ଗ୍ଲାଟିରାମର ଆସେଟେଟ

ଉଇକିପିଡ଼ିଆ‌ରୁ
ଗ୍ଲାଟିରାମର ଆସେଟେଟ
Clinical data
Trade namesCopaxone,[୧] Glatopa,[୨] Brabio, others
SynonymsGlatiramer acetate, copolymer 1, Cop-1
AHFS/Drugs.commonograph
MedlinePlusa603016
data
Pregnancy
category
  • AU: B1
  • US: B (No risk in non-human studies)
Routes of
administration
Subcutaneous injection
Legal status
Legal status
Identifiers
ECHA InfoCard100.248.824 Edit this at Wikidata
Chemical and physical data
FormulaC25H45N5O13
Molar mass୬୨୩.୬୬ g·mol−1
  (verify)

ଗ୍ଲାଟିରାମର ଆସେଟେଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ କୋପାକ୍ସୋନ, ଏକ ଔଷଧ ଯାହା ମଲ୍ଟିପ୍ଲ ସ୍କ୍ଲେରୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୫] ନିର୍ଦ୍ଦିଷ୍ଟ ଭାବେ ଏହା କ୍ଲିନିକାଲି ଆଇସୋଲେଟେଡ ସିଣ୍ଡ୍ରୋମ୍, ରିଲାପସିଙ୍ଗ-ରେମିଟିଙ୍ଗ୍ ରୋଗ ଏବଂ ସକ୍ରିୟ ଦ୍ୱିତୀୟକ ବା ସେକେଣ୍ଡାରୀ ପ୍ରଗତିଶୀଳ ରୋଗମାନଙ୍କରେ ଦିଆଯାଏ ।[୧] ଚର୍ମ ତଳେ ଏହା ଇଞ୍ଜେକସନ ଆକାରରେ ଦିଆଯାଏ ।[୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ରାସ, ଅଣନିଶ୍ୱାସ ଏବଂ ଛାତିରେ ଯନ୍ତ୍ରଣା ହୁଏ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲିମା, ଉଦବେଗ, ଲାଇପୋଟ୍ରୋଫି ଏବଂ ଯକୃତ ସମସ୍ୟା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ କୌଣସି ସ୍ପଷ୍ଟ କ୍ଷତି ହୋଇନଥିବାବେଳେ, ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୬] ଏହା ଗ୍ଲୁଟାମିକ୍ ଏସିଡ୍, ଲାଇସିନ୍, ଆଲାନାଇନ୍ ଏବଂ ଟାଇରୋସିନ୍ ନାମକ ଚାରୋଟି ଆମିନୋ ଏସିଡର ମିଶ୍ରଣ ।[୭] ଏହା ମାୟେଲିନ ମୌଳିକ ପ୍ରୋଟିନ୍ (MBP) ସହିତ ସମାନ ମନେହୁଏ ଏବଂ ଏହା ବିରୁଦ୍ଧରେ ନିର୍ଦ୍ଦେଶିତ ଆଣ୍ଟିବଡିମାନଙ୍କୁ ନିଷ୍କ୍ରିୟ କରିଥାଏ ବୋଲି ବିଶ୍ୱାସ କରାଯାଏ ।[୭]

୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଗ୍ଲାଟିରାମର ଆସେଟେଟ ଅନୁମୋଦିତ ହୋଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୮] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ମୂଲ୍ୟ ୫୧୫ ପାଉଣ୍ଡ ଅଟେ ।[୯] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧,୨୦୦ ଡଲାର ଅଟେ ।[୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Copaxone- glatiramer acetate injection, solution". DailyMed. 23 July 2020. Archived from the original on 31 October 2021. Retrieved 11 November 2020.
  2. ୨.୦ ୨.୧ "Glatopa- glatiramer acetate injection, solution". DailyMed. 31 July 2020. Archived from the original on 17 November 2020. Retrieved 11 November 2020.
  3. "Brabio 20 mg/mL Solution for Injection, Pre-filled Syringe - Summary of Product Characteristics (SmPC)". (emc). Archived from the original on 17 November 2020. Retrieved 11 November 2020.
  4. "Copaxone 20 mg/ml solution for injection in pre-filled syringe - Summary of Product Characteristics (SmPC)". (emc). 29 September 2020. Archived from the original on 12 November 2020. Retrieved 11 November 2020.
  5. ୫.୦ ୫.୧ ୫.୨ "Glatiramer Monograph for Professionals". Drugs.com (in ଇଂରାଜୀ). Archived from the original on 27 November 2021. Retrieved 3 December 2021.
  6. "Glatiramer Use During Pregnancy". Drugs.com (in ଇଂରାଜୀ). Archived from the original on 3 December 2020. Retrieved 3 December 2021.
  7. ୭.୦ ୭.୧ Babaesfahani, A; Bajaj, T (January 2021). "Glatiramer". StatPearls. PMID 31082051.
  8. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
  9. BNF 81: March-September 2021. BMJ Group and the Pharmaceutical Press. 2021. p. 898. ISBN 978-0857114105.
  10. "Glatiramer Prices and Glatiramer Coupons - GoodRx". GoodRx. Retrieved 3 December 2021.