ନିକୋଲା ଟେସ୍‌ଲା

ଉଇକିପିଡ଼ିଆ ରୁ
ନିକୋଲା ଟେସ୍‌ଲା
୩୭ ବର୍ଷୀୟ ଟେସ୍‌ଲା, ୧୮୯୩ , ନେପୋଲିଅନ ସରୋନୀଙ୍କ (Napoleon Sarony) ଦ୍ଵାରା ଉତ୍ତୋଳିତ ଫଟୋ
ଜନ୍ମ ୧୦ ଜୁଲାଇ ୧୮୫୬(1856-07-10)
ସ୍ମି‌ଲ୍‌ଜା‌ନ୍ (Smiljan), ଅଷ୍ଟ୍ରୀୟ ସାମ୍ରାଜ୍ୟ (ଅଧୁନା କ୍ରୋଆସିଆ)
ମୃତ୍ୟୁ ୭ ଜାନୁଆରି, ୧୯୪୩ (୮୬ ବର୍ଷ)
ମ୍ୟାନହାଟନ , ନ୍ୟୁୟର୍କ , ଯୁକ୍ତରାଷ୍ଟ୍ର ଆମେରିକା
ବାସସ୍ଥାନ ସ୍ମି‌ଲ୍‌ଜା‌ନ୍ (Smiljan), ଅଷ୍ଟ୍ରୀୟ ସାମ୍ରାଜ୍ୟ (Austrian Empire) (ଅଧୁନା କ୍ରୋଆସିଆ/Croatia)
କାରୋଲୋଭାକ (Karlovac), କ୍ରୋଆସିଆ
ବୁଦାପେଷ୍ଟ, ହଙ୍ଗେରୀ
ମ୍ୟାନହାଟନ, ଆମେରିକା
ନାଗରିକତ୍ଵ ଅଷ୍ଟ୍ରିୟ ସାମ୍ରାଜ୍ୟ (୧୦ ଜୁଲାଇ ୧୮୫୬  – ୧୮୬୭)
ଅଷ୍ଟ୍ରିଆ-ହଙ୍ଗେରୀ (୧୮୬୭ – ୩୧ ଅକ୍ଟୋବର ୧୯୧୮)
ଯୁକ୍ତରାଷ୍ଟ୍ର ଆମେରିକା (୩୦ ଜୁଲାଇ ୧୮୯୧ – ୭ ଜାନୁୟାରୀ ୧୯୪୩)
ଜାତୀୟତା ଆମେରକୀୟ
କ୍ଷେତ୍ର ବୈଦୁତିକ ଯନ୍ତ୍ରୀ
ଯାନ୍ତ୍ରିକ(ମେକାନିକାଲ) ଯନ୍ତ୍ରୀ
ସଂସ୍ଥାନ ଏଡିସନ ମେସିନ ୱାର୍କ୍ସ
ଟେସ୍‌ଲା ଇଲେକ୍ଟ୍ରିକ ଲାଇଟ ଏଣ୍ଡ ମାନୁଫ୍ୟାକଚରିଙ୍ଗ
Westinghouse Electric & Manufacturing Co.
ମାତୃ ସଂସ୍ଥାନ ଗ୍ରଜ ବୈଷୟିକ ବିଶ୍ୱବିଦ୍ୟାଳୟ (ଅଧାରୁ ପାଠ ଛାଡିଥିଲେ)
ଜଣାଶୁଣା
ପ୍ରଭାବିତ କରିଥିଲେ ଏର୍ନେଷ୍ଟ ମ୍ୟାକ (Ernst Mach), ଜୋହାନ ଓ‌ଲ୍‌ଫ‌‍ଗ୍ୟାଙ୍ଗ ଭୋନ ଗୋଥେ (Johann Wolfgang von Goethe), ମାର୍କ ତ୍ଵାଇନ (Mark Twain), ସ୍ଵାମୀ ବିବେକାନନ୍ଦ, ଭୋଲଟାଇର (Voltaire)
ଆଦର୍ଶ ଗାନୋ ଡୁନ (Gano Dunn)
ଉଲ୍ଲେଖନୀୟ ପୁରସ୍କାର
ଦସ୍ତଖତ

ନିକୋଲା ଟେସ୍‌ଲା (ଜୁଲାଇ ୧୦, ୧୮୫୬ - ଜାନୁଆରୀ ୭, ୧୯୪୩) ଜଣେ ସର୍ବୀୟ ଆମେରିକୀୟ ଉଦ୍ଭାବକ, ପଦାର୍ଥ ବିଜ୍ଞାନୀ, ଯାନ୍ତ୍ରିକ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ । ସେ ତତ୍କାଳୀନ ଅଷ୍ଟ୍ରିଆ-ହଙ୍ଗେରୀର ସ୍ମି‌ଲ୍‌ଜା‌ନ୍‌ରେ ଜନ୍ମଗ୍ରହଣ କରିଥିଲେ, ଯାହା ଏବେ କ୍ରୋଏସିଆ ଦେଶରେ ଅଛି । ପରେ ସେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ ।

ଟେସ୍‌ଲା ରେଡ଼ିଓର ଏକ ପ୍ରାରମ୍ଭିକ ରୂପ ତିଆରି କରିଥିଲେ । ସେ ମୁଖ୍ୟତଃ ଚୁମ୍ବକତ୍ୱ ଓ ବିଦ୍ୟୁତ କ୍ଷେତ୍ରରେ ଆବିଷ୍କାର କରିଥିଲେ । ସଳଖ ବିଦ୍ୟୁତ ବଦଳରେ ଆବର୍ତ୍ତୀ ବିଦ୍ୟୁତର ପ୍ରୟୋଗ ପାଇଁ ଟେସ୍‌ଲା ବେଶ ଜଣାଶୁଣା । ଦୂର ସ୍ଥାନ ପ୍ରେରଣ କଲା ବେଳେ କମ ନଷ୍ଟ ହେଉଥିବାରୁ ଆବର୍ତ୍ତୀ ବିଦ୍ୟୁତର ଚାହିଦା ବଢ଼ିଲା ।

ତାଙ୍କ ନାମରେ ଚୁମ୍ବକୀୟ ସାନ୍ଦ୍ରତା ମାପିବାର ଏକକ ଟେସ୍‌ଲା କୁହାଯାଏ । ସେ କିଛି ଦୋଳକ ମଧ୍ୟ ଉଦ୍ଭାବନ କରିଥିଲେ ।

ଟେସ୍‌ଲା ନ୍ୟୁୟର୍କର୍ ହୋଟେଲ୍‌ର ୩୩୨୭ କୋଠରୀରେ ଜାନୁୟାରୀ ୭, ୧୯୪୩ରେ ମୃତ୍ୟୁବରଣ କରିଥିଲେ । ବୁଦାପେଷ୍ଟରେ ଏକ ଟେଲିଫୋନ କମ୍ପାନୀରେ ସେ ପ୍ରଥମେ ଚାକିରୀ ପାଇଥିଲେ । ସେ ସବୁବେଳେ କିଛି ଉଦ୍ଭାବନ କରୁଥିଲେ । ଟେଲିଫୋନ ପାଇଁ ସେ ଲାଉଡ଼ସ୍ପିକରର ଉଦ୍ଭାବନ କରିଥିଲେ । ଟେସ୍‌ଲା କମ ବୟସରୁ ମାନସିକ ସମସ୍ୟାରେ ପିଡ଼ୀତ ଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଟେସ୍‌ଲା ଜୁଲାଇ ୧୦, ୧୮୫୬ରେ ସ୍ମିଜିଲାନ୍, ଅଷ୍ଟ୍ରିଆରେ ଜନ୍ମ ହୋଇଥିଲେ । ତାଙ୍କ ପିତା ସର୍ବୀୟ ଗୀର୍ଜାରେ ଜଣେ ପୂଜକ ଥିଲେ ଓ ତାଙ୍କ ମାତା ଜଣେ ଗୃହିଣୀ ଥିଲେ । ପାଞ୍ଚ ସନ୍ତାନ ଭିତରେ ସେ ୪ର୍ଥ ଥିଲେ, ଉପରେ ଭାଇ ଡେନ୍, ଦୁଇ ଭଉଣୀ ଆଞ୍ଜେଲିକା ଓ ମିଲ୍‌କା ଓ ତଳେ ଭଉଣୀ ମାର୍ସିଆ ଥିଲେ ।

୧୮୬୧ ରେ ତାଙ୍କ ବିଦ୍ୟାରମ୍ଭ ହେଲା | ୧୮୬୨ ରେ ତାଙ୍କ ପରିବାର ଅଷ୍ଟ୍ରିଆର ଗସପିକ୍ ନାମକ ସ୍ଥାନକୁ ଚାଲିଗଲେ | ୧୮୭୦ ରେ ଉଚ୍ଚ ବିଦ୍ୟାଳୟ ରେ ପଢିବା ଲାଗି ଟେସ୍ଲା କାର୍ଲୋଭାକ୍ ଗଲେ | ସେଠି ସେ ତାଙ୍କ ଗଣିତ ଅଧ୍ୟାପକଙ୍କ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋ‍ଇଥିଲେ | ସେ କାଲ୍‍କୁଲସ୍ ରେ ଏପରି ଦକ୍ଷ ଥିଲେ ଯେ ତାକୁ ମାନସାଙ୍କ ପରି କଷି ପାରୁଥିଲେ, ଯାହା ବେଳେ ବେଳେ ତାଙ୍କ ଅଧ୍ୟାପକ ମାନଙ୍କୁ ଚକିତ ଓ ସନ୍ଦିହାନ କରି ଦେଉଥିଲା |

୧୮୭୩ ରେ ସେ ନିଜ ଗାଁ ସ୍ମିଲ୍ୟାନ୍ କୁ ଫେରନ୍ତେ କଲେରା ରୋଗାଗ୍ରସ୍ତ ହୋ‍ଇ ନ‍ଅ ମାସ ମୃତ୍ୟୁ ସହ ସଂଗ୍ରାମ କଲେ | ଯଦିଚ ତାଙ୍କ ବାପା ଚାହୁଁଥିଲେ ସେ ମଧ୍ୟ ପୂଜକ ହୁଅନ୍ତୁ, କିନ୍ତୁ ଏପରି ସମୟରେ (ଟେସ୍ଲାଙ୍କ ଏକମାତ୍ର ଭାଇ ଘୋଡାଚଢା ବେଳେ ମୃତ୍ୟୁବରଣ କରିଥିଲେ) ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ତାଙ୍କ ବାପା ତାଙ୍କୁ ଭଲ ଇଞ୍ଜିନିୟରିଂ କଲେଜ ପଠାଇବେ ବୋଲି ଆଶ୍ୱାସନା ଦେଲେ |

ବାଧ୍ୟତାମୂଳକ ସୈନ୍ୟ ସେବାରୁ ବଞ୍ଚିବା ଲାଗି ସେ ୧୮୭୪ ରେ ଘରୁ ପଳାୟନ କଲେ | ଟୋମିଙ୍ଗାୟ ନାମକ ଏକ ପର୍ବତ ଓ ନିକଟବର୍ତ୍ତୀ ଅଞ୍ଚଳ ରେ ବର୍ଷେ କାଳ ପ୍ରାକୃତିକ ପରିବେଶରେ ଯାଯାବର ଜୀବନ କାଟିଲା ପରେ ତାଙ୍କ ଇଞ୍ଜିନିୟରିଂ ପଢା ୧୮୭୫ ରେ ଗ୍ରଜ୍ ସ୍ଥିତ ଅଷ୍ଟ୍ରିୟ ପଲିଟେକ୍ନିକ୍ ରେ ଆରମ୍ଭ ହେଲା | ପ୍ରଥମ ବର୍ଷ ଟେସ୍ଲା ଏପରି ପରିଶ୍ରମୀ ଥିଲେ ଯେ ସେ ଗୋଟାଏ ସୁଦ୍ଧା କ୍ଲାସ୍ ଛାଡି ନଥିଲେ | ସର୍ବୋଚ୍ଚ ସମ୍ଭବ ମାର୍କ ଓ ନ‍ଅଟି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋ‍ଇ (ଉତ୍ତୀର୍ଣ୍ଣ ହେବା ଲାଗି ପାଞ୍ଚୋଟିର ଆବଶ୍ୟକତା ଥିଲା) ସେ ନିଜ ଡିନଙ୍କୁ ଏପରି ପ୍ରଭାବିତ କରିଥିଲେ ଯେ ଡିନ ସ୍ୱୟଂ ତାଙ୍କ ପିତାଙ୍କୁ ଏକ ପ୍ରଶଂସା ପୂର୍ଣ୍ଣ ଚିଠି ପଠାଇଥିଲେ | ଏପରିକି ଛୁଟି ଦିନରେ ମଧ୍ୟ ସେ ଭୋର ୩ରୁ ରାତି ୧୧ ଯାଏଁ କାର୍ଯ୍ୟବ୍ୟସ୍ତ ରହୁଥିଲେ | ପ୍ରମାଣ ସ୍ୱରୂପ ପିତାଙ୍କ ମୃତ୍ୟୁ ପରେ ଟେସ୍ଲା ତାଙ୍କ ପିତାଙ୍କୁ ତାଙ୍କ ଅଧ୍ୟାପକଙ୍କ ପ୍ରେରିତ ଚିଠିଗୁଡିଏ ପାଇଥିଲେ ଯେଉଁଥିରେ ଲେଖାଥିଲା ଟେସ୍ଲା ଯଦି କଲେଜ ନ ଛାଡନ୍ତି ତେବେ ଅତ୍ୟଧିକ କାର୍ଯ୍ୟଭାରରୁ ତାଙ୍କ ମୃତ୍ୟୁ ର ସମ୍ଭାବନା ରହିଛି | ଦ୍ୱିତୀୟ ବର୍ଷରେ ତାଙ୍କର ପ୍ରଫେସର୍ ପୋଏଶଲ୍‍ଙ୍କ ସହ ମତଭେଦ ହୋ‍ଇଥିଲା ଆଉ ବର୍ଷ ଶେଷ ଆଡକୁ ସେ ଜୁଆରେ ମାତି ନିଜ ବୃତ୍ତି ଟିକକ ମଧ୍ୟ ହରାଇଥିଲେ | ଶେଷ ବର୍ଷ ବେଳକୁ ତାଙ୍କ ଜୁଆ ନିଶା ଗଲାବେଳକୁ ଡେରି ହୋ‍ଇଯାଇଥିଲା | ସେ ଅପ୍ରସ୍ତୁତ ହୋ‍ଇ ନିଜ ଶେଷ ପରୀକ୍ଷା ଦେଲେ ଆଉ ଅସଫଳ ହେଲେ |

କଲେଜରୁ ପାସ୍ କରି ନ ପାରି ଏଇଠି ସେ ପାଠରେ ଡୋରି ବାନ୍ଧି ଟେସ୍ଲା ମାରିବୋର୍ ଚାଲିଗଲେ | ସେଠି ସେ ୬୦ ଫ୍ଲୋରିନ୍ ମାସିକ ଦରମା ରେ ଡ୍ରାଫ୍ଟ୍ସମ୍ୟାନ କାମ କଲେ ଆଉ ବଳକା ସମୟତକ ତାସ୍ ଖେଳରେ ବ୍ୟତୀତ କଲେ | ତିରସ୍କାର ଭୟରେ ସେ ପରିବାର ସହ ସବୁ ସମ୍ପର୍କ ଛିନ୍ନ କରିଦେଇଥିଲେ, ଏଣେ ତାଙ୍କ ବନ୍ଧୁମାନେ ଭାବିଲେ ସେ ମୁର ନଦୀରେ ବୁଡି ପ୍ରାଣ ହରାଇଛନ୍ତି | ଖବର ପାଇ ୧୮୭୯ ରେ ତାଙ୍କ ପିତା ଯାଇ ଟେସ୍ଲାଙ୍କୁ ଫେରିଆସିବାକୁ ମଧ୍ୟ ଅନୁରୋଧ କରିଥିଲେ କିନ୍ତୁ ସେ ତାହା ପ୍ରତ୍ୟାଖ୍ୟାନ କରିଦେଲେ |

ତେବେ ଅପ୍ରତ୍ୟାଶିତ ଭାବେ ବସବାସ ପରମିଟ୍ ନଥିବାରୁ ୨୪ ମାର୍ଚ୍ଚ ୧୮୭୯ ରେ ତାଙ୍କୁ ଗ୍ସପିକ୍ ଫେରିବାକୁ ହିଁ ପଡିଲା | ମାସେ ପରେ ହିଁ ଅଗ୍ୟାଁତ ରୋଗରେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଲା | ସେହି ବର୍ଷ ସେ ନିଜ ପୂର୍ବ ବିଦ୍ୟାଳୟରେ କିଛି ସମୟ ଅଧ୍ୟାପନା କରିଥିଲେ |

ତେ ୧୮୮୦ ରେ ତାଙ୍କ ଦୁଇ ଜଣ ମାମୁଁଙ୍କ ବଦାନ୍ୟତାରୁ ସେ ଉଚ୍ଚ ଶିକ୍ଷା ଲାଗି ପ୍ରାଗ୍ ଗଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ସେ ପହଞ୍ଚିବା ବେଳେ ନାଁଲେଖା ର ସମୟ ସରିଯାଇଥିଲା | ସେ ମଧ୍ୟ ଦୁଇ ଜରୁରୀ ବିଷୟ ଗ୍ରୀକ୍ ଭାଷା ଓ ଚେକ୍ ଭାଷା ଶିଖି ନଥିଲେ | ତେବେ ପ୍ରମାଣପତ୍ର ନ ମିଳୁ ପଛେ ଟେସ୍ଲା ଚାର୍ଲ୍ସ୍-ଫର୍ଡିନାଣ୍ଡ ବିଶ୍ୱବିଦ୍ୟାଳୟରେ କ୍ଲାସ୍ କରିଥିଲେ |

୧୮୮୧ ରେ ସେ ଚାକିରି ସନ୍ଧାନରେ ବୁଦାପେଷ୍ଟ ଯାଇଥିଲେ | କିଛି ଦିନ ପୁନର୍ବାର ଡ୍ରାଫ୍ଟ୍ସମ୍ୟାନ ଭାବେ କାମ କଲା ପରେ ସେ ନବନିର୍ମିତ ବୁଦାପେଷ୍ଟ ଟେଲିଫୋନ୍ ଏକ୍ସଚେଞ୍ଜ ରେ ମୁଖ୍ୟ ଇଲେକ୍ଟ୍ରିସିଆନ୍ ଭାବେ ଚାକିରି ପାଇଲେ | ଟେସ୍ଲାଙ୍କ ଅନୁସାରେ ସେ ନିଜ କାର୍ଯ୍ୟକାଳ ରେ ଟେଲିଫୋନ ରିପିଟର (ଆମ୍ପ୍ଲିଫାୟର୍) ରେ କିଛିଟା ସୁଧାର କରିଥିଲେ, ଯଦିଓ ଏହାର କୌଣସି ପାଟେଣ୍ଟ କରାଯାଇ ନଥିଲା |

ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

ପୁସ୍ତକ ଉତ୍ସ[ସମ୍ପାଦନା]

ଅନ୍ୟାନ୍ୟ[ସମ୍ପାଦନା]

  1. Jonnes 2004, p. 355

ବାହାର ତଥ୍ୟ[ସମ୍ପାଦନା]