କୁମୁଦିନୀ ତ୍ୟାଗି

ଉଇକିପିଡ଼ିଆ‌ରୁ
ସବ ଲେଫ୍ଟନାଣ୍ଟ

କୁମୁଦିନୀ ତ୍ୟାଗି
ଜନ୍ମ୧୯୯୭
ଜାତୀୟତାଭାରତୀୟ
ଶିକ୍ଷାକମ୍ପ୍ୟୁଟର ସାଇନ୍ସରେ ବି.ଟେକ୍
ଶିକ୍ଷାନୁଷ୍ଠାନABES ଇଞ୍ଜିନିୟରିଂ କଲେଜ, ଗାଜିଆବାଦ
ବୃତ୍ତିହେଲିକପ୍ଟର ଜାହାଜର ପର୍ଯ୍ୟବେକ୍ଷକ (ବାୟୁବାହୀ କୌଶଳକାରୀ)
ଭାରତୀୟ ନୌସେନା
ପ୍ରସିଦ୍ଧିଭାରତୀୟ ସେନା
ପିତାମାତାs
  • ପ୍ରଭେଶ କୁମାର ତ୍ୟାଗି (father)
  • ରୀନା ତ୍ୟାଗି (mother)

ସବ ଲେଫ୍ଟନାଣ୍ଟ (SLt) କୁମୁଦିନୀ ତ୍ୟାଗି, ରୀତି ସିଂଙ୍କ ସହ ଭାରତୀୟ ନୌସେନାରେ ଯୁଦ୍ଧ ବିମାନଚାଳକ ଭାବେ ପ୍ରଥମ ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ଅଟନ୍ତି ।[୧][୨][୩]

ପ୍ରାରମ୍ଭ ଜୀବନ[ସମ୍ପାଦନା]

କୁମୁଦିନୀ ତ୍ୟାଗି ୧୯୯୭ ମସିହାରେ ଘଜିଆବାଦରେ ପ୍ରଭେଶ କୁମାର ତ୍ୟାଗି ଏବଂ ରୀନା ତ୍ୟାଗିଙ୍କଠାରେ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ଜେଜେବାପା ସୁରେଶ ଚାନ୍ଦ ତ୍ୟାଗି ଉତ୍ତରପ୍ରଦେଶ ପୋଲିସର ସବ୍-ଇନ୍ସପେକ୍ଟର ଥିଲେ ଏବଂ ତାଙ୍କ ପିତା ପ୍ରଭେଶ ଏକ ସୁରକ୍ଷା ଏଜେନ୍ସି ଚଳାଉଥିଲେ । କୁମୁଦିନୀଙ୍କ ଜେଜେମା’ଙ୍କ ନାମ ରାଜେଶ କୁମାରି ତ୍ୟାଗି ଅଟେ । ତାଙ୍କର ଏକ ସାନ ଭାଇ ଅପୁର୍ବ ତ୍ୟାଗି ଅଛନ୍ତି, ଯିଏ ମିଳିତ ପ୍ରତିରକ୍ଷା ସେବାର ଲିଖିତ ପରୀକ୍ଷାକୁ ମଧ୍ୟ ଉତ୍ତୀର୍ଣ୍ଣ କରିଛନ୍ତି । ଏହି ପରିବାର ଘଜିଆବାଦରେ ସଞ୍ଜୟ ନଗର ସେକ୍ଟର -୨୩ରେ ରହୁଛନ୍ତି ।[୫]

ଶିକ୍ଷା[ସମ୍ପାଦନା]

କୁମୁଦିନୀ ରାଜନଗର ସେଣ୍ଟ୍ ପାଲ୍ ଏକାଡେମୀରୁ ଆଇସିଏସ୍ଇ (କ୍ଲାସ୍ X) ଏବଂ ଚନ୍ଦ୍ର ଛବିଳ ଦାସ ପବ୍ଲିକ ସ୍କୁଲରୁ ସିବିଏସ୍ଇ (ଦ୍ୱାଦଶ ଶ୍ରେଣୀ) ସମାପ୍ତ କରିଥିଲେ । ସେ ଏବିଇଏସ୍ ଇଞ୍ଜିନିୟରିଂ କଲେଜରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକୋତ୍ତର ହାସଲ କରିଥିଲେ । ସେ ପ୍ରତିରକ୍ଷା ବାହିନୀରେ ଯୋଗଦେବାକୁ ଆଗ୍ରହୀ ଥିଲେ ଏବଂ କିରଣ ଶେଖାବତ ଶହୀଦ ହୋଇଥିବା ୨୦୧୫ ମସିହାର ଦୁଃଖଦ ଘଟଣା ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା ।[୬] ତାଙ୍କର ବହୁତ ଲାଭଜନକ ବିକଳ୍ପ ଚାକିରିର ଅଫର ଥିବା ସତ୍ତ୍ୱେ ଡିସେମ୍ବର ୨୦୧୮ ମସିହାରେ ସେ ନୌସେନାରେ ନିଯୁକ୍ତ ହେବାକୁ ଯାଇଥିଲେ ।

ବୃତ୍ତି[ସମ୍ପାଦନା]

କୁମୁଦିନୀ କୋଚିର ସାଉଥ ନାଭାଲ କମାଣ୍ଡରୁ ୨୨ତମ ସର୍ଟ ସର୍ଭିସ କମିଶନ ପର୍ଯ୍ୟବେକ୍ଷକ ପାଠ୍ୟକ୍ରମ ସମାପ୍ତ କରିଥିଲେ ।[୭][୮] ଟ୍ରେନିଂରେ ଥିବାବେଳେ, ସେ ଇଣ୍ଟର ସ୍କ୍ୱାର୍ଡନ ନୋଭାଇସ୍ ଏକ୍ସ-କଣ୍ଟ୍ରି ଚାମ୍ପିଅନସିପ୍, ୨୦୧୯ ମସିହାରେ ମହିଳାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହି ୮ କିଲୋମିଟର ଦୌଡ଼କୁ ୪୬ ମିନିଟ୍ ୨୯ ସେକେଣ୍ଡରେ ସମାପ୍ତ କରିଥିଲେ ।[୯]

ଆଧାର[ସମ୍ପାଦନା]

  1. "In a first, 2 women officers to operate helicopters from Indian Navy warships". Hindustan Times (in ଇଂରାଜୀ). 2020-09-21. Retrieved 2020-09-22.
  2. Service, Tribune News. "Navy selects 2 women officers for warship". Tribuneindia News Service.
  3. "Sub Lieutenant Kumudini Tyagi: The engineer who chose the ocean over office". hindustantimes.com.
  4. "गाजियाबाद की कुमुदिनी त्यागी ने रचा इतिहास, पहली बार किसी महिला की युद्धपोत पर हुई तैनाती". Dainik Jagran (in ହିନ୍ଦୀ). Retrieved 2020-09-22.
  5. "नौसेना अफसर के पिता बोलेः बेटी पर नाज, मेरे लिए जिंदगी का सबसे खुशी का दिन". Amar Ujala (in ହିନ୍ଦୀ). Retrieved 2020-09-22.
  6. "Meet the lady officers making naval history". Rediff (in ଇଂରାଜୀ). Retrieved 2020-09-26.
  7. "Observer - Join Indian Navy | Government of India". www.joinindiannavy.gov.in.
  8. "2 महिला अफसरों को पहली बार वॉरशिप पर तैनात करेगी नौसेना, ये हेलिकॉप्टरों को ऑपरेट करेंगी; राफेल को भी पहली महिला पायलट जल्द मिलेगी". Dainik Bhaskar (in ହିନ୍ଦୀ). 2020-09-21. Retrieved 2020-09-22.
  9. "In a historic first, two women chopper pilots to operate from Navy warship". The New Indian Express.