7. PMID 11390029.
- ↑ ୧୬.୦ ୧୬.୧ "Cataracts". RNIB. 2011-06-15. http://www.rnib.org.uk/eyehealth/eyeconditions/conditionsac/Pages/cataract.aspx. Retrieved 2011-11-22.
- ↑ Davies, H. E.; Wathen, C. G.; Gleeson, F. V. (25 February 2011). "The risks of radiation exposure related to diagnostic imaging and how to minimise them". BMJ 342 (feb25 1): d947–d947. doi:10.1136/bmj.d947.
- ↑ Davies, H. E.; Wathen, C. G.; Gleeson, F. V. (25 February 2011). "The risks of radiation exposure related to diagnostic imaging and how to minimise them". BMJ 342 (feb25 1): d947–d947. doi:10.1136/bmj.d947.
- ↑ WHO.int, | Priority eye diseases.
- ↑ ଛାଞ୍ଚ:Vcite book
- ↑ ୨୧.୦ ୨୧.୧ Sperduto RD, Seigel D., Seigel D. Sperduto RD (Jul 1980). "Senile lens and senile macular changes in a population-based sample". Am J Ophthalmol 90 (1): 86–91. PMID 7395962.
- ↑ Kahn HA, Leibowitz HM, Ganley JP, Kini MM, Colton T, Nickerson RS, Dawber TR (Jul 1977). "The Framingham Eye Study. I. Outline and major prevalence findings". Am J Epidemiol 106 (1): 17–32. PMID 879158.
- ↑ Translation by G. F. Collier, 1831
- ↑ Elliott, Jane (February 9, 2008). "The Romans carried out cataract ops". BBC News. http://news.bbc.co.uk/2/hi/health/7194352.stm.
- ↑ P. V. Sharma, Suśruta-Saṃhitā (Varanasi: Caukhambha Visvabharati, 2000), vol. 1, p. iv.