ତପସ୍ୟା
ଉଇକିପିଡ଼ିଆ ରୁ
ଏହି ଲେଖାଟି ତପ ବା ତପସ୍ୟା ବାବଦରେ । ବାକିସବୁ ପାଇଁ, ତପସ୍ୟା (ଓଡ଼ିଆ କଥାଚିତ୍ର) ଦେଖନ୍ତୁ ।
ତପସ୍ୟା (tápasya)ର ଅର୍ଥ ତାପ । ଏହା ପୁରାଣ ଯୁଗରେ ଆଧ୍ୟାତ୍ମିକ କଷଣ, ଦୁଃଖ, ଦୈନ୍ୟ ବା ତାହାର ବିପରୀତ ଆଧ୍ୟାତ୍ମିକ ସୁଖ ଲାଭକୁ ବୁଝାଇଥାଏ । କଷଣରେ ରହି ତପସ୍ୟା ସାଧନା ଦେଇ ନିର୍ବାଣ ଲାଭ କରାଯାଇଥାଏ ।
ବୌଦ୍ଧ ଓ ଜୈନ ଧର୍ମ ତପସ୍ୟା [ସମ୍ପାଦନା]
ସାଧନା ଓ ଧ୍ୟାନ ମାଧ୍ୟମରେ ଗୌତମ ବୁଦ୍ଧ ତଥା ୨୪ତମ ତୀର୍ଥଙ୍କର ମହାବୀର ଜୀନ ମହାବୀର ସ୍ଥିତି ଲାଭ କରିଥିଲେ ଓ ମୋକ୍ଷଲାଭ କରିଥିଲେ । ସେମାନଙ୍କର ତପ ବା ତପସ୍ୟା ଦୁଃଖ କଷ୍ଟ, ଅସ୍ଥିର ଦୁନିଆରୁ ମଣିଷକୁ ମୁକ୍ତ କରି ମୋକ୍ଷଲାଭର ପଥ ଦେଖାଇ ଥାଏ, ଏହା ମହାବୀରଙ୍କର ମତବାଦ ଥିଲା । ତେବେ ବୁଦ୍ଧଙ୍କ ମତରେ କେବଳ ତପରୁ ବୋଧି ଲାଭ ସମ୍ବବ ନୁହେଁ ଯାହା ତାହାଙ୍କୁ ଅଧିକ ବୋଧି ଲାଭର ସନ୍ଧାନମୁଖୀ କରିଥିଲା ।
ଅଧୁନା ବୌଦ୍ଧ ଓ ଜୈନ ସାଧୁଗଣ କଠୋର ସାଧନା ଓ ବ୍ରତ ତଥା ଆପଣା ଧର୍ମର ଶିକ୍ଷାଲାଭରେ କାଳ କାଟିଥାନ୍ତି । ମହାବୀରଙ୍କ ଶିକ୍ଷା ଅନୁସାରେ ଜୈନ ସାଧୁ ମାନେ ଆଜି ବି ପୋକ ପତଙ୍ଗ କାଳେ ପାଦରେ ଚାପି ମରିଯିବେ ସେହି ଆଶଙ୍କାରେ ପାଦରେ ମୋଟା, କଅଁଳ କନାରେ ଘୋଡ଼ାଇ ରଖିଥାନ୍ତି ।