ଓଣମ

ଉଇକିପିଡ଼ିଆ‌ରୁ
ଓଣମ
ସୁସଜ୍ଜିତ ପୁକଳମ୍
ନାମମାଲୟାଲମ: ഓണം
ପାଳନକାରୀକେରଳର ହିନ୍ଦୁ ଓ ସମସ୍ତ ମାଳାୟାଳୀ
ପ୍ରକାରଫସଲ ଅମଳ ସମୟର ପର୍ବ, ଛୁଟିଦିନ, ଭାରତୀୟ ପର୍ବ
ବିଶେଷତାଥିରୁଭୋଣମ
ପର୍ବ ପାଳନସଦ୍ୟ, ଥିରୁବାଥିର କାଳି, ପୁଳି କାଳି, ପୁକଳମ, ଓଣଥାଲ୍ଲୁ, ଥ୍ରିକ୍କାକୋରୟାପ୍ପାନ, ଓଣପୋଟ୍ଟାନ, ଥୁମ୍ବିଥୁଲ୍ଲାଲ, ଓଣଭିଲ୍ଲୁ, ଗୁରୁଭାୟୁରରେ କାଜଚାକ୍କୁଳା, ଥ୍ରିପୁନିଥୁରାର ଆଠଚମୟମ ଓ ଭଲ୍ଲମ କାଳି (ନାବ ପ୍ରତିଯୋଗିତା)
ତାରିଖସିଂହ ମାସର ଶ୍ରବଣା (ଥିରୁଭୋଣମ) ନକ୍ଷତ୍ର
୨୦୨୪ ତାରିଖdate missing (please add)

ଓଣମ (ମାଲୟାଲମ: ഓണം) ହେଉଛି କେରଳ ରାଜ୍ୟରେ ପାଳିତ ହେଉଥିବା ଏକ ପର୍ବ। [୧] ଏହା ଭଗବାନ ବିଷ୍ଣୁଙ୍କର ବାମନ ଅବତାର ଓ ମହାବଳୀର ସ୍ମୃତି ବହନ କରୁଥିବା ପର୍ବ । ଏହା ଚିଙ୍ଗମ (ଅଗଷ୍ଟ-ସେପ୍ଟେମ୍ବର) ମାସରେ ଦଶଦିନ ବ୍ୟାପି ପାଳନ କରାଯାଏ । ଏଇ ପର୍ବଦିନମାନଙ୍କରେ ମହିଳା ଓ ଝିଅମାନେ ନାଚ ଗୀତରେ ମଗ୍ନ ଥିଲାବେଳେ ପୁରୁଷମାନେ ପହଁରିବା ଓ ନୈକାଚାଳନା ପ୍ରତିଯୋଗିତା କରିଥାନ୍ତି। ଏହି ପର୍ବଟି କେରଳରେ ଓ ସାରା ଭାରତରେ ବିଶେଷ କରି ମାଳାୟାଳୀମାନଙ୍କଦ୍ୱାରା ପାଳିତ ହୋଇଥାଏ। କୁହାଯାଏ ମହାରାଜା ବଳୀ ଏଇଦିନ କେରଳୀମାନଙ୍କୁ ଆଶୀର୍ବାଦ ଦେବାପାଇଁ ପାତାଳପୁରରୁ ଆସିଥାନ୍ତି। ଏଇ ପର୍ବ ଅବସରରେ ଘର ଓ ଅଗଣାକୁ ବିଭିନ୍ନ ପ୍ରକାର ମୁରୁଜ ଓ ଫୁଲରେ ସଜାଯାଇଥାଏ ।

ଓଣମପାଇଁ ଠାଏ ଠାଏ କେରଳର ପାରମ୍ପରିକ ନାଚ କଥାକଳି ଓ ପୁଳିକଳି ବା କାଡ଼ୁବକଳିର ଆୟୋଜନ କରାଯାଏ । ନାନା ପ୍ରକାର ସ୍ୱାଦିଷ୍ଠ ଭୋଜନ ମଧ୍ୟ ଏଇ ସମୟରେ ପ୍ରସ୍ତୁତ କରାଯାଏ । ସେଥି ମଧ୍ୟରୁ ଘିଅ ଭାତ, ଡାଲି, ପାମ୍ପଡ଼, ସମ୍ବର (ଓଲାଣ), ରସମ, ଥୋରନ, ଅବୟିଲ, ପଚଡ଼ି ମସଲାଯୁକ୍ତ ଘୋଳଦହି ଓ ଚାଉଳ ତିଆରି ବିଭିନ୍ନ ପ୍ରକାର ବ୍ୟଂଜନ ପ୍ରସ୍ତୁତ କରାଯାଏ ।

କିଛି ଛବି[ସମ୍ପାଦନା]

ଆଧାର[ସମ୍ପାଦନା]

  1. Chopra, Prabha (1988). Encyclopaedia of India. p. 285. Onam — Most important and grandest Hindu festival of Kerala; held in Chingam (August–September)