କରୀନା କପୁର
କରୀନା କପୁର ଖାନ | |
---|---|
ଜନ୍ମ | [୧] | ୨୧ ସେପ୍ଟେମ୍ବର ୧୯୮୦
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୦୦- ଏବେଯାଏଁ |
ବୈବାହିକ-ସାଥୀ | |
ସନ୍ତାନ | ୧ |
ପିତାମାତା | |
ସମ୍ପର୍କୀୟ | କରିସ୍ମା କପୁର (ଭଉଣୀ) |
କରୀନା କପୁର (ଜନ୍ମ: ୨୧ ସେପ୍ଟେମ୍ବର ୧୯୮୦), ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ହିନ୍ଦୀ କଥାଚିତ୍ର ଅଭିନେତା ରଣଧୀର କପୁର ଏବଂ ବବିତା କପୁରଙ୍କର ଝିଅ । ତାଙ୍କର ବଡ଼ ଭଉଣୀ କରିସ୍ମା କପୁର ଜଣେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ । ସେ ୨୦୦୦ ମସିହାରେ ହିନ୍ଦୀ କଥାଚିତ୍ର ରିଫୁଜୀ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅଶୋକା, କଭି ଖୁସି କଭି ଗମ୍, ଚାମେଲି ଆଦି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିବାପରେ ସେ ନିଜକୁ ପ୍ରତିଷ୍ଠିତ କରାଇଥିଲେ । କରୀନା ୬ଟି ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି । [୧] କରୀନା କପୁର ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ୨୦୧୨ରେ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ଅଛି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]କରୀନା କପୁର ୨୧ ସେପ୍ଟେମ୍ବର ୧୯୮୦ରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ ।[୧] କରୀନାଙ୍କୁ ପ୍ରାୟ ସଭିଏଁ ବେବୋ ବୋଲି ସମ୍ବୋଧନ କରିଥାନ୍ତି ।[୨] ସେ ଅଭିନେତା ରଣଧୀର କପୁର ଏବଂ ବବିତ କପୁରଙ୍କର ସାନ ଝିଅ ।[୩] ତାଙ୍କର ବଡ଼ ଭଉଣୀ କରିସ୍ମା କପୁର ଜଣେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ । ତାଙ୍କର ଜେଜେବାପା ରାଜ କପୁର ଜଣେ ହିନ୍ଦୀ କଥାଚିତ୍ର ଅଭିନେତା ଏବଂ ନିର୍ମାତା ଏବଂ ତାଙ୍କର ଅଜା ହରି ଶିବଦାଶ ଜଣେ ଅଭିନେତା । କରୀନା ଅଭିନେତା ଋଷି କପୁର ଏବଂ ନୀତୁ କପୁରଙ୍କର ଝିଆରୀ । କରୀନାଙ୍କର ନାମ ତାଙ୍କର ମାଆ ଅନ୍ନା କରେନିନା ବହିରୁ ରଖିଥିଲେ ।[୪] ସେ ତାଙ୍କର ପିତାଙ୍କର ଘର ପକ୍ଷରୁ ପଞ୍ଜାବୀ[୫] ଏବଂ ମାଆ ଘର ପକ୍ଷରୁ ସିନ୍ଧି ।[୬] କରୀନା ଛୋଟବେଳୁ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟ ଧର୍ମ ପ୍ରତି ଅନୁରାଗୀ ଥିଲେ ।[୭]
ଅଭିନୟ ଜୀବନ
[ସମ୍ପାଦନା]କରୀନା ୨୦୦୦ ମସିହାରେ ପ୍ରଥମେ ଅଭିନେତା ନିର୍ଦ୍ଦେଶକ ରାକେଶ ରୋଶନଙ୍କର ଚଳଚ୍ଚିତ୍ର କହୋ ନା ପ୍ୟାର୍ ହୈ ପାଇଁ ବଛାଯାଇଥିଲେ । ଏହି କଥାଚିତ୍ରରେ ରାକେଶଙ୍କର ପୁଅ ହ୍ରିତିକ ରୋଶନ ମଧ୍ୟ ହିନ୍ଦୀ କଥାଚିତ୍ରରେ ନାୟକ ଭାବରେ ପ୍ରଥମ କରି ଅଭିନୟ କରିଥିଲେ । ତେଣୁ ନାୟକଙ୍କୁ ଅଧିକ ପ୍ରାଧାନ୍ୟ ମିଳିବା ଯୋଗୁଁ କରୀନା ଏହି ଚଳଚ୍ଚିତ୍ରଟି ଛାଡ଼ିଦେଇଥିଲେ । ଏହାପରେ ସେ ସେହି ବର୍ଷ ଜେ.ପି. ଦତ୍ତଙ୍କ ଚଳଚ୍ଚିତ୍ର ରେଫ୍ୟୁଜି ଜରିଆରେ ଅଭିଶେକ ବଚନଙ୍କ ସହ ହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୮][୯] କରୀନା ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ରରେ ଅନେକ କିଛି ଶିଖିଥିଲେ ବୋଲି କହିଥିଲେ ।[୧୦] ଏହି ଚଳଚ୍ଚିତ୍ରଟି ବ୍ୟବସାୟରେ ସଫଳତା ପାଇଥିଲା ।[୧୧] ଏହି ଚଳଚ୍ଚିତ୍ର ପାଇଁ କରୀନାଙ୍କୁ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା ।[୧୨]
ଏହପରେ କରୀନା ୨୦୦୧ରେ ମୁଝେ କୁଛ୍ କେହେନା ହୈ, ୟାଦୈଁ, ଅଜ୍ନବୀ, ଅଶୋକା, କଭି ଖୁସି କଭି ଗମ୍ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ମୁଝ୍ସେ ଦୋସ୍ତି କରୋଗୀ, ଜୀନା ସିର୍ଫ ମେରେ ଲିୟୈ, ତଲାସ୍, ଖୁସି, ମୈ ପ୍ରେମ୍ କି ଦିୱାନୀ ହୁଁ, ଏଲ୍.ଓ.ସି. କାର୍ଗିଲ୍ ଆଦି କଥାଚିତ୍ରରେ ଅଭିନୟ କରିବା ପରେ କରୀନା ୨୦୦୪ରେ ଚାମେଲୀ କଥାଚିତ୍ରରେ ଅଭିନୟ କରିଥିଲେ ।[୧୩][୧୪] ଏହି କଥାଚିତ୍ର ପାଇଁ ତାଙ୍କୁ ଫିଲ୍ମଫେୟାରରେ ଏକ ସ୍ୱତନ୍ତ୍ର ପୁରସ୍କାର ମିଳିଥିଲା ।[୧୫] ୨୦୦୪ରେ କରୀନା ଦେବ୍ ଚଳଚ୍ଚିତ୍ର ପାଇଁ ମଧ୍ୟ ଫିଲ୍ମଫେୟାରରେ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୧୬][୧୭]
କରୀନା ୨୦୦୬ କଥାଚିତ୍ର ଓମ୍କାରା ପାଇଁ ଫିଲ୍ମ ଫେୟାରରେ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ସେ ୨୦୦୭ରେ କଥାଚିତ୍ର ଜବ୍ ଉଇ ମିଟ୍ ପାଇଁ ଫିଲ୍ମଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଏଥି ସହ କରୀନା ପୁନଃ ବିବାହ ଏବଂ ସିଆଇଡି ଭଳି ଦୂରଦର୍ଶନ ଧାରାବାହିକରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ । ସେ ତିନୋଟି ଡକୁମେଣ୍ଟାରୀରେ ମଧ୍ୟ ଅଭିନୟ କରିଛନ୍ତି ।
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୨୦୦୦- ରେଫ୍ୟୁଜି
- ୨୦୦୧- ମୁଝେ କୁଛ୍ କେହେନା ହୈ
- ୨୦୦୧- ୟାଦୈଁ
- ୨୦୦୧- ଅଜ୍ନବୀ
- ୨୦୦୧- ଅଶୋକା
- ୨୦୦୧- କଭି ଖୁସି କଭି ଗମ୍
- ୨୦୦୨- ମୁଝ୍ସେ ଦୋସ୍ତି କରୋଗୀ
- ୨୦୦୨- ଜୀନା ସିର୍ଫ ମେରେ ଲିୟୈ
- ୨୦୦୩- ତଲାସ୍
- ୨୦୦୩- ଖୁସି
- ୨୦୦୩- ମୈ ପ୍ରେମ୍ କି ଦିୱାନୀ ହୁଁ
- ୨୦୦୩- ଏଲ୍.ଓ.ସି. କାର୍ଗିଲ୍
- ୨୦୦୪- ଚାମେଲୀ
- ୨୦୦୪- ଯୁବା
- ୨୦୦୪- ଦେବ୍
- ୨୦୦୪- ଫିଦା
- ୨୦୦୪- ଏତ୍ରାଜ୍
- ୨୦୦୪- ହଲ୍ଚଲ୍
- ୨୦୦୫- ବେବଫା
- ୨୦୦୫- କ୍ୟୁଁକି
- ୨୦୦୫- ଦୋସ୍ତି
- ୨୦୦୬- ୩୬ ଚାଇନା ଟାଉନ୍
- ୨୦୦୬- ଚୁପ୍ ଚୁପ୍ କେ
- ୨୦୦୬- ଓମ୍କାରା
- ୨୦୦୬- ଡନ୍
- ୨୦୦୭- କ୍ୟା ଲଭ୍ ଷ୍ଟୋରୀ ହୈ
- ୨୦୦୭- ଜବ୍ ଉଇ ମିଟ୍
- ୨୦୦୮- ହାଲ୍ଲା ବୋଲ୍
- ୨୦୦୮- ଟସନ୍
- ୨୦୦୮- ରୋଡ୍ସାଇଡ୍ ରୋମିଓ
- ୨୦୦୮- ଗୋଲ୍ମାଲ୍ ରିଟର୍ଣ୍ଣସ୍
- ୨୦୦୯- ଲକ୍ ବାଇଚାନ୍ସ (ଅତିଥି କଳାକାର)
- ୨୦୦୯- ବିଲ୍ଲୁ (ଅତିଥି କଳାକାର)
- ୨୦୦୯- କମ୍ବକ୍ତ ଇସ୍କ
- ୨୦୦୯- ମେଁ ଔର୍ ମିସେସ୍ ଖାନ୍ନା
- ୨୦୦୯- କୁର୍ବାନ୍
- ୨୦୦୯- ୩ ଇଡିଅଟ୍ସ୍
- ୨୦୧୦- ମିଲେଙ୍ଗେ ମିଲେଙ୍ଗେ
- ୨୦୧୦- ଉଇ ଆର୍ ଫ୍ୟାମିଲି
- ୨୦୧୦- ଗୋଲ୍ମାଲ୍ ୩
- ୨୦୧୧- ବଡିଗାର୍ଡ଼
- ୨୦୧୧- ରା. ୱାନ୍
- ୨୦୧୨- ଏକ୍ ମେଁ ଔର୍ ଏକ୍ ତୁ
- ୨୦୧୨- ଏଜେଣ୍ଟ ବିନୋଦ
- ୨୦୧୨- ରାଓଡ଼ି ରାଠୋଡ଼ (ଅତିଥି କଳାକାର)
- ୨୦୧୨- ହିରୋଇନ୍
- ୨୦୧୨- ତଲାସ୍
- ୨୦୧୨- ଦବଙ୍ଗ ୨ (ଅତିଥି କଳାକାର)
- ୨୦୧୩- ବମ୍ବେ ଟକିଜ୍
- ୨୦୧୩- ସତ୍ୟାଗ୍ରହ
- ୨୦୧୩- ଗୋରୀ ତେରେ ପ୍ୟାର୍ ମେଁ
- ୨୦୧୪- ସିଙ୍ଘମ୍ ରିଟର୍ଣ୍ଣସ୍
- ୨୦୧୪- ଦ ସୌକିନ୍ସ୍ (ଅତିଥି କଳାକାର)
- ୨୦୧୪- ହାପି ଏଣ୍ଡିଙ୍ଗ୍
- ୨୦୧୫- ଗବର୍ ଇଜ୍ ବ୍ୟାକ୍
- ୨୦୧୫- ବଜରଙ୍ଗି ଭାଇଜାନ୍
- ୨୦୧୫- ବ୍ରଦର୍ସ୍ (ଅତିଥି କଳାକାର)
- ୨୦୧୬- କି ଆଣ୍ଡ୍ କା
- ୨୦୧୬- ଉଡ଼୍ତା ପଞ୍ଜାବ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Saini, Minakshi (18 September 2012). "Happy Birthday! How Kareena Kapoor made it big". Hindustan Times. Archived from the original on 18 February 2015. Retrieved 20 December 2012.
- ↑ Verma, Sukanya (30 October 2002). "She is just a little girl trying to find her way". Rediff.com. Archived from the original on 7 April 2009. Retrieved 16 July 2008.
- ↑ "Star of The Week-Kareena Kapoor". Rediff.com. 30 October 2002. Archived from the original on 30 June 2009. Retrieved 24 July 2008.
- ↑ IndiaFM News Bureau (29 December 2004). "What's a book got to do with Kareena?". Bollywood Hungama. Archived from the original on 29 June 2009. Retrieved 27 January 2007.
- ↑ Dhawan, M. L. (8 January 2006). "Punjabi colours of Bollywood". The Tribune (Chandigarh). Archived from the original on 21 November 2013. Retrieved 8 July 2010.
- ↑ Upala KBR (23 December 2008). "Saif to join girlfriend Kareena and her family for midnight mass". Mid-Day. Archived from the original on 1 July 2015. Retrieved 1 July 2015.
- ↑ "Sajid beats Saif to the altar – After civil marriage, a suspense at play". The Telegraph (Calcutta). 16 October 2012. Archived from the original on 19 February 2014. Retrieved 2 February 2014.
- ↑ Adarsh, Taran (30 June 2000). "Movie Review: Refugee". Bollywood Hungama. Archived from the original on 9 August 2013. Retrieved 15 September 2007.
- ↑ Chopra, Anupama (18 September 2000). "Sassy Sirens". India Today. Archived from the original on 9 May 2016. Retrieved 12 March 2014.
- ↑ Verma, Sukanya (18 May 2000). "I do not intend doing the David Dhawan kind of films". Rediff.com. Archived from the original on 3 November 2006. Retrieved 21 October 2006.
- ↑ "Kareena Kapoor: Box Office Details and Filmography". Box Office India. Archived from the original on 5 February 2015. Retrieved 30 January 2014.
- ↑ "Kareena Kapoor: Awards & Nominations". Bollywood Hungama. Archived from the original on 6 August 2010. Retrieved 23 July 2010.
- ↑ Chopra, Anupama (8 September 2003). "Starry Heights" (PDF). India Today. Archived (PDF) from the original on 22 April 2014. Retrieved 11 July 2012.
- ↑ Tuteja, Joginder (4 September 2010). "Exploring 10 years journey of Kareena Kapoor — Part II". Bollywood Hungama. Archived from the original on 8 August 2013. Retrieved 8 September 2010.
- ↑ "Awards 2003: Winners of the 49th Manikchand Filmfare Awards". The Times of India. Archived from the original on 9 July 2012. Retrieved 29 March 2013.
- ↑ Gupta, Parul (11 June 2004). "Dev: Gujarat in Bollywood, finally". The Times of India. Archived from the original on 8 April 2015. Retrieved 19 November 2007.
- ↑ Adarsh, Taran (11 June 2004). "Movie Review: Dev". Bollywood Hungama. Archived from the original on 16 February 2012. Retrieved 19 November 2007.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କରୀନା କପୁର