ଟଡଲରଙ୍କ ଭଙ୍ଗା

ଉଇକିପିଡ଼ିଆ‌ରୁ
ଟଡଲରଙ୍କ ଭଙ୍ଗା
Childhood accidental spiral tibial (CAST) fractures
A toddler's fracture
ବିଭାଗEmergency medicine, orthopedics
ଲକ୍ଷଣPain in lower leg, limp[୧]
ଆକ୍ରାନ୍ତ ସମୟ9 mths to 3 yrs[୧]
ଅବଧି3 to 4 wks[୧]
କାରଣLow energy injury[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and examination, supported by X-rays[୧]
ସଠିକ ରୋଗ ନିର୍ଣ୍ଣୟTransient synovitis, septic arthritis, osteomyelitis, other types of fractures[୧]
ଚିକିତ୍ସାSplinting, casting, no immobilization[୧]
PrognosisGood[୧]
ପୁନଃପୌନିକRelatively common[୧]

ଟଡଲରଙ୍କ (ଚାଲିବା ଆରମ୍ଭ କରୁଥିବା ପିଲା) ଭଙ୍ଗା ହେଉଛି ଏକ ପ୍ରକାର ଅସ୍ଥି ଭଗ୍ନ ଯାହା ଟିବିଆ ହାଡ଼ର ନିମ୍ନ ଭାଗରେ ଘଟିଥାଏ । [୧] ଏହାର ଲକ୍ଷଣ ମଧ୍ୟରେ ଗୋଡ ତଳ ଭାଗରେ ଯନ୍ତ୍ରଣା ହୁଏ ଏବଂ ରୋଗୀ ଛୋଟେଇ ଛୋଟେଇ ଚାଲନ୍ତି ।[୧] କେତେକ ରୋଗୀ ଚାଲିବାକୁ ମନା କରନ୍ତି ।[୨]

ଏହାର କାରଣ ମଧ୍ୟରେ ପାଦ ଉପରେ ଠିଆ ହୋଇ ଗୋଡ଼ ମୋଡ଼ିଲେ ହୁଏ ।[୧] ପଡ଼ିଗଲେ କିମ୍ବା ଅନ୍ୟାନ୍ୟ ଛୋଟ ଘଟଣା ଯୋଗୁଏହା ହୋଇପାରେ ।[୧] ଏହା ସାଧାରଣତଃ ଟିବିଆର ନିମ୍ନ ବା ଦୂର ତୃତୀୟାଂଶରେ ଘଟିଥାଏ, ସ୍ଥାନ‌ଚ୍ୟୁତ ହୋଇନଥାଏ ଏବଂ ଏହାର ଏକ ସ୍ପାଇରାଲ ବା କୁଣ୍ଡଳି ଢାଞ୍ଚା ଥାଏ ।[୧] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଏବଂ ପରୀକ୍ଷଣ ଉପରେ ଆଧାରିତ ହୋଇଥାଏ, ପ୍ରାରମ୍ଭିକ ରଞ୍ଜନରଶ୍ମିରେ ପ୍ରାୟ ଅଧା ରୋଗୀଙ୍କର ଭଙ୍ଗା ଦେଖାଯାଏ ନାହିଁ ଓ ସାଧାରଣ ହାଡ଼ ଭଳି ଦେଖାଯାଏ ।[୧]

ଏହାର ଚିକିତ୍ସାରେ ପ୍ରାୟତ ୩ରୁ ୪ ସପ୍ତାହ ପର୍ଯ୍ୟନ୍ତ ଗୋଡ଼ର ଗତିକୁ ସୀମିତ ରଖାଯାଏ, ଗୋଡ଼ରେ ବା ଆଣ୍ଠୁ ଉପରକୁ ପ୍ଲାସ୍ଟର ବା ସ୍ପ୍ଲିଣ୍ଟ ଦିଆଯାଏ।[୧] ଆଣ୍ଠୁ ଉପରେ କିମ୍ବା ତଳେ କାଷ୍ଟିଂ ହୋଇପାରେ ।[୧] କେତେକ ଚିକିତ୍ସକ ଅଚଳ କରିବା ବିନା ଚିକିତ୍ସାକୁ ଅନୁମତି ଦିଅନ୍ତି ।[୧] ଫଳାଫଳ ପ୍ରାୟ ସବୁବେଳେ ଭଲ ।[୧]

ଟଡଲରଙ୍କ ଭଙ୍ଗା ଅପେକ୍ଷାକୃତ ସାଧାରଣ, ପିଲାମାନଙ୍କ ପ୍ରତି ଏକ ହଜାର ମଧ୍ୟରୁ ୧.୫ ଜଣ ଜରୁରୀକାଳୀନ ବିଭାଗକୁ ଯାଆନ୍ତି ।[୧] ଏହା ସାଧାରଣତଃ ୯ ମାସରୁ ୩ ବର୍ଷ ବୟସ ମଧ୍ୟରେ ହେଉଥିବା ଦେଖାଯାଏ । [୧] ଏହାକୁ ପ୍ରଥମେ ୧୯୬୪ରେ ଡନବାରଙ୍କ (Dunbar) ଦ୍ୱାରା ବର୍ଣ୍ଣନା କରାଯାଇଥିଲା । [୩] [୪] ପୂର୍ବରୁ ଦୁର୍ଘଟଣା ବିହୀନ ଆଘାତର ଏକ ଚିନ୍ତା ଥିଲା; ତଥାପି, ଏହା ବହୁତ କ୍ୱଚିତ୍ ହୋଇପାରେ ।[୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Wang, Y; Doyle, M; Smit, K; Varshney, T; Carsen, S (1 January 2022). "The Toddler's Fracture". Pediatric emergency care. 38 (1): 36–39. doi:10.1097/PEC.0000000000002600. PMID 34986580.
  2. Vezzetti, R; Bordoni, B (January 2022). "Antalgic Gait In Children". PMID 30571006. {{cite journal}}: Cite journal requires |journal= (help)
  3. Martino, Fabio; Defilippi, Claudio; Caudana, Roberto (26 June 2011). Imaging of Pediatric Bone and Joint Trauma (in ଇଂରାଜୀ). Springer Science & Business Media. p. 183. ISBN 978-88-470-1655-2. Archived from the original on 5 May 2022. Retrieved 5 May 2022.
  4. Dunbar JS, Owen HF, Nogrady MB, McLeese R (September 1964). "Obscure tibial fracture of infants -- the toddler's fracture". J Can Assoc Radiol. 15: 136–44. PMID 14212071.
  5. Gaillard, Frank. "Toddler fracture | Radiology Reference Article | Radiopaedia.org". Radiopaedia. Archived from the original on 26 March 2022. Retrieved 5 May 2022.