ତ୍ଵକ କର୍କଟ

ଉଇକିପିଡ଼ିଆ ରୁ
Skin cancer
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
A basal cell carcinoma. Note the pearly appearance and telangiectasia.
ଆଇସିଡ଼ି-୧୦ C43.-C44.
ଆଇସିଡ଼ି- 172, 173
ICD-O: 8010-8720
ମେଡ଼ିସିନ-ପ୍ଲସ 001442
ଇ-ମେଡ଼ିସିନ article/276624, article/870538, article/1100753, article/1965430
MeSH D012878

ଚର୍ମରୁ ଉତ୍ପନ୍ନ କର୍କଟ ରୋଗକୁ ଚର୍ମ କର୍କଟ ବା ତ୍ଵକ କର୍କଟ କହନ୍ତି । ଚର୍ମରେ ବାହାରୁ ଭିତର ଆଡ଼କୁ ଏପିଡର୍ମିସ୍, ଡର୍ମିସ୍ ଓ ହାଇପୋଡର୍ମିସ୍ ନାମରେ ତିନୋଟି ସ୍ତର ସ୍ତର ଥାଏ । ଚର୍ମରେ ବିଭିନ୍ନ ପ୍ରକାରର ସ୍ଵତନ୍ତ୍ର ଜୀବକୋଷ ଥାଆନ୍ତି । ଏହି କୋଷମାନଙ୍କର ନାମାନୁସାରେ କର୍କଟ ନାମକରଣ ହୋଇଥାଏ । ଏପିଡର୍ମିସର ତଳ ସ୍ତରରେ ଥିବା କୋଷରୁ ଉତ୍ପନ୍ନ କର୍କଟକୁ ବାସାଲ ସେଲ୍ କର୍କଟ (Basal cell carcinoma) କହନ୍ତି । ଏହା ଗୋଟିଏ ସାଧାରଣ ରୋଗ ଓ ସ୍ଵଳ୍ପ ବିପଦ ଥିବା ରୋଗ । ଏପିଡର୍ମିସର ମଝି ସ୍ତରରୁ ଉତ୍ପନ୍ନ କର୍କଟକୁ ସ୍କ୍ଵାମସ ସେଲ୍ କର୍କଟ (Sqamous cell carcinoma) କହନ୍ତି । ଏହି କର୍କଟ ଦୃତ ଗତିରେ ବଢେ ଓ ବିପଦଜନକ ଅଟେ । ଚର୍ମ ରଙ୍ଗ ସୃଷ୍ଟିକାରୀ କୋଷରୁ (Melanocyte) ଉତ୍ପନ୍ନ କର୍କଟକୁ ମେଲାନୋମା(Melanoma) କହନ୍ତି ଓ ଏହା ସର୍ବାଧିକ ବେଗରେ ବଢେ ଓ ସବୁଠାରୁ ବିପଦପୂର୍ଣ୍ଣ[୧][୨]
ଏହା ମୂଖ୍ୟତଃ ଅତ୍ୟଧିକ ଅତିବାଇଗିଣୀ ରଶ୍ମି (Ultraviolet rays) ସଂସ୍ପର୍ଶରେ ଆସିଲେ ହୁଏ । ଏହି ରଶ୍ମି ସୂର୍ଯ୍ୟରୁ ବା ସନବେଡରୁ ଆସେ[୩] । ଅପରେଶନ ଦ୍ଵାରା ଏହାର ଚିକିତ୍ସା କରାଯାଏ ।
ମେଲାନୋମା ରୋଗରେ ବଞ୍ଚିବା ଆଶା ସର୍ବାଧିକ । ୨୦୦୫-୨୦୦୭ ମସିହା ମଧ୍ୟରେ ଇଂଲଣ୍ଡରେ ୧୦ ବର୍ଷ ପର୍ଯ୍ୟନ୍ତ ରୋଗୀ ବଞ୍ଚି ପାରୁଥିଲେ[୪] । ସେଠାରେ ୨୦୧୦ ମସିହାରେ ୧୨୮୧୮ ଲୋକଙ୍କୁ ମେଲାନୋମା ଓ ୧୦୦,୦୦୦ ଲୋକଙ୍କୁ ଅନ୍ୟ ଚର୍ମ କର୍କଟ ରୋଗ ହୋଇଥିଲା । ସେମାନଙ୍କ ମଧ୍ୟରୁ ୨୨୦୩ ଲୋକ ମେଲାନୋମା ରୋଗରେ ଓ ୫୪୬ ଲୋକ ଅନ୍ୟ ଚର୍ମ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ[୫] । ଆମେରିକାରେ ୨୦୦୮ ମସିହାରେ ୫୯.୬୯୫ ମେଲାନୋମା ରୋଗୀଙ୍କ ମଧ୍ୟରୁ ୮୬୨୩ ରୋଗୀ ମୃତ୍ୟୁ ବରଣ କରିଥିଲେ[୬]

ଆଧାର[ସମ୍ପାଦନା]

  1. Merck Manual of Diagnosis and Therapy
  2. Kasper, Dennis L; Braunwald, Eugene; Fauci, Anthony; et al. (2005). Harrison's Principles of Internal Medicine, 16th ed. New York: McGraw-Hill. ISBN 978-0071402354. 
  3. Marks, R (1995 Jan 15). "An overview of skin cancers. Incidence and causation.". Cancer 75 (2 Suppl): 607–12. PMID 7804986. 
  4. CancerStats — Skin cancer survival, Cancer Research UK
  5. — Skin Cancer statistics UK Cancer Research UK
  6. http://www.cdc.gov/cancer/skin/statistics/index.htm