କାତ୍ୟାୟିନୀ

ଉଇକିପିଡ଼ିଆ‌ରୁ
କାତ୍ୟାୟିନୀ
Daughter of Sage Katyayana, hence known as Katyayani
Vengeance / Victory
Devanagariकात्यायिनी
Tamil scriptகாத்யாயனி
AffiliationAvatar of Shakti
ଗ୍ରହJupiter
WeaponTalwar (longsword)
Lotus
ସ୍ୱାମୀ/ସ୍ତ୍ରୀShiva
MountDawon (tiger or lion)

କାତ୍ୟାୟିନୀ ହେଉଛନ୍ତି ନବଦୁର୍ଗାଙ୍କ ଷଷ୍ଠ ଅବତାର ।[୧] ନବରାତ୍ର ସମୟରେ କାତ୍ୟାୟିନୀ ରୂପରେ ହିନ୍ଦୁ ଶକ୍ତି ଦେବୀ ପାର୍ବତୀଙ୍କ ଆରାଧନା କରାଯାଇଥାଏ । ଶକ୍ତି ଉପାସନା କ୍ଷେତ୍ରରେ କାତ୍ୟାୟିନୀଙ୍କୁ ଶକ୍ତିର ଅବତାର ଦେବୀ ରୂପରେ ବିକଟାଳ ତଥା ଶକ୍ତିମୟୀ ରୂପରେ ଭଦ୍ରକାଳୀ ଓ ଚନ୍ଦ୍ରିକା ଅବତାରରେ ଉପାସନା କରାଯାଇଥାଏ ।[୨] ଖ୍ରୀଷ୍ଟ ପୂର୍ବ ୨ୟ ଶତାବ୍ଦୀରେ ରଚିତ ପତଞ୍ଜଳିଙ୍କ ମହାଭାଷ୍ୟରେ ଏହା ଉଲ୍ଲିଖିତ ରହିଛି । [୩] ଯଦୁର୍ବେଦ ସ୍କନ୍ଧ ପୁରାଣରେ ଅରଣ୍ୟକଖଣ୍ଡରେ କାତ୍ୟାୟିନୀଙ୍କ ବିଷୟରେ ବର୍ଣ୍ଣନା ରହିଛି । ସେଥିରେ କାତ୍ୟାୟିନୀ ଦେବତାମାନଙ୍କ କ୍ରୋଧରୁ ଆପେ ଆପେ ସୃଷ୍ଟି ହେଇଥିବା କଥା ଜଣାପଡେ । ଦାନବ ମହିଷାସୁରକୁ ବଧ ପାଇଁ ଦେବତାମାନେ ତାଙ୍କୁ ସୃଷ୍ଟି କରିଥିଲେ । ସେ ଦେବୀ ପାର୍ବତୀଙ୍କ ସିଂହ ବାହନ ଆରୋହଣ କରି ମହିଷାସୁରକୁ ବଧ କରିଥିଲେ ଏବଂ ଏହି ବିଜଯ ଉତ୍ସବ ସମୟକୁ ବିଜୟାଦଶମୀ ବା ଦୁର୍ଗାପୂଜା ଭାବରେ ପାଳନ କରାଯାଏ । [୪]ପ୍ରାଚୀନ ବିଦ୍ୱାନ ମାର୍କଣ୍ଡେୟ ଋଷିଙ୍କଦ୍ୱାରା ୪୦୦/୫୦୦ ମସିହାରେ ରଚିତ ସଂସୃତ ମହାକାବ୍ୟର 'ଦେବୀ ଭାଗବତ ପୁରାଣଦେବୀ ମାହାତ୍ମ୍ୟମ ଖଣ୍ଡରେ କାତ୍ୟାୟିନୀଙ୍କ ଉପରେ ବିଶଦ ବର୍ଣ୍ଣନା ରହିଛି । ତାଙ୍କର ଉପସ୍ଥିତିର ପ୍ରଭାବ ବୌଦ୍ଧଜୈନ ତଥା ତାନ୍ତ୍ରିକ ଲିପି ମାନଙ୍କରେ ମଧ୍ୟ ଦେଖିବାକୁ ମିଳେ । ୧୦ମ ଶତାବ୍ଦୀରେ ଲିଖିତ କାଳୀକା-ପୁରାଣରେ ଉଡ୍ଡୀଯାନ ବା ଉଡ୍ରଦେଶ ( ପ୍ରାଚୀନ ଓଡ଼ିଶା )କୁ ମହାଦେବୀ କାତ୍ୟାୟିନୀ ଓ ଭଗବାନ ଜଗନ୍ନାଥଙ୍କ ଆସ୍ଥାନ ବୋଲି ଉଲ୍ଲିଖିତ ରହିଛି ।[୫] 

ହିନ୍ଦୁ ଯୋଗ ଓ ତନ୍ତ୍ର ସାଧନାରେ କାତ୍ୟାୟନୀଙ୍କୁ ଷଷ୍ଠ ଅଜ୍ନ ଚକ୍ର ବା ତୃତୀୟ ନୟନ ଚକ୍ର ହିସାବରେ ଗ୍ରହଣ କରି ତାଙ୍କର ଆଶିଷ ଭିକ୍ଷ୍ୟା କରାଯାଇଥାଏ । 

ପୌରାଣିକ ଗାଥା [ସମ୍ପାଦନା]

ପୁରାତନ ଲୋକ କଥା ହିସାବରେ କାତ୍ୟାୟିନୀ, କାତ୍ୟାୟନ ଋଷିଙ୍କ ଝିଅ ହିସାବରେ ଜନ୍ମ ହେଇଥିଲେ । କିନ୍ତୁ କାଳିକା ପୁରାଣରେ ଋଷି କାତ୍ୟାୟନ ପ୍ରଥମେ ତାଙ୍କୁ ଦେବୀ ଭାବରେ ଉପାସନା କରିଥିବାରୁ ତାଙ୍କୁ କାତ୍ୟାୟିନୀ ନାମରେ ପରିଚିତି ମିଳିଥିଲା ।[୧][୬] ସେ ଯାହା ହଉ ସେ ମା ଦୁର୍ଗାଙ୍କ ଅବତାର ଭାବରେ ନବରାତ୍ରର ଷଷ୍ଠ ଦିବସରେ ପୂଜିତ ହୁଅନ୍ତି । 

 ସଂସ୍କୃତରେ ଦେବୀ ମାହାତ୍ମ୍ୟ ଉପରେ ଖ୍ରୀଷ୍ଟପୂର୍ବ ୧୧ଶ ଶତାବ୍ଦୀରେ ଲେଖାଯାଇଥିବା ପାଣ୍ଡୁଲିପି 

ବାମନ ପୁରାଣରେ ମଧ୍ୟ କାତ୍ୟାୟିନୀଙ୍କ ସୃଷ୍ଟି ବିଷୟରେ ବିଶଦ ବର୍ଣ୍ଣନା ରହିଛି । ଦାନବ ମହିଷାସୁରର ଅତ୍ୟାଚାର ପୃଥିବୀର ସାଧୁ ସନ୍ଥ ତଥା ସାଧାରଣ ଲୋକଙ୍କ ଉପରେ ଅସହ୍ୟ ହେଇଯିବାରୁ ଦେବତାମାନେ ଭଗବାନ ବିଷ୍ଣୁଙ୍କୁ ଏହାର ପ୍ରତିକାର ପାଇଁ ଅନୁରୋଧ କଲେ । ଭଗବାନ ବିଷ୍ଣୁ , ବ୍ରହ୍ମା , ଶିବ ତଥା ଅନ୍ୟ ମୁଖ୍ୟ ଦେବତାମାନଙ୍କୁ ଡକାଇ ସେମାନଙ୍କ ସମ୍ମିଳିତ ଶକ୍ତି ନୟନର ପ୍ରଖର ଜ୍ୱଳିତ ଶିଖା ହିସାବରେ ପ୍ରେରଣ କରି କାତ୍ୟାୟିନୀଙ୍କ ସୃଷ୍ଟି କଲେ । ସହସ୍ର ସୂର୍ଯ୍ୟର ତେଜ ପାଇବା ସହ ସେ ୧୮ଟି ହାତ ମଧ୍ୟ ପାଇଲେ । ଭଗବାନ ବିଷ୍ଣୁ ତାଙ୍କର ସୁଦର୍ଶନ ଚକ୍ର , ଶିବ ତାଙ୍କର ତ୍ରିଶୂଳ , ବରୁଣ ତାଙ୍କର ଶଙ୍ଖ , ଅଗ୍ନି ଦେବ  ତାଙ୍କର  ଶିଖା , ବାୟୁଦେବତା ତାଙ୍କର ବତାଶ , ଏହିପରି ସମସ୍ତ ଦେବ ଦେବୀ ତାଙ୍କର ଶକ୍ତି ବା ଅସ୍ର କାତ୍ୟାୟନୀଙ୍କୁ ପ୍ରଦାନ କାଲେ । ଏହି ସବୁ ଶକ୍ତି ବଳରେ ବଳୀୟାନ ହେଇ କାତ୍ୟାୟନୀ ଅସୁର ମାନଙ୍କ ରାଜା ମହିଷାସୁର ସାଙ୍ଗରେ ଯୁଦ୍ଧ କଲେ ଓ ତାଙ୍କୁ ପରାସ୍ତ କରି ବଧ କଲେ । [୭][୮][୯] [୧୦]  

ଆରାଧନା[ସମ୍ପାଦନା]

ଭାଗବତ ପୁରାଣ ବର୍ଣ୍ଣନା ଅନୁସାରେ କାତ୍ୟାୟିନୀଙ୍କ ଉପାସନା ରାମାୟଣ ସମୟରେ ମଧ୍ୟ ମାର୍ଗଶିର ମାସରେ ହଉଥିଲା । ଭଗବାନ ଶ୍ରୀକୃଷ୍ଣ ଅବତାରରେ ଥିଲା ସମୟରେ ଗୋପପୁରରେ ମଧ୍ୟ ମା' ଦୂର୍ଗାଙ୍କୁ ପୂଜା କରାଯାଉଥିଲା [୧୧][୧୨]। 

ମୁଖ୍ୟ ମନ୍ଦିର [ସମ୍ପାଦନା]

  • ବୃନ୍ଦାବନର ଶ୍ରୀ କାତ୍ୟାୟିନୀ ପୀଠ[୧୩]
  • ଶ୍ରୀ କାତ୍ୟାୟିନୀ ବନେଶ୍ୱର ମନ୍ଦିର ଅଭେରସା , କର୍ଣ୍ଣାଟକ [୧୪]
  • ଛତରପୁର ମନ୍ଦିର , ଦିଲ୍ଲୀ 
  • ଶ୍ରୀ କାତ୍ୟାୟିନୀ ମନ୍ଦିର, କେରଳ
  • ଶ୍ରୀ କାତ୍ୟାୟିନୀ , କୋଲାପୁର , ମହାରାଷ୍ଟ୍ର [୧୫] 
  • ଶ୍ରୀ କାତ୍ୟାୟିନୀ  ମନ୍ଦିର ମାଉଣ୍ଟ ଅବୁ [୧୬][୧୭]
  • ଶ୍ରୀ କାତ୍ୟାୟିନୀ ଆମ୍ମାନ ମନ୍ଦିର ଥଞ୍ଜାଭୁର, ତାମିଲନାଡୁ [୧୮][୧୯]

ଆଧାର ସବୁ [ସମ୍ପାଦନା]

 ସଂସୃତରେ ଦେବୀ ମାହାତ୍ମ୍ୟ ଉପରେ ଖ୍ରୀଷ୍ଟପୂର୍ବ ୧୧ଶ ଶତାବ୍ଦୀରେ ଲେଖାଯାଇଥିବା ପାଣ୍ଡୁଲିପି 
  1. ୧.୦ ୧.୧ "The Sixth form of Durga". Archived from the original on 2017-05-11. Retrieved 2016-10-18.
  2. Devī-māhātmya: the crystallization of the goddess tradition, by Thomas B. Coburn. Published by Motilal Banarsidass Publ., 1988. ISBN 81-208-0557-7. Page 240.
  3. Religious beliefs and practices of North India during the early medieval period, by Vibhuti Bhushan Mishra. Published by BRILL, 1973. ISBN 90-04-03610-5. Page 22.
  4. CHAPTER VII. UMĀ. Hindu Mythology, Vedic and Puranic, by W.J. Wilkins. 1900. page 306
  5. Uddiyana Pitha Iconography of the Buddhist Sculpture of Orissa: Text, by Thomas E. Donaldson, Indira Gandhi National Centre for the Arts. Abhinav Publications, 2001. ISBN 81-7017-406-6. Page 9.
  6. Forms of Durga
  7. The triumph of the goddess: the canonical models and theological visions of the Devī-Bhāgavata Purāṇa, by Cheever Mackenzie Brown. SUNY Press, 1990. ISBN 0-7914-0363-7. Page 97.
  8. Shree Karveer Mahatmya, Author – Dajiba Joshirao, Publisher – Minal Prakashan, Edition/Year of Publication – 2012
  9. Chapter Six: Shakti and Shakta Shakti and Shâkta, by Arthur Avalon (Sir John Woodroffe), 1918.
  10. LECTURE II - THE MYSTICISM OF THE UPANISHADS Hindu Mysticism, by S.N. Dasgupta, 1927.
  11. Sri Katyayani Vrata Story Archived 2010-06-12 at the Wayback Machine. Bhagavata Purana 10th Canto 22nd Chapter.
  12. Ancient Indian tradition & mythology: Puranas in translation, by Jagdish Lal Shastri, Arnold Kunst, G. P. Bhatt, Ganesh Vasudeo Tagare. Published by Motilal Banarsidass, 1970. Page 1395.
  13. http://www.katyayanipeeth.org.in
  14. http://www.shreekatyayani.org/
  15. http://kolhapur.nic.in/Htmldocs/katyani.htm
  16. http://hill-temples.blogspot.in/2010/07/adhar-arbuda-devi-temple.html
  17. http://astrobix.com/hindumarg/69-अर्बुदा_देवी_मन्दिर__Arbuda_Devi_Temple__Arbuda_Devi_Mandir__Arbuda_Devi.html
  18. Temple details and description from Dinamalar composition on temples
  19. http://temple.dinamalar.com/en/new_en.php?id=1531

ବାହ୍ୟ ଆଧାର ସବୁ [ସମ୍ପାଦନା]