ଇନ୍‌ଫ୍ଲୁଏଞ୍ଜା

ଉଇକିପିଡ଼ିଆ ରୁ
ଇନ୍‌ଫ୍ଲୁଏଞ୍ଜା
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
TEM of negatively stained influenza virions, magnified approximately 100,000 times
ଆଇସିଡ଼ି-୧୦ J10., J11.
ଆଇସିଡ଼ି- 487
ରୋଗ ଡାଟାବେସ 6791
ମେଡ଼ିସିନ-ପ୍ଲସ 000080
ଇ-ମେଡ଼ିସିନ med/1170 ped/3006
MeSH D007251

ଇନ୍‌ଫ୍ଲୁଏଞ୍ଜା ରୋଗ ଫ୍ଲୁ ନାମରେ ମଧ୍ୟ ପରିଚିତ । ସ୍ତନ୍ୟପାୟୀ ପ୍ରାଣୀ ଓ ପକ୍ଷୀମାନଙ୍କର ଇନ୍‌ଫ୍ଲୁଏଞ୍ଜା ଏକ ସଂକ୍ରାମକ ରୋଗ । ଇନ୍‌ଫ୍ଲୁଏଞ୍ଜା ଭୁତାଣୁ ଅର୍ଥୋମିକ୍ସୋଭିରିଡେ ପ୍ରଜାତିର ଏକ ଆର୍.ଏନ୍.ଏ. ଭୁତାଣୁ । ଏହାର ଲକ୍ଷଣ: କମ୍ପ, ଜ୍ଵର, ନାକରୁ ପାଣି ବୋହିବା, ତଣ୍ଟି ଦରଜ, ମାଂସ ପେଶୀ ଯନ୍ତ୍ରଣା, ମୁଣ୍ଡ ବ୍ୟଥା (ବେଳେ ବେଳେ ଅତ୍ୟଧିକ), କାଶ, ଦୂର୍ବଳତା/ଥକ୍କାଣ ଓ ରୋଗା ଅନୁଭବ[୧]ଏହି ରୋଗକୁ ସାଧାରଣ ଶର୍ଦ୍ଦି ରୋଗ ସହ ଭ୍ରମ ହୁଏ କିନ୍ତୁ ଏହା ଶର୍ଦ୍ଦି ଅପେକ୍ଷା ଗୁରୁତର ରୋଗ ଓ ଏହାର ଭୁତାଣୁ ମଧ୍ୟ ସମାନ ନୁହେଁ[୨]। ପିଲାମାନଙ୍କରଏହି ରୋଗରେ ବାନ୍ତି ଲାଗେ ଓ ବାନ୍ତି ହୁଏ ଓ ଅନେକ ସମୟରେ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ଏହି ଭଳି ହେବାରୁ ତାହାକୁ ସ୍ଟମାକ ଫ୍ଲୁ ଓ ୨୪ ଘଣ୍ଟିଆ ଫ୍ଲୁ ନାମ ଦେଇ କହନ୍ତି । ଏହାର ଇନ୍‌ଫ୍ଲୁଏଞ୍ଜା ସହ କୌଣସି ସମ୍ପର୍କ ନାହିଁ ।[୩]
ବେଳେ ବେଳେ ନିମୋନିଆ ଭୁତାଣୁ ଦ୍ଵାରା ଇନ୍‌ଫ୍ଲୁଏଞ୍ଜା ରୋଗ ନିମୋନିଆ ରୋଗକୁ ରୁପାନ୍ତରିତ ହୋଇଯାଏ, ଏପରିକି ଅତି ସୁସ୍ଥ ଲୋକକୁ ମଧ୍ୟ ଆକ୍ରମଣ କରେ[୪] । ଇନ୍‌ଫ୍ଲୁଏଞ୍ଜା ରୋଗ ହୋଇ ଭଲ ଦିଗକୁ ଗତି କରୁଥିବା ବେଳେ ହଠାତ ଖରାପ ଦିଗକୁ ଗତି କରିବାର ଦେଖାଗଲେ ନିମୋନିଆ ହେବା ସନ୍ଦେହ କରାଯାଏ । ଇନ୍‌ଫ୍ଲୁଏଞ୍ଜା ରୋଗରେ ନିଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ ନିମୋନିଆକୁ ଗତି କରିବାର ଅନ୍ୟ ଏକ ସତର୍କ ଲକ୍ଷଣ ।
ଇନ୍‌ଫ୍ଲୁଏଞ୍ଜା ଏକ ବାୟୁ ବାହିତ ଭୁତାଣୁ ରୋଗ । କାଶିବା ଓ ଛିଙ୍କିବା ବେଳେ କ୍ଷୁଦ୍ର ଜଳ କଣାରେ ଏହି ଜୀବାଣୁ ଦେହରୁ ବାହାରି ବାୟୁ ମଣ୍ଡଳରେ ଉଡ଼ି ସୁସ୍ଥ ଲୋକକୁ ସଂକ୍ରମିତ ହୁଏ । ରୋଗୀ ବ୍ୟବହୃତ ଜିନିଷ ସଂସ୍ପର୍ଷରେ ଆସିଲେ, ନାକରୁ ବାହାରୁ ଥିବା ପାଣି ଓ ରୋଗା ପକ୍ଷୀ ସଂସ୍ପର୍ଷରେ ଆସିଲେ ମଧ୍ୟ ଇନ୍‌ଫ୍ଲୁଏଞ୍ଜା ସଂକ୍ରମିତ ହୁଏ ।
ସୂର୍ଯ୍ୟାଲୋକ, ବିଭିନ୍ନ ଆଣ୍ଟିସେପ୍ଟିକ ଓ ଡିସ୍ଇନ୍‌ଫେକ୍ଟାଣ୍ଟ ଦ୍ଵାରା ଇନ୍‌ଫ୍ଲୁଏଞ୍ଜା ଭୁତାଣୁ କ୍ରିୟାହୀନ ହୋଇଯାଆନ୍ତି[୫][୬] । ସାବୁନ ଦ୍ଵାରା ମଧ୍ୟ ଏହାର ଶକ୍ତି କମିଯାଏ । ଏଣୁ ବାରମ୍ବାର ହାତ ଧୋଇବା ଦ୍ଵାରା ରୋଗ ସଂକ୍ରମଣ ଆଶଙ୍କା କମିଯାଏ[୭]
ପୃଥିବୀରେ ଋତୁ ଭିତ୍ତିକ ମଡ଼କ ଆକାରରେ ଏହା ବ୍ୟାପେ ଯାହା ଫଳରେ ୩ ରୁ ୫ ନିୟୁତ ଲୋକ ଭୟାନକ ଭାବେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ଓ ସେମାନଙ୍କ ମଧ୍ୟରୁ ୨,୫୦,୦୦୦ ରୁ ୫,୦୦,୦୦୦ ରୋଗୀ ମୃତ୍ୟୁ ବରଣ କରନ୍ତି[୮] । ବିଂଶ ଶତାବ୍ଦୀରେ ଏହି ରୋଗର ତିନୋଟି ଅତି ମହାମାରୀ (Pandemic) ହୋଇ ନିୟୁତ ନିୟୁତ ରୋଗୀ ମରିଗଲେ । ବେଳେ ବେଳେ ପକ୍ଷୀମାନଙ୍କଠାରୁ ନୂଆ ଜାତିର ଭୁତାଣୁ ସଂକ୍ରମଣ କରନ୍ତି । ଏପ୍ରିଲ ୨୦୦୯ ମସିହାରେ ଏହିଭଳି ଗୋଟିଏ ନୂଆ ଭୁତାଣୁ ଆସିଲା ଯାହା ମନୁଷ୍ୟ, ଘୁଷୁରି ଓ ବାର୍ଡ ଫ୍ଲୁ ଜିନକୁ ମିଶେଇ ତିଆରି ହୋଇଥିଲା । ଏହାକୁ ପ୍ରଥମେ ସ୍ଵାଇନ୍ ଫ୍ଲୁ ନାମ ଦିଆଯାଇଥିଲା । ପରେ ଏହାର ନାମ ଇନ୍‌ଫ୍ଲୁଏଞ୍ଜା ଏ/ଏଚ୍ ୧ଏନ୍ ୧ (influenza A/H1N1) ରଖାଗଲା । ଏହି ରୋଗର ମୃତ୍ୟୁ ହାର କମ ଥିଲା[୯]
ବିକଶିତ ଦେଶମାନଙ୍କରେ ଲୋକମାନଙ୍କ ନିମନ୍ତେ ଇନ୍‌ଫ୍ଲୁଏଞ୍ଜା ଟିକା ମିଳେ[୧୦] । ତିନି ପ୍ରକାର ପରିସ୍କୃତ ଓ ନିଷ୍କ୍ରିୟ ଭୁତାଣୁକୁ ନେଇ ଟ୍ରାଇଭାଲେଣ୍ଟ ଇନ୍‌ଫ୍ଲୁଏଞ୍ଜା ଟିକା (trivalent influenza vaccine ବା TIV) ପ୍ରସ୍ତୁତ ହୋଇଛି । ଏହି ଟିକା ଅପେକ୍ଷାକୃତ ନିରାପଦ । ଇନ୍‌ଫ୍ଲୁଏଞ୍ଜା ରୋଗର ଗୋଟିଏ ବଡ଼ ବିପଦ ଜନକ କଥା ହେଲା ଏହାର ସମୟାନୁକ୍ରମେ ନୂଆ ନୂଆ ଭୁତାଣୁ ସ୍ଟ୍ରେନ୍ ସୃଷ୍ଟି ହୁଏ । ଏହି କାରଣ ଯୋଗୁ ପ୍ରସ୍ତୁତ ଟିକା ସବୁ ବେଳେ କାମ କରିବା ସନ୍ଦେହ ଜନକ । ଏହି ରୋଗ ନିମନ୍ତେ ଔଷଧର neuraminidase inhibitor oseltamivir (Tamiflu) କାର୍ଯ୍ୟ ଦକ୍ଷତା ବିଷୟରେ ଲିଖିତ ବିବରଣୀ ନାହିଁ[୧୧]

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Influenza: Viral Infections: Merck Manual Home Edition". Merck. http://www.merck.com/mmhe/sec17/ch198/ch198d.html. Retrieved 15 March 2008. 
  2. Eccles, R (2005). "Understanding the symptoms of the common cold and influenza". Lancet Infect Dis 5 (11): 718–25. doi:10.1016/S1473-3099(05)70270-X. PMID 16253889. 
  3. Seasonal Flu vs. Stomach Flu by Kristina Duda, R.N.; Retrieved 12 March 2007 (Website: "About, Inc., A part of The New York Times Company")
  4. Ballinger, MN; Standiford, TJ (Sep 2010). "Postinfluenza bacterial pneumonia: host defenses gone awry". J Interferon Cytokine Res 30 (9): 643–52. doi:10.1089/jir.2010.0049. PMID 20726789. 
  5. Suarez, D; Spackman E, Senne D, Bulaga L, Welsch A, Froberg K (2003). "The effect of various disinfectants on detection of avian influenza virus by real time RT-PCR". Avian Dis 47 (3 Suppl): 1091–5. doi:10.1637/0005-2086-47.s3.1091. PMID 14575118. 
  6. Avian Influenza (Bird Flu): Implications for Human Disease. Physical characteristics of influenza A viruses. UMN CIDRAP.
  7. Jefferson T, Del Mar CB, Dooley L, et al. (2011). "Physical interventions to interrupt or reduce the spread of respiratory viruses". Cochrane Database Syst Rev (7): CD006207. doi:10.1002/14651858.CD006207.pub4. PMID 21735402. 
  8. Influenza (Seasonal), World Health Organization, April 2009. Retrieved 13 February 2010.
  9. World Health Organization. World now at the start of 2009 influenza pandemic. http://www.who.int/mediacentre/news/statements/2009/h1n1_pandemic_phase6_20090611/en/index.html
  10. WHO position paper: influenza vaccines WHO weekly Epidemiological Record 19 August 2005, vol. 80, 33, pp. 277–288.
  11. Jefferson T, Jones MA, Doshi P, et al. (2012). "Neuraminidase inhibitors for preventing and treating influenza in healthy adults and children". Cochrane Database Syst Rev 1: CD008965. doi:10.1002/14651858.CD008965.pub3. PMID 22258996.