ଗୁଡପାଷ୍ଟର ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ

 

Goodpasture syndrome
Goodpasture’s disease, antiglomerular basement antibody disease, anti-GBM disease
ବିଭାଗNephrology
ଲକ୍ଷଣblood in the urine, protein in the urine, coughing up blood[୧]
ଆକ୍ରାନ୍ତ ସମୟ~25 years old[୨]
କାରଣEnvironmental trigger in those who are genetically susceptible[୧]
ବିପଦ କାରକHLA-DR15[୧]
ରୋଗ ନିର୍ଣ୍ଣୟ ପଦ୍ଧତିBlood tests, kidney biopsy[୧]
ସଠିକ ରୋଗ ନିର୍ଣ୍ଣୟGranulomatosis with polyangiitis, lupus, microscopic polyangiitis, IgA nephropathy, acute glomerulonephritis[୧]
ଚିକିତ୍ସାCorticosteroids, cyclophosphamide, plasmapheresis, hemodialysis, mechanical ventilation[୧]
Prognosis5-year survival rate > 80%
ପୁନଃପୌନିକRare[୧]

ଗୁଡପାଷ୍ଟର ସିଣ୍ଡ୍ରୋମ (Goodpasture syndrome/ GPS/ ଜିପିଏସ୍ ), ଅନ୍ୟ ନାମ ଆଣ୍ଟି-ଗ୍ଲୋମେରୁଲାର ବେସମେଣ୍ଟ ମେମ୍ବ୍ରେନ ରୋଗ, ଏପରି ଏକ ରୋଗ ଯେଉଁଥିରେ ବୃକ୍‌କ ଏବଂ ଫୁସଫୁସ ପ୍ରଭାବିତ ହୋଇଥାଏ | [୧] ଲକ୍ଷଣ: ରକ୍ତମେହ, ପରିସ୍ରାରେ ପୁଷ୍ଟିସାର ବା ପ୍ରୋଟିନ ଏବଂ କାଶରେ ରକ୍ତ ପଡ଼ିଥାଏ ।[୧] ଅଣନିଶ୍ୱାସ, ଥକାପଣ ଏବଂ ଛାତି ଯନ୍ତ୍ରଣା ମଧ୍ୟ ହୋଇପାରେ | [୨] ତୀବ୍ର ବୃକ୍‌କ ବିଫଳତେ ହୋଇପାରେ | [୧]

ଜେନେଟିକ୍ ସମ୍ବେଦନଶୀଳ ଲୋକଙ୍କ ମଧ୍ୟରେ ପରିବେଶ ଟ୍ରିଗର ଯୋଗୁ ଏହା ଘଟୁଥିବା ବିଶ୍ୱାସ କରାଯାଏ | [୧] ବିପଦ କାରଣଗୁଡିକ ଏଚଏଲଏ-ଡିଆର୧୪ (HLA-DR15) ଅନ୍ତର୍ଭୁକ୍ତ ହୋଇପାରେ | [୧] ଟ୍ରିଗର ଗୁଡ଼ିକ ମଧ୍ୟରେ କେତେକ ଔଷଧ, କୋକେନ, ଧୂମପାନ ଏବଂ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ। [୧] ଅନ୍ତର୍ନିହିତ କାର୍ଯ୍ୟବିଧିରେ ବେସମେଣ୍ଟ ମେମ୍ବ୍ରେନ ବିରୁଦ୍ଧରେ ଅଟୋଆଣ୍ଟିବଡି ପ୍ରସ୍ତୁତ ହୋଇଥାଏ । [୧] ନିର୍ଦ୍ଦିଷ୍ଟ ଆଣ୍ଟିବଡି, ରକ୍ତ ପରୀକ୍ଷା ବା ବୃକ୍‌କ ବାୟୋପ୍ସି କରି ନିର୍ଣ୍ଣୟ ହୋଇଥିବା ରୋଗ ନିଶ୍ଚିତ କରାଯାଏ ।[୧]

ଚିକିତ୍ସାରେ ସାଧାରଣତଃ କର୍ଟିକୋଷ୍ଟିରଏଡ ବା ସାଇକ୍ଲୋଫସଫାମାଇଡ ଭଳି ଇମ୍ମ୍ୟୁନ ଦମନ‌କାରୀ ଔଷଧ ବ୍ୟବ‌ହାର କରାଯାଏ ।[୧] ରକ୍ତରୁ ଆଣ୍ଟିବଡି ଅପସାରଣ ନିମନ୍ତେ ପ୍ରତିଦିନ ପ୍ଲାଜମାଫେରେସିସ କରାଯାଏ ।[୧] ଅନ୍ୟାନ୍ୟ ଆବଶ୍ୟକ ପ୍ରୟାସରେ ହେମୋଡାଏଲିସିସ ଯାନ୍ତ୍ରିକ ଭେଣ୍ଟିଲେଟର ବ୍ୟବ‌ହାର କରାଯାଏ । [୧] ଚିକିତ୍ସା ସହିତ ପାଞ୍ଚ ବର୍ଷ ବଞ୍ଚିବା ହାର ୮୦%ରୁ ଅଧିକ ଥାଏ ଏବଂ ୩୦%ରୁ କମ୍ ରୋଗୀଙ୍କର ଦୀର୍ଘକାଳୀନ ଡାଏଲିସିସ୍ ଆବଶ୍ୟକ ହୁଏ | [୧]

ଗୁଡପାଷ୍ଟର ସିଣ୍ଡ୍ରୋମ ଏକ ବିରଳ ରୋଗ ଯାହା ପ୍ରତିବର୍ଷ ପ୍ରାୟ ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣକ ଉପରେ ପ୍ରଭାବ ପକାଇଥାଏ | [୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୨] ପ୍ରାୟ ୨୫ ବର୍ଷ ବୟସ ପାଖାପାଖି ଲୋକମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି | [୨] ଏହାର ନାମ ଆମେରିକୀୟ ପାଥୋଲୋଜିଷ୍ଟ ଏର୍ଣ୍ଣେଷ୍ଟ ଗୁଡପାଷ୍ଟରଙ୍କ ନାମରେ ନାମିତ ହୋଇଛି ଯିଏ ପ୍ରଥମେ ୧୯୧୯ ମସିହାରେ ଏହି ଅବସ୍ଥା ବିଷୟରେ ବର୍ଣ୍ଣନା କରିଥିଲେ। [୧] [୩] [୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ DeVrieze, BW; Hurley, JA (January 2020). "Goodpasture Syndrome". PMID 29083697. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ "Goodpasture Syndrome". NORD (National Organization for Rare Disorders). Retrieved 20 January 2021.
  3. Goodpasture EW (1919). "The significance of certain pulmonary lesions in relation to the etiology of influenza". Am J Med Sci. 158 (6): 863–870. doi:10.1097/00000441-191911000-00012.
  4. Salama AD, Levy JB, Lightstone L, Pusey CD (September 2001). "Goodpasture's disease". Lancet. 358 (9285): 917–920. doi:10.1016/S0140-6736(01)06077-9. PMID 11567730.