କମଳ ରାଣାଦିବେ

ଉଇକିପିଡ଼ିଆ‌ରୁ
କମଳ ରାଣାଦିବେ
Born୧୯୧୭
Died୨୦୦୧
Nationalityଭାରତୀୟ
ବିଜ୍ଞାନୀ ଜୀବନ
କ୍ଷେତ୍ରCell biology

କମଳ ରାଣାଦିବେ ଆଲିଆସ କମଳ ସମର୍ଥ (୧୯୧୭ରୁ ୨୦୦୧ମସିହା) ଭାରତର ଜଣେ ଜୈବଚିକିତ୍ସା ବିଜ୍ଞାନ ଗବେଷଣାବିତ୍ ଥିଲେ ଓ ସେ କର୍କଟ ରୋଗ ସହ ଭୁତାଣୁର ସମ୍ପର୍କ ବିଷୟରେ କାମ କରୁଥିଲେ[୧] । ଭାରତୀୟ ମହିଳା ବିଜ୍ଞାନୀ ସଂଘର ସେ ପ୍ରତିଷ୍ଠାତ୍ରୀ ଥିଲେ । କୁଷ୍ଠ ରୋଗ ଉପରେ କରିଥିବା କାମ ଯୋଗୁ ତାଙ୍କୁ ୧୯୮୨ ମସିହାରେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା ।
ମୁମ୍ବାଇର ଭାରତୀୟ କର୍କଟ ଗବେଷଣା କେନ୍ଦ୍ରରେ ସେ ୧୯୬୦ ମସିହାର ପ୍ରଥମ ଟିସୁ କଲ୍‌ଚର ଗବେଷଣା ଲାବୋରେଟରି ଖୋଲିବାରେ ସାହାଯ୍ୟ କରିଥିଲେ[୨]

ପ୍ରାକ ଜୀବନ[ସମ୍ପାଦନା]

ପୁଣେର ବାଳିକା ବିଦ୍ୟାଳୟରେ ସେ ସ୍କୁଲ ଶିକ୍ଷା ଲାଭ କରିଥିଲେ ଓ ଫର୍ଗୁସନ୍ କଲେଜରୁ ଉଦ୍ଭିଦ ବିଜ୍ଞାନରେ ସ୍ନାତକ ଡିଗ୍ରୀ ପାଇଥିଲେ . ପୁଣେ ଏଗ୍ରିକଲଚରାଲ କଲେଜରୁ ସେ ମାସ୍ଟର ଡିଗ୍ରୀ ପାଇଥିଲେ । ବମ୍ବେ ୟୁନିଭରସିଟିରେ ଡକ୍ଟର ଅଫ୍ ଫିଲୋସୋଫିରେ ଆଡମିସନ ନେଇଥିଲେ । ଏହି ସମୟରେ ଭାରତୀୟ କର୍କଟ ଗବେଷଣା କେନ୍ଦ୍ରର ପ୍ରତିଷ୍ଠାତା ଭି.ଆର.ଖାନୋଲକର ତାଙ୍କୁ ଦିଗ୍‌ଦର୍ଶନ ଦେଉଥିଲେ । ଏହା ପରେ ସେ ବାଲ୍ଟିମୋରରେ ଥିବା ହପକିନ୍ସ ୟୁନିଭରସିଟିରେ ପୋଷ୍ଟଡକ୍ଟରାଲ ଗବେଷଣା ନିମନ୍ତେ ଯାଇଥିଲେ[୩]

ଆଧାର[ସମ୍ପାଦନା]

  1. Mody, Rekha (1999). A Quest For Roots. Gurgaon, Haryana: Shubhi Books. Archived from the original on 2013-08-17. Retrieved 2013-09-26.
  2. Bhisey, Rajani (2008). Lilavati's Daughters: The Women Scientists of India (PDF). Bangalore: Indian Academy of Sciences. pp. 24–26.
  3. Bhisey, R. "Obsessed with excellence" (PDF). Indian Academy of Sciences. Retrieved 20 October 2012.