ଗିନ୍ନି ମାହି

ଉଇକିପିଡ଼ିଆ‌ରୁ
ଗିନ୍ନି ମାହି
Ginni Mahi with Dr. B.R. Ambedkar's photograph in the background
ଜନ୍ମ26 Nov 1998
ଜାତୀୟତାIndian
ଅନ୍ୟ ନାମଗୁରକନ‌ୱାଲ ଭାରତୀ
ବୃତ୍ତିSinger Composer Lyricist
ୱେବସାଇଟFacebook Profile

ଗିନ୍ନି ମାହି (ଜନ୍ମ ୧୯୮୮) ଜଣେ ରାପ, ହିପ-ହପ (hip-hop) ଓ ପଞ୍ଜାବୀ ଲୋକ ସଙ୍ଗୀତ ଗାୟିକା ଥଲେ ।[୧] ଯିଏ ଭାରତର ପଞ୍ଜାବରେ ଥିବା ଜଲନ୍ଧରରେ ଜନ୍ମ ହୋଇଥିଲେ । ଫାନ ବାବା ସାହିବ ଦି ଓ ଡେଞ୍ଜର ଚମାର ଗୀତ ଗାଇ ପ୍ରସିଦ୍ଧି ଲାଭ କଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ସେ ଜର୍ମାନୀରେ ଗ୍ଲୋବାଲ ମିଡିଆ ଫୋରମରେ ଯୋଗଦାନ କଲ୍ଲେ ଯେଉଁଠାରେ ବେତ୍ରାଘାତ ବିରୁଦ୍ଧରେ ପ୍ରଚାର କରିବାରୁ ତାଙ୍କୁ 'ସମାନତା ଓ ସ୍ୱାଧୀନତା ଯୁବା କଣ୍ଠ' (Young Voice in Equality and Freedom,) ନାମକ ଉପନାମ ଦିଆଯାଇଥିଲା ।[୨]

ଲତା ମଙ୍ଗେସକରଶ୍ରେୟା ଘୋଷାଲଙ୍କୁ ଗିନ୍ନି ଦେବତା ମାନନ୍ତି ଓ ତାଙ୍କ ଗୀତରେ ବି. ଆର. ଆମ୍ବେଦକରଙ୍କର ବାର୍ତ୍ତା ଥାଏ । ଭାରତ ବାହାରେ କାନାଡ଼ା, ଗ୍ରୀସ, ଇଟାଲି, ଜର୍ମାନୀ ଓ ଯୁକ୍ତରାଜ୍ୟକୁ ଯାଇ ସେହି ସ୍ଥାନମାନଙ୍କରେ ପ୍ରଦର୍ଶନ କରିଛନ୍ତି । ଦିଲ୍ଲୀରେ ୨୦୧୬ ମସିହାରେ 'ଏନ‌ଡିଟିଭି'ର ବରଖା ଦତ୍ତ ତାଙ୍କର ସାକ୍ଷାତକାର ନେଇଥିଲେ । ପରବର୍ତ୍ତୀ କାଳରେ 'ଆଜତକ' ଟିଭି ଚାନେଲ ତରଫରୁ ସାହିତ୍ୟ ନାମକ ଏକ ଜୀବନ୍ତ ପ୍ରଦର୍ଶନରେ ଭାଗ ନେଇଥିଲେ । ଷ୍ଟେଜ ଉପରେ ଭାରତୀୟ ସମାଜରେ ମହିଳା ସମାନତା ଉପରେ ବକ୍ତୃତା ଦେଇଥିଲେ ।[୩]

ପ୍ରାକ୍ ଜୀବନ[ସମ୍ପାଦନା]

ଗିନ୍ନି ମାହି ପିତା ରାକେଶ ଚନ୍ଦର ମାହି [୪] ଓ ମାତା ପରମଜିତ କୌର ମାହିଙ୍କ ଔରଷରୁ ପଞ୍ଜାବରେ ଥିବା ଜଳନ୍ଧରର ଅବଦପୁରରେ ଜନ୍ମ ଗ୍ରହଣ କରିଥିଲେ ।[୫] ତାଙ୍କର ମୂଳ ନାମ ଥିଲେ ଗୁରକନ‌ୱାଲ ଭାରତୀ ।[୬] ଏକ ଭଗବାନ ଭାବରେ ବିଶ୍ୱାସ ରଖୁଥିବା ରବିଦାସ୍ସିଆ ସ‌ହିତ ମାହି ପରିବାର ଜଡ଼ିତ ଥିଲେ । [୭] ଏହି ପରିବାର ଦଳିତ ଗୋଷ୍ଠିର ଥିଲେ । ଅତି କୋମଳ ୭ ବର୍ଷ ବୟସରେ ସେ ତାଙ୍କ ପିତାଙ୍କ ପାଖରେ ଗାଇବାକୁ ଆରମ୍ଭ କରିଥିଲେ । ତାଙ୍କର ଷ୍ଟେଜ ନାମ ଗିନ୍ନି ମାହି ଥିଲା କିନ୍ତୁ ତାଙ୍କର ମୂଳ ନାମ ଗୁରକନ‌ୱାଲ ଭାରତୀ ଥିଲା । ତାଙ୍କ ପିତା ତାଙ୍କର ସମସ୍ତ ସନ୍ତାନମାନଙ୍କର ସାଙ୍ଗିଆ ବଦଳେଇ ଦେଇ ମାହି କରିଦେଇଥିଲେ ଯାହା ତାଙ୍କ ଭାରତୀୟ ବୋଲି ସମ୍ମାନ ଦେବ । ଏୟାର ଟିକେଟିଙ୍ଗ ଚାକିରୀ ଛାଡ଼ି ତାଙ୍କର ପିତା ମାହିର ବୃତି ବିଷୟରେ ଧ୍ୟାନ ଦେଇ ପରିଚାଳନା କରିଥିଲେ ।[୮] ହଂସ ରାଜ ମହିଳା ମହା ବିଦ୍ୟାଳୟରେ ସଙ୍ଗୀତରେ ସେ ସ୍ନାତକ ଅଧ୍ୟ‌ୟନ କରୁଛନ୍ତି । [୯]

ମାହିଙ୍କୁ ମାତ୍ର ୫ ବର୍ଷ ବୟସ ହୋଇଥିଲା ବେଳେ ତାଙ୍କର ଗୀତ ପ୍ରତିଭା ବିଷୟରେ ଅବଗତ ହୋଇ ଜଳନ୍ଧରର କଳା ଜଗତ ନାରାୟଣ ସ୍କୁଲରେ ନାମ ଲେଖାଇଦେଲେ । ପରବର୍ତ୍ତୀ ସମୟରେ ଅମର ଷ୍ଟୁଡିଓର ଅମରଜୀତ ସିଂହଙ୍କ ସଂସ୍ପର୍ଶରେ ଆସି ଭକ୍ତି ଗୀତ ଗାଇ ଦୁଇଟି ଆଲବମ ତିଆରି ହୋଇଥିଲା ।[୧୦] ମାତ୍ର ୧୨ ବର୍ଷ ବୟସରେ ସେ ଜୀବନ୍ତ ପ୍ରଦର୍ଶନ କରିଥିଲେ ।[୧୧] ସଙ୍ଗୀତରେ ପିଏଚଡି (PhD) କରି ନିଜ ନାମ ପୁର୍ବରୁ ଡକ୍ଟର ଲେଖିବା ତାଙ୍କର ଅଭିପ୍ରାୟ ଅଛି । ଭବିଷ୍ୟତରେ ସେ ମୁମ୍ବାଇ ଆସି ସେଠାରେ ବଲିଉଡ ପ୍ରଚ୍ଛଦପଟ ଗାୟିକା ହେବାକୁ ଅଭିଳାଷ ରଖିଛନ୍ତି । [୧୨][୧୩]

ବୃତ୍ତି[ସମ୍ପାଦନା]

ସାମାଜିକ ନ୍ୟାୟ ଓ ତାଙ୍କର ସଙ୍ଗୀତ[ସମ୍ପାଦନା]

ମାହି ରବିଦାସିଆ ଗୋଷ୍ଠିର ଭକ୍ତି ଗୀତ ଗାଇ ଆରମ୍ଭ କରିଥିଲେ । ବାବା ସାହେବ ଆମ୍ବେଦକର ବିଷୟରେ ଗୀତ ଗାଇ ସେ ପ୍ରସିଦ୍ଧି ପାଇଥିଲେ । ତାଙ୍କର ପ୍ରଥମ ଗୀତ ମଧ୍ୟରୁ ଗୋଟିଏ ଥିଲା "ଫାନ ବାବା ସାହେବ ଦି" ଯାହା ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଥିଲା । [୧୪] ଆମ୍ବେଦକର ମାହିଙ୍କର ପ୍ରେରଣା ଥିଲେ ଓ ଜାତି ଭେଦ ଯୋଗୁ ସାମାଜିକ ଉତ୍ପୀଡ଼ନ ହେଉଥିବା ବିଷୟରେ ସେ ଗୀତ ଲେଖୁଛନ୍ତି । ତାଙ୍କ ଗୀତଗୁଡ଼ିକୁ ଗୋଟିଏ ଦଳ ନୀରିକ୍ଷଣ କରି ଦେଖୁଛନ୍ତି ଯେପରି ତାହା କାହାରି ପ୍ରତି ଅପମାନ ସୂଚକ ବ ହେବ ଓ ସେହି ଦଳରେ ତାଙ୍କର ପିତା, ସଙ୍ଗୀତ ନିର୍ଦ୍ଦେଶକ ଅମରଜୀତ ସିଂହ ଓ ଭିଡିର ନିର୍ଦ୍ଦେଶକ ରମନ ରାଜପୁତ ଅଛନ୍ତି । [୧୫]

ଆଧାର[ସମ୍ପାଦନା]

  1. "At 17, Ginni Mahi has brought Dalit politics to music and become a Punjabi pop sensation". Scroll.in. 25 July 2016. {{cite news}}: |archive-date= requires |archive-url= (help)
  2. https://www.m.dw.com/en/global-media-forum-2018-global-inequalities-and-the-digital-future/a-44122976?xtref=https%253A%252F%252Fwww.google.co.in%252F[permanent dead link]
  3. {{cite AV media| url-status = live| archive-url = https://ghostarchive.org/varchive/youtube/20211209/ok5MXktGGAk%7C[permanent dead link] archive-date = 2021-12-09| url = https://www.youtube.com/watch?v=ok5MXktGGAk
  4. Kuruvilla, Elizabeth. "Ginni Mahi: The rise of a brave singer". Live Mint. Retrieved 2019-04-27.
  5. Bhasin, Shivani. "Meet Ginni Mahi, the Young Punjabi Dalit Singer Spreading Ambedkar's Message". Ladies Finger. Archived from the original on 2019-04-17. Retrieved 2019-04-27.
  6. "How 18-Year-Old Ginni Mahi of Punjab Is Singing to End Social Inequality". The Better India (in ଆମେରିକୀୟ ଇଂରାଜୀ). 2016-08-30. Retrieved 2020-06-30.
  7. "Meet Ginni Mahi, the Young Punjabi Dalit Singer Spreading Ambedkar's Message". The Ladies Finger (in ଆମେରିକୀୟ ଇଂରାଜୀ). 2016-06-06. Archived from the original on 2019-04-17. Retrieved 2020-06-29.
  8. Kuruvilla, Elizabeth (2016-12-30). "Ginni Mahi: The rise of a brave singer". Livemint (in ଇଂରାଜୀ). Retrieved 2020-06-30.
  9. Manu, Gayatri. "How 18-Year-Old Ginni Mahi of Punjab Is Singing to End Social Inequality". The Better India. Retrieved 2017-06-11.
  10. "Ginni Mahi, the 17-year-old Dalit voice from Punjab, is making waves". The Indian Express (in ଇଂରାଜୀ). 2016-10-10. Retrieved 2020-06-30.
  11. "Punjabi Dalit rapper's offbeat style has made her a youth sensation". mid-day (in ଇଂରାଜୀ). 2017-12-10. Retrieved 2020-06-30.
  12. Sahai, Shrinkhla (2020-01-30). "Ginni Mahi's fresh take on Punjabi music". The Hindu (in Indian English). ISSN 0971-751X. Retrieved 2020-06-29.
  13. Kuruvilla, Elizabeth (2016-12-30). "Ginni Mahi: The rise of a brave singer". Livemint (in ଇଂରାଜୀ). Retrieved 2020-06-30.
  14. Sahai, Shrinkhla (2020-01-30). "Ginni Mahi's fresh take on Punjabi music". The Hindu (in Indian English). ISSN 0971-751X. Retrieved 2020-06-29.
  15. Kuruvilla, Elizabeth (2016-12-30). "Ginni Mahi: The rise of a brave singer". Livemint (in ଇଂରାଜୀ). Retrieved 2020-06-29.