ରଞ୍ଜନରଶ୍ମି

ଉଇକିପିଡ଼ିଆ ରୁ
X-rays are part of the electromagnetic spectrum, with wavelengths shorter than visible light. Different applications use different parts of the X-ray spectrum.

ରଞ୍ଜନରଶ୍ମି ଏକ ବିଦ୍ୟୁତ-ଚୁମ୍ବକୀୟ ବିଚ୍ଛୁରିତ ରଶ୍ମି । ଅନେକ ଭାଷାରେ ଏହାକୁ ୱିଲହେମ ରଣ୍ଟଜେନଙ୍କ ନାମ ଅନୁସାରେ ରଣ୍ଟଜେନ ରଶ୍ମି କହନ୍ତି [୧]। ଏହା ଏକ ଅଜଣା ରଶ୍ମି ହୋଇଥିବାରୁ ରଣ୍ଟଜେନ ଏହାର ନାମକରଣ X-ray କରିଥିଲେ [୨]। ଇଂରାଜୀରେ ଏହାକୁ ବିଭିନ୍ନ ପ୍ରକାର ଲେଖାଯାଏ, ଯଥା- x-ray(s), xray(s) and X ray(s) । ରଞ୍ଜନରଶ୍ମିର ୱେଭଲେନ୍ଥଅଲ୍ଟ୍ରାଭାୟୋଲେଟ ଅପେକ୍ଷା କମ ଓ ଗାମା ରଶ୍ମି ଅପେକ୍ଷା ଅଧିକ । ଅଧିକାଂଶ ରଞ୍ଜନରଶ୍ମିର ୱେଭଲେନ୍ଥ୦.୦୧ ରୁ ୧୦ ନାନୋମିଟର ଥାଏ । ଡାକ୍ତରୀ ଓ କାରଖାନା ବ୍ୟବହାର ନିମନ୍ତେ ଏହାଠାରୁ ଅଧିକ ଏନର୍ଜିରର ରଶ୍ମି ପ୍ରସ୍ତୁତ କରାଯାଏ । ରେଡିଓଥେରାପି ନିମନ୍ତେ ୬ ରୁ ୨୦ MeV ରଶ୍ମି ବ୍ୟବହାର କରାଯାଏ । ଇଲେକ୍ଟ୍ରନ (electrons) ଦ୍ଵାରା ରଞ୍ଜନରଶ୍ମି ଜାତ ହୁଏ ଓ ଆଟମିକ ନ୍ୟୁକ୍ଲିଅସ (atomic nucleus) ଦ୍ଵାରା ଗାମା ରଶ୍ମି ଜାତ ହୁଏ ।[୩][୪][୫][୬] [୭]

ଡାକ୍ତରୀ ବ୍ୟବହାର[ସମ୍ପାଦନା]

A chest radiograph of a female, demonstrating a hiatus hernia

'ରଞ୍ଜନରଶ୍ମି ବ୍ୟବହାର କରି ଅସ୍ଥି ଛାଇ ଦେଖିହେବ' ଜାଣିବା ପରଠାରୁ ଏହା ଡାକ୍ତରୀ ଚିକିତ୍ସାରେ ବହୁଳ ବ୍ୟବହାର ହେଉଛି । ରଣ୍ଟଜେନଙ୍କ ଆବିଷ୍କାର ପରେ ଏକ ମାସରୁ କମ୍ ସମୟ ମଧ୍ୟରେ ଏହାର ଡାକ୍ତରୀ ବ୍ୟବହାର ଆରମ୍ଭ ହୋଇଗଲା ଓ ୨୦୧୦ ମସିହା ସୁଦ୍ଧା ସାରା ପୃଥିବୀରେ ୫ ଶହ କୋଟି ଇମେଜ କରାଯାଇଛି [୮]। ଆମେରିକାରେ ଯେତେ ରାଡିଏସନ ୨୦୦୬ ମସିହାରେ ହୋଇଥିଲା ତାହାର ୫୦% ରଞ୍ଜନରଶ୍ମି ଦ୍ଵାରା ରାଡିଏସନ ହୋଇଥିଲା ।

ରେଡିଓଗ୍ରାଫ[ସମ୍ପାଦନା]

An arm radiograph, demonstrating broken ulna and radius with implanted internal fixation.

ଶରୀରର ଯେଉଁ ଅଂଶର ଏକ୍ସ-ରେ ନେବା କଥା ସେହି ଅଂଶର ଗୋଟିଏ ପାଖରେ ଏକ୍ସ-ରେ ପ୍ଲେଟ (ଫୋଟୋଗ୍ରାଫିକ୍ ପ୍ଲେଟ) ବା ଏକ୍ସ-ରେ ଡିଟେକ୍ଟର ରଖାଯାଏ । ତାହାର ଠିକ ବିପରିତ ପାଖରେ ଏକ୍ସ-ରେ ଟ୍ୟୁବ ରଖାଯାଏ ଯାହାଦ୍ଵାରା ଏକ୍ସ-ରେ ପଲ୍ସ (illuminating it with a short X-ray pulse.) ଛଡ଼ାଯାଏ । ଅସ୍ଥିରେ ବହୁତ କ୍ୟାଲସିୟମ ଥାଏ । ତାହାର ଉଚ୍ଚ ଆଟମିକ ସଂଖ୍ୟା ଥିବାରୁ ଅସ୍ଥି ଅଧିକ ରଞ୍ଜନରଶ୍ମି ଶୋଷିପାରେ । ଫଳରେ ଡିଟେକ୍ଟରରେ ଅଳ୍ପ ରଶ୍ମି ପଡ଼େ । ତେଣୁ ପ୍ଲେଟରେ ପଡ଼ୁଥିବା ଛାଇ ଧଳା ଦେଖାଯାଏ ଓ ଅସ୍ଥିର ଆକାର ବାରି ହୋଇଯାଏ । ଯେଉଁ ସ୍ଥାନରେ ଏକ୍ସ-ରେ ପଡ଼େ, ସେଠାରେ କଳା ଦେଖାଯାଏ । ଫୁସଫୁସରେ ବାୟୁ ଥିବା ଯୋଗୁ ସବୁ ଏକ୍ସ-ରେ ବାଧାପ୍ରାପ୍ତ ନ ହୋଇ ପ୍ଲେଟ ଉପରେ ପଡ଼େ, ତେଣୁ ଫୁସଫୁସ ଛାଇ କଳା ଦେଖାଯାଏ ।
ଅସ୍ଥି ଓ ନରମ ଅଙ୍ଗମାନଙ୍କ ଛବି ପ୍ଲେଟରେ ଦେଖାଯାଏ । ଫୁସଫୁସ ରୋଗ ଯଥା ନିମୋନିଆ, ଫୁସଫୁସ କର୍କଟ, ପଲ୍‌ମୋନାରି ଇଡିମା ( pulmonary edema) ଇତ୍ୟାଦି ଏହାଦ୍ଵାରା ଜାଣିହୁଏ । ପେଟ ରୋଗ ମଧ୍ୟରେ ଅନ୍ତନଳୀ ବାଧା (bowel or intestinal obstruction), ଅନ୍ତନଳୀ ଫାଟିଯାଇ ପେଟ ଭିତରେ ବାୟୁ ଥିଲେ ଓ ତରଳ ପଦାର୍ଥ ଥିଲେ ମଧ୍ୟ ଜାଣିହୁଏ । ଗଲ୍ ସ୍ଟୋନ ଓ କିଡନି ସ୍ଟୋନ ଦେଖାଯାଏ ।
ଦାନ୍ତରେ କ୍ୟାଭିଟି (ପୋକଖିଆ ଦାନ୍ତ ବା Caries tooth)ରେ କଣାର ଆକାର ଜାଣିହୁଏ ।
ରୋଗ ନିର୍ଣ୍ଣୟ ନିମନ୍ତେ ନିମ୍ନ ଶକ୍ତି ସମ୍ପର୍ଣ୍ଣ ଏକ୍ସ‌-ରେ ବିଶେଷ ଆବଶ୍ୟକ ହୁଏ ନାହିଁ କାରଣ ଏହି ରଶ୍ମି ଦେହଦ୍ଵାରା ଶୋଷି ହୋଇଯାଏ । ଟ୍ୟୁବ ଉଇଣ୍ଡୋରେ ଗୋଟିଏ ଧାଟୁ ନିର୍ମିତ ଆଲୁମିନିୟମ ଚାଦର ରଖିଲେ ନିମ୍ନ ଶକ୍ତି ସମ୍ପର୍ଣ୍ଣ ଏକ୍ସ‌-ରେ ଶୋଷି ହୋଇଯାଏ ଓ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ରଶ୍ମି ରହେ ।

କମ୍ପ୍ୟୁଟେଡ ଟମୋଗ୍ରାଫି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "X-Rays". NASA. http://missionscience.nasa.gov/ems/11_xrays.html. Retrieved November 7, 2012. 
  2. Novelline, Robert (1997). Squire's Fundamentals of Radiology. Harvard University Press. 5th edition. ISBN 0-674-83339-2.
  3. ଛାଞ୍ଚ:Cite bookୱେଭଲେନ୍ଥ
  4. Feynman, Richard; Robert Leighton, Matthew Sands (1963). The Feynman Lectures on Physics, Vol.1. USA: Addison-Wesley. pp. 2–5. ISBN 0-201-02116-1. 
  5. L'Annunziata, Michael; Mohammad Abrade (2003). Handbook of Radioactivity Analysis. Academic Press. p. 58. ISBN 0-12-436603-1. 
  6. Grupen, Claus; G. Cowan, S. D. Eidelman, T. Stroh (2005). Astroparticle Physics. Springer. p. 109. ISBN 3-540-25312-2. 
  7. Hodgman, Charles, ed. (1961). CRC Handbook of Chemistry and Physics, 44th Ed. USA: Chemical Rubber Co. p. 2850. 
  8. Roobottom CA, Mitchell G, Morgan-Hughes G (2010). "Radiation-reduction strategies in cardiac computed tomographic angiography". Clin Radiol 65 (11): 859–67. doi:10.1016/j.crad.2010.04.021. PMID 20933639.