ଓଡ଼ିଶା ବିଧାନ ସଭାର ବାଚସ୍ପତିଙ୍କ ତାଲିକା

ଉଇକିପିଡ଼ିଆ‌ରୁ

ବିଧାନ ସଭାର ବାଚସ୍ପତି ବିଧାନ ସଭାର ସର୍ବୋଚ୍ଚ ଅଧିକାରୀ ହୋଇଥାନ୍ତି । ବିଧାନ ସଭା ନିର୍ବାଚନ ପରେ ପ୍ରଥମ ସଭାରେ ବାଚସ୍ପତିଙ୍କ ନିର୍ବାଚନ ହୋଇଥାଏ । ବିଧାନ ସଭାର ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ନିର୍ବାଚିତ ସଭ୍ୟମାନଙ୍କ ମଧ୍ୟରୁ ଜଣଙ୍କୁ ବାଚସ୍ପତି ଭାବରେ ବଛାଯାଇଥାଏ ।

ସ୍ୱାଧୀନତା ପୂର୍ବରୁ ଓ ପରେ ଓଡ଼ିଶା ବିଧାନ ସଭାରେ କାର୍ଯ୍ୟ କରିଥିବା ବାଚସ୍ପତିମାନଙ୍କର ତାଲିକା ।

ନାମ ବିଧାନ ସଭା ଆରମ୍ଭ ଦିନ ଶେଷ ଦିନ ସୂଚନା/ଆଧାର
ମୁକୁନ୍ଦ ପ୍ରସାଦ ଦାସ ୧ମ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ) ୨୮ ଜୁଲାଇ ୧୯୩୭ ୨୯ ମଇ ୧୯୪୬
ଲାଲ ମୋହନ ପଟ୍ଟନାୟକ ୨ୟ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ) ୨୯ ମଇ ୧୯୪୬ ୬ ମାର୍ଚ୍ଚ ୧୯୫୨
ନନ୍ଦ କିଶୋର ଦାସ ୧ମ ଓଡ଼ିଶା ବିଧାନ ସଭା ୦୬ ମାର୍ଚ୍ଚ ୧୯୫୨ ୨୭ ମଇ ୧୯୫୭
ନୀଳକଣ୍ଠ ଦାସ ୨ୟ ଓଡ଼ିଶା ବିଧାନ ସଭା ୨୭ ମଇ ୧୯୫୭ ୧ ଜୁଲାଇ ୧୯୬୧
ଲିଙ୍ଗରାଜ ପାଣିଗ୍ରାହୀ ୩ୟ ଓଡ଼ିଶା ବିଧାନ ସଭା ୧ ଜୁଲାଇ ୧୯୬୧ ୧୮ ମାର୍ଚ୍ଚ ୧୯୬୭
ନନ୍ଦ କିଶୋର ମିଶ୍ର ୪ର୍ଥ ଓଡ଼ିଶା ବିଧାନ ସଭା ୧୮ ମାର୍ଚ୍ଚ ୧୯୬୭ ୧୨ ଅପ୍ରେଲ ୧୯୭୧
ନନ୍ଦ କିଶୋର ମିଶ୍ର ୫ମ ଓଡ଼ିଶା ବିଧାନ ସଭା ୧୨ ଅପ୍ରେଲ ୧୯୭୧ ୨୧ ମାର୍ଚ୍ଚ ୧୯୭୪
ବ୍ରଜ ମୋହନ ମହାନ୍ତି ୬ଷ୍ଠ ଓଡ଼ିଶା ବିଧାନ ସଭା ୨୧ ମାର୍ଚ୍ଚ ୧୯୭୪ ୧ ଜୁଲାଇ ୧୯୭୭
ସତ୍ୟପ୍ରିୟ ମହାନ୍ତି ୭ମ ଓଡ଼ିଶା ବିଧାନ ସଭା ୧ ଜୁଲାଇ ୧୯୭୭ ୧୨ ଜୁନ ୧୯୮୦
ସୋମନାଥ ରଥ ୮ମ ଓଡ଼ିଶା ବିଧାନ ସଭା ୧୨ ଜୁନ ୧୯୮୦ ୧୧ ଫେବୃଆରୀ ୧୯୮୪
ପ୍ରସନ୍ନ କୁମାର ଦାସ ୨୨ ଫେବୃଆରୀ ୧୯୮୪ ୧୪ ଫେବୃଆରୀ ୧୯୮୫
ପ୍ରସନ୍ନ କୁମାର ଦାସ ୯ମ ଓଡ଼ିଶା ବିଧାନ ସଭା ୧୪ ଫେବୃଆରୀ ୧୯୮୫ ୯ ମାର୍ଚ୍ଚ ୧୯୯୦
ଯୁଧିଷ୍ଠିର ଦାସ ୧୦ମ ଓଡ଼ିଶା ବିଧାନ ସଭା ୯ ମାର୍ଚ୍ଚ ୧୯୯୦ ୨୨ ମାର୍ଚ୍ଚ ୧୯୯୫
କିଶୋର ଚନ୍ଦ୍ର ପଟେଲ ୧୧ଶ ଓଡ଼ିଶା ବିଧାନ ସଭା ୨୨ ମାର୍ଚ୍ଚ ୧୯୯୫ ୧୪ ଜାନୁଆରୀ ୧୯୯୬
ଚିନ୍ତାମଣି ଦ୍ୟାନ ସାମନ୍ତରା ୧୬ ଫେବୃଆରୀ ୧୯୯୬ ୧୦ ମାର୍ଚ୍ଚ ୨୦୦୦
ଶରତ କୁମାର କର ୧୨ଶ ଓଡ଼ିଶା ବିଧାନ ସଭା ୧୦ ମାର୍ଚ୍ଚ ୨୦୦୦ ୨୧ ମଇ ୨୦୦୪
ମହେଶ୍ୱର ମହାନ୍ତି ୧୩ଶ ଓଡ଼ିଶା ବିଧାନ ସଭା ୨୧ ମଇ ୨୦୦୪ ୩୧ ମାର୍ଚ୍ଚ ୨୦୦୮
କିଶୋର କୁମାର ମହାନ୍ତି ୧୯ ଅଗଷ୍ଟ ୨୦୦୮ ୨୫ ମଇ ୨୦୦୯
ପ୍ରଦୀପ କୁମାର ଅମାତ ୧୪ଶ ଓଡ଼ିଶା ବିଧାନ ସଭା ୨୫ ମଇ ୨୦୦୯ ୨୦ ମଇ ୨୦୧୪
ନିରଞ୍ଜନ ପୂଜାରୀ ୧୫ଶ ଓଡ଼ିଶା ବିଧାନ ସଭା ୨୬ ମଇ ୨୦୧୪ ୬ ମଇ ୨୦୧୭
ପ୍ରଦୀପ କୁମାର ଅମାତ ୧୬ ମଇ ୨୦୧୭ ୩୧ ମଇ ୨୦୧୯
ସୂର୍ଯ୍ୟ ନାରାୟଣ ପାତ୍ର ୧୬ଶ ଓଡ଼ିଶା ବିଧାନ ସଭା ୧ ଜୁନ ୨୦୧୯ ୪ ଜୁନ ୨୦୨୨ [୧]
ବିକ୍ରମ କେଶରୀ ଆରୁଖ ୧୩ ଜୁନ ୨୦୨୨ ୧୨ ମଇ ୨୦୨୩ [୨]
ପ୍ରମିଳା ମଲ୍ଲିକ ୨୨ ସେପ୍ଟେମ୍ବର ୨୦୨୩ ଏବେଯାଏଁ

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Dharitri (1 June 2019). "ସୂର୍ଯ୍ୟ ନାରାୟଣ ପାତ୍ର ହେଲେ ବାଚସ୍ପତି - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Archived from the original on 2 September 2023. Retrieved 2 September 2023.
  2. Baral, Biswajit (12 May 2023). "ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ". Nandighosha TV (in ଆମେରିକୀୟ ଇଂରାଜୀ). Archived from the original on 2 September 2023. Retrieved 2 September 2023.