ଜୟ ଜବାନ ଜୟ କିଶାନ

ଉଇକିପିଡ଼ିଆ‌ରୁ

ଜୟ ଜବାନ ଜୟ କିଶାନ ଲାଲବାହାଦୁର ଶାସ୍ତ୍ରୀଙ୍କଦ୍ୱାରା ଦିଆଯାଇଥିବା ଏକ ସ୍ଲୋଗାନ ଅଟେ | ୧୯୬୫ ମସିହାରେ ଭାରତର ରାଜଧାନୀ ଦିଲ୍ଲୀର ରାମ୍‌ଲୀଲା ମୈଦାନ୍‌ଠାରେ ଏକ ଜନ ସମାବେଶରେ ଲାଲବାହାଦୁର ଶାସ୍ତ୍ରୀ ପ୍ରଥମ ଥର ପାଇଁ ଏହି ସ୍ଲୋଗାନ ଦେଇଥିଲେ ।[୧][୨] ଜବାହରଲାଲ ନେହେରୁଙ୍କ ପରେ ଲାଲବାହାଦୁର ଶାସ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ତେବେ ଏହି ସମୟରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା । ଏହି ସମୟରେ ଦେଶରେ ଖାଦ୍ୟ ଶସ୍ୟର ଘୋର ଅଭାବ ଦେଖାଦେଇଥିଲା । ତେଣୁ ଭାରତକୁ ଖାଦ୍ୟ ଶସ୍ୟ ଆମଦାନୀ କରିବା ପାଇଁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭରଶୀଳ ହେବାକୁ ପଡ଼ିଲା । ଏଭଳି ପରିସ୍ଥିତିରେ ଲାଲବାହାଦୁର ଶାସ୍ତ୍ରୀ ଜୟ ଜବାନ ଜୟ କିଶାନ ସ୍ଲୋଗାନଦ୍ୱାରା ଦେଶକୁ ରକ୍ଷା କରିବା ପାଇଁ ସୈନିକମାନ‌ଙ୍କୁ ଆହ୍ୱାନ ଦେବା ସ‌ହ ଭାରତର ଖାଦ୍ୟ ଶସ୍ୟ ଆମଦାନୀର ମାତ୍ରାକୁ କମ୍ କରିବା ନିମନ୍ତେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା ପାଇଁ କୃଷକମାନ‌ଙ୍କୁ ଉତ୍ସାହିତ କରିବାକୁ ପ୍ରୟାସ କରିଥିଲେ । ସେ ସମୟରେ ଏହା ଏକ ଖୁବ୍ ଲୋକପ୍ରିୟ ସ୍ଲୋଗାନରେ ପରିଣତ ହୋଇଥିଲା ।[୧][୩]

ପରବର୍ତ୍ତୀ ସମୟରେ ବ୍ୟବ‌ହାର[ସମ୍ପାଦନା]

୧୯୯୮ ମସିହାରେ ହୋଇଥିବା ପୋଖରଣ ପରମାଣୁ ପରୀକ୍ଷଣ ପରେ ଭାରତର ତ‌ତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଗତିରେ ବିଜ୍ଞାନର ମହତ୍ତ୍ୱକୁ ଦର୍ଶାଇବା ପାଇଁ ଜୟ ଜବାନ ଜୟ କିଶାନ ସ୍ଲୋଗାନରେ ଜୟ ବିଜ୍ଞାନ ମଧ୍ୟ ଯୋଡ଼ିଦେଇଥିଲେ ।[୪]

୨୦୦୯ ମସିହା ଡିସେମ୍ବର ମାସ ୧୫ ତାରିଖରେ ତିନ୍ ମୂର୍ତ୍ତୀ ଭବନଠାରେ ଭାରତର ରାଷ୍ଟ୍ରପତିଙ୍କଠାରୁ ଦଶମ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପୁରସ୍କାର (Lal Bahadur Shastri National Award) ଗ୍ରହଣ କରିସାରି ସୁନିଲ ଭାରତୀ ମିତ୍ତଲ ବକ୍ତୃତା ଦେଉଥିବା ସମୟରେ ଦିଲ୍ଲୀରେ ଥିବା ଲାଲବାହାଦୁର ଶାସ୍ତ୍ରୀ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଣ୍ଟ୍‌ର ନିର୍ଦ୍ଦେଶକ ଡ।. କୈଳାଶ ଚନ୍ଦ୍ର ମିଶ୍ର ପୁନର୍ବାର ଏହି ସ୍ଲୋଗାନରେ ଜୟ ବିଦ୍ୱାନ ଯୋଡ଼ି ଜୟ ଜବାନ! ଜୟ କିଶାନ! ଜୟ ବିଜ୍ଞାନ! ଜୟ ବିଦ୍ୱାନ! କ‌ହିଥିଲେ । ଏହି ଜୟ ବିଦ୍ୱାନ ସ୍ଲୋଗାନଦ୍ୱାରା ସେ ଭାରତର ଅର୍ଥନୀତିରେ ଜ୍ଞାନର ମହତ୍ତ୍ୱକୁ ଦର୍ଶାଇଥିଲେ ।

୪୮ତମ ସ‌ହୀଦ ଦିବସରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଭାରତ) ପକ୍ଷରୁ ଲାଲବାହାଦୁର ଶାସ୍ତ୍ରୀଙ୍କ ସ୍ମୃତିଚାରଣ କରି କୁହାଯାଇଥିଲା ଯେ—

Former Prime Minister Lal Bahadur Shastri was one of those great Indians who has left an indelible impression on our collective life. Shri Lal Bahadur Shastri's contribution to our public life were unique in that they were made in the closest proximity to the life of the common man in India. Shri Lal Bahadur Shastri was looked upon by Indians as one of their own, one who shared their ideals, hopes and aspirations. His achievements were looked upon not as the isolated achievements of an individual but of our society collectively. Under his leadership India faced and repulsed the Pakistani invasion of 1965. It is not only a matter of pride for the Indian Army but also for every citizen of the country. Shri Lal Bahadur Shastri's slogan Jai Jawan Jai Kisan reverberates even today through the length and breadth of the country. Underlying this is the inner-most sentiments 'Jai Hindustan'. The war of 1965 was fought and won for our self-respect and our national prestige. For using our Defence Forces with such admirable skill, the nation remains beholden to Shri Lal Bahadur Shastri. He will be remembered for all times to come for his large heartedness and public service.[୫]

ଅର୍ଥାତ୍,

ଆମ ଜୀବନରେ ନିଜର ଅଲିଭା ଛାପ ଛାଡ଼ିଯାଇଥିବା ମହାନ ଭାରତୀୟମାନ‌ଙ୍କ ମଧ୍ୟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଅନ୍ୟତମ । ଆମ ସାମାଜିକ ଜୀବନ ପ୍ରତି ଶ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଅଦ୍ୱିତୀୟ ଅବଦାନ ଭାରତର ସାଧାରଣ ଜନତାଙ୍କ ଜୀବଙ୍କୁ ସ୍ପର୍ଶ କରିଛି । ଭାରତୀୟମାନେ ଶ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କୁ ସେମାନଙ୍କ ପରି ଆଦର୍ଶ, ଆଶା ଓ ଅଭିଳାଷ ପୋଷଣ କରୁଥିବା ଜଣେ ନିଜ ଲୋକ ଭଳି ଦେଖନ୍ତି । ତାଙ୍କ ସଫଳତାଗୁଡ଼ିକୁ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ସଫଳତାଠାରୁ ଅଧିକ ଆମ ସମ୍ପୂର୍ଣ୍ଣ ସମାଜର ସଫଳତା ଭାବେ ଗଣ୍ୟ କରାଯାଏ । ୧୯୬୫ ମସିହାରେ ତାଙ୍କ ନେତୃତ୍ୱ ସମୟରେ ପାକିସ୍ତାନ ଭାରତକୁ ଆକ୍ରମଣ କରି ବିତାଡ଼ିତ ହୋଇଥିଲା । ଏହା କେବଳ ଭାରତୀୟ ସୈନ୍ୟବାହିନୀଙ୍କ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର କଥା । ଶ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ସ୍ଲୋଗାନ "ଜୟ ଜବାନ ଜୟ କିଶାନ" ଆଜି ମଧ୍ୟ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ପ୍ରତିଫଳିତ ହୁଏ । "ଜୟ ହିନ୍ଦୁସ୍ତାନ" ହେଉଛି ଏହି ସ୍ଲୋଗାନର ମୂଳରେ ଥିବା ମନୋଭାବ । ୧୯୬୫ର ଯୁଦ୍ଧକୁ ଆମର ଆମ ଆତ୍ମସମ୍ମାନ ଓ ରାଷ୍ଟ୍ରୀୟ ମର୍ଯ୍ୟାଦା ପାଇଁ ଲଢ଼ିଥିଲୁ ଓ ଜିତିଥିଲୁ । ଆମ ସେନାବାହିନୀକୁ ଯୁଦ୍ଧ କରିବା ପାଇଁ ଏପରି ଅପୂର୍ବ ରଣନୀତି ଦେଇଥିବାରୁ ଏହି ଦେଶ ଶ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ପାଖରେ କୃତଜ୍ଞ ରହିବ । ସେ ତାଙ୍କର ବିଶାଳ ହୃଦୟ ଓ ସମାଜ ସେବା ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ ।

୨୦୧୫ ମସିହାରେ ଶାସ୍ତ୍ରୀଙ୍କ ଜୀବନ ଉପରେ ଆଧାରିତ ଏକ ହିନ୍ଦୀ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିର ନାମ ଶାସ୍ତ୍ରୀଜୀଙ୍କ ଚର୍ଚ୍ଚିତ ସ୍ଲୋଗାନ ଅନୁସାରେ ଜୟ ଜବାନ ଜୟ କିଶାନ ରଖାଯାଇଥିଲା ।

ଆଧାର[ସମ୍ପାଦନା]

  1. "The ground beneath her feet". Livemint. 5 ଅପ୍ରେଲ 2014. Retrieved 5 ଅପ୍ରେଲ 2014.
  2. "State to usher in `Jai Jawan, Jai Kisan' era". The Hindu. 9 ଡିସେମ୍ବର 2006. Archived from the original on 11 ଡିସେମ୍ବର 2006. Retrieved 2 ଅକ୍ଟୋବର 2012.
  3. "'Jai jawan, jai kisan aur jai vigyan,' Vajpayee coins new slogan". Rediff.com. 20 ମଇ 1998. Archived from the original on 27 ଅପ୍ରେଲ 2006. Retrieved 2 ଅକ୍ଟୋବର 2012.
  4. Hindustan Times, New Delhi Friday, January 11, 2013 page no 5