ଓଣମ

ଉଇକିପିଡ଼ିଆ ରୁ
ଓଣମ
ଓଣମ
ସୁସଜ୍ଜିତ ପୁକଳମ୍
ନାଆଁ ମାଲୟାଲମ: ഓണം
ପାଳନକାରୀ କେରଳର ହିନ୍ଦୁ ଓ ସମସ୍ତ ମାଳାୟାଳୀ
ପ୍ରକାର ଫସଲ ଅମଳ ସମୟର ପର୍ବ, ଛୁଟିଦିନ, ଭାରତୀୟ ପର୍ବ
ବିଶେଷତା ଥିରୁଭୋଣମ
ପାଳନ ସବୁ ସଦ୍ୟ, ଥିରୁବାଥିର କାଳି, ପୁଳି କାଳି, ପୁକଳମ, ଓଣଥାଲ୍ଲୁ, ଥ୍ରିକ୍କାକୋରୟାପ୍ପାନ, ଓଣପୋଟ୍ଟାନ, ଥୁମ୍ବିଥୁଲ୍ଲାଲ, ଓଣଭିଲ୍ଲୁ, ଗୁରୁଭାୟୁରରେ କାଜଚାକ୍କୁଳା, ଥ୍ରିପୁନିଥୁରାର ଆଠଚମୟମ ଓ ଭଲ୍ଲମ କାଳି (ନାବ ପ୍ରତିଯୋଗୀତା)
ତାରିଖ ଚିଙ୍ଗମ ମାସର ଶ୍ରବଣା (ଥିରୁଭୋଣମ) ନକ୍ଷତ୍ର
୨୦୧୪ ତାରିଖ ୭ ସେପ୍ଟେମ୍ବର

ଓଣମ (ମାଲୟାଲମ: ഓണം) ହେଉଛି ଭାରତ ଦେଶର କେରଳ ରାଜ୍ୟରେ ପାଳିତ ହେଉଥିବା ଏକ ପର୍ବ। [୧] ଏହା ଭଗବାନ ବିଷ୍ଣୁଙ୍କର ବାମନ ଅବତାର ଓ ମହାବଳୀର ସ୍ମୃତି ବହନ କରୁଥିବା ପର୍ବ । ଏହା ଚିଙ୍ଗମ (ଅଗଷ୍ଟ-ସେପ୍ଟେମ୍ବର) ମାସରେ ଦଶଦିନ ବ୍ୟାପି ପାଳନ କରାଯାଏ । ଏଇ ପର୍ବଦିନମାନଙ୍କରେ ମହିଳା ଓ ଝିଅମାନେ ନାଚ ଗୀତରେ ମଗ୍ନ ଥିଲାବେଳେ ପୁରୁଷମାନେ ପହଁରିବା ଓ ନୈକାଚାଳନା ପ୍ରତିଯୋଗୀତା କରିଥାନ୍ତି। ଏହି ପର୍ବଟି କେରଳରେ ଓ ସାରା ଭାରତରେ ବିଶେଷ କରି ମାଳାୟାଳୀମାନଙ୍କଦ୍ୱାରା ପାଳିତ ହୋଇଥାଏ। କୁହାଯାଏ ମହାରାଜା ବଳୀ ଏଇଦିନ କେରଳୀମାନଙ୍କୁ ଆଶୀର୍ବାଦ ଦେବାପାଇଁ ପାତାଳପୁରରୁ ଆସିଥାନ୍ତି। ଏଇ ପର୍ବ ଅବସରରେ ଘର ଓ ଅଗଣାକୁ ବିଭିନ୍ନ ପ୍ରକାର ମୁରୁଜ ଓ ଫୁଲରେ ସଜାଯାଇଥାଏ ।

ଓଣମପାଇଁ ଠାଏ ଠାଏ କେରଳର ପାରମ୍ପରିକ ନାଚ କଥାକଳି ଓ ପୁଳିକଳି ବା କାଡ଼ୁବକଳିର ଆୟୋଜନ କରାଯାଏ । ନାନା ପ୍ରକାର ସ୍ୱାଦିଷ୍ଠ ଭୋଜନ ମଧ୍ୟ ଏଇ ସମୟରେ ପ୍ରସ୍ତୁତ କରାଯାଏ । ସେଥି ମଧ୍ୟରୁ ଘିଅ ଭାତ, ଡାଲି, ପାମ୍ପଡ଼, ସମ୍ବର (ଓଲାଣ), ରସମ, ଥୋରନ, ଅବୟିଲ, ପଚଡ଼ି ମସଲାଯୁକ୍ତ ଘୋଳଦହି ଓ ଚାଉଳ ତିଆରି ବିଭିନ୍ନ ପ୍ରକାର ବ୍ୟଂଜନ ପ୍ରସ୍ତୁତ କରାଯାଏ ।

କିଛି ଛପା[ସମ୍ପାଦନା]

References[ସମ୍ପାଦନା]

  1. Chopra, Prabha (1988). Encyclopaedia of India. ପୃଷ୍ଠା. 285. http://books.google.com/books?id=yAgMAAAAIAAJ. "Onam — Most important and grandest Hindu festival of Kerala; held in Chingam (August–September)"