ପଡ଼ିଗଲି ତୋ ପ୍ରେମରେ

ଉଇକିପିଡ଼ିଆ‌ରୁ
ପଡ଼ିଗଲି ତୋ ପ୍ରେମରେ
ନିର୍ଦ୍ଦେଶକୟଶ ବର୍ମଣ ପଣ୍ଡା
ପ୍ରଯୋଜକଚିରଞ୍ଜିବୀ ବେହେରା
ସଂଳାପଗୀତ ପ୍ରସାଦ ପାଣିଗ୍ରାହୀ
ଚିତ୍ରନାଟ୍ୟଚିରଞ୍ଜିବୀ ବେହେରା
କାହାଣୀଚିରଞ୍ଜିବୀ ବେହେରା
କଳାକାରଚିରଞ୍ଜିବୀ ବେହେରା
ଆର୍ଚ୍ଚି ପ୍ରଧାନ
ବିଶ୍ୱାବସ ରାଜଗୁରୁ
ସଙ୍ଗୀତସୌଭାଗ୍ୟ ସାମଲ
ଚିତ୍ରଗ୍ରହଣକେ ଦେବୀ ପ୍ରସାଦ
ଚିରଞ୍ଜିବୀ ବେହେରା
ସମ୍ପାଦକଅରୁଣ ପାଢ଼ୀ
Production
company
ମା' ସର୍ବମଙ୍ଗଳା ପ୍ରଡ଼କ୍ସନ
ମୁକ୍ତିଲାଭ ତାରିଖ
୧୯ ମଇ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ପଡ଼ିଗଲି ତୋ ପ୍ରେମରେ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଚିରଞ୍ଜିବୀ ବେହେରା, ଯିଏକି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଗୀତ ପ୍ରସାଦ ପାଣିଗ୍ରାହୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ୟଶ ବର୍ମଣ ପଣ୍ଡା ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚିରଞ୍ଜିବୀ ବେହେରା ଓ ଆର୍ଚ୍ଚି ପ୍ରଧାନ । ବିଶ୍ୱାବସ ରାଜଗୁରୁ, ପ୍ରଭାକର ମିଶ୍ର, କାଳୀଚରଣ ରଥ, ମୋନାଲିସା ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟି ୨୦୨୩ ମସିହାର ମଇ ୧୯ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟ[ସମ୍ପାଦନା]

  • ଚିରଞ୍ଜିବୀ ବେହେରା
  • ଆର୍ଚ୍ଚି ପ୍ରଧାନ
  • ବିଶ୍ୱାବସ ରାଜଗୁରୁ
  • ପ୍ରଭାକର ମିଶ୍ର
  • କାଳୀଚରଣ ରଥ
  • ମୋନାଲିସା ମିଶ୍ର

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୌଭାଗ୍ୟ ସାମଲ ।[୧] ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସ୍ୱୟଂ ପ୍ରଭାସ ପାଢ଼ୀ, ଅମ୍ରିତା ନାୟକ, ହ୍ୟୁମାନ ସାଗର, ସୌଭାଗ୍ୟ ସାମଲ, ଦୀପ୍ତିରେଖା ପାଢ଼ୀ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ପଡ଼ିଗଲି ତୋ ପ୍ରେମରେ"ହ୍ୟୁମାନ ସାଗର, ସୌଭାଗ୍ୟ ସାମଲ 
2."ଥମି ଥମି ଯାଏ ନିଶ୍ୱାସ"ଅମ୍ରିତା ନାୟକ 
3."ଆଇ ଲଭ୍ ୟୁ ଆଇ ଲଭ୍ ୟୁ"ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର, ସୌଭାଗ୍ୟ ସାମଲ 
4."ତୋ ଓଦା ଓଦା ଓଠ"ସ୍ୱୟଂ ପ୍ରଭାସ ପାଢ଼ୀ, ଅସୀମା ପଣ୍ଡା, ସୌଭାଗ୍ୟ ସାମଲ 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଆସନ୍ତା ୧୯ରେ ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ 'ପଡ଼ିଗଲି ତୋ ପ୍ରେମରେ'". ସକାଳ. ରାୟଗଡ଼ା. 13 May 2023. Retrieved 20 September 2023.
  2. ୨.୦ ୨.୧ "ଏଇ ମାସ ୧୯ତାରିଖରେ ମୁକ୍ତି ଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର 'ପଡ଼ିଗଲି ତୋ ପ୍ରେମରେ'". ତୀର୍ଥକ୍ଷେତ୍ର. Archived from the original on 20 September 2023. Retrieved 20 September 2023.

ବାହାର ଆଧାର[ସମ୍ପାଦନା]